ଦିଲ୍ଲୀରେ ଅଭାବ

ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ମଧ୍ୟରେ ଉତ୍ତମ ସହଯୋଗ ଓ ସମ୍ପର୍କ ରହିଲେ ପ୍ରଶାସନିକ କାର୍ଯ୍ୟ ସୁଗମ ଓ ସୁଦୃଢ଼ ହୋଇଥାଏ। କିନ୍ତୁ ଭାରତରେ ତାହା ଦିନକୁ ଦିନ ବିଗିଡ଼ିବା ଲକ୍ଷ୍ୟ କରାଯାଉଛି। କେନ୍ଦ୍ର ସରକାର ସର୍ବଦା ରାଜ୍ୟର କ୍ଷମତାକୁ ସଙ୍କୁଚିତ କରିବା ଦିଗରେ ପ୍ରୟାସ କରୁଛନ୍ତି। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପ୍ରଚଳନଠାରୁ ଆରମ୍ଭକରି ସଦ୍ୟ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) କ୍ୟାଡର ରୁଲ୍ସ, ୧୯୫୪ରେ ସଂଶୋଧନ ଆଣିବା ଲାଗି ହେଉଥିବା ସଜବାଜରୁ ଅନେକ ସନ୍ଦେହ ସୃଷ୍ଟି ହେଉଛି। ପୂର୍ବରୁ ରାଜ୍ୟଗୁଡ଼ିକ ସାମ୍ବିଧାନିକ ନିୟମ ଅନୁଯାୟୀ ଯେଉଁ ଟିକସ ଆଦାୟ କରୁଥିଲେ, ଜିଏସ୍‌ଟି ଲାଗୁହେବା ପରେ ରାଜସ୍ବ ଉପରେ କେନ୍ଦ୍ରର କର୍ତ୍ତୃତ୍ୱ ବଢ଼ିଗଲା। ଫଳରେ ରାଜ୍ୟଗୁଡ଼ିକ ଅନେକାଂଶରେ କ୍ଷତି ସହୁଛନ୍ତି। ଅନୁରୂପ ଭାବେ ଆଇଏଏସ୍‌ କ୍ୟାଡର ରୁଲ୍ସରେ ସଂଶୋଧନ ଆଣିବା ଲାଗି ୧୨ ଜାନୁୟାରୀରେ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ସହଯୋଗ କରିବା ଲାଗି କହିଛି। ପ୍ରସ୍ତାବିତ ସଂଶୋଧନ ଜରିଆରେ ରାଜ୍ୟରେ କାର୍ଯ୍ୟରତ ଯେକୌଣସି ଆଇଏଏସ୍‌ ଅଧିକାରଙ୍କୁ କେନ୍ଦ୍ର ତା’ ଡେପୁଟେଶନରେ ଅବସ୍ଥାପିତ କରିପାରିବ। ସେଥିରେ ରାଜ୍ୟ ସରକାରଗୁଡ଼ିକ ପ୍ରତିବାଦ କରିପାରିବେ ନାହିଁ। ଡିଓପିଟି ପକ୍ଷରୁ କୁହାଯାଇଛି, କେନ୍ଦ୍ରୀୟ ସ୍ତରରେ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହୁଥିବାରୁ ତାହା ପୂରଣ ଦିଗରେ ଏଭଳି ସଂଶୋଧନର ଆବଶ୍ୟକତା ପଡ଼ିଛି। ତେବେ ପ୍ରଶ୍ନ ସ୍ବାଭାବିକ ଭାବେ ଉଠିବ ଯେ, ଏଭଳି ଅଭାବ ସୃଷ୍ଟି ହେବା ପୂର୍ବରୁ କେନ୍ଦ୍ର ସରକାର ନିଶ୍ଚିତ ଭାବେ ସୂଚନା ପାଇଥିବେ। ଏହାସତ୍ତ୍ୱେ ରାଜ୍ୟଗୁଡ଼ିକ ସହ ବିଚାରବିମର୍ଶ କରାଯାଇ ନାହିଁ ବୋଲି ଏବେ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାରୁ ଜଣାପଡ଼ୁଛି। ସମସ୍ତେ ଜାଣନ୍ତି ଯେ, ଦିଲ୍ଲୀକୁ ଡେପୁଟେଶନରେ ଯିବା ସକାଶେ ଅଧିକାଂଶ ଆଇଏଏସ୍‌ ଅଧିକାରୀ ଆଗ୍ରହୀ ହୋଇଥାଆନ୍ତି। ଦିଲ୍ଲୀରେ ପଦବୀ ପାଇବା ଏକ ଭିନ୍ନ ପ୍ରକାରର ଅଭିଜ୍ଞତା ଦେଇଥାଏ। କିନ୍ତୁ ଏବେ ରାଜ୍ୟଗୁଡ଼ିକରୁ ଦିଲ୍ଲୀ ଯିବା ପାଇଁ ଏହି ଅଫିସରମାନଙ୍କର ଅନିଚ୍ଛାର କାରଣ ଖୋଜିବା ପରିବର୍ତ୍ତେ ନିଜର ଗତାନୁଗତିକ ଢଙ୍ଗରେ ଆଜିର ଭାଜପା ସରକାର ସବୁକିଛି ବଳପୂର୍ବକ କରିବାକୁ ଚାହାନ୍ତି।
କେନ୍ଦ୍ରର ଏହି ଜୋରଜବରଦସ୍ତ ପଦକ୍ଷେପକୁ ଅଣ-ଭାଜପା ଶାସିତ ରାଜ୍ୟ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ତାମିଲନାଡୁ ଓ କେରଳ ଆଦି ବିରୋଧ କରିଛନ୍ତି। କେନ୍ଦ୍ର ତା’ର ମନମୁତାବକ ଆଇଏଏସ୍‌ ଅଧିକାରୀଙ୍କୁ ଡେପୁଟେଶନରେ ନେଇଗଲେ ରାଜ୍ୟ ପ୍ରଶାସନ ଘୋର ପ୍ରଭାବିତ ହେବ ବୋଲି ଉପରଲିଖିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ଏଣେ କେନ୍ଦ୍ର ସରକାର ୨୫ ଜାନୁୟାରୀ ପର୍ଯ୍ୟନ୍ତ ଜବାବ ଦାଖଲ କରିବା ଲାଗି ରାଜ୍ୟଗୁଡ଼ିକୁ ସମୟସୀମା ଦେଇଥିବାରୁ ସ୍ଥିତି ଅଡ଼ୁଆ ହେବାକୁ ଯାଉଛି। କେନ୍ଦ୍ର ଯେଉଁ ଭାଷାରେ ରାଜ୍ୟଗୁଡ଼ିକୁ ପତ୍ର ଲେଖିଛି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ବୁଝାପଡ଼ୁଛି। ରାଜ୍ୟମାନେ ଯଦି ଏ ଦିଗରେ ସମର୍ଥନ ଉଚିତ ସମୟରେ ଦେବେ ନାହିଁ, ତେବେ କେନ୍ଦ୍ର ସରକାର ଏହାକୁ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିବେ।
ଏଠାରେ ମନେପକାଇ ଦିଆଯାଇପାରେ ଯେ, ବାତ୍ୟା ‘ୟାସ୍‌’ ପରବର୍ତ୍ତୀ ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଯାଇଥିବା ବେଳେ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମିଶି ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଲ୍‌ପାନ ବନ୍ଦୋପାଧ୍ୟାୟ ବୈଠକକୁ ଅଣଦେଖା କରି ପଳାଇ ଯାଇଥିଲେ। ସମ୍ଭବତଃ ସେହି କାରଣ ଯୋଗୁ ମୋଦି ସରକାର ସର୍ବଭାରତୀୟ ସେବା ଅଧିକାରୀଙ୍କ ଉପରେ ସିଧାସଳଖ ନିଜର ଅଙ୍କୁଶ ଲଗାଇବା ପାଇଁ ଏଭଳି ସଂଶୋଧନ ଚିନ୍ତା କରିଥାଇପାରନ୍ତି। ଅବଶ୍ୟ ଏହା ସତ୍ୟ ଯେ, ବିଭିନ୍ନ ରାଜ୍ୟରେ ଦୀର୍ଘବର୍ଷ ଧରି ପ୍ରଶାସନିକ ଅଧିକାରୀମାନେ ରହିଯାଇ ଶାସକ ଦଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି କେନ୍ଦ୍ରକୁ ହେୟଜ୍ଞାନ କରୁଛନ୍ତି। ଯଦି ରାଜ୍ୟ ସରକାର କେନ୍ଦ୍ର ବିରୋଧୀ ହୋଇଥାଏ, ତାହା ହେଲେ ଆଇଏଏସ୍‌ ଅଧିକାରୀମାନେ ଆହୁରି କିଛି ପାଦ ଆଗେଇ ଯାଉଥିବା ଦେଖିବାକୁ ମିଳୁଛି। ଏ ବିଷୟ ଉଲ୍ଲେଖ କଲା ବେଳେ ଏହା ମଧ୍ୟ କୁହାଯାଇପାରେ ଯେ, କେନ୍ଦ୍ରରେ ବି ଆଇଏଏସ୍‌ ଅଧିକାରୀମାନେ କ୍ଷମତାକେନ୍ଦ୍ର ହୋଇ ବସିଛନ୍ତି। ଉଦାହରଣ ସ୍ବରୂପ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଏଭଳି କିଛି ବଛା ଗୁଜରାଟ କ୍ୟାଡର ଅଫିସର ଅଛନ୍ତି, ଯେଉଁମାନେ ପ୍ରବଳ କ୍ଷମତାର ଅଧିକାରୀ। ଦେଖିବାକୁ ଗଲେ ପିଏମ୍‌ଓରୁ ପ୍ରତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ହାତଗଣତି ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ ପ୍ରଶାସନକୁ ନିଜ ନିୟନ୍ତ୍ରଣାଧୀନ ରଖିଛନ୍ତି। ଦେଶବ୍ୟାପୀ ଏଭଳି ସ୍ଥିତି ସୃଷ୍ଟି ହେଲାଣି ଯେ, ମୁଖ୍ୟମନ୍ତ୍ରୀମାନେ ରାଜନୈତିକ ବନ୍ଧୁ ସୃଷ୍ଟି କରିବା ଅପେକ୍ଷା ପ୍ରଶାସନିକ ସଖାମାନଙ୍କ କଥାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯାହା ଦେଖାଯାଉଛି, କେନ୍ଦ୍ରକୁ ଡେପୁଟେଶନରେ ଯାଉଥିବା ସର୍ବଭାରତୀୟ ସ୍ତରର ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରମାନେ ଯେତେବେଳେ ନିଜ କ୍ୟାଡର ରାଜ୍ୟକୁ ଫେରୁଛନ୍ତି, ସେତେବେଳେ ସେମାନଙ୍କର ପ୍ରଶାସନିକ ଦକ୍ଷତା ଦୁର୍ବଳ ପ୍ରମାଣିତ ହେଉଛି। ଦିଲ୍ଲୀରେ କେବଳ ନୀତିନିୟମ ସୃଷ୍ଟି କରାଯାଉଥିବା ବେଳେ ରାଜ୍ୟଗୁଡ଼ିକରେ ସରକାରଙ୍କ ବାସ୍ତବ କାର୍ଯ୍ୟର ପ୍ରତିଫଳନ ହୋଇଥାଏ। ଏହି ଦିଗରୁ ଦେଖିଲେ ରାଜ୍ୟମାନଙ୍କର କ୍ଷମତା ହ୍ରାସ କରିଦେଲେ ତୃଣମୂଳସ୍ତରର ପ୍ରଶାସନିକ ଧାରାରେ ବିଚ୍ୟୁତି ଘଟିବାର ସମ୍ଭାବନା ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri