ଅପଚୟରୁ ଅଭାବ

ଭାରତରେ କୋଟି କୋଟି ଲୋକ ଦିନକୁ ଦୁଇଓଳି ଖାଇବାକୁ ପାଆନ୍ତି ନାହିଁ। ‘ଗ୍ଲୋବାଲ ହଙ୍ଗର୍‌ ଇଣ୍ଡେକ୍ସ ୨୦୨୩ ଅନୁଯାୟୀ, ଭାରତରେ କ୍ଷୁଧା ସ୍ତର ଗୁରୁତର ।
ନିକଟରେ ‘ଖାଦ୍ୟ’ ସମ୍ବନ୍ଧୀୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ମିଳିତ ଜାତିସଂଘରୁ ଆସିଥିଲା। ଗୋଟିଏ ଖାଦ୍ୟ ଅପଚୟ ଏବଂ ଅନ୍ୟଟି ଖାଦ୍ୟ ଅଭାବ ଏବଂ ଅନାହାର ସହିତ ଜଡିତ। ସୂଚନାଯୋଗ୍ୟ ଯେ ମିଳିତ ଜାତିସଂଘ ପ୍ରଥମେ ଖାଦ୍ୟ ଅପଚୟ ବିଷୟରେ ରିପୋର୍ଟ ପ୍ରକାଶ କରିଥିଲା ଏବଂ ପରେ ଖାଦ୍ୟ ଅଭାବ ରିପୋର୍ଟ। ଏହି ରିପୋର୍ଟଗୁଡିକର ଆଗ ପଛ ହେବା କାରଣ କେବଳ କିଛି ବୈଷୟିକ ତ୍ରୁଟି କିମ୍ବା ସେମାନଙ୍କୁ ପ୍ରସ୍ତୁତ କରୁଥିବା କମିଟିର କାର୍ଯ୍ୟକାରିତା ହୋଇପାରେ, କିନ୍ତୁ ଏହା ସତ୍ୟ ଯେ ଖାଦ୍ୟର ଅଭାବ ଖାଦ୍ୟ ଅପଚୟ ସହିତ ଜଡିତ। ଯଦିଓ ଖାଦ୍ୟ ଅଭାବ ପାଇଁ ଅନ୍ୟାନ୍ୟ ଅନେକ କାରଣ ଥାଇପାରେ, କିନ୍ତୁ ଏହି ସମସ୍ୟା ଖାଦ୍ୟ ନଷ୍ଟରୁ ଆରମ୍ଭ ହୁଏ। ତେଣୁ, ଯଦି ଖାଦ୍ୟ ଅପଚୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ, ତେବେ ଖାଦ୍ୟ ଅଭାବ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ। ଚଳିତ ବର୍ଷ ଏପ୍ରିଲ ଶେଷରେ ମିଳିତ ଜାତିସଂଘର ‘ଖାଦ୍ୟ ସଙ୍କଟ ଗ୍ଲୋବାଲ ରିପୋର୍ଟ’ ଅନୁଯାୟୀ ବିଶ୍ୱର ମୋଟ ୫୯ ଦେଶର ପ୍ରାୟ ୨୮.୨ କୋଟି ଲୋକ ଭୋକରେ ରହିବାକୁ ବାଧ୍ୟ ହେଉଛନ୍ତି। ତଥ୍ୟ ଅନୁଯାୟୀ ଯୁଦ୍ଧ ପାଇଁ ଏବଂ ସୁଦାନରେ ଖାଦ୍ୟ ଅଭାବରୁ ୨୦୨୨ ମସିହାରେ ୨.୪ କୋଟିରୁ ଅଧିକ ଲୋକ ଭୋକରେ ରହିଥିଲେ ।
ସୂଚନାଯୋଗ୍ୟ ଯେ ମିଳିତ ଜାତିସଂଘ ୨୦୧୬ରେ ପ୍ରଥମେ ଖାଦ୍ୟ ଅଭାବ ସମ୍ପର୍କରେ ରିପୋର୍ଟ ଦେବା ଆରମ୍ଭ କରିଥିଲା। ଚିନ୍ତାର ବିଷୟ ହେଉଛି, ପ୍ରଥମ ରିପୋର୍ଟ ତୁଳନାରେ ସର୍ବଶେଷ ରିପୋର୍ଟରେ ଭୋକିଲା ଲୋକଙ୍କ ସଂଖ୍ୟା ଚାରି ଗୁଣ ବୃଦ୍ଧି ପାଇଛି। ଆହୁରି ମଧ୍ୟ, ଖାଦ୍ୟ ସାମଗ୍ରୀର ଅଭାବ ହେତୁ ଭୋକରେ ପୀଡିତଙ୍କ ସଂଖ୍ୟା ଆଜି ସର୍ବାଧିକ। ଏହାର କାରଣ ଦାରିଦ୍ର୍ୟତା ଏବଂ ବେକାରି ମଧ୍ୟ ହୋଇପାରେ। କ୍ଷୁଧା ସମସ୍ୟାକୁ ବିଶ୍ଳେଷଣ କରୁଥିବା ବିଶେଷଜ୍ଞମାନେ କ୍ଷୁଧାକୁ ବୁଝିବା ପାଇଁ ଏକ ସ୍କେଲ ନିର୍ଦ୍ଧାରଣ କରିଛନ୍ତି। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନର ଅର୍ଥନୀତିଜ୍ଞ ମ୍ୟାକ୍ସିମୋଟୋରେରିଙ୍କ ଅନୁଯାୟୀ ଏହାର ମୋଟ ପାଞ୍ଚଟି ପର୍ଯ୍ୟାୟ ଅଛି। ଏଥିମଧ୍ୟରୁ ଅଧିକ ଭୋକରେ ପୀଡିତ ଲୋକଙ୍କୁ ପଞ୍ଚମ ପର୍ଯ୍ୟାୟରେ ରଖାଯାଇଛି, ଯେଉଁଥିରେ ଭାରତ ସମେତ ପାଞ୍ଚଟି ଦେଶରୁ ୭୦ଲକ୍ଷ ୫ହଜାର ଲୋକ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏଥିମଧ୍ୟରୁ ୮୦% ଅର୍ଥାତ୍‌ ୫୭ ଲକ୍ଷ ୭ ହଜାର ଲୋକ କେବଳ ଯୁଦ୍ଧ ପୀଡିତ ଅଞ୍ଚଳର ଅଛନ୍ତି। ‘ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୩ ଅନୁଯାୟୀ, ଭୋକରେ ପୀଡିତ ୧୨୫ ଦେଶ ତାଲିକାରେ ଭାରତ ୧୧୧ ତମ ସ୍ଥାନରେ ରହିଛି। ଏକବିଂଶ ଶତାବ୍ଦୀରେ ପହଞ୍ଚତ୍ବା ପରେ ମଧ୍ୟ ଆମ ଦେଶ ଭୋକରେ ପୀଡିତ ଲୋକମାନଙ୍କ ଏକ ଦେଶ ଭାବରେ ପରିଚିତ।
ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ପି) ର ଖାଦ୍ୟ ବର୍ଜ୍ୟବସ୍ତୁ ସୂଚକାଙ୍କ ୨୦୨୪ର ମାର୍ଚ୍ଚ ରିପୋର୍ଟରେ କୁହାଯାଇଛି ଯେ, ପ୍ରତିଦିନ ଭୋକିଲା ଶୋଇବାକୁ ଯାଉଥିବା ଲୋକଙ୍କ ଅପେକ୍ଷା ବିଶ୍ୱରେ ଅଧିକ ଖାଦ୍ୟ ଶସ୍ୟ ନଷ୍ଟ ହେଉଛି, ଯେଉଁଥିରେ ହୋଟେଲ, ରେଷ୍ଟୁରାଣ୍ଟ, ବିବାହ ବ୍ରତ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଠୁ ବଡ଼ ଭୂମିକା ଗ୍ରହଣ କରନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୨ରେ ସର୍ବଭାରତୀୟ ସ୍ତରରେ ମୋଟ ଶସ୍ୟ ଉତ୍ପାଦନର ୧୯ ପ୍ରତିଶତ ଅର୍ଥାତ୍‌ ପ୍ରାୟ ୧. ୦୫ବିଲିୟନ ଟନ ଶସ୍ୟ ନଷ୍ଟ ହୋଇଯାଇଥିଲା। ତଥ୍ୟ କୁହେ, ଶସ୍ୟ କ୍ଷେତରୁ ଖାଇବା ଥାଳି ପର୍ଯ୍ୟନ୍ତ ପହଞ୍ଚତ୍ବା ମଧ୍ୟରେ ୧୩ %ଶସ୍ୟ ନଷ୍ଟ ହୋଇଯାଏ।
ମିଳିତ ଜାତିସଂଘ ୨୦୩୦ ସୁଦ୍ଧା ଖାଦ୍ୟ ଅପଚୟ ଅଧା ହ୍ରାସ କରିବାକୁ ପ୍ରୟାସ କରୁଛନ୍ତି। କୁହାଯାଇଛି ଯେ ଯଦି ଶସ୍ୟର ଅପଚୟ ବନ୍ଦ ହୋଇଯାଏ ତେବେ ଦୁନିଆରୁ କ୍ଷୁଧା ଦୂର ହୋଇପାରିବ, କାରଣ ବର୍ତ୍ତମାନ ବିଶ୍ବର ୭୮.୩ କୋଟି ଲୋକ ପ୍ରତିଦିନ ଭୋକର ସମ୍ମୁଖୀନ ହେଉଥିବାବେଳେ ଏକ ବିଲିୟନ ଲୋକଙ୍କ ଖାଦ୍ୟ ନଷ୍ଟ ହେଉଛି। ସୂଚନାନୁଯାୟୀ ପ୍ରତିବର୍ଷ ପ୍ରତ୍ୟେକ ବ୍ୟକ୍ତି ପ୍ରାୟ ୭୯ କିଲୋଗ୍ରାମ ଖାଦ୍ୟ ନଷ୍ଟ କରନ୍ତି, ଯାହା ପ୍ରତିଦିନ ବିଶ୍ୱରେ ଅତି କମ୍‌ରେ ଏକ ବିଲିୟନ ଲୋକଙ୍କ ଖାଦ୍ୟର ପ୍ଲେଟ ସହିତ ସମାନ। ଖାଦ୍ୟ ଅପଚୟ ହେଉଛି ଏକ ବିଶ୍ୱସ୍ତରୀୟ ଦୁଃଖଦ ଘଟଣା ଯାହାକୁ ରୋକିବା ଆବଶ୍ୟକ। ଏହି ସମସ୍ୟା କେବଳ ବିଶ୍ବ ଅର୍ଥନୀତିରେ ନକାରାତ୍ମକ ପ୍ରଭାବ ପକାଏ ନାହିଁ ବରଂ ଜଳବାୟୁ ପରିବର୍ତ୍ତନ ଏବଂ ଜୈବ ବିବିଧତା ନଷ୍ଟ ପାଇଁ ମଧ୍ୟ ଦାୟୀ।

  •  ପ୍ରଣତି ଆଚାର୍ଯ୍ୟ ମିଶ୍ର
    ମୋ: ୯୪୩୭୬୪୨୯୪୭

Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri