ଅପଚୟରୁ ଅଭାବ

ଭାରତରେ କୋଟି କୋଟି ଲୋକ ଦିନକୁ ଦୁଇଓଳି ଖାଇବାକୁ ପାଆନ୍ତି ନାହିଁ। ‘ଗ୍ଲୋବାଲ ହଙ୍ଗର୍‌ ଇଣ୍ଡେକ୍ସ ୨୦୨୩ ଅନୁଯାୟୀ, ଭାରତରେ କ୍ଷୁଧା ସ୍ତର ଗୁରୁତର ।
ନିକଟରେ ‘ଖାଦ୍ୟ’ ସମ୍ବନ୍ଧୀୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ମିଳିତ ଜାତିସଂଘରୁ ଆସିଥିଲା। ଗୋଟିଏ ଖାଦ୍ୟ ଅପଚୟ ଏବଂ ଅନ୍ୟଟି ଖାଦ୍ୟ ଅଭାବ ଏବଂ ଅନାହାର ସହିତ ଜଡିତ। ସୂଚନାଯୋଗ୍ୟ ଯେ ମିଳିତ ଜାତିସଂଘ ପ୍ରଥମେ ଖାଦ୍ୟ ଅପଚୟ ବିଷୟରେ ରିପୋର୍ଟ ପ୍ରକାଶ କରିଥିଲା ଏବଂ ପରେ ଖାଦ୍ୟ ଅଭାବ ରିପୋର୍ଟ। ଏହି ରିପୋର୍ଟଗୁଡିକର ଆଗ ପଛ ହେବା କାରଣ କେବଳ କିଛି ବୈଷୟିକ ତ୍ରୁଟି କିମ୍ବା ସେମାନଙ୍କୁ ପ୍ରସ୍ତୁତ କରୁଥିବା କମିଟିର କାର୍ଯ୍ୟକାରିତା ହୋଇପାରେ, କିନ୍ତୁ ଏହା ସତ୍ୟ ଯେ ଖାଦ୍ୟର ଅଭାବ ଖାଦ୍ୟ ଅପଚୟ ସହିତ ଜଡିତ। ଯଦିଓ ଖାଦ୍ୟ ଅଭାବ ପାଇଁ ଅନ୍ୟାନ୍ୟ ଅନେକ କାରଣ ଥାଇପାରେ, କିନ୍ତୁ ଏହି ସମସ୍ୟା ଖାଦ୍ୟ ନଷ୍ଟରୁ ଆରମ୍ଭ ହୁଏ। ତେଣୁ, ଯଦି ଖାଦ୍ୟ ଅପଚୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ, ତେବେ ଖାଦ୍ୟ ଅଭାବ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ। ଚଳିତ ବର୍ଷ ଏପ୍ରିଲ ଶେଷରେ ମିଳିତ ଜାତିସଂଘର ‘ଖାଦ୍ୟ ସଙ୍କଟ ଗ୍ଲୋବାଲ ରିପୋର୍ଟ’ ଅନୁଯାୟୀ ବିଶ୍ୱର ମୋଟ ୫୯ ଦେଶର ପ୍ରାୟ ୨୮.୨ କୋଟି ଲୋକ ଭୋକରେ ରହିବାକୁ ବାଧ୍ୟ ହେଉଛନ୍ତି। ତଥ୍ୟ ଅନୁଯାୟୀ ଯୁଦ୍ଧ ପାଇଁ ଏବଂ ସୁଦାନରେ ଖାଦ୍ୟ ଅଭାବରୁ ୨୦୨୨ ମସିହାରେ ୨.୪ କୋଟିରୁ ଅଧିକ ଲୋକ ଭୋକରେ ରହିଥିଲେ ।
ସୂଚନାଯୋଗ୍ୟ ଯେ ମିଳିତ ଜାତିସଂଘ ୨୦୧୬ରେ ପ୍ରଥମେ ଖାଦ୍ୟ ଅଭାବ ସମ୍ପର୍କରେ ରିପୋର୍ଟ ଦେବା ଆରମ୍ଭ କରିଥିଲା। ଚିନ୍ତାର ବିଷୟ ହେଉଛି, ପ୍ରଥମ ରିପୋର୍ଟ ତୁଳନାରେ ସର୍ବଶେଷ ରିପୋର୍ଟରେ ଭୋକିଲା ଲୋକଙ୍କ ସଂଖ୍ୟା ଚାରି ଗୁଣ ବୃଦ୍ଧି ପାଇଛି। ଆହୁରି ମଧ୍ୟ, ଖାଦ୍ୟ ସାମଗ୍ରୀର ଅଭାବ ହେତୁ ଭୋକରେ ପୀଡିତଙ୍କ ସଂଖ୍ୟା ଆଜି ସର୍ବାଧିକ। ଏହାର କାରଣ ଦାରିଦ୍ର୍ୟତା ଏବଂ ବେକାରି ମଧ୍ୟ ହୋଇପାରେ। କ୍ଷୁଧା ସମସ୍ୟାକୁ ବିଶ୍ଳେଷଣ କରୁଥିବା ବିଶେଷଜ୍ଞମାନେ କ୍ଷୁଧାକୁ ବୁଝିବା ପାଇଁ ଏକ ସ୍କେଲ ନିର୍ଦ୍ଧାରଣ କରିଛନ୍ତି। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନର ଅର୍ଥନୀତିଜ୍ଞ ମ୍ୟାକ୍ସିମୋଟୋରେରିଙ୍କ ଅନୁଯାୟୀ ଏହାର ମୋଟ ପାଞ୍ଚଟି ପର୍ଯ୍ୟାୟ ଅଛି। ଏଥିମଧ୍ୟରୁ ଅଧିକ ଭୋକରେ ପୀଡିତ ଲୋକଙ୍କୁ ପଞ୍ଚମ ପର୍ଯ୍ୟାୟରେ ରଖାଯାଇଛି, ଯେଉଁଥିରେ ଭାରତ ସମେତ ପାଞ୍ଚଟି ଦେଶରୁ ୭୦ଲକ୍ଷ ୫ହଜାର ଲୋକ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏଥିମଧ୍ୟରୁ ୮୦% ଅର୍ଥାତ୍‌ ୫୭ ଲକ୍ଷ ୭ ହଜାର ଲୋକ କେବଳ ଯୁଦ୍ଧ ପୀଡିତ ଅଞ୍ଚଳର ଅଛନ୍ତି। ‘ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୩ ଅନୁଯାୟୀ, ଭୋକରେ ପୀଡିତ ୧୨୫ ଦେଶ ତାଲିକାରେ ଭାରତ ୧୧୧ ତମ ସ୍ଥାନରେ ରହିଛି। ଏକବିଂଶ ଶତାବ୍ଦୀରେ ପହଞ୍ଚତ୍ବା ପରେ ମଧ୍ୟ ଆମ ଦେଶ ଭୋକରେ ପୀଡିତ ଲୋକମାନଙ୍କ ଏକ ଦେଶ ଭାବରେ ପରିଚିତ।
ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ପି) ର ଖାଦ୍ୟ ବର୍ଜ୍ୟବସ୍ତୁ ସୂଚକାଙ୍କ ୨୦୨୪ର ମାର୍ଚ୍ଚ ରିପୋର୍ଟରେ କୁହାଯାଇଛି ଯେ, ପ୍ରତିଦିନ ଭୋକିଲା ଶୋଇବାକୁ ଯାଉଥିବା ଲୋକଙ୍କ ଅପେକ୍ଷା ବିଶ୍ୱରେ ଅଧିକ ଖାଦ୍ୟ ଶସ୍ୟ ନଷ୍ଟ ହେଉଛି, ଯେଉଁଥିରେ ହୋଟେଲ, ରେଷ୍ଟୁରାଣ୍ଟ, ବିବାହ ବ୍ରତ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଠୁ ବଡ଼ ଭୂମିକା ଗ୍ରହଣ କରନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୨ରେ ସର୍ବଭାରତୀୟ ସ୍ତରରେ ମୋଟ ଶସ୍ୟ ଉତ୍ପାଦନର ୧୯ ପ୍ରତିଶତ ଅର୍ଥାତ୍‌ ପ୍ରାୟ ୧. ୦୫ବିଲିୟନ ଟନ ଶସ୍ୟ ନଷ୍ଟ ହୋଇଯାଇଥିଲା। ତଥ୍ୟ କୁହେ, ଶସ୍ୟ କ୍ଷେତରୁ ଖାଇବା ଥାଳି ପର୍ଯ୍ୟନ୍ତ ପହଞ୍ଚତ୍ବା ମଧ୍ୟରେ ୧୩ %ଶସ୍ୟ ନଷ୍ଟ ହୋଇଯାଏ।
ମିଳିତ ଜାତିସଂଘ ୨୦୩୦ ସୁଦ୍ଧା ଖାଦ୍ୟ ଅପଚୟ ଅଧା ହ୍ରାସ କରିବାକୁ ପ୍ରୟାସ କରୁଛନ୍ତି। କୁହାଯାଇଛି ଯେ ଯଦି ଶସ୍ୟର ଅପଚୟ ବନ୍ଦ ହୋଇଯାଏ ତେବେ ଦୁନିଆରୁ କ୍ଷୁଧା ଦୂର ହୋଇପାରିବ, କାରଣ ବର୍ତ୍ତମାନ ବିଶ୍ବର ୭୮.୩ କୋଟି ଲୋକ ପ୍ରତିଦିନ ଭୋକର ସମ୍ମୁଖୀନ ହେଉଥିବାବେଳେ ଏକ ବିଲିୟନ ଲୋକଙ୍କ ଖାଦ୍ୟ ନଷ୍ଟ ହେଉଛି। ସୂଚନାନୁଯାୟୀ ପ୍ରତିବର୍ଷ ପ୍ରତ୍ୟେକ ବ୍ୟକ୍ତି ପ୍ରାୟ ୭୯ କିଲୋଗ୍ରାମ ଖାଦ୍ୟ ନଷ୍ଟ କରନ୍ତି, ଯାହା ପ୍ରତିଦିନ ବିଶ୍ୱରେ ଅତି କମ୍‌ରେ ଏକ ବିଲିୟନ ଲୋକଙ୍କ ଖାଦ୍ୟର ପ୍ଲେଟ ସହିତ ସମାନ। ଖାଦ୍ୟ ଅପଚୟ ହେଉଛି ଏକ ବିଶ୍ୱସ୍ତରୀୟ ଦୁଃଖଦ ଘଟଣା ଯାହାକୁ ରୋକିବା ଆବଶ୍ୟକ। ଏହି ସମସ୍ୟା କେବଳ ବିଶ୍ବ ଅର୍ଥନୀତିରେ ନକାରାତ୍ମକ ପ୍ରଭାବ ପକାଏ ନାହିଁ ବରଂ ଜଳବାୟୁ ପରିବର୍ତ୍ତନ ଏବଂ ଜୈବ ବିବିଧତା ନଷ୍ଟ ପାଇଁ ମଧ୍ୟ ଦାୟୀ।

  •  ପ୍ରଣତି ଆଚାର୍ଯ୍ୟ ମିଶ୍ର
    ମୋ: ୯୪୩୭୬୪୨୯୪୭

Enter your email to get our daily news in your inbox.

All Right Reserved By Dharitri.Com

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?