ଲଛିପୁର ଥାନା ସୋନପୁର କୋର୍ଟ ଅଧୀନରେ ରହୁ

ସୋନପୁର,୨୪।୧(ନି.ପ୍ର.)ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲା ସଦର ବ୍ଲକ ଲଛିପୁରରେ ଥିବା ଫାଣ୍ଡିକୁ ଉନ୍ନୀତ କରି ଥାନା କରିଛନ୍ତି। ତେବେ ନବଗଠିତ ଏହି ଥାନା ଅଞ୍ଚଳକୁ ସୋନପୁର କୋର୍ଟ ଅଧିନକୁ ଆଣିବା ପାଇଁ ଜିଲାର ବିଭିନ୍ନ ମହଲରେ ଦାବି ହେଉଛି। ସୋନପୁର ବ୍ଳକ ଅନ୍ତର୍ଗତ ଲଛିପୁର ପଞ୍ଚାୟତ ସଦର ମହକୁମା ସମେତ ଥାନା ଅଞ୍ଚଳରେ ଥିବା ରେଙ୍ଗାଲି, ଛକୋରମାଲ ଓ ଖଲିଆପାଲି ପଞ୍ଚାୟତ ସୋନପୁର ସଦର ବ୍ଲକ ଅଧିନରେ ରହିଛି। ଅଙ୍ଗନଦୀ ଅପରପାର୍ଶ୍ୱରେ ଏହି ଥାନା ଅଧିନରେ ଥିବା ମହଦା, ଜୁଲୁଣ୍ଡା ଓ କୁଇବାହାଲ ପଞ୍ଚାୟତ ବିନିକା ବ୍ଲକ ଅଧିନରେ ଅଛି। କିନ୍ତୁ ଏହି ଅଞ୍ଚଳବାସୀ ସୋନପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଅଧିନରେ ରହିଥିବା ବେଳେ ବର୍ତ୍ତମାନ ଥାନା ଅଞ୍ଚଳରେ ଥିବା ଏହି ସବୁ ପଞ୍ଚାୟତର ଜନସାଧାରଣ ଜିଲା ସଦର ମହକୁମା କାର୍ଯ୍ୟାଳୟ ଉପରେ ନିର୍ଭରଶୀଳ। ଲଛିପୁର, ରେଙ୍ଗାଲି, ଖଲିଆପାଲି ଓ ଛକୋରମାଲ ଆଦି ପଞ୍ଚାୟତଗୁଡିକ ସୋନପୁର ସଦର ବ୍ଲକ ଅଧିନରେ ଓ ତହସିଲ କାର୍ଯ୍ୟାଳୟ ମଧ୍ୟ ଜିଲା ସଦର ମହକୁମା ତହସିଲ ଅଧିନରେ ରହିଛି। ଫଳରେ ଏମାନେ ଉପଜିଲାପାଳ ତଥା ଜିଲାପାଳଙ୍କ କାର୍ଯ୍ୟାଳୟ ଉପରେ ନିର୍ଭରଶୀଳ ଥିବାରୁ ଏହି ଅଞ୍ଚଳରୁ ପ୍ରତ୍ୟହ ଶତାଧିକ ଜନସାଧାରଣ ଜିଲା ସଦର ମହକୁମାକୁ ଆସିଥାନ୍ତି। ମାତ୍ର ଲଛିପୁର ଥାନା ହେବା ପରେ ଏମାନେ କେବଳ ଆଇନ ଅଦାଲତ କାର୍ଯ୍ୟରେ ପୂର୍ବଭଳି ରାମପୁର ଅଦାଲତ ଉପରେ ନିର୍ଭର କରିବେ। ଲଛିପୁରରୁ ଜିଲା ସଦର ମହକୁମାକୁ ଖଲିଆପାଲି-ଲୁପୁରସିଂହା ଦେଇ ଏକ ଓସାରିଆ ରାସ୍ତା ରହିଥିବା ବେଳେ ଅନ୍ୟ ଏକ ରାସ୍ତା ସୋନପୁରରୁ ବିଶିମୁଣ୍ଡା-କେନ୍ଦୁମୁଣ୍ଡା-ତିଲେଇମାଳ ଦେଇ ରହିଛି। କିନ୍ତୁ କୌଣସି କୋର୍ଟ କାର୍ଯ୍ୟରେ ଏହି ଅଞ୍ଚଳର ଜନସାଧାରଣଙ୍କୁ ପୂର୍ବ ଭଳି ଗଜବନ୍ଧ-ବଡକର୍ଲେ-ପଣ୍ଡକିଟାଲ ଦେଇ ରାମପୁରକୁ ଯିବାକୁ ପଡିବ। କେବଳ କୋର୍ଟ କାର୍ଯ୍ୟରେ ଏହି ଅଞ୍ଚଳର ଜନସାଧାରଣ ରାମପୁର ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିବା ବେଳେ ଅନ୍ୟ ସମସ୍ତ କାର୍ଯ୍ୟରେ ସୋନପୁର ଉପରେ ନିର୍ଭରଶୀଳ। ଆହୁରି ଆଶ୍ଚର୍ଯ୍ୟର ବିଷୟ ହେଲା ରାମପୁର କୋର୍ଟରେ କୌଣସି ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର ନ ହେଲେ ତାଙ୍କୁ ପୁଣି ସୋନପୁର ସବ୍‌ଜେଲକୁ ଅଣାଯାଇଥାଏ। ତେଣୁ ଅଞ୍ଚଳର ଜନସାଧାରଣ ତଥା ମହକିଲମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲଛିପୁର ଥାନା ଅଞ୍ଚଳକୁ ସୋନପୁର କୋର୍ଟ ଅଧିନକୁ ଆଣିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?