Posted inଜାତୀୟ

ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୪।୧: ବାଗେଶ୍ୱର ଧାମର ପୀଠାଧୀଷ ଧୀରେନ୍ଦ୍ର ଶାସ୍ତ୍ରୀ ଆଜିକାଲି ବିବାଦ ଘେରରେ ରହିଛନ୍ତି। ସେ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରୁଥିବା ଏବଂ ନିଜକୁ ଚମତ୍କାର ବୋଲି କହୁଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ପୋଲିସରେ ଏକ ଅଭିଯୋଗ ମଧ୍ୟ ଦିଆଯାଇଛି। ଏବେ ତାଙ୍କୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସରେ ଏକ ମାମଲା ରୁଜୁ ହୋଇଛି।
ଧୀରେନ୍ଦ୍ରଙ୍କୁ ହତ୍ୟା ଧମକ ତାଙ୍କ ସମ୍ପର୍କୀୟ ଲୋକେଶ ଗର୍ଗଙ୍କ ଜରିଆରେ ଦିଆଯାଇଛି। ମଧ୍ୟପ୍ରଦେଶର ଛତ୍ରପୁରରେ ଧମକ ପାଇବା ନେଇ ଲୋକେଶ ଗର୍ଗ ଅଭିଯୋଗ କରିଛନ୍ତି। ଅମର ସିଂ ନାମକ ଜଣେ ବ୍ୟକ୍ତି ତାଙ୍କୁ ଫୋନ ମାଧ୍ୟମରେ ଧମକ ଦେଇଛନ୍ତି। ଜଣେ ଅଜ୍ଞାତ ବ୍ୟକ୍ତି ଫୋନରେ ଲୋକେଶଙ୍କୁ କହିଥିଲେ, ଆପଣଙ୍କ ପରିବାରର ୧୩ତମ ସଦସ୍ୟଙ୍କ ପାଇଁ ପ୍ରସ୍ତୁତି କରନ୍ତୁ। ଏହାସହ ଧୀରେନ୍ଦ୍ରଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା।
ଲୋକେଶଙ୍କୁ ଏହି ଧମକ ମିଳିବା ମାତ୍ରେ ସେ ସିଧାସଳଖ ପୋଲିସ ସହ ଯୋଗାଯୋଗ କରି ମାମଲା ରୁଜୁ କରିଥିଲେ। ମଧ୍ୟପ୍ରଦେଶର ଛତ୍ରପୁରର ବମିଥା ପୋଲିସ ଧାରା ୫୦୬ ଏବଂ ୫୦୭ ଅନୁଯାୟୀ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ବଜେଟ ବି ବିଗାଡ଼ି ଦେଲେ ମୋଦି ସରକାର

ନୂଆଦିଲ୍ଲୀ, ୬।୨: ଦେଶରେ ବଢୁଥିବା ମହଙ୍ଗା ସ୍ଥିତିକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଏସମ୍ପର୍କରେ କଂଗ୍ରେସ ପକ୍ଷରୁ ରାହୁଲ...

ସାଇବର ଆକ୍ରମଣକୁ ରୋକିବ ୯୭ ସୁରକ୍ଷା ଅନୁସନ୍ଧାନ ସଂଗଠନ ପ୍ୟାନେଲ…

ନୂଆଦିଲ୍ଲୀ, ୨୦।୮ : ଦେଶରେ ସାଇବର ଆକ୍ରମଣ ବୃଦ୍ଧି ପାଉଛି। କମ୍ପ୍ୟୁଟର ନେଟୱାର୍କିଂ ଏବଂ ମୋବାଇଲ ଫୋନରେ ଆକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଏକ...

୭ମାସ ପରେ ଖୋଲିଲା ସ୍କୁଲ

ଲକ୍ଷ୍ନୌ/ଚଣ୍ଡିଗଡ଼, ୧୯।୧୦: ଦୀର୍ଘ ୭ ମାସ ପରେ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ସୋମବାର ସ୍କୁଲ ଖୋଲିଛି। ସରକାରୀ ମାର୍ଗଦର୍ଶିକାକୁ ପାଳନ କରାଯାଇ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ...

ଆକ୍ସନ ମୁଡରେ ଚନ୍ନି: ପ୍ରସ୍ତୁତ ହେବ ଦୁର୍ନୀତିରେ ଫସି ରହିଥିବା ସରକାରୀ କର୍ମଚାରୀଙ୍କ ତାଲିକା

ଚଣ୍ଡିଗଡ଼,୩ ।୧୦: ପଞ୍ଜାବର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବେ ଆକ୍ସନ ମୁଡରେ । ଚନ୍ନି ଯେଉଁ ସରକାରୀ କର୍ମଚାରୀଙ୍କ ନାଁରେ ଦୁର୍ନୀତି...

ବିହାରରେ କରୋନା ମହାଦୁର୍ନୀତି

ପାଟନା, ୧୪ା୨: ଦେଶରେ ଫେବୃୟାରୀ ୧୩ ସୁଦ୍ଧା ୨୦ କୋଟି ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ କରୋନା ଟେଷ୍ଟ ସରିଥିବା ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌)...

ମସଜିଦ୍‌ରେ କୋଭିଡ଼ ସେଣ୍ଟର…

ଅହମଦାବାଦ,୨୦।୪: ଗୁଜରାଟରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଦିନ କୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ଆଉ ବେଡ୍‌ ଖାଲି...

ବିଗୁଲ ବଜାଇଲେ ମମତା: ନୀତୀଶ-ସୋରେନଙ୍କ ସହ ଲଢ଼ିବେ ୨୦୨୪ ନିର୍ବାଚନ

କୋଲକାତା,୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ନେତା ମମତା ବାନାର୍ଜୀ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏବେଠାରୁ ବିଗୁଲ ବଜାଇଛନ୍ତି। ଆଗାମୀ ଲୋକ ସଭା...

ଦିଲ୍ଲୀରୁ ଆସିଲା ଖୁସି ଖବର: ୭୩ ଦିନ ମଧ୍ୟରେ ମାଗଣାରେ ମିଳିବ କରୋନା ଟୀକା

ନୂଆଦିଲ୍ଲୀ, ୨୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହା ସରକାରଙ୍କ ପାଇଁ ଚିନ୍ତାର...

Advertisement
Archives

Model This Week