‘ଶ୍ରମିକମାନେ ନିଜର ଅଧିକାର ଜାହିର କରିବା ଦରକାର’

ବଲାଙ୍ଗୀର ଅଫିସ,୧ା୫: ବଲାଙ୍ଗୀର ଜିଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ମିଥିଳା ମାଝି ମଞ୍ଚାସୀନ ଥିଲେ। ଶ୍ରମିକ ସମସ୍ୟାର ସମାଧାନ ଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଭାରେ ଆଲୋଚନା ହୋଇଥିଲା। ସଚେତନ ହୋଇ ଶ୍ରମିକମାନେ ନିଜର ଅଧିକାର ଜାହିର କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଜିଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲା ଆଇନ ସେବା ପ୍ରାଧିକରଣର ପାରାଲିଗାଲ ସ୍ବେଚ୍ଛାସେବୀ ବିଦୁଲତା ଖମାରୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଶ୍ରମ ନିରୀକ୍ଷକ ନିରଞ୍ଜନ ଭୂୟାଁ ଓ ଅନ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୨୦୦ ଜଣଙ୍କୁ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଶ୍ରମ କାର୍ଡ, ୩୦ ଜଣ ଖବରକାଗଜ ବିତରକଙ୍କୁ ପରିଚୟପତ୍ର, ୮୫ ଜଣ ଶ୍ରମିକଙ୍କୁ ସାମାଜିକ ନିରାପତ୍ତା କାର୍ଡ ବଣ୍ଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବାଇକ୍‌ କିଣିବାକୁ ଯାଇଥିଲେ ଅଜା ନାତି , ଶୋ’ରୁମ୍‌ ଆଗରୁ ଦେଢ଼ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଜଳେଶ୍ୱର,୩୦।୧୨(ଡି.ଏନ୍‌.ଏ.): ଅଜା ନାତି ନୂଆ ବାଇକ କିଣିବାକୁ ଶୋ’ରୁମକୁ ଯାଇଥିଲେ। ବାଇକ ଦେଖୁଥିବା ବେଳେ ଗାଡି ଡିକି ଭାଙ୍ଗି ଦେଢ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।...

ସୋରଡ଼ା ଆସିବେ ଲୋକ ସେବା ଆୟୋଗର ଚୟନକୃତ ୫ ଶିକ୍ଷାନିବେଶ

ସୋରଡ଼ା,୧୨ା୧୧(ଡି.ଏନ୍‌.ଏ.): ଭାରତୀୟ ଲୋକ ସେବା ଆୟୋଗର ଚୟନ କୃତ ୫ ଶିକ୍ଷାନିବେଶ ସୋମବାର ସୋରଡ଼ାରେ ପହଞ୍ଚିବେ। ଏଥିପାଇଁ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ପ୍ରଶାସନ ପକ୍ଷରୁ...

ଭଙ୍ଗା ଆଜବେଷ୍ଟସ ତଳେ ଛାତ୍ରୀଛାତ୍ର

ବଇଣ୍ଡା,୩ା୩(ଡି.ଏନ.ଏ.): କୋଭିଡ୍‌ କାରଣରୁ ୨ ବର୍ଷ ବନ୍ଦ ରହିଲା ପ୍ରାଥମିକ ବିଦ୍ୟାଳୟ। ହେଲେ ଅବ୍ୟବସ୍ଥିତ ଭିତ୍ତିଭୂମିରେ ପରିବର୍ତ୍ତନ କଲେନି ରାଜ୍ୟ ସରକାର। ଫଳରେ ଦୀର୍ଘଦିନ ପରେ ସ୍କୁଲକୁ...

ସ୍ବାର୍ଥରକ୍ଷା ପାଇଁ ସୁରକ୍ଷା

ଅନୁଗୋଳ ଅଫିସ, ୭।୧୨: ଅନେକ ସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମରାଯାଉଛି। ମୋବାଇଲ ଛଡ଼ାଇ ଭାଙ୍ଗି ଦିଆଯାଉଛି। ଆକ୍ରୋଶ ମନୋଭାବ ରଖି ହଇରାଣ କରାଯାଉଛି। ଦଲାଲଙ୍କ...

ଖୋଲିବ କ୍ରୀଡ଼ାବିତ୍‌ଙ୍କ ଭାଗ୍ୟ

କାମାକ୍ଷାନଗର, ୧୮।୩ (ଡି.ଏନ.ଏ.):  ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କ ପେଣ୍ଠସ୍ଥଳ ଓଡ଼ିଶାର ଗ୍ରାମାଞ୍ଚଳ। ହେଲେ ସମସ୍ତଙ୍କୁ ମିଳୁନି ପ୍ରତିଭା ପ୍ରଦର୍ଶନର ସୁଯୋଗ। ଲୋକଲୋଚନକୁ ଆସି ନ ପାରି ଲୁଚି...

ଆଜିର ଶିଶୁ କାଲିର ଭବିଷ୍ୟତ

ବ୍ରହ୍ମପୁର ଅଫିସ୍‌,୧୫।୧୧: ଗଜପତି ନଗରସ୍ଥିତ ଏକ୍ସ-ଜେନ୍‌ କଲେଜ ଅଫ୍‌ ଭିଜୁଆଲ୍‌ ଆର୍ଟଠାରେ ଶୁକ୍ରବାର ଦ୍ୱିତୀୟ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିଜୟ ଅମୃତା...

ଅନୁଗୋଳରେ ସ୍ବାଧୀନତା ଦିବସ : ପତାକା ଉତ୍ତୋଳନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଅନୁଗୋଳ ଅଫିସ,୧୫।୮: ଅନୁଗୋଳ ଷ୍ଟାଡିୟମରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ...

ରାସ୍ତାକଡ଼ରୁ ପେଟିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ, ୨୨।୬:  ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ତ୍ରିଶଳପୁର ଦାଣ୍ଡବାସୁଳି ମନ୍ଦିର ନିକଟରୁ ଶନିବାର ପୂର୍ବାହ୍ନରେ ଏକ ପେଟି ଭିତରୁ ନବଜାତ...

Advertisement
Archives

Model This Week