ଶ୍ରମ ସଂହିତା: ଶ୍ରମିକଙ୍କ ପାଇଁ ମୃତ୍ୟୁଘଣ୍ଟି

ନଭେମ୍ବର ୨୧ ତାରିଖରେ କେନ୍ଦ୍ର ସରକାର ଦେଶରେ ଚାରୋଟି ନୂଆ ଶ୍ରମ ସଂହିତା (ଲେବର କୋଡ୍‌) ଲାଗୁ କରିଛନ୍ତି। କୋଭିଡ୍‌ ସମୟରେ ଯେତେବେଳେ ଦେଶରେ ସମସ୍ତ ପ୍ରକାର ରାଜନୈତିକ କାର୍ଯ୍ୟକଳାପ ବନ୍ଦ ଥିଲା ଏବଂ ସଂସଦରେ ବିରୋଧୀ ଦଳ ଅନୁପସ୍ଥିତ ଥିଲେ, ତା’ରି ସୁଯୋଗରେ ସରକାର ତରବରିଆ ଭାବେ ଏହି ଚାରୋଟି ଶ୍ରମ ସଂହିତାକୁ ଗୃହୀତ କରାଇଥିଲେ। ତେବେ ଶ୍ରମିକ ସଂଗଠନମାନଙ୍କ ବିରୋଧ ତଥା ଅନୁକୂଳ ରାଜନୈତିକ ପରିସ୍ଥିତି ଅଭାବରୁ ତା’କୁ ଏଯାଏ ଲାଗୁ କରିପାରୁ ନଥିଲେ। ସମ୍ଭବତଃ ବିହାର ନିର୍ବାଚନରେ ଆଶାତୀତ ସଫଳତା ପାଇବା ପରେ ମୋଦି ସରକାର ଏହାକୁ ପ୍ରକୃଷ୍ଟ ସମୟ ବୋଲି ଭାବି ଦୀର୍ଘ ଚାରିବର୍ଷର ବ୍ୟବଧାନ ପରେ ତା’କୁ ଲାଗୁ କରିବାକୁ ସାହସ କରିଛନ୍ତି।
ବ୍ରିଟିଶ୍‌ ଶାସନ କାଳରୁ ଏଯାଏ ଦେଶର ଶ୍ରମିକ ଶ୍ରେଣୀର ଦୀର୍ଘ ସଂଗ୍ରାମ ଓ ବଳିଦାନ ଫଳରେ ଅର୍ଜିତ ୨୯ଟି କଷ୍ଟଲବ୍ଧ ଶ୍ରମ ଆଇନକୁ ସମାପ୍ତ କରି ଚାରୋଟି ଶ୍ରମ ସଂହିତା ପ୍ରଣୟନ କରାଯାଇଛି। ପ୍ରଥମଟି ହେଲା, ମଜୁରି ସଂହିତା। ଏହା ମାଧ୍ୟମରେ ଶ୍ରମିକଙ୍କୁ ନୂ୍ୟନତମ ମଜୁରି ନ ଦେବା ପାଇଁ ମାଲିକଙ୍କୁ ବିଭିନ୍ନ ରାସ୍ତା ଦେଖାଯାଇଛି। ପୂର୍ବରୁ ରହିଥିବା ଆଠଘଣ୍ଟିଆ ଶ୍ରମ ଦିବସ ବଦଳରେ ଏବେ ୮ ଘଣ୍ଟାରୁ ଅଧିକ କାମ କରାଇବା ପାଇଁ ଆଇନଗତ ରାସ୍ତା ଖୋଲିଦିଆଯାଇଛି। ସେଥିପାଇଁ ଓଭର ଟାଇମ୍‌ ପଇସା ଦେବା ଆଉ ବାଧ୍ୟତାମୂଳକ ନୁହେଁ। ଦ୍ୱିତୀୟଟି ହେଉଛି ବ୍ୟବସାୟିକ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟସ୍ଥଳ ସ୍ଥିତି ସଂହିତା। ଏଥିରେ ଅସଂଗଠିତ ଶ୍ରମିକଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଦେଶର ଶ୍ରମିକ ଶ୍ରେଣୀର ବଡ଼ ଅଂଶଟି ଏଥିରୁ ବାହାରେ ରହିବେ। ଏହା ଶ୍ରମିକଙ୍କୁ ମାନବିକ କାର୍ଯ୍ୟସ୍ଥଳ ନ ଦେଇ ରଖିପାରିବାକୁ ମାଲିକଙ୍କୁ ସୁଯୋଗ ଦେଉଛି।
ତୃତୀୟଟି ହେଲା, ସାମାଜିକ ସୁରକ୍ଷା ଏବଂ ପେସାଗତ ସୁରକ୍ଷା ସଂହିତା। ଇଏସ୍‌ଆଇ, ପିଏଫ୍‌, ଗ୍ରାଚୁଇଟି, ପେନ୍‌ସନ, ମାତୃତ୍ୱ ସୁବିଧା ଇତ୍ୟାଦିକୁ ନିଶ୍ଚିତ କରିବା ଆଉ ସରକାର କିମ୍ବା ମାଲିକଙ୍କ ଦାୟିତ୍ୱ ନୁହେଁ। ଏହା କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୋଟିଫିକେଶନ ଉପରେ ନିର୍ଭର କରିବ। ଚତୁର୍ଥଟି ହେଲା, ଔଦ୍ୟୋଗିକ ସମ୍ପର୍କ ସଂହିତା। ଏଥିରେ ପୂର୍ବର ଶ୍ରମ ଆଇନଗୁଡ଼ିକୁ ତଥା ଶ୍ରମିକଙ୍କ ଅଧିକାରକୁ ଦୁର୍ବଳ କରାଯିବା ସହିତ ଅଧିକରୁ ଅଧିକ ଶ୍ରମିକଙ୍କୁ ଶ୍ରମ ଆଇନର ପରିଧିରୁ ବାହାରେ ରଖିବାକୁ ଚେଷ୍ଟା କରାଯାଇଛି। ଶ୍ରମ ବିଭାଗକୁ ଏକରକମ ଦନ୍ତହୀନ କରି ଶ୍ରମିକମାନଙ୍କ ଅବାଧ ଶୋଷଣ ପାଇଁ ମାଲିକଙ୍କୁ ଅଖଣ୍ଡ ଅଧିକାର ପ୍ରଦାନ କରାଯଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସରକାର ଶ୍ରମ ସଂସ୍କାର ନଁାରେ ଏତେବଡ଼ ପଦକ୍ଷେପ ନେବା ପୂର୍ବରୁ ଏହାର ସମସ୍ତ ପ୍ରଭାବିତ ପକ୍ଷଙ୍କୁ ବିଶ୍ୱାସକୁ ନେଇନାହାନ୍ତି। ବିଶେଷକରି ଦେଶର ଅନେକ କୋଟି ଶ୍ରମିକ ଓ ସେମାନଙ୍କ ସଂଗଠନମାନଙ୍କ ମତାମତ ନେବାକୁ ଉଚିତ ମନେକରିନାହାନ୍ତି। ଏପରିକି ଶ୍ରମ କୋଡ୍‌ ବିରୋଧରେ ଯେତେସବୁ ଆପତ୍ତି ଓ ଅଭିଯୋଗ ଆସିଥିଲା, ସେସବୁକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ସରକାର ଏହାକୁ ପ୍ରସ୍ତୁତ କରିଛନ୍ତି। ଶ୍ରମିକ ସଙ୍ଗଠନ ବିଏମ୍‌ଏସ୍‌କୁ ଛାଡ଼ିଦେଲେ ଦେଶର ବାକି ସମସ୍ତ ଶ୍ରମିକ ସଙ୍ଗଠନ ଏହାର ତୀବ୍ର ବିରୋଧ କରିଆସୁଛନ୍ତି। ଅତୀତରେ ଏହା ବିରୋଧରେ ଶ୍ରମିକମାନଙ୍କ ତିନି ତିନି ଥର ସର୍ବଭାରତୀୟ ଧର୍ମଘଟ ଆୟୋଜିତ ହୋଇଛି। ତେବେ ସରକାର କାହାରି କଥାରେ ଓ ସ୍ବାର୍ଥରେ ଏହି ତଥାକଥିତ ଶ୍ରମ ସଂସ୍କାର କରିବାକୁ ଯାଉଛନ୍ତି? ଶ୍ରମିକ ଶ୍ରେଣୀର ସ୍ବାର୍ଥରେ ତ ବିଲ୍‌କୁଲ୍‌ ନୁହେଁ, ବରଂ କର୍ପୋରେଟ୍‌ ଶ୍ରେଣୀର ସ୍ବାର୍ଥରେ ଏହି ସଂସ୍କାର ହେବାକୁ ଯାଉଛି। ସେଇଥିପାଇଁ ହିଁ ‘ବ୍ୟବସାୟ ପାଇଁ ଅନୁକୂଳ ବାତାବରଣ ତିଆରି କରିବା’ ଚାରୋଟି ଶ୍ରମ କୋଡ୍‌ ଆଣିବାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ସରକାର ଅତୀତରେ ସ୍ବୀକାର ମଧ୍ୟ କରିଛନ୍ତି।
ଏହା ସତ ଯେ ଦେଶରେ ପୂର୍ବରୁ ଥିବା ଶ୍ରମ ଆଇନଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନଥିଲା। ସେସବୁ ଆଇନରେ ରହିଥିବା ଅଧିକାରଗୁଡ଼ିକୁ ପାଇବାକୁ ଦେଶର ଶ୍ରମିକ ଶ୍ରେଣୀକୁ ସଂଘର୍ଷ କରିବାକୁ ପଡ଼ୁଥିଲା। କିନ୍ତୁ ସେସବୁ ଆଇନର ଏକାଧିକ ସୀମାବଦ୍ଧତା ସତ୍ତ୍ୱେ ତାହା ଶ୍ରମିକଙ୍କ ହାତରେ ଏକ ଆଇନଗତ ହତିଆର ଭାବେ ରହିଥିଲା। ଶ୍ରମିକଙ୍କୁ ଅନେକ ମାତ୍ରାରେ ସୁରକ୍ଷା ଦେଇଆସୁଥିଲା। ସେଥିରେ ଶ୍ରମିକଙ୍କ ମଜୁରି ବା ଦରମା, କାମର ସମୟ, ସାମାଜିକ ସୁରକ୍ଷା, ଶିଳ୍ପ ପରିସରରେ ଶ୍ରମିକଙ୍କ ସୁରକ୍ଷା, ନିରୀକ୍ଷଣ ଏବଂ ତାଙ୍କ ଦାବି ଓ ଅଧିକାର ପାଇଁ ଆଲୋଚନା କରିବାର ସୁଯୋଗ ଥିଲା। କିନ୍ତୁ ସେଇ ସମସ୍ୟା ବା ସୀମାବଦ୍ଧତାଗୁଡ଼ିକ ସୁଧାରିବା ପରିବର୍ତ୍ତେ କେନ୍ଦ୍ର ସରକାର ଯେଉଁ ଶ୍ରମ ସଂହିତା ଆଣିଛନ୍ତି, ତାହା ଶ୍ରମ ଆଇନକୁ ଅଧିକ ଦୁର୍ବଳ କରିଦେଇଛି। ପୂର୍ବର ଆଇନରେ ଯେଉଁ ଅଧିକାରଗୁଡ଼ିକ ଶ୍ରମିକମାନଙ୍କୁ ପ୍ରଦାନ କରାଯାଇଥିଲା, ସେଗୁଡ଼ିକ ନୂଆ କୋଡ୍‌ରେ ଛଡ଼େଇ ନିଆଯାଇଛି।
ନୂଆ ଶ୍ରମ ସଂହିତା ଫଳରେ ଶିଳ୍ପରେ ପୁଞ୍ଜିନିବେଶ ବଢ଼ିବ ଏବଂ ଚାକିରି ସୃଷ୍ଟି ହେବ ବୋଲି ସରକାରଙ୍କ ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ। ସେହିପରି ଶ୍ରମିକମାନେ ଏଣିକି ସର୍ବନିମ୍ନ ମଜୁରି, ନିୟମିତ ମଜୁରି ଓ ନିଯୁକ୍ତିପତ୍ର ପାଇବେ ବୋଲି ସରକାର ଯେଉଁ ଦାବି କରୁଛନ୍ତି, ସେସବୁ ପୂର୍ବର ଆଇନରେ ସ୍ପଷ୍ଟ ଭାବେ ରହିଥିଲା। ଅସଲ କଥା ହେଉଛି, ସେସବୁର କାର୍ଯ୍ୟକାରିତା। ଶ୍ରମ ଅଧିକାରର ଉଲ୍ଲଂଘନ ହେଉଛି ନା ନାହିଁ କିମ୍ବା କାରଖାନାରେ ସୁରକ୍ଷା ବ୍ୟବସ୍ଥା ଠିକ୍‌ ଅଛି ନା ନାହିଁ, ଏଣିକି ଶ୍ରମ ବିଭାଗର ଅଧିକାରୀମାନେ ଆଉ ଚଢ଼ାଉ କିମ୍ବା ନିରୀକ୍ଷଣ କରିପାରିବେ ନାହିଁ। ଏଥିପାଇଁ କେବଳ କମ୍ପାନୀ ପକ୍ଷରୁ ନିଜସ୍ବ ଘୋଷଣାପତ୍ର ଦିଆଯିବ। ଶ୍ରମ ନିରୀକ୍ଷକମାନେ କେବଳ ସହାୟକ ଭୂମିକା ଗ୍ରହଣ କରିବେ।
ଶ୍ରମ ସଂହିତାର ଅସଲ ଲକ୍ଷ୍ୟ ହେଲା ପୁଞ୍ଜିର ଆକ୍ରମଣ ସାମ୍ନାରେ ଶ୍ରମିକମାନଙ୍କୁ ନିରସ୍ତ୍ର କରିଦେବା। ସେଥିପାଇଁ ଶ୍ରମ ସଂହିତା ଦ୍ୱାରା ଶ୍ରମିକ ସୁରକ୍ଷା ବ୍ୟବସ୍ଥା, ଶ୍ରମିକଙ୍କୁ ଧର୍ମଘଟ କରିବା ଏବଂ ଦାବି ପାଇଁ ଆଲୋଚନା କରିବା ଅଧିକାରକୁ ଶେଷ କରିଦିଆଯାଇଛି। ଠିକା ଶ୍ରମିକଙ୍କ ସ୍ବାର୍ଥରକ୍ଷା ପାଇଁ ପୂର୍ବରୁ ରହିଥିବା ଠିକା ଶ୍ରମିକ ଉନ୍ମୁଳନ ଆଇନକୁ ହଟାଇ ଠିକା ପ୍ରଥାକୁ ଆଇନଗତ ମାନ୍ୟତା ଦିଆଯାଇଛି। ଶ୍ରମ ସଂହିତା ଜରିଆରେ ସରକାର ମାଲିକମାନଙ୍କୁ ଶ୍ରମିକଙ୍କ ନିଯୁକ୍ତି ଓ ସୁରକ୍ଷା ଉପରୁ ସମସ୍ତ ଦାୟିତ୍ୱରୁ ମୁକ୍ତ କରିଦେଇଛନ୍ତି। ସେମାନଙ୍କୁ ‘ହାୟର ଆଣ୍ଡ୍‌ ଫାୟାର୍‌’ ଅର୍ଥାତ୍‌ ଯେତେବେଳେ ଇଚ୍ଛା ନିଯୁକ୍ତ କରିବାକୁ ଓ ଯେତେବେଳେ ଇଚ୍ଛା କାମରୁ ବାହାର କରିବାକୁ ଅଧିକାର ପ୍ରଦାନ କରିଛନ୍ତି। ଏଣିକି ୪୦ ଶ୍ରମିକରୁ କମ୍‌ କାମ କରୁଥିବା କାରଖାନାକୁ ଦୋକାନ ବୋଲି ଧରାଯିବ ଏବଂ ଅଧିକାଂଶ ରାଜ୍ୟରେ ସେସବୁରେ ୧୨ ଘଣ୍ଟିଆ ଶ୍ରମ ଦିବସ ଲାଗୁ ହୋଇସାରିଛି। ପୂର୍ବରୁ ୧୦୦ ବା ତଦୂର୍ଦ୍ଧ୍ୱ ଶ୍ରମିକ ଥିବା ଶିଳ୍ପରେ ଶ୍ରମିକଙ୍କୁ ଛଟେଇ କରିବାକୁ ହେଲେ ସରକାରୀ ଅନୁମତି ଦରକାର ପଡ଼ୁଥିବା ବେଳେ ବର୍ତ୍ତମାନ ସେହି ସଂଖ୍ୟାକୁ ୩୦୦କୁ ବୃଦ୍ଧି କରିଛନ୍ତି। ଅର୍ଥାତ୍‌ ୩୦୦ ପର୍ଯ୍ୟନ୍ତ ଶ୍ରମିକ ଥିବା କାରଖାନାରେ ଲେ-ଅଫ୍‌ କିମ୍ବା ଛଟେଇ ପାଇଁ ଆଉ ସରକାରୀ ଅନୁମତି ଦରକାର ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ଦେଶର ପ୍ରାୟ ୮୬% କାରଖାନାରେ ୩୦୦ରୁ କମ୍‌ ଶ୍ରମିକ କାମ କରୁଛନ୍ତି। ଅର୍ଥାତ୍‌ ୮୬% କାରଖାନାର ଶ୍ରମିକ ସେମାନଙ୍କ ଶ୍ରମ ଅଧିକାରରୁ ବଞ୍ଚତ୍ତ ହୋଇ ମାଲିକଙ୍କ ଦୟାରେ କାମ କରିବେ। ଅଧିକରୁ ଅଧିକ ଶ୍ରମିକଙ୍କୁ ୟୁନିୟନ କରିବାରୁ ବଞ୍ଚତ୍ତ କରିବା ପାଇଁ ଶ୍ରମିକମାନଙ୍କ ୟୁନିୟନ୍‌ ଗଠନ ପ୍ରକ୍ରିୟାକୁ ଅଧିକ ଜଟିଳ କରିଦିଆଯାଇଛି। ଏଣିକି ଶ୍ରମିକମାନେ ୬୦ ଦିନର ଆଗୁଆ ନୋଟିସ୍‌ ବିନା ଧର୍ମଘଟରେ ଯାଇପାରିବେ ନାହିଁ।
ସରକାରଙ୍କ ଶ୍ରମ ସଂହିତା ହେଉଛି ଦେଶର ଶ୍ରମିକ ଶ୍ରେଣୀ ପାଇଁ ମୃତ୍ୟୁଘଣ୍ଟି। ଏହା ଜରିଆରେ ସରକାର ଦେଶୀ ବିଦେଶୀ ପୁଞ୍ଜିପତ୍ତି ଗୋଷ୍ଠୀଙ୍କୁ ଶ୍ରମିକମାନଙ୍କ ଅବାଧ ଶ୍ରମ ଲୁଟ୍‌ ଏବଂ ଅତ୍ୟାଚାର କରିବା ପାଇଁ ଏକଚାଟିଆ ଅଧିକାର ଦେଇଛନ୍ତି। ବେପାର ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ନଁାରେ ଶ୍ରମିକ ଶ୍ରେଣୀକୁ ସମ୍ପୂର୍ଣ୍ଣ ଅଧିକାରହୀନ କରି ପୁଞ୍ଜିପତ୍ତିଙ୍କ ସୁପର ଲୁଟ୍‌ ପାଇଁ ପରିବେଶ ସୃଷ୍ଟି କରିବାକୁ ଏହା ଅଭିପ୍ରେତ ।

ଭାଲଚନ୍ଦ୍ର ଷଡ଼ଙ୍ଗୀ
ମୋ: ୯୪୩୭୧୬୬୩୯୧

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?