Posted inଫୁରସତ

ଲା ନିନା: ୨୦୨୩ରେ ୧ ଟ୍ରିଲିୟନ ଡଲାର କ୍ଷତି ସହିବ ବିଶ୍ୱ

ଲଣ୍ଡନ: ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ବଢ଼ିବାରେ ଲାଗିଛି। ବନ୍ୟାରେ ପାକିସ୍ତାନ ସ୍ଥିତି ଶୋଚନୀୟ ହୋଇପଡ଼ିଥିବାବେଳେ ପଶ୍ଚିମ ଆମେରିକାରେ ଗ୍ରୀଷ୍ମ ପ୍ରବାହ ଏବଂ ବନାଗ୍ନି ମାତ୍ରା ବୃଦ୍ଧି ପାଇଛି। ସେହିପରି ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆରେ ଆବଶ୍ୟକତାଠାରୁ ଅଧିକ ବର୍ଷା ସାଙ୍ଗକୁ ବ୍ରାଜିଲ୍‌ ଓ ଆର୍ଜେଣ୍ଟିନାରେ ମରୁଡ଼ି ଲୋକଙ୍କୁ କଲବଲ କରିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ ପାଣିପାଗ ଉପରେ ପଡ଼ିଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି। ୨୦୨୦ରୁ ବିଶ୍ୱରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟର ମୁଖ୍ୟ କାରଣ ଲା ନିନାକୁ ଦିଆଯାଇଛି। ଲା ନିନା ଯୋଗୁ ଆଉ ଗୋଟିଏ ବର୍ଷ ଅର୍ଥାତ୍‌ ୨୦୨୩ ପର୍ଯ୍ୟନ୍ତ ବିଶ୍ୱବାସୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ। ବନ୍ୟା, ଜଙ୍ଗଲପୋଡ଼ି, ମରୁଡ଼ି ଦ୍ୱାରା ବହୁ ଘର ସାଙ୍ଗକୁ ଫସଲ ନଷ୍ଟ ହେବ। ଏହାସହ ବହୁ ଧନ ଓ ଜୀବନ କ୍ଷତିଗ୍ରସ୍ତ ହେବାର ଆଶଙ୍କାଙ୍କୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଲା ନିନା ଦ୍ୱାରା ଓସେନ୍‌ ସାଇକେଲ୍‌ରେ ମଧ୍ୟ ବିରାଟ ପରିବର୍ତ୍ତନ ଘଟିବା ସହ ପାଣିପାଗରେ ମଧ୍ୟ ଏହାର ପ୍ରଭାବ ଖୁବ୍‌ ଅଧିକ।
୧୯୯୮ରୁ ୨୦୦୧ ମଧ୍ୟରେ ଶେଷଥର ପାଇଁ ୩ଟି ଲା ନିନା ଅନୁଭୂତ ହୋଇଥିବାବେଳେ ଏହାପୂର୍ବରୁ ୧୯୭୩-୭୬ରେ ଲା ନିନା ପ୍ରଭାବ ଦେଖିବାକୁ ମିଳିଥିବା ଆମେରିକାର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିପର୍ଯ୍ୟୟର ବେଗ ଅତି ପ୍ରଖର ହୋଇଥିବାବେଳେ ଏହାକୁ ହିସାବ କରିବା କଠିନ ବୋଲି ବିଶେଷଜ୍ଞ କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୨୦୨୦ରେ ବିଶ୍ୱରେ ୨୬୮ ବିଲିୟନ୍‌ ଡଲାର ସମ୍ପତ୍ତି ନଷ୍ଟ ହୋଇଥିବାବେଳେ ୨୦୨୧ରେ ଏହାର ପରିମାଣ ଥିଲା ୩୨୯ ବିଲିୟନ୍‌ ଡଲାର। ତେବେ ଏ ପ୍ରକାର ସ୍ଥିତି ବଜାୟ ରହିଲେ ୨୦୨୩ରେ ବିଶ୍ୱକୁ ୧ ଟ୍ରିଲିୟନ୍‌ ଡଲାର କ୍ଷତି ସହିବାକୁ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଲା ନିନା ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ଏହାର ପ୍ରମୁଖ କାରଣ ବୋଲି କୁହାଯାଇପାରିବ।

ଲା ନିନା କ’ଣ

ଏହା ହେଉଛି ଏକ ପ୍ରତିସାଗରୀୟ ଧାରା। ଏହାର ଆବିର୍ଭାବ ପଶ୍ଚିମ ମହାସାରୀୟ କ୍ଷେତ୍ରରେ ସେତେବେଳେ ହୋଇଥିଲା ଯେତେବେଳେ ପୂର୍ବ ପ୍ରଶାନ୍ତ ସାଗର କ୍ଷେତ୍ରରେ ଏଲ୍‌ ନିନୋ ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଯାଇଥିଲା। ଏଲ୍‌ ନିନୋର ବିପରୀତ ଧର୍ମୀ ହେଉଛି ଲା ନିନା। ଏଲ୍‌ ନିନୋ ପଶ୍ଚିମ ମହାସାଗରୀୟ ଅଞ୍ଚଳରେ ସୁଖିଲା ଜଳବାୟୁ ଉତ୍ପନ୍ନ କରିଥିବାବେଳେ ଲା ନିନା ତାକୁ ଆର୍ଦ୍ର ଜଳାବାୟୁରେ ପରିଣତ କରିଦିଏ। ସ୍ପେନ୍‌ ଭାଷାରେ ଲା ନିନାର ଅର୍ଥ ଛୋଟ ଝିଅ।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri