Posted inଫୁରସତ

ଲା ନିନା: ୨୦୨୩ରେ ୧ ଟ୍ରିଲିୟନ ଡଲାର କ୍ଷତି ସହିବ ବିଶ୍ୱ

ଲଣ୍ଡନ: ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ବଢ଼ିବାରେ ଲାଗିଛି। ବନ୍ୟାରେ ପାକିସ୍ତାନ ସ୍ଥିତି ଶୋଚନୀୟ ହୋଇପଡ଼ିଥିବାବେଳେ ପଶ୍ଚିମ ଆମେରିକାରେ ଗ୍ରୀଷ୍ମ ପ୍ରବାହ ଏବଂ ବନାଗ୍ନି ମାତ୍ରା ବୃଦ୍ଧି ପାଇଛି। ସେହିପରି ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆରେ ଆବଶ୍ୟକତାଠାରୁ ଅଧିକ ବର୍ଷା ସାଙ୍ଗକୁ ବ୍ରାଜିଲ୍‌ ଓ ଆର୍ଜେଣ୍ଟିନାରେ ମରୁଡ଼ି ଲୋକଙ୍କୁ କଲବଲ କରିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ ପାଣିପାଗ ଉପରେ ପଡ଼ିଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି। ୨୦୨୦ରୁ ବିଶ୍ୱରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟର ମୁଖ୍ୟ କାରଣ ଲା ନିନାକୁ ଦିଆଯାଇଛି। ଲା ନିନା ଯୋଗୁ ଆଉ ଗୋଟିଏ ବର୍ଷ ଅର୍ଥାତ୍‌ ୨୦୨୩ ପର୍ଯ୍ୟନ୍ତ ବିଶ୍ୱବାସୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ। ବନ୍ୟା, ଜଙ୍ଗଲପୋଡ଼ି, ମରୁଡ଼ି ଦ୍ୱାରା ବହୁ ଘର ସାଙ୍ଗକୁ ଫସଲ ନଷ୍ଟ ହେବ। ଏହାସହ ବହୁ ଧନ ଓ ଜୀବନ କ୍ଷତିଗ୍ରସ୍ତ ହେବାର ଆଶଙ୍କାଙ୍କୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଲା ନିନା ଦ୍ୱାରା ଓସେନ୍‌ ସାଇକେଲ୍‌ରେ ମଧ୍ୟ ବିରାଟ ପରିବର୍ତ୍ତନ ଘଟିବା ସହ ପାଣିପାଗରେ ମଧ୍ୟ ଏହାର ପ୍ରଭାବ ଖୁବ୍‌ ଅଧିକ।
୧୯୯୮ରୁ ୨୦୦୧ ମଧ୍ୟରେ ଶେଷଥର ପାଇଁ ୩ଟି ଲା ନିନା ଅନୁଭୂତ ହୋଇଥିବାବେଳେ ଏହାପୂର୍ବରୁ ୧୯୭୩-୭୬ରେ ଲା ନିନା ପ୍ରଭାବ ଦେଖିବାକୁ ମିଳିଥିବା ଆମେରିକାର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିପର୍ଯ୍ୟୟର ବେଗ ଅତି ପ୍ରଖର ହୋଇଥିବାବେଳେ ଏହାକୁ ହିସାବ କରିବା କଠିନ ବୋଲି ବିଶେଷଜ୍ଞ କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୨୦୨୦ରେ ବିଶ୍ୱରେ ୨୬୮ ବିଲିୟନ୍‌ ଡଲାର ସମ୍ପତ୍ତି ନଷ୍ଟ ହୋଇଥିବାବେଳେ ୨୦୨୧ରେ ଏହାର ପରିମାଣ ଥିଲା ୩୨୯ ବିଲିୟନ୍‌ ଡଲାର। ତେବେ ଏ ପ୍ରକାର ସ୍ଥିତି ବଜାୟ ରହିଲେ ୨୦୨୩ରେ ବିଶ୍ୱକୁ ୧ ଟ୍ରିଲିୟନ୍‌ ଡଲାର କ୍ଷତି ସହିବାକୁ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଲା ନିନା ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ଏହାର ପ୍ରମୁଖ କାରଣ ବୋଲି କୁହାଯାଇପାରିବ।

ଲା ନିନା କ’ଣ

ଏହା ହେଉଛି ଏକ ପ୍ରତିସାଗରୀୟ ଧାରା। ଏହାର ଆବିର୍ଭାବ ପଶ୍ଚିମ ମହାସାରୀୟ କ୍ଷେତ୍ରରେ ସେତେବେଳେ ହୋଇଥିଲା ଯେତେବେଳେ ପୂର୍ବ ପ୍ରଶାନ୍ତ ସାଗର କ୍ଷେତ୍ରରେ ଏଲ୍‌ ନିନୋ ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଯାଇଥିଲା। ଏଲ୍‌ ନିନୋର ବିପରୀତ ଧର୍ମୀ ହେଉଛି ଲା ନିନା। ଏଲ୍‌ ନିନୋ ପଶ୍ଚିମ ମହାସାଗରୀୟ ଅଞ୍ଚଳରେ ସୁଖିଲା ଜଳବାୟୁ ଉତ୍ପନ୍ନ କରିଥିବାବେଳେ ଲା ନିନା ତାକୁ ଆର୍ଦ୍ର ଜଳାବାୟୁରେ ପରିଣତ କରିଦିଏ। ସ୍ପେନ୍‌ ଭାଷାରେ ଲା ନିନାର ଅର୍ଥ ଛୋଟ ଝିଅ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?