Posted inଖେଳ

ଜୋକୋଭିଚ୍‌ଙ୍କୁ ଦାୟିତ୍ୱହୀନ କହିଲେ କିର୍ଗୋସ

ବେଲଗ୍ରେଡ, ୨୫।୬- ବିଶ୍ୱର ନମ୍ବରଓ୍ବାନ ଟେନିସ ତାରକା ନୋଭାକ ଜୋକୋଭିଚ୍‌ ଏବେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି। ସେ ଆଡ୍ରିଆ ଟୁର୍‌ ଟେନିସ ଟୁର୍ନାମେଣ୍ଟ ଆୟୋଜନ କରିବାରୁ ଅଧିକ ଖେଳାଳି କରୋନା ଭାଇରସରେ ସଂକ୍ରମିତ ହେଲେ ବୋଲି କୁହାଯାଇଛି। ଏକାଧିକ ଟୁଇଟ କରି ଜୋକୋଭିଚ୍‌ଙ୍କୁ ଦାୟିତ୍ୱହୀନ କହିବା ସହ ତୀବ୍ର ସମାଲୋଚନା କରିଛନ୍ତି ନିକ୍‌ କିର୍ଗୋସ। ଆଡ୍ରିଆ ଟୁର୍‌ରେ ଭାଗ ନେଇଥିବା ବିଶ୍ୱର କେତେକ ଖେଳାଳି ଗତ କିଛି ଦିନ ମଧ୍ୟରେ କରୋନାରେ ସଂକ୍ରମିତ ହୋଇଛନ୍ତି। ଭିଡିଓରୁ ଦେଖା ଯାଉଛି ଯେ ଟୁର୍ନାମେଣ୍ଟ ସମୟରେ ସାମାଜିକ ଦୂରତ୍ୱ ରଖାଯାଇ ନ ଥିଲା। ଭେନ୍ୟୁରେ ଦର୍ଶକ ମଧ୍ୟ ଭରପୂର ଥିଲେ। ଖେଳାଳିମାନେ ନାଇଟକ୍ଲବ ଏବଂ ବାସ୍କେଟବଲ୍‌ କୋର୍ଟକୁ ମଧ୍ୟ ଯାଇଥିଲେ। ବ୍ରିଟେନ ଟେନିସ ତାରକା ଆଣ୍ଡି ମୁରେ ମଧ୍ୟ ଜୋକୋଭିଚ୍‌ଙ୍କୁ ସମାଲୋଚନା ତାଲିକାରେ ସାମିଲ ହୋଇଛନ୍ତି। ଏହା ଟେନିସର ଭାବମୂର୍ତ୍ତିରେ ଆଞ୍ଚ ଆଣିଛି ବୋଲି ସେ କହିଛନ୍ତି। ମୁରେ ଗତ ମଙ୍ଗଳବାର ଲଣ୍ଡନରେ ଏକ ପ୍ରଦର୍ଶନ ଟୁର୍ନାମେଣ୍ଟ ଖେଳିବା ସହ ଟେନିସ କୋର୍ଟକୁ ଓହ୍ଲାଇଛନ୍ତି। ସେଠାରେ ସରକାରଙ୍କ ସମସ୍ତ ନୀତିନିୟମ ପାଳନ କରାଯାଉଛି। ”କେତେ ଲୋକ ପଜିଟିଭ୍‌ ଆସିଲେ ସେଥିରେ ମୁଁ ବିସ୍ମିତ ନୁହେଁ, ଖେଳାଳିମାନେ ଯେପରି ପାର୍ଟିରେ ଯୋଗଦେଲେ ଏବଂ ସାମାଜିକ ଦୂରତ୍ୱ ନିୟମକୁ ଉଲଂଘନ କରାଗଲା ତାହା ଠିକ୍‌ ନୁହେଁ“ ବୋଲି ମୁରେ କହିଛନ୍ତି। ନାଓମି ଓସାକା, ଟେନିସ କିମ୍ବଦନ୍ତୀ ମାର୍ଟିନା ନାଭ୍ରାତିଲୋଭା ମଧ୍ୟ ଖେଳାଳିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଜୋକୋଭିଚ୍‌, ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ୩ ଖେଳାଳି କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି।
ଦୁଃଖ ପ୍ରକାଶ କଲେ ନୋଭାକ୍‌
ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଜୋକୋଭିଚ୍‌। ମୁଁ ଏବଂ ଆୟୋଜକମାନେ ମିଶି ଯାହା କରିଛୁ ତାହା ଭୁଲ ଥିଲା ବୋଲି ସେ କହିଛନ୍ତି। ବେଲଗ୍ରେଡ ଓ ଚଦାରରେ ଅନୁଷ୍ଠିତ ଟୁର୍ନାମେଣ୍ଟର ମ୍ୟାଚ ସମୟରେ ପ୍ରତିଦିନ ୪୦୦୦ ଦର୍ଶକ ଭେନ୍ୟୁରେ ଉପସ୍ଥିତ ହେଉଥିଲେ। ଆଡ୍ରିଆ ଟୁର୍‌ ଟେନିସ ଟୁର୍ନାମେଣ୍ଟକୁ ଉପଭୋଗ କରିଥିବା ଦର୍ଶକମାନଙ୍କୁ ସେ କରୋନା ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

ବଡ଼ ଖବର: ସନ୍ନ୍ୟାସ ନେଇଗଲେ ଧୋନୀ! ଆଇପିଏଲ ଅଧାରୁ ସିଏସକେ ଛାଡ଼ି ପଳାଇବା ପରେ…

ନୂଆଦିଲ୍ଲୀ,୨୧।୫: ଚେନ୍ନାଇ ସୁପର କିଙ୍ଗ୍ସ ଆଜି (୨୧ ମେ) ଦିନ ଆଇପିଏଲ ୨୦୨୬ର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଛି।…

ରାଗିଯାଇ ପଡ଼ିଆରେ ଏମିତି କାମ କଲେ ହାର୍ଦ୍ଦିକ ପାଣ୍ଡ୍ୟା: BCCI ଦେଲା ଦଣ୍ଡ

ନୂଆଦିଲ୍ଲୀ,୨୧।୫: ଖେଳାଳି ଏବଂ ଦଳ ଅଧିକାରୀମାନଙ୍କ ପାଇଁ ପ୍ରଯୁଜ୍ୟ ଆଇପିଏଲ ଆଚରଣ ସଂହିତା (ସ୍ତର ୧) ଉଲ୍ଲଂଘନ କରି ଫସିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା।…

ICC ବିଶ୍ୱକପରୁ ବାଦ ପଡ଼ିବେ ରୋହିତ ଶର୍ମା ! ସାମ୍‌ନାକୁ ଆସିଲା ବଡ଼ ଖବର, ଚିନ୍ତାରେ BCCI

ନୂଆଦିଲ୍ଲୀ,୨୧।୫: ICC ODI ବିଶ୍ୱକପରେ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଂଶଗ୍ରହଣକୁ ନେଇ ପ୍ରଶ୍ନ ଉଠିଛି। ଚୟନକର୍ତ୍ତାମାନେ ଆସନ୍ତା ବର୍ଷ…

ଏହି ଗମ୍ଭୀର ରୋଗରେ ପୀଡିତ ଥିଲେ କୋହଲି, କ’ଣ ସେହି ରୋଗ, ଯେଉଁଥିରେ ୭୦% ଲୋକ ଶିକାର

ନୂଆଦିଲ୍ଲୀ,୨୦।୫: ବିଶ୍ୱର ସବୁଠାରୁ ସଫଳ ଖେଳାଳିମାନଙ୍କ ମଧ୍ୟରେ ଗଣାଯାଉଥିବା ବିରାଟ କୋହଲି ଅନେକ ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, କ୍ୟାରିୟରର ଏକ…

ଭାରତୀୟ ଦଳରେ ୪ ନୂଆ ଖେଳାଳିଙ୍କ ଆଗମନ ପରେ ଏହି ବଡ଼ ଖେଳାଳିଙ୍କ କ୍ୟାରିଅର ହୋଇଯିବ ଶେଷ! ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୨୦।୫: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ସିରିଜ ଏବଂ ଏକମାତ୍ର ଟେଷ୍ଟ ପାଇଁ ଦଳ ଘୋଷଣା କରିଛି। ଆଫଗାନିସ୍ତାନ ଭାରତ ଗସ୍ତରେ ଗୋଟିଏ ଟେଷ୍ଟ ଖେଳିବ, ଯାହା…

IPLରେ ପୁଳାପୁଳା ଟଙ୍କା ରୋଜଗାର କରୁଛନ୍ତି କୋହଲି, ଜାଣନ୍ତୁ କେତେ

ମୁମ୍ବାଇ, ୧୯ା୫ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୮ ବର୍ଷ ଇତିହାସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ତରଫରୁ ଖେଳିଆସୁଥିବା ବିରାଟ କୋହଲିଙ୍କ ଆୟ ଅନ୍ୟ…

ଢୋଲପାସ ଜିଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଏମ୍ ଇଲେଭେନ୍‌କୁ ହରାଇ ଗୁମାବାହାଲ…

ଥୁଆମୂଳ ରାମପୁର, ୧୯।୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢୋଲପାସ ପଡ଼ିଆଠାରେ ଚାଲିଥିବା ପ୍ରତିଷ୍ଠିତ ଜିଲାସ୍ତରୀୟ ‘ରାଧାଗୋବିନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri