Posted inଖେଳ

ଜୋକୋଭିଚ୍‌ଙ୍କୁ ଦାୟିତ୍ୱହୀନ କହିଲେ କିର୍ଗୋସ

ବେଲଗ୍ରେଡ, ୨୫।୬- ବିଶ୍ୱର ନମ୍ବରଓ୍ବାନ ଟେନିସ ତାରକା ନୋଭାକ ଜୋକୋଭିଚ୍‌ ଏବେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି। ସେ ଆଡ୍ରିଆ ଟୁର୍‌ ଟେନିସ ଟୁର୍ନାମେଣ୍ଟ ଆୟୋଜନ କରିବାରୁ ଅଧିକ ଖେଳାଳି କରୋନା ଭାଇରସରେ ସଂକ୍ରମିତ ହେଲେ ବୋଲି କୁହାଯାଇଛି। ଏକାଧିକ ଟୁଇଟ କରି ଜୋକୋଭିଚ୍‌ଙ୍କୁ ଦାୟିତ୍ୱହୀନ କହିବା ସହ ତୀବ୍ର ସମାଲୋଚନା କରିଛନ୍ତି ନିକ୍‌ କିର୍ଗୋସ। ଆଡ୍ରିଆ ଟୁର୍‌ରେ ଭାଗ ନେଇଥିବା ବିଶ୍ୱର କେତେକ ଖେଳାଳି ଗତ କିଛି ଦିନ ମଧ୍ୟରେ କରୋନାରେ ସଂକ୍ରମିତ ହୋଇଛନ୍ତି। ଭିଡିଓରୁ ଦେଖା ଯାଉଛି ଯେ ଟୁର୍ନାମେଣ୍ଟ ସମୟରେ ସାମାଜିକ ଦୂରତ୍ୱ ରଖାଯାଇ ନ ଥିଲା। ଭେନ୍ୟୁରେ ଦର୍ଶକ ମଧ୍ୟ ଭରପୂର ଥିଲେ। ଖେଳାଳିମାନେ ନାଇଟକ୍ଲବ ଏବଂ ବାସ୍କେଟବଲ୍‌ କୋର୍ଟକୁ ମଧ୍ୟ ଯାଇଥିଲେ। ବ୍ରିଟେନ ଟେନିସ ତାରକା ଆଣ୍ଡି ମୁରେ ମଧ୍ୟ ଜୋକୋଭିଚ୍‌ଙ୍କୁ ସମାଲୋଚନା ତାଲିକାରେ ସାମିଲ ହୋଇଛନ୍ତି। ଏହା ଟେନିସର ଭାବମୂର୍ତ୍ତିରେ ଆଞ୍ଚ ଆଣିଛି ବୋଲି ସେ କହିଛନ୍ତି। ମୁରେ ଗତ ମଙ୍ଗଳବାର ଲଣ୍ଡନରେ ଏକ ପ୍ରଦର୍ଶନ ଟୁର୍ନାମେଣ୍ଟ ଖେଳିବା ସହ ଟେନିସ କୋର୍ଟକୁ ଓହ୍ଲାଇଛନ୍ତି। ସେଠାରେ ସରକାରଙ୍କ ସମସ୍ତ ନୀତିନିୟମ ପାଳନ କରାଯାଉଛି। ”କେତେ ଲୋକ ପଜିଟିଭ୍‌ ଆସିଲେ ସେଥିରେ ମୁଁ ବିସ୍ମିତ ନୁହେଁ, ଖେଳାଳିମାନେ ଯେପରି ପାର୍ଟିରେ ଯୋଗଦେଲେ ଏବଂ ସାମାଜିକ ଦୂରତ୍ୱ ନିୟମକୁ ଉଲଂଘନ କରାଗଲା ତାହା ଠିକ୍‌ ନୁହେଁ“ ବୋଲି ମୁରେ କହିଛନ୍ତି। ନାଓମି ଓସାକା, ଟେନିସ କିମ୍ବଦନ୍ତୀ ମାର୍ଟିନା ନାଭ୍ରାତିଲୋଭା ମଧ୍ୟ ଖେଳାଳିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଜୋକୋଭିଚ୍‌, ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ୩ ଖେଳାଳି କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି।
ଦୁଃଖ ପ୍ରକାଶ କଲେ ନୋଭାକ୍‌
ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଜୋକୋଭିଚ୍‌। ମୁଁ ଏବଂ ଆୟୋଜକମାନେ ମିଶି ଯାହା କରିଛୁ ତାହା ଭୁଲ ଥିଲା ବୋଲି ସେ କହିଛନ୍ତି। ବେଲଗ୍ରେଡ ଓ ଚଦାରରେ ଅନୁଷ୍ଠିତ ଟୁର୍ନାମେଣ୍ଟର ମ୍ୟାଚ ସମୟରେ ପ୍ରତିଦିନ ୪୦୦୦ ଦର୍ଶକ ଭେନ୍ୟୁରେ ଉପସ୍ଥିତ ହେଉଥିଲେ। ଆଡ୍ରିଆ ଟୁର୍‌ ଟେନିସ ଟୁର୍ନାମେଣ୍ଟକୁ ଉପଭୋଗ କରିଥିବା ଦର୍ଶକମାନଙ୍କୁ ସେ କରୋନା ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଏଇ କ୍ରିକେଟର କାଦିର ଖାଁ ୫ ବର୍ଷ ବାସନ୍ଦ

ଦୁବାଇ,୨୨।୪(ପି.ଟି.): ଦୁର୍ନୀତି ଅଭିଯୋଗରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) କ୍ରିକେଟର କାଦିର ଖାଁ ସବୁ ପ୍ରକାର କ୍ରିକେଟରୁ ବାସନ୍ଦ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)...

ଫ୍ରେଞ୍ଚ ଓପନ: ଟଏଲେଟ୍‌ ଯିବା ଉପରେ କଟକଣା

ପ୍ୟାରିସ୍‌,୨୫ା୫(ଏଏଫ୍‌ପି)-ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାରେ ଏଥର ଖେଳାଳିଙ୍କ ଲାଗି ଟଏଲେଟ୍‌ ବ୍ରେକ୍‌ ସଂଖ୍ୟାକୁ ସୀମିତ କରିବା ଲାଗି ଆୟୋଜକଗଣ ନିଷ୍ପତ୍ତି ନେଇଛନ୍ତି। ଏଥର ଏକ...

ସ୍ବାମୀଙ୍କ ନାମରେ ଟାଟୁ କରିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଆଇପିଏଲର ଚଳିତ ସିଜନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚରେ ୩୭୪ ରନ ସଂଗ୍ରହ...

ଆଇପିଏଲ୍‌ ମିଡିଆ ରାଇଟ୍ସ , ୨୦୨୩ ରୁ ୨୦୨୭ ପ୍ରର୍ଯ୍ୟନ୍ତ ପ୍ରସାରଣ ଅଧିକାର, ଦୌଡ଼ରେ ବଡ଼ କମ୍ପାନୀ…

କୋଲକାତା, ୫।୪ : ବର୍ତ୍ତମାନ ଭାରତରେ କ୍ରିକେଟର ଆଇପିଏଲ ଉତ୍ସବ ଚାଲିଛି। ଏହି ସମୟରେ, କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ମଧ୍ୟ ଆଇପିଏଲ ମିଡିଆ...

‘କୁମିନ୍ସ ଏଭଳି ଖେଳିବେ ଆଶା ନ ଥିଲା’

ପୁଣେ,୭।୪: ୧୫ ବଲରେ ପାଟ କୁମିନ୍ସଙ୍କ ୫୬ ରନ୍‌ର ବିସ୍ଫୋରକ ପାଳି ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ଚକିତ କରି ଦେଇଛି। କୁମିନ୍ସଙ୍କ...

ଆଇପିଏଲ: ଓ୍ବାଙ୍ଖଡେରେ ମ୍ୟାଚ୍‌ ଦେଖିବା ପାଇଁ ନେଗେଟିଭ୍‌ ରିପୋର୍ଟ ଆବଶ୍ୟକ

ମୁମ୍ବାଇ,୧୧।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣରେ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଏଥର ୧୦ଟି ମ୍ୟାଚ୍‌ ଆୟୋଜନ ହେବ। ଏହି ମ୍ୟାଚ୍‌ଗୁଡିକ ଦେଖିବାକୁ ଏବେ...

ଧାଓ୍ବନ ଆହତ, ଫେରିଲେ ସାମସନ

ନୂଆଦିଲ୍ଲୀ,୨୭।୧୧(ପି.ଟି.)- ଭାରତୀୟ ଦଳର ନିୟମିତ ଓପନର ଶିଖର ଧାଓ୍ବନ ଓ୍ବଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ଆହତ ସମସ୍ୟା କାରଣରୁ ତାଙ୍କୁ...

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

ମୁମ୍ବାଇ,୧୭ା୩(ପି.ଟି.):ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଶୁକ୍ରବାର ଆରମ୍ଭ ହେବ। ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ...

Advertisement
Archives

Model This Week