କୁଳିଆ ବଜାର ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ପୁତୁରା ସମେତ ୫ ଗିରଫ

ସାଲେପୁର/ନିଶ୍ଚିନ୍ତକୋଇଲି, 8।୧୦ (ଅରବିନ୍ଦ ଭୂୟାଁ/ଅଶୋକ ମହାପାତ୍ର)ସାଲେପୁର ଥାନା ଅନ୍ତର୍ଗତ କୁଳିଆ ବଜାର ପୋଲ ନିକଟରେ ଚା’ ଏବଂ ଜଳଖିଆ ଦୋକାନ କରିଥିବା ଦମ୍ପତିଙ୍କୁ ୪ ତାରିଖ ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଫଳରେ ହରେକୃଷ୍ଣ ପୃଷ୍ଟିଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଅନ୍ନପୂର୍ଣ୍ଣା ପୃଷ୍ଟି ଗୁରୁତର ହୋଇଥିଲେ। ଶନିବାର ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ହରେକୃଷ୍ଣଙ୍କ ପୁତୁରା ତଥା କୁଳିଆ ଗ୍ରାମର ଭରତ ପୃଷ୍ଟି, ସହଯୋଗୀ ଦୀପକ ବେହେରା, ରବୀନ୍ଦ୍ର ସାହୁ ଏବଂ ଅଢ଼ଙ୍ଗା ଗ୍ରାମର ଲକ୍ଷ୍ମୀଧର ସାହୁ, ବୀରକିଶୋର ସାହୁ । ପୂର୍ବ ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ କରାଯାଇଥିଲା ବୋଲି ଶନିବାର ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି. କୃଷ୍ଣପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏଥିରେ ବ୍ୟବହୃତ ୨ ଟାଙ୍ଗିଆକୁ ଜବତ କରାଯାଇଛି।
ତାଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଘଟଣା ଦିନ ରାତିରେ କୁଳିଆ ବଜାରରେ ଥିବା ଏକ ପରିବା ଦୋକାନ ପଛପଟେ ଫିଷ୍ଟ କରି ଖାଇବା ପରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଭରତ ଓ ଲକ୍ଷ୍ମୀଧର ନିଜ ଘରୁ ଟାଙ୍ଗିଆ ଆଣି ଅନ୍ୟ ୩ ସହଯୋଗୀଙ୍କ ସହ ମିଶି ଜଳଖିଆ ଦୋକାନର ପାଲ ଟେକି ଭିତରେ ପଶିଥିଲେ। ହରେକୃଷ୍ଣ ଓ ଅନ୍ନପୂର୍ଣ୍ଣା ରାତିରେ ସବୁଦିନ ପରି ଉକ୍ତ ଦୋକାନ ଘରେ ଶୋଇଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ଏହି ସମୟରେ ଟାଙ୍ଗିଆରେ ଆକ୍ରମଣ କରି ହରେକୃଷ୍ଣଙ୍କ ହତ୍ୟା କରିଥିଲେ। ଆକ୍ରମଣରେ ଅନ୍ନପୂର୍ଣ୍ଣା ଗୁରୁତର ହୋଇ ଅଚେତ ହୋଇଯିବାରୁ ଅଭିଯୁକ୍ତମାନେ ତାଙ୍କୁ ମୃତ ବୋଲି ଭାବି ସେଠାରୁ ପଳାଇଯାଇଥିଲେ। ପରଦିନ ସକାଳୁ ସ୍ଥାନୀୟ ଲୋକେ ଚା’ପିଇବାକୁ ହରେକୃଷ୍ଣଙ୍କୁ ଦୋକାନକୁ ଆସିଥିଲେ। ଲୋକେ ଡାକିଲା ବେଳକୁ କୌଣସି ଉତ୍ତର ମିଳି ନ ଥିଲା। ସେମାନେ ଜରିପାଲ ଟେକି ଦେଖିବାବେଳକୁ ହରେକୃଷ୍ଣଙ୍କୁ ମୃତ ଓ ଅନ୍ନପୂର୍ଣ୍ଣାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପାଇଥିଲେ। ତୁରନ୍ତ ଅନ୍ନପୂର୍ଣ୍ଣାଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରିବା ସହ ଥାନାରେ ମାମଲା (ନଂ.୩୩୧/୨୩) ରୁଜୁ କରି ତଦନ୍ତ ଜାରି ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri