ବାତିଲ ହେଲା କୁସୁର୍ଲା ମକରମେଳା: ୪୫ଖଣ୍ଡ ଗ୍ରାମର ସଭ୍ୟଙ୍କୁ ନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି

ପଲମ, ୧୭।୧୨ (ଡି.ଏନ୍‌.ଏ)-କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ ସ୍ଥିତ କୁସୁର୍ଲା ନିଳକଣ୍ଠେଶ୍ୱର ମନ୍ଦିର ପରିସରରେ ୪୫ ଖଣ୍ଡ ଗ୍ରାମର ସଭ୍ୟମାନଙ୍କୁ ନେଇ ବୁଧବାର ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜାନୁଆରି ୧୪ ତାରିଖରେ ନିଳକଣ୍ଠେଶ୍ୱର ମନ୍ଦିରରେ ସ୍ବତନ୍ତ୍ର ପୂଜା ଓ ମକରମେଳା ନେଇ ଆଲୋଚନା ହୋଇଥିଲା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓ ସରକାରଙ୍କ କୋଭିଡ଼ ଗାଇଡ଼ ଲାଇନକୁ ମାନିବାକୁ ଯାଇ ମେଳାକୁ ବାତିଲ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ତେଣୁ ମେଳାକୁ ଆସୁଥିବା ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ନ ଆସିବାକୁ ଅନୁରୋଧ କରାଯାଇଛି। ମେଳା ସହିତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ କରାଯାଇଛି । କେବଳ ବିଧି ରକ୍ଷା କରି ମନ୍ଦିରରେ ହାତଗଣତି ଲୋକଙ୍କୁ ନେଇ ପୂଜାର୍ଚ୍ଚନା କରାଯିବ। ଏହି ବୈଠକରେ ନିଳକଣ୍ଠେଶ୍ୱର ମନ୍ଦିର ପରିଚାଳନା କମିଟିରେ ସଭ୍ୟ ଥିବା ୪୫ଖଣ୍ଡ ଗ୍ରାମର ସଭ୍ୟ ଯୋଗଦାନ କରିଥିଲେ । ସ୍ଥାୟୀ ସଭାପତି ଜଗତରାମ ଭୋଇ ବୈଠକରେ ସଭାପତିତ୍ୱ କରିଥିଲେ। ସ୍ଥାୟୀ ସମ୍ପାଦକ କଂସାସୁର ଜାନୀ ଉପସ୍ଥିତ ରହି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ସଭାପତି ଜଗତରାମ ଭୋଇ କହିଥିଲେ ଯେ, ପ୍ରତିବର୍ଷ ଜାକଜମକରେ ପାଳିତ ହୋଇଆସୁଥିବା ଅଞ୍ଚଳର ପ୍ରସିଦ୍ଧ କୁସୁର୍ଲା ମକର ମେଳା ବାତିଲ କରାଗଲା । ସରକାରଙ୍କ କୋଭିଡ଼ ୧୯ ଗାଇଡ଼ ଲାଇନକୁ ପାଳନ କରି ମନ୍ଦିର ଭିତରେ ପୂଜା କରାଯିବ । ସମ୍ପାଦକ କଂସାସୁର ଜାନୀ କହିଥିଲେ, ଯାତ୍ରା ହେବ ନାହିଁ କି ରଥ ମଧ୍ୟ ବୁଲିବ ନାହିଁ। ମନ୍ଦିର ପୂଜକ ନେତ୍ରାନନ୍ଦ ବଡ଼ମାଳି କହିଥିଲେ, ସରକାରଙ୍କ ନିୟମକୁ ପାଳନ କରାଯାଇ ସାମାଜିକ ଦୂରତା ରକ୍ଷା କରି ମନ୍ଦିର ଭିତରେ ପୂଜା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri