Posted inଜାତୀୟ

କୁରେଭର ଏୟାର ଷ୍ଟ୍ରିପ୍‌ ଚାଇନାର ମୁକାବିଲା ପାଇଁ ହେବ ଗୁରୁତ୍ୱପୂର୍ଣ୍ଣ…

ଲକ୍ଷ୍ନୌ,୧୬।୧୧: ଚାଇନାର ମୁକାବିଲା କରିବା ପାଇଁ ଉତ୍ତରପ୍ରଦେଶର କୁରେଭର ଏୟାରଷ୍ଟ୍ରିପ ଭାରତୀୟ ବାୟୁସେନା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଯୋଜନାବଦ୍ଧ ଭାବେ ବାୟୁସେନା ଏଭଳି କରିଛି। ଜରୁରୀକାଳୀନ ସ୍ଥିତିରେ ଏହାରେ ଯୁଦ୍ଧ ବିମାନ ଅବତରଣ କରିପାରିବ। ଏଠାରେ ଅବତରଣ କରିଥିବା ଯୁଦ୍ଧବିମାନ କିମ୍ବା ପରିବହନ ବିମାନକୁ ଇନ୍ଧନ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇପାରିବ।

ଚାଇନା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ଠାରେ ନୂତନ ବିମାନବନ୍ଦର ନିର୍ମାଣ ଜାରି ରଖିଛି। ଫଳରେ ୩.୪୮୮ କିଲୋମିଟର ଏଲ୍‌ଏସିରେ ଉତ୍ତେଜନା ସୃଷ୍ଟି ହେବାରେ ଲାଗିଛି। ଏପରିସ୍ଥଳେ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ ଓ୍ବେର ୩.୩ କିଲୋମିଟର ଲମ୍ବା ରନୱେ ଯୁଦ୍ଧ ବିମାନ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାକୁ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି।

ଏ ସମ୍ପର୍କରେ ଅବସରପ୍ରାପ୍ତ ଏୟାର ଚିଫ ମାର୍ଶଲ ଏସ୍‌. କୃଷ୍ଣସ୍ବାମୀଙ୍କ ଅନୁଯାୟୀ, ଉତ୍ତରପ୍ରଦେଶ ରାଜପଥରେ ନୂତନ ଭାବେ ନିର୍ମାଣ ହୋଇଥିବା ଏୟାରଷ୍ଟ୍ରିପ ଗୁଡିକ ଭାରତୀୟ ବାୟୁସେନା ଯୋଜନାର ଏକ ଅଂଶ । ଯାହାକି ମିରାଜ -୨୦୦ ଏଚ ଭଳି ଯୁଦ୍ଧବିମାନର ଓଜନକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ସି-୧୩୦ ଜେ ହରକ୍ୟୁଲେସ ଭଳି ପରିବହନ ବିମାନକୁ ଦୃଷ୍ଟିରେ ରଖି ନିର୍ମିତ ହୋଇଛି।

୧୯୬୫ ଏବଂ ୧୯୭୧ ଯୁଦ୍ଧ ସମୟରେ, ପାକିସ୍ତାନ ବାୟୁସେନା ବିମାନ ଦ୍ୱାରା ଏୟାର ବେସ୍‌ରେ ବୋମା ବିସ୍ଫୋରଣ ଯୋଗୁ ଯୁଦ୍ଧ ବିମାନ ନଷ୍ଟ ହୋଇଯାଇଥିଲା। ସେହି ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରି ବାୟୁସେନା ଏହି ନିର୍ଦ୍ଦିଷ୍ଟ ଏୟାରଷ୍ଟ୍ରିପଗୁଡ଼ିକୁ ରାଜପଥରେ ଅସ୍ଥାୟୀ ଲାଇଟ, ମୋବାଇଲ ଏୟାର ଟ୍ରାଫିକ ଯୋଗାଯୋଗ, ଇନ୍ଧନ ଏବଂ ଅସ୍ତ୍ରଶସ୍ତ୍ର ଲୋଡ କରିବା ଲାଗି ବ୍ୟବହୃତ କରି ପାରିବ।

ବାୟୁସେନା ଏହାର କାର୍ଯ୍ୟକ୍ଷମ ଯୋଜନାଗୁଡିକ ଉପରେ କଡ଼ା ଆଭିମୁଖ୍ୟ ରଖିଛି।ଉତ୍ତରପ୍ରଦେଶରେ ନିର୍ମିତ ଦୁଇଟି ଏୟାରଷ୍ଟ୍ରିପ ଏୟାରବେସ ନିକଟରେ ଅଛି ଯାହା ଦ୍ୱାରା ଯୁଦ୍ଧବିମାନ ଅବତରଣ କିମ୍ବା ପରିବହନ ବିମାନକୁ ଇନ୍ଧନ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇପାରିବ। ବହୁ ଭାରତୀୟ ଏୟାରବେସରେ ଗୋଟିଏ ଗୋଟିଏ ଏୟାରଷ୍ଟ୍ରିପ ଥିବାରୁ ରାଜପଥରେ ଥିବା ଏୟାରଷ୍ଟ୍ରିପଗୁଡ଼ିକ ବିମାନବନ୍ଦରର ଭୂମିକା ଗ୍ରହଣ କରିପାରିବ।

ସେହିପରି ଏୟାରବେସ୍‌ରେ ଶତ୍ରୁ ପକ୍ଷ ବୋମାମାଡ଼ କଲେ ଏହି ଏୟାରଷ୍ଟ୍ରିପ୍‌ ଗୁଡ଼ିକ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। କୁରେଭର ଏୟାରଷ୍ଟ୍ରିପ ନିକଟରେ କାନପୁର, ବରେଲି ଏବଂ ଗୋରଖପୁର ଆଦି ଏୟାରବେସ ରହିଛି। ଏସବୁ ଏୟାରବେସ୍‌ ଉତ୍ତର ପଡୋଶୀ ଦେଶର ନିକଟରେ ରହିଛି।

ଏଲ୍‌ଏସିର ନିକଟବର୍ତ୍ତୀ କାଶଗର, ହଟାନ, ଦାମକ୍ସଙ୍ଗ, ଲାସା, ଶିଗାଟସେ, ନଗରୀ-ଗାର ଗୁନ୍ସା, ବାଙ୍ଗଡା ଏବଂ ନିଏନମଗଚି ଆଦି ଠାରେ ଚାଇନାର ପିଏଲଏ ପକ୍ଷରୁ ନୂତନ ବିମାନ ବନ୍ଦର ଏବଂ ଯୁଦ୍ଧବିମାନ ପାଇଁ ଭୂତଳ ଆଶ୍ରୟସ୍ଥଳ ନିର୍ମାଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ତାଶିକୋରଗାନ, ପୁରଙ୍ଗ, ଟିଙ୍ଗ୍ରି ଏବଂ ଲୁଣ୍ଟସେରେ ମଧ୍ୟ ପିଏଲଏ ଏଭଳି ବନ୍ଦର ନିର୍ମାଣ କରୁଛି। ତେବେ ଏୟାରଷ୍ଟ୍ରିପ୍‌ ଭାରତୀୟ ବାୟୁସେନା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri