ସଫଳ ମହିଳା ମାଛ ବ୍ୟବସାୟୀ କୁନ୍ତୁଳା

ଗଞ୍ଜାମ, ୩।୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମରେ ରୁହନ୍ତି କୁନ୍ତୁଳା ବେହେରା(୫୨)। ମାଛ ବେପାରୀ କୁନ୍ତୁଳା ଅପା ନାମରେ ସେ ପରିଚିତା। ତାଙ୍କ ଘର ସୋରଳ ଗ୍ରାମରେ। ସେଠାରେ ବାପାଙ୍କୁ ମାଛ ବ୍ୟବସାୟରେ ସହଯୋଗ କରୁ କରୁ ନିଜେ ପାଲଟିଗଲେ ଜଣେ ବେପାରୀ। ତାଙ୍କ ପରିବାର କହିଲେ ସ୍ବାମୀ କୃଷ୍ଣଚନ୍ଦ୍ର ବେହେରା ଓ ତିନି ପୁଅ। ମାଛ ବିକ୍ରି ପରେ ଯାହା ଲାଭ ମିଳେ ସେଥିରେ ପିଲାଙ୍କୁ ପଢ଼ାଇବା ସହ ପରିବାର ପ୍ରତିପୋଷଣ କରିଥାନ୍ତି। ଜଣେ ପୁଅ ଏବେ ସୈନ୍ୟବାହିନୀରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ଅଭାବ ନାହିଁ ତଥାପି ମାଛ ବେପାରରୁ ମୁହଁ ଫେରାଇ ନାହାନ୍ତି କୁନ୍ତୁଳା ଅପା। ଏହି ବ୍ୟବସାୟ ତାଙ୍କ ପରିଚୟ ସୃଷ୍ଟି କରିଛି ବୋଲି କୁହନ୍ତି ସେ। ସ୍ଥାନୀୟ ଜୟଶ୍ରୀ ଛକ ବସା ନିକଟ ରାସ୍ତାପାର୍ଶ୍ୱରେ ଛୋଟ ଚାଳିଆ କରି ବିଭିନ୍ନ ରକମର ମାଛ ବିକ୍ରି କରୁଛନ୍ତି। ରବିବାର, ମଙ୍ଗଳବାର, ବୁଧବାର ଓ ଶୁକ୍ରବାର ତାଙ୍କ ମାଛ ଦୋକାନରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥାଏ। ସେ ସର୍ବଦା ତଟକା ମାଛ ଆଣୁଥିବାରୁ ସମସ୍ତଙ୍କ ପସନ୍ଦ କୁନ୍ତୁଳା ଅପା। ସମୁଦ୍ରରୁ ଡଙ୍ଗା ଦ୍ୱାରା ମାଛ ମାରୁଥିବା ଲୋକଙ୍କଠାରୁ ମାଛ କିଣି ସେ ଏଠାରେ ବିକ୍ରି କରିଥାନ୍ତି। ବେଳେବେଳେ ସ୍ଥାନୀୟ ଅଞ୍ଚଳର ପୋଖରୀ ମାଛ ମଧ୍ୟ ବିକ୍ରି କରନ୍ତି। ଏଥିସହ ଛତ୍ରପୁର, ବ୍ରହ୍ମପୁର ଅଞ୍ଚଳର ଲୋକେ ବଡ଼ ବଡ଼ ଭୋଜି ପାଇଁ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଆଦି ତାଙ୍କଠାରୁ କିଣିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ଖୋଳିବାରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?