ତୁମୁଡିବନ୍ଧ BJDରେ ନୂଆ ନେତୃତ୍ୱ: ମଙ୍ଗ ଧରିଲେ କୁନା ଦଣ୍ଡସେନା ଓ ଯୋହନ ବାରିକ

ତୁମୁଡିବନ୍ଧ,୧୯ା୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ଏକ ବୈଠକ ବୁଧବାର ପୂର୍ବାହ୍ନ ୧୦ଘଣ୍ଟା ସମୟରେ ମୁଣ୍ଡିଗଡ଼ ସେବା ଭାରତୀ ଅନୁଷ୍ଠାନର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପୂର୍ବତନ ବିଧାୟକ ରାଜୀବ ପାତ୍ର ସଭାପତିତ୍ୱ କରିଥିଲେ। ସୂଚନା ଅନୁସାରେ ଗତ ରାଜ୍ୟ ସଭା ନିର୍ବାଚନରେ ଦଳର ନିର୍ଦ୍ଦେଶକୁ ଅବମାନନା କରି କ୍ରସ ଭୋଟିଂ କରି ବିଜୁ ଜନତା ଦଳର ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ନିଲମ୍ବିତ ହୋଇଥିବା ବେଳେ ତାଙ୍କୁ ବିରୋଧ ପ୍ରତିବଦଳରେ ବାଲିଗୁଡା ଠାରେ ବଡ଼ ଆଡ଼ମ୍ବର ସହିତ ସ୍ୱାଗତ କରିବା ଘଟଣାରେ ଦୁଇଜଣ ବରିଷ୍ଠ ନେତା ମଧ୍ୟ ଦଳରୁ ନିଲମ୍ବିତ ହେଲେ। ତାହାକୁ ନେଇ ଚାରିଗୋଟି ବ୍ଲକ ସାଙ୍ଗଠନିକ ସଭାପତି ଓ କର୍ମୀମାନେ ସାମୁହିକ ଇସ୍ତଫା ଦେଇଥିଲେ।

ସେହିପରି ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳର ସଭାପତି ନବୀନ ପାତ୍ର ଓ କିଛି ପଞ୍ଚାୟତ ର ସଭାପତି ମାନେ ସମୂହ ଇସ୍ତଫା ଦେଇଥିଲେ । ସେହିଦିନ ଠାରୁ ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳ ମୁରବୀ ଶୁନ୍ୟ ହୋଇଥିଲା। ଏହାସହ ସଭାପତି ପଦବୀ ଖାଲି ରହିଥିଲା। ସେହି ପଦବୀକୁ ତୁରନ୍ତ ପୂରଣ କରିବାପାଇଁ ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଜିଲା ସଭାପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ପ୍ରକାରେ ଜିଲା ସଭାପତିଙ୍କ ଆଦେଶରେ ତୁମୁଡିବନ୍ଧ ବ୍ଲକ ୧୧ଗୋଟି ପଂଚାୟତର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ କର୍ମୀମାନେ ମୁଣ୍ଡିଗଡ଼ ସେବା ଭାରତୀ ଅନୁଷ୍ଠାନର ସଭା ଗୃହରେ ବସି ଏକ ବୈଠକ କରିଥିଲେ। ସେହି ବୈଠକରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ବରିଷ୍ଠ କର୍ମୀ କୁନା ଦଣ୍ଡସେନା ଓ କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠ କର୍ମୀ ଯୋହନ ବାରିକଙ୍କୁ ଚୟନ କରି ଉଭୟଙ୍କ ନାମ ଜିଲା ସଭାପତିଙ୍କ ନିକଟକୁ ପାଠ ଯାଇଛି।

ଉକ୍ତ ବୈଠକରେ ବରିଷ୍ଠ କର୍ମୀ ରବି ଚନ୍ଦ୍ର ପାଢ଼ୀ, ଗୁମା ପଞ୍ଚୟତ ବିଜୁ ଜନତା ଦଳର ସଭାପତି ସୁରେନ୍ଦ୍ର ପରାସେଠ, ବ୍ଲକ ସଭାନେତ୍ରୀ ରେଣୁବାଳା ମହାନ୍ତି, ବ୍ଲକ ଉପ ସଭାପତି ଗଙ୍ଗାଧର ମିଶ୍ର, ତୁମୁଡିବନ୍ଧ ପଞ୍ଚୟତ ସଭାପତି ଜିସାୟ ମଣ୍ଡଳ, ବରିଷ୍ଠ କର୍ମୀ ବିଂଜମିନ ପରାସେଠା, ସିର୍ଲା ସରପଞ୍ଚ ନୁସୁଙ୍ଗା ପାଟମାଝି, ସିର୍ଲା ପଞ୍ଚୟତ ସଭାପତି ଜଗପତି ବଡ଼ ସେଠ, ସମ୍ପାଦକ ରାମ ଚନ୍ଦ୍ର ପାଟମାଝି, ବରିଷ୍ଠ କର୍ମୀ ଯୋହନ ପାଟମାଝି, ଅୟୁବ ନାୟକ, ପୂର୍ବତନ ସମିତି ସଭ୍ୟ ସୁଦାମ ପାଟ ମାଝି, ମୁଣ୍ଡିଗଡ଼ ବରିଷ୍ଠ କର୍ମୀ ଧବଳେଶ୍ବର ପାତ୍ର, ଲକ୍ଷ୍ମଣ ପାତ୍ର, ରବି ପାତ୍ର, ବେଲଘର ରବିଚନ୍ଦ୍ର ନାୟକ, ପ୍ରମୋଦ ମାଝି, ଗୁମା ଜଗା ନାୟକ ଅଶୋକ ମାଝି, ଝିରିପାଣି ପଞ୍ଚୟତର ରାମଚନ୍ଦ୍ର ପାତ୍ର, ନକୁଳ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହା ପରେ ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳର ସଂଗଠନ କିପରି ମଜଭୁତ ହେବ ସେନେଇ ମଧ୍ୟ ଆଲୋଚନା କରା ଯାଇଥିଲେ। ଆଉ କର୍ମୀମାନେ ନିଜ ନିଜ ପଞ୍ଚୟତରେ ଦଳର ସଂଗଠନ ସୁଦୃଢ କରିବା ପାଇଁ ତତ୍ପରତା ପ୍ରକାଶ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?