Posted inରାଜ୍ୟ

ଟିମ୍‌ ପ୍ରାଇଡ୍‌କୁ ପ୍ରଶଂସା, ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା

ଭୁବନେଶ୍ୱର, ୧୨।୧ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟ ଓ ଭୁବନେଶ୍ୱର କରିବା ପାଇଁ ବିଡିଏ, ବିଏମ୍‌ସି ଏବଂ ଓଡ଼ିଶା ପୋଲିସ ପକ୍ଷରୁ ମିଳିତ ପଦକ୍ଷେପ ନିଆଯାଇଛି। ଏଥିପାଇଁ ‘ଟିମ୍‌ ପ୍ରାଇଡ୍‌’ ବା ପାର୍ଟି ଫର୍‌ ରେଗୁଲାର୍‌ ଇମ୍ପ୍ରୁଭ୍‌ମେଣ୍ଟ ଆଣ୍ଡ୍‌ ଡିସିପ୍ଲିନ୍‌ ଥ୍ରୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏକ ଗଠନ କରାଯାଇଛି। ସହରର ନିୟମ ଏବଂ ଶୃଙ୍ଖଳାକୁ ବଜାୟ ରଖି ହକି ବିଶ୍ୱକପ୍‌ ସହ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଟିମ୍‌ ପ୍ରାଇଡ୍‌ ସହଯୋଗର ହାତ ବଢ଼ାଇଛି। ବୁଧବାର ରିଜର୍ଭ ପୋଲିସ୍‌ ଗ୍ରାଉଣ୍ଡ୍‌ରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ, ଅତିରିକ୍ତ ପୋଲିସ କମିଶନର ଡ. ଉମାଶଙ୍କର ଦାଶ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଡିସିପି ପ୍ରତୀକ ସିଂହ ପ୍ରମୁଖଙ୍କ ଉପସ୍ଥିତି ରହି ଟିମ୍‌ ପ୍ରାଇଡ୍‌ ସଦସ୍ୟଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଆୟୋଜିତ ପ୍ରାଇଡ୍‌ ମାର୍ଚ୍ଚରେ ଟିମ୍‌ର ୧୭ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଯାନ ସାମିଲ ହୋଇଥିଲା। ଏଥିସହ ରିଜର୍ଭ ପୋଲିସ୍‌ ଗ୍ରାଉଣ୍ଡ୍‌ ପରିସରରେ ଏକ ବଡ଼ ହକିଷ୍ଟିକ୍‌ ଆକୃତିରେ ଟିମ୍‌ର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଯାନକୁ ରଖାଯାଇ ଟିମ୍‌ ଇଣ୍ଡିଆ ପାଇଁ ଶୁଭକାମନା କରାଯାଇଥିଲା।

ପୋଲିସ କମିଶନର ପ୍ରିୟଦର୍ଶୀ କହିଲେ, ‘ଆମ ସହର ଆମ ଦାୟିତ୍ୱ’ ଆହ୍ବାନକୁ ନେଇ ଟିମ୍‌ ପ୍ରାଇଡ୍‌ର ସୃଷ୍ଟି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଉତ୍ସବକୁ ସଫଳ କରିବା ପାଇଁ ଏହି ଟିମ୍‌ର ଗୁରୁଦାୟିତ୍ୱ ରହିଛି ବୋଲି ସେ କହିଥିଲେ। ବିଡିଏ ଊପାଧ୍ୟକ୍ଷ ସିଂହ ଟିମ୍‌ ପ୍ରାଇଡ୍‌ର ପ୍ରତ୍ୟେକ ସଦସ୍ୟ ନିଜ କାର୍ଯ୍ୟକୁ ମାନବିକତା ମୂଲ୍ୟବୋଧର ସହ କରିବାକୁ ଆହ୍ବାନ ଦେଇଥିଲେ। ଟିମ୍‌ର ମୁଖ୍ୟ କାର୍ଯ୍ୟ ସ୍ବରୂପ ପାର୍କିଂସ୍ଥଳ, ବ୍ୟବସାୟ ସ୍ଥଳ, ପରିମଳ ଏବଂ ଆନୁଷଙ୍ଗିକ କାର୍ଯ୍ୟକୁ ଦୃଷ୍ଟି ଦେଇ ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହେବା ପାଇଁ ବିଏମସି କମିଶନର କୁଲାଙ୍ଗେ ଟିମକୁ ପରାମର୍ଶ ଦେଇଥିଲେ। ଅନ୍ୟପଟେ ସାରା ବିଶ୍ୱରେ ସହରର ଖ୍ୟାତି ବା ପ୍ରାଇଡ୍‌କୁ ବଜାୟ ରଖି ଟିମ୍‌ ପ୍ରାଇଡ୍‌ ସହରକୁ ଶ୍ରେଷ୍ଠକରି ଦେଖାଇବାରେ ସହାୟକ ହୁଅନ୍ତୁ ବୋଲି ସେ କହିଥିଲେ। ଗତ ୨୦ରୁ ୨୫ ଦିନ ମଧ୍ୟରେ ଟିମ୍‌ ପ୍ରାଇଡ୍‌ର ଉଦ୍ୟମରେ ବେଆଇନ ଜବରଦଖଲ ଉଚ୍ଛେଦ, ରାସ୍ତାକଡ଼ ବ୍ୟବସାୟୀଙ୍କ ପରିଚାଳନା, ଟ୍ରାଫିକ୍‌ ଓ ପାର୍କିଂ ପରିଚାଳନା, ଯାଯାବର ଉଦ୍ଧାର, ବୁଲା ଗୋରୁ ଓ କୁକୁର ତଥା ଅନ୍ୟାନ୍ୟ ସଂଯୁକ୍ତ ସମସ୍ୟା ସମାଧାନ ପାଇଁ ଅତିରିକ୍ତ ପୋଲିସ କମିଶନର ଡ. ଦାଶ ଓ ଡିସିପି ସିଂହ ପ୍ରଶଂସା କରିଥିଲେ। ହକି ମହାକୁମ୍ଭକୁ ସଫଳ କରାଇବା ନିମନ୍ତେ ନିଜର ଦାୟିତ୍ୱ ସମ୍ପନ୍ନ କରିବାର ନମୁନା ସ୍ବରୂପ ସମସ୍ତେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉକତ୍ଳ ଜନନୀ’ ଗାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ...

ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨୯।୩ (ଅନିଲ ଦାସ):୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଦଳ ବଦଳଠାରୁ ଆରମ୍ଭ କରି ପାର୍ଟି ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri