Posted inରାଜ୍ୟ

ଟିମ୍‌ ପ୍ରାଇଡ୍‌କୁ ପ୍ରଶଂସା, ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା

ଭୁବନେଶ୍ୱର, ୧୨।୧ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟ ଓ ଭୁବନେଶ୍ୱର କରିବା ପାଇଁ ବିଡିଏ, ବିଏମ୍‌ସି ଏବଂ ଓଡ଼ିଶା ପୋଲିସ ପକ୍ଷରୁ ମିଳିତ ପଦକ୍ଷେପ ନିଆଯାଇଛି। ଏଥିପାଇଁ ‘ଟିମ୍‌ ପ୍ରାଇଡ୍‌’ ବା ପାର୍ଟି ଫର୍‌ ରେଗୁଲାର୍‌ ଇମ୍ପ୍ରୁଭ୍‌ମେଣ୍ଟ ଆଣ୍ଡ୍‌ ଡିସିପ୍ଲିନ୍‌ ଥ୍ରୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏକ ଗଠନ କରାଯାଇଛି। ସହରର ନିୟମ ଏବଂ ଶୃଙ୍ଖଳାକୁ ବଜାୟ ରଖି ହକି ବିଶ୍ୱକପ୍‌ ସହ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଟିମ୍‌ ପ୍ରାଇଡ୍‌ ସହଯୋଗର ହାତ ବଢ଼ାଇଛି। ବୁଧବାର ରିଜର୍ଭ ପୋଲିସ୍‌ ଗ୍ରାଉଣ୍ଡ୍‌ରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ, ଅତିରିକ୍ତ ପୋଲିସ କମିଶନର ଡ. ଉମାଶଙ୍କର ଦାଶ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଡିସିପି ପ୍ରତୀକ ସିଂହ ପ୍ରମୁଖଙ୍କ ଉପସ୍ଥିତି ରହି ଟିମ୍‌ ପ୍ରାଇଡ୍‌ ସଦସ୍ୟଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଆୟୋଜିତ ପ୍ରାଇଡ୍‌ ମାର୍ଚ୍ଚରେ ଟିମ୍‌ର ୧୭ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଯାନ ସାମିଲ ହୋଇଥିଲା। ଏଥିସହ ରିଜର୍ଭ ପୋଲିସ୍‌ ଗ୍ରାଉଣ୍ଡ୍‌ ପରିସରରେ ଏକ ବଡ଼ ହକିଷ୍ଟିକ୍‌ ଆକୃତିରେ ଟିମ୍‌ର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଯାନକୁ ରଖାଯାଇ ଟିମ୍‌ ଇଣ୍ଡିଆ ପାଇଁ ଶୁଭକାମନା କରାଯାଇଥିଲା।

ପୋଲିସ କମିଶନର ପ୍ରିୟଦର୍ଶୀ କହିଲେ, ‘ଆମ ସହର ଆମ ଦାୟିତ୍ୱ’ ଆହ୍ବାନକୁ ନେଇ ଟିମ୍‌ ପ୍ରାଇଡ୍‌ର ସୃଷ୍ଟି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଉତ୍ସବକୁ ସଫଳ କରିବା ପାଇଁ ଏହି ଟିମ୍‌ର ଗୁରୁଦାୟିତ୍ୱ ରହିଛି ବୋଲି ସେ କହିଥିଲେ। ବିଡିଏ ଊପାଧ୍ୟକ୍ଷ ସିଂହ ଟିମ୍‌ ପ୍ରାଇଡ୍‌ର ପ୍ରତ୍ୟେକ ସଦସ୍ୟ ନିଜ କାର୍ଯ୍ୟକୁ ମାନବିକତା ମୂଲ୍ୟବୋଧର ସହ କରିବାକୁ ଆହ୍ବାନ ଦେଇଥିଲେ। ଟିମ୍‌ର ମୁଖ୍ୟ କାର୍ଯ୍ୟ ସ୍ବରୂପ ପାର୍କିଂସ୍ଥଳ, ବ୍ୟବସାୟ ସ୍ଥଳ, ପରିମଳ ଏବଂ ଆନୁଷଙ୍ଗିକ କାର୍ଯ୍ୟକୁ ଦୃଷ୍ଟି ଦେଇ ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହେବା ପାଇଁ ବିଏମସି କମିଶନର କୁଲାଙ୍ଗେ ଟିମକୁ ପରାମର୍ଶ ଦେଇଥିଲେ। ଅନ୍ୟପଟେ ସାରା ବିଶ୍ୱରେ ସହରର ଖ୍ୟାତି ବା ପ୍ରାଇଡ୍‌କୁ ବଜାୟ ରଖି ଟିମ୍‌ ପ୍ରାଇଡ୍‌ ସହରକୁ ଶ୍ରେଷ୍ଠକରି ଦେଖାଇବାରେ ସହାୟକ ହୁଅନ୍ତୁ ବୋଲି ସେ କହିଥିଲେ। ଗତ ୨୦ରୁ ୨୫ ଦିନ ମଧ୍ୟରେ ଟିମ୍‌ ପ୍ରାଇଡ୍‌ର ଉଦ୍ୟମରେ ବେଆଇନ ଜବରଦଖଲ ଉଚ୍ଛେଦ, ରାସ୍ତାକଡ଼ ବ୍ୟବସାୟୀଙ୍କ ପରିଚାଳନା, ଟ୍ରାଫିକ୍‌ ଓ ପାର୍କିଂ ପରିଚାଳନା, ଯାଯାବର ଉଦ୍ଧାର, ବୁଲା ଗୋରୁ ଓ କୁକୁର ତଥା ଅନ୍ୟାନ୍ୟ ସଂଯୁକ୍ତ ସମସ୍ୟା ସମାଧାନ ପାଇଁ ଅତିରିକ୍ତ ପୋଲିସ କମିଶନର ଡ. ଦାଶ ଓ ଡିସିପି ସିଂହ ପ୍ରଶଂସା କରିଥିଲେ। ହକି ମହାକୁମ୍ଭକୁ ସଫଳ କରାଇବା ନିମନ୍ତେ ନିଜର ଦାୟିତ୍ୱ ସମ୍ପନ୍ନ କରିବାର ନମୁନା ସ୍ବରୂପ ସମସ୍ତେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉକତ୍ଳ ଜନନୀ’ ଗାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

୧୬.୭୨ ଲକ୍ଷ ଟଙ୍କା ଆତ୍ମସାତ: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନ ଗିରଫ

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): ସାର ବିକ୍ରି ଓ ସରକାରୀ ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସକୁ ବଡ଼ ସଫଳତା। ୧୬.୭୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

ମହିଳାଙ୍କୁ ଫସାଇ ଏକାଧିକ ଥର ବଳାତ୍କାର, ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ଦିଗପହଣ୍ଡି,୧|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ…

ନୂଆଁଖାଇ ପାଇଁ ଏକଜୁଟ ହେଲେ ଦୁଇ ଖଣ୍ଡ ଗାଁର ୮୦୦ ପରିବାର

ବଲାଙ୍ଗୀର, ୧।୯: ବଲାଙ୍ଗୀର ଜିଲାରେ ନୂଆଁଖାଇ ପର୍ବ ପାଳନକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଗଣପର୍ବ ନୂଆଁଖାଇ ଭାଇଚାରା ଓ ଏକତାର ପର୍ବ ହୋଇଥିବାରୁ ବିଭିନ୍ନ…

ମୟୂରଭଞ୍ଜ ପ୍ରବଳରୁ ଅତି ପ୍ରବଳ ବର୍ଷା: ଉପୁଜିଲା ବନ୍ୟା ଆଶଙ୍କା

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପଜନିତ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ବ୍ଲକ ସମେତ ଶିମିଳିପାଳର ବିଭିନ୍ନ ସ୍ଥାନରେ ସୋମବାର ସକାଳ…

ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୧।୯: ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ୟୁଏଇ ଗସ୍ତ କରିବ। ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri