ଗିରଫ ହେଲେ କୁବେର କମିଶନର, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି, ୫୨ ପ୍ଲଟ

ଭୁବନେଶ୍ୱର, ୩୦।୭: ଗିରଫ ହେଲେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ମଙ୍ଗଳବାର କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଲମ୍ବିିବାରେ ଲାଗିଛି।
ତେବେ କିଛି ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନ ମିଳିଛି।
ସମସ୍ତଙ୍କୁ ଚକମା ଦେଇ ମିଶ୍ର ଅମାପ ସମ୍ପତ୍ତି ଠୁଳ କରିଥିଲେ । ନିଜ ନାଁରେ ସମ୍ପତ୍ତି କରିବା ସହ ସ୍ତ୍ରୀ , ଭାଇ ଓ ପରିବାର ଲୋକଙ୍କ ନାଁରେ ଅମାପ ସମ୍ପତ୍ତି ରଖିଥିବା ଜଣାପଡିଥିଲା । ସୋମବାର ତାଙ୍କର ଅଫିସ ସହ ଅନ୍ୟ ୧୦ଟି ସ୍ଥାନରେ ଅତର୍କିତ ଚଢାଉ ହୋଇଥିଲା । ଭିଜିଲାନ୍ସ ଟିମକୁ ଏବେ ସୁଦ୍ଧା ୨ କୋଟିରୁ ଉଦ୍ଧ୍ୱର୍‌ ମୂଲ୍ୟର ସମ୍ପତ୍ତି ମିଳିଛି । ଏହାସହ ଭିଜିଲାନ୍ସକୁ ବିଭିନ୍ନ ସ୍ଥାନରେ ଥିବା ୫୨ଟି ପ୍ଲଟ, ଫାର୍ମ ହାଉସ ସହ ରାଇସ ମିଲର ଠିିକଣା ମଧ୍ୟ ମିଳିଛି।

 

ସୂଚନାଯୋଗ୍ୟ,, ୮ମାସ ପରେ ଅବସର ନେଇଥାନ୍ତେ। ହେଲେ ଏହାପୂର୍ବରୁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଭୁବନେଶ୍ୱର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସର ୧୦ଟି ଟିମ୍‌ ରାମଚନ୍ଦ୍ରଙ୍କ ଘର ସମେତ ଭୁବନେଶ୍ୱର, ବଲାଙ୍ଗୀର, ସୋନପୁର ଆଦି ୧୦ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଯାଞ୍ଚବେଳେ ରାମଚନ୍ଦ୍ରଙ୍କ ୫୨ଟି ପ୍ଲଟ୍‌ ସମେତ ବିପୁଳ ସମ୍ପତ୍ତି ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଚଢ଼ାଉ ହେଉଥିବା ସ୍ଥାନ ମଧ୍ୟରେ ରାମଚନ୍ଦ୍ରଙ୍କ ସୁବର୍ଣ୍ଣପୁର ଜିଲା ତରଭା କନ୍ଦରପିଟା ଗ୍ରାମସ୍ଥିତ ପୈତୃକ ଘର, ତରଭା ଅଞ୍ଚଳରେ ଏକ ରାଇସ୍‌ ମିଲ୍‌, ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାରସ୍ଥିତ ଭଡ଼ାଘର ଓ ଭୁବନେଶ୍ୱର ରୂପାଲି ଛକ ଇପିକଲ୍‌ ହାଉସସ୍ଥିତ ଅଫିସ ଚାମ୍ବର ଆଦି ରହିଛି। ଭିଜିଲାନ୍ସ ଟିମ୍‌ରେ ୧୦ଜଣ ଡିଏସ୍‌ପି, ୧୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ଚଢ଼ାଉ ଜାରି ରହିଥିବାବେଳେ ସା ସୁଦ୍ଧା ଭିଜିଲାନ୍ସ ଟିମ୍‌ ରାମଚନ୍ଦ୍ରଙ୍କ ବହୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କିରିଛି।
ରିପୋର୍ଟ ଅନୁଯାୟୀ, ରାମଚନ୍ଦ୍ରଙ୍କ ଠାବ ହୋଇଥିବା ୫୨ଟି ପ୍ଲଟ୍‌ ମଧ୍ୟରୁ ସମ୍ବଲପୁରରେ ୨, ବଲାଙ୍ଗୀରରେ ୩ ଓ ସୁବର୍ଣ୍ଣପୁରରେ ୪୭ଟି ରହିଛି। ସେହିପରି ଭୁବନେଶ୍ୱର ଆଇଗିଣିଆରେ ସତ୍ୟସାଇ ଏନ୍‌କ୍ଲେଭ୍‌ ଏମ୍‌ଆଇଜି-୩ରେ ଗୋଟିଏ ଡୁପ୍ଲେକ୍ସ, ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସରେ ଗୋଟିଏ ୨ ବିଏଚ୍‌କେ ଫ୍ଲାଟ୍‌ (ନଂ.ବି/୦୨), ବଡ଼ଗଡ ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଗୋଟିଏ ୨ ବିଏଚ୍‌କେ ଫ୍ଲାଟ୍‌ (ନଂ.ବି-୪୧୦), ବଲାଙ୍ଗୀର ଟିକରପଡ଼ାରେ ଗୋଟିଏ ୩ମହଲା କୋଠା, ଗୋଟିଏ ୧ମହଲା ବିଶିଷ୍ଟ କୋଠା, ସମ୍ବଲପୁର ଜିଲା ବୁର୍ଲାରେ ଏକ ଦୁଇ ମହଲା କୋଠା, ସୁବର୍ଣ୍ଣପୁରରେ ଗୋଟିଏ ଏକ ମହଲା କୋଠା, ତରଭାରେ ଗୋଟିଏ ରାଇସ୍‌ ମିଲ୍‌, ସୁବର୍ଣ୍ଣପୁରରେ ଗୋଟିଏ ଫାର୍ମ ହାଉସ ଠାବ ହୋଇଛି। ଏସବୁ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଉଇଙ୍ଗ୍‌ ପ୍ରୟାସ ଜାରି ରଖିଛି। ଏଥିସହ ବ୍ୟାଙ୍କ ଜମା ୨୨ଲକ୍ଷ, ୨୩୦ ଗ୍ରାମର ସୁନା ଅଳଙ୍କାର, ୩୧୭ ଗ୍ରାମର ରୁପା ଅଳଙ୍କାର, ୧୧.୨୫ ଲକ୍ଷ ଟଙ୍କାର ୩ଟି ଦୁଇଚକିଆ ଯାନ, ଘରୋଇ ସାମଗ୍ରୀ ଓ ନଗଦ ଟଙ୍କା ରହିଛି। ଚଢ଼ାଉ ଜାରି ରହିଥିବା ବେଳେ ରାମଚନ୍ଦ୍ରଙ୍କ ନିବେଶ (ଶେୟାର, ମ୍ୟୁଚୁଆଲ୍‌ ଫଣ୍ଡ, ଜୀବନବୀମାର ପ୍ରିମିୟମ ଜମା) ଆଦିର ସମ୍ପତ୍ତିକୁ ମଧ୍ୟ ଭିଜିଲାନ୍ସ ଠାବ କରିବାକୁ ପ୍ରୟାସ ଜାରି ରଖିଛି। ଭିଜିଲାନ୍ସ ଟିମ୍‌ ପକ୍ଷରୁ ରାମଚନ୍ଦ୍ରଙ୍କୁ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରାଯାଉଛି। ଏହି ଯାଞ୍ଚ ସରିବା ପରେ ତାଙ୍କ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ରାମଚନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି, ସତ୍ୟ ପଦାକୁ ଆସିବ। ଭଗବାନ ଅଛନ୍ତି। ମୁଁ କାହାର କିଛି କ୍ଷତି କରିନାହିଁ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?