Posted inଖେଳ

ଶତକ ମାରିବା ପରେ ଖୁସି ହେବା ବଦଳରେ ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର: କାରଣ ଜାଣିଲେ…

ନୂଆଦିଲ୍ଲୀ,୨୩।୨: ଗତ ଜାନୁୟାରୀରେ ଭାରତୀୟ ଅଲରାଉଣ୍ଡର ବ୍ରଦର୍ସ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡା ବାପାଙ୍କୁ ହରାଇଛନ୍ତି। ଉଭୟ ବାପା ହିମାଶୁଂ ପାଣ୍ଡ୍ୟାଙ୍କ ବେଶ ନିକଟତର ଥିଲେ। ଏଥିଯୋଗୁ ଏଯାବତ ସେମାନେ ବାପାଙ୍କ ନିଧନକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ନିକଟରେ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ୍‌ରେ କ୍ରୁନାଲ ଉଲ୍ଲେଖନୀୟ ଶତକ ମାରିଥିଲେ। ଏଥିରେ ସେ ଖୁସି ହେବା ପରିବର୍ତ୍ତେ ପଡ଼ିଆରେ କାନ୍ଦିବା ଆରମ୍ଭ କରିଦେଇଥିଲେ। ତାଙ୍କ ଆଖିରେ ଲୁହ ଦେଖି ସାଥୀ ଖେଳାଳିମାନେ ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ଏହାର ଏକ ଭିଡିଓ କ୍ରିକେଟର ନିଜର ସୋସିଆଲ ପୃଷ୍ଠାରେ ଶେୟାର କରିଛନ୍ତି।

ବଡ଼ୌଦାର ଅଧିନାୟକ କ୍ରୁନାଲ ତ୍ରିପୁରା ବିପକ୍ଷ ମ୍ୟାଚ୍‌ରେ ୯୭ବଲ୍‌ ଖେଳି ୧୨୭ରନ୍‌ର ଶତକୀୟ ପାଳି ଖେଳିଥିଲେ। ଏଥିରେ ୨୦ ଚୌକା ଏବଂ ୧ ଛକା ଥିଲା। ତେବେ ପ୍ରଥମ ଥର ପାଇଁ ତାଙ୍କର ଏହି ଶତକ ଦେଖିବା ପାଇଁ ବାପା ଜୀବିତ ନାହାନ୍ତି। ବାପାଙ୍କ ଶେଷ ଶବ୍ଦ ଥିଲା, ପୁଅ ଏବେ ତୁମର ସମୟ ଆରମ୍ଭ ହୋଇଛି। ଯେତେବେଳେ ମୁଁ ୭୬ ରନ୍‌ କରିଥିଲି ସେ ବେଶ୍‌ ଖୁସି ହୋଇ ମୋର ପ୍ରଶଂସା କରିଥିଲେ। ହେଲେ ଏବେ ସେ ନାହାନ୍ତି। ଶାରୀରିକ ଭାବେ ସେ ଉପସ୍ଥିତ ନ ଥିଲେ ହେଁ ମୋତେ ଦେଖି ସେ ଖୁସି ହେଉଥିବେ ବୋଲି କ୍ରୁନାଲ ଲେଖିଛନ୍ତି।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କୁ ସ୍ବପ୍ନରେ ଦେଖୁଥିଲେ ଏହି ମହାନ ଖେଳାଳି

ଅଷ୍ଟ୍ରେଲିଆର ମହାନ୍‌ ବୋଲର୍‌ ସେନ୍‌ ଓ୍ବାର୍ଣ୍ଣ ୫୧ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୯ ସେପ୍ଟେମ୍ବର ୧୩ ତାରିଖରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ସେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱର ସର୍ବଶ୍ରେଷ୍ଠ...

ଟି୨୦ ସିରିଜ: ଭାରତର କ୍ଲିନ୍‌ ସୁଇପ୍‌

ଗୁୟାନା, ୭।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ସଫଳତମ ବୋଲର ଅଶ୍ୱିନ

ସାଉଥାମ୍ପଟନ,୨୫।୬ (ପି.ଟି.) : ଭାରତୀୟ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଉ ଏକ ବଡ଼ଧରଣର ସଫଳତା ହାସଲ କରିଛନ୍ତି। ୨୦୧୯-୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌...

କ୍ୟୁରେଟର ଦଲ୍‌ଜିତଙ୍କୁ କୋହଲି, ଶାସ୍ତ୍ରୀଙ୍କ ସମ୍ବର୍ଦ୍ଧନା

ମୋହଲି, ୧୯।୯(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ବୁଧବାର ଅଭିଜ୍ଞ କ୍ୟୁରେଟର ଦଲଜିତ୍‌ ସିଂଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଠାରେ...

ବିସିସିଆଇ ରୋଜଗାର ଉପରେ ଲାଗିବନି ଆୟକର…

ନୂଆଦିଲ୍ଲୀ,୧୪।୧୧: ବିଶ୍ୱ କ୍ରିକେଟରେ ବିସିସିଆଇ ହେଉଛି ସବୁଠାରୁ ଧନୀ କ୍ରିକେଟ ବୋର୍ଡ । ବିସିସିଆଇ ଆଇସିସିକୁ ମଧ୍ୟ ସର୍ବାଧିକ ଟଙ୍କା ଦେଇଥାଏ। ଯେବେଠାରୁ ଆଇପିଏଲ ଆରମ୍ଭ...

ସ୍ବତନ୍ତ୍ର ରେକର୍ଡ ଅଧିକାରୀ ପୋଲାର୍ଡ

ପାଲିକେଲ,୫ା୩- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ...

ହକି ଇଣ୍ଡିଆର ସୁପାରିସ: ଶ୍ରୀଜେସ୍‌ ଓ ଦୀପିକା ଖେଳରତ୍ନ, ହରମନପ୍ରୀତ ଅର୍ଜୁନ

ନୂଆଦିଲ୍ଲୀ,୨୭ା୬(ପି.ଟି.)- ଚଳିତବର୍ଷର ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ହକି ଇଣ୍ଡିଆ ଶନିବାର ଭାରତର ଭେଟେରାନ ଗୋଲକିପର ପି.ଆର. ଶ୍ରୀଜେସ୍‌ ଓ ମହିଳା ଦଳର...

ଓସାକା, ଥିମ୍‌, ସେରେନା, ଜୋକୋଭିଚ୍‌ଙ୍କ ବିଜୟ

ପ୍ୟାରିସ, ୩୧ା୫ (ଏଏଫ୍‌ପି)-ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଗୁରୁବାର ଟପ୍‌ ସିଡ୍‌ ନାଓମି ଓସାକା ଓ ୨୪ତମ ଗ୍ରାଣ୍ଡସ୍ଲାମ ରେକର୍ଡ ଟାଇଟଲ...

Advertisement


Archives

Model This Week