ବଲିଉଡ୍ ଅଭିନେତ୍ରୀଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହାନ୍ତି କ୍ରିତି

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ନାୟିକା କ୍ରିତି ସାନନ ଏବେ ଖୁବ୍ ଚର୍ଚ୍ଚାରେ । ନିଜର କଠିନ ପରିଶ୍ରମ ଓ ଏକାଗ୍ରତା ପାଇଁ ସେ ଆଜି ବଲିଉଡରେ ନିଜ ପାଇଁ ତିଆରି କରିଛନ୍ତି ଏକ ଭିନ୍ନ ପରିଚୟ । ନିକଟରେ ତାଙ୍କ ଅଭିନୀତ ମୁଭି ‘ମିମି’ ରିଲିଜ୍ ହୋଇଥିବା ବେଳେ ଏଥିରେ ତାଙ୍କର ଅଭିନୟକୁ ଦର୍ଶକେ ଖୁବ୍ ପ୍ରଶଂସା କରିଛନ୍ତି । କ୍ରିତି ଏହି ଫିଲ୍ମରେ ଜଣେ ସରୋଗେସି ମଦର ଭୂମିକାରେ ଅଭିନୟ କରିଛନ୍ତି । ନିକଟରେ ଏକ ସାକ୍ଷାତ୍‌କାରରେ କ୍ରିତି ତାଙ୍କ ମନର କଥା ଖୋଲି କହିଛନ୍ତି । ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ କେବେ ସେ ଆଉ ପଛକୁ ଫେରି ଚାହିଁବାକୁ ରାଜି ନୁହେଁ । ତେବେ ଆଗକୁ ସେ କିଛି ବାୟୋପିକ୍‌ରେ କାମ କରିବାକୁ ଇଚ୍ଛା ରଖିଛନ୍ତି । ତାହା ଯଦି ଦର୍ଶକଙ୍କର ପ୍ରିୟ ନାୟିକାମାନଙ୍କର ହୁଏ ତେବେ କ୍ରିତିଙ୍କ ଖୁସିର ସୀମା ରହିବ ନାହିଁ ବୋଧହୁଏ । ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯଦି ତାଙ୍କୁ ମଧୁବାଲା ଓ ମିନାକୁମାରୀଙ୍କ ବାୟୋପିକ୍‌ରେ କାମ କରିବାକୁ ସୁଯୋଗ ମିଳେ ତେବେ ସେ ସେହିଦିନ ସବୁଠାରୁ ଅଧିକ ଖୁସି ହେବେ । କାରଣ ଏହି ଦୁଇ ଅଭିନେତ୍ରୀଙ୍କ ବାୟୋପିକରେ କାମ କରିବାକୁ ଏବେଠାରୁ ସେ ଉତ୍ସାହିତ ଅଛନ୍ତି । ତାଙ୍କ ମତରେ ବଲିଉଡ୍ ଦୁନିଆରେ ଏମିତି କେତେଜଣ ବ୍ୟକ୍ତିତ୍ୱ ରହିଛନ୍ତି ଯାହାଙ୍କ କଥା ସାଧାରଣ ଦର୍ଶକେ କମ୍ ଜାଣନ୍ତି । ତେଣୁ ତାଙ୍କର ବାୟୋପିକ୍ କରାଗଲେ ଏହା ଦର୍ଶକଙ୍କୁ ନିଶ୍ଚିତ ପସନ୍ଦ ଆସିବ ।


Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri