Posted inଖେଳ

କରାଟେରେ କୃଷ୍ଣଙ୍କ କୀର୍ତ୍ତି

ପିଲାଦିନେ କ୍ରିକେଟ ପ୍ରତି ରୁଚି ରଖୁଥିବା କୃଷ୍ଣ କ୍ରମେ ଭାଇଙ୍କ ପ୍ରେରଣାରେ କରାଟେ ପ୍ରେମରେ ପଡ଼ନ୍ତି। ଉତ୍କଳ କରାଟେ ସ୍କୁଲ ହୁଏ ତାଙ୍କର ପଥ ପ୍ରଦର୍ଶକ। କରାଟେ ଦେଇଛି ତାଙ୍କୁ ନୂଆ ପରିଚୟ। ରାଜ୍ୟ ଏବଂ ସର୍ବଭାରତୀୟ ସ୍ତରରେ ସଫଳତା ପରେ କୃଷ୍ଣ ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରି ରାଜ୍ୟକୁ ଗର୍ବିତ କରିଛନ୍ତି।

ଏକାଧିକ କ୍ରୀଡ଼ାରେ ରାଜ୍ୟରେ ସର୍ବାଧିକ ଜାତୀୟ/ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଥିବା ଘରୋଇ କ୍ରୀଡ଼ାନୁଷ୍ଠାନ ହେଉଛି ଉତ୍କଳ କରାଟେ ସ୍କୁଲ। ରାଜ୍ୟରେ ‘ଖେଳାଳି ତିଆରି କାରଖାନା’ଭାବେ ବିଶେଷ ପରିଚିତ ଏହି ଅନୁଷ୍ଠାନର ଅନ୍ୟତମ ସଫଳ ସୃଷ୍ଟି ହେଉଛନ୍ତି କୃ୍‌ଷ୍ଣଚନ୍ଦ୍ର ନାୟକ। ପିଲାଦିନେ କ୍ରିକେଟ ପ୍ରତି ରୁଚି ରଖୁଥିବା କୃଷ୍ଣ କ୍ରମେ ଭାଇ ଭଗବାନ ନାୟକଙ୍କ ପ୍ରେରଣାରେ କରାଟେ ପ୍ରେମରେ ପଡ଼ନ୍ତି। ଉତ୍କଳ କରାଟେ ସ୍କୁଲ ଏବଂ ଏହାର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ ହୁଅନ୍ତି ତାଙ୍କର ପଥ ପ୍ରଦର୍ଶକ। ବାସ୍‌ , ଏଠାରେ ଶିକ୍ଷାଲାଭ ପରେ ଏବେ କରାଟେ ହିଁ ତାଙ୍କୁ ଦେଇଛି ପରିଚୟ। ରାଜ୍ୟ ଏବଂ ସର୍ବଭାରତୀୟ ସ୍ତରରେ ସଫଳତା ପରେ କୃଷ୍ଣ ଜାତୀୟ ପ୍ରତିଯୋଗିତାରେ ପଦକ ହାସଲକରି ରାଜ୍ୟକୁ ଗର୍ବିତ କରିଛନ୍ତି। ଏବେ ସେ ଫାଷ୍ଟ ଡାନ୍‌ ବ୍ଲାକ୍‌ ବେଲ୍ଟର ଅଧିକାରୀ। ଦିନେ ଭବିଷ୍ୟତକୁ ନେଇ ଅନ୍ଧାରରେ ଥିବା ଏହି କ୍ରୀଡ଼ାବିତ୍‌ କରାଟେରୁ ସଫଳତାର ସ୍ବାଦ ପାଇବା ପରେ ଏବେ ଯୋଜନାବନ୍ଧଭାବେ ଆଗକୁ ବଢ଼ୁଛନ୍ତି। ଆଗାମୀ ଦିନରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଅନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରିବା ତାଙ୍କର ସ୍ବପ୍ନ ବୋଲି ସେ ପ୍ରକାଶ କରିଛନ୍ତି। ”ଦିନ ଥିଲା ମୁଁ ଭବିଷ୍ୟତରେ କ’ଣ କରିବି ବୋଲି ଜାଣିପାରୁ ନ ଥିଲି। ମାତ୍ର କରାଟେକୁ ଆସିବା ପରେ ମୋର ମନୋଭାବ ବଦଳି ଯାଇଛି। ମୁଁ ଜଣେ ସଫଳ ଖେଳାଳି ଓ କୋଚ୍‌ଭାବେ ଆଗକୁ ବଢ଼ିବାକୁ ଉଦ୍ୟମ ଜାରି ରଖିଛି। ଅନ୍ତର୍ଜାତୀୟ ସ୍ତରରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରି ପଦକ ହାସଲ କରିବା ମୋର ଲକ୍ଷ୍ୟ। ଦିନେ ଲକ୍ଷ୍ୟ ପଥରେ ପହଞ୍ଚତ୍ବାନେଇ ଆଶା ମଧ୍ୟ ରଖିଛି“ ବୋଲି କୃଷ୍ଣ ପ୍ରକାଶ କରିଛନ୍ତି।
କୃଷ୍ଣ ୨୦୧୫ରୁ ୮ ବର୍ଷ ହେଲା କରାଟେ କରୁଛନ୍ତି। ଗ୍ରାଜୁଏଶନ ପରେ ଏବେ କେବଳ କରାଟେରେ ମନୋନିବେଶ କରିଛନ୍ତି। ବଡ଼ଭାଇ ଭଗବାନଙ୍କ ପ୍ରେରଣାରେ ସେ କ୍ରିକେଟ ଖେଳରୁ କରାଟେ ପ୍ରତି ମନ ବଳାଇଥିଲେ। ତାଙ୍କ ବଡ଼ଭାଇ ପୂର୍ବରୁ କରାଟେ ଶିଖୁଥିଲେ। ମାତ୍ର ଶାରୀରିକ ଅସୁସ୍ଥତା ଯୋଗୁ ସେ ଏଥିରେ ଆଗକୁ ବଢ଼ିପାରି ନ ଥିଲେ। ବଡ଼ଭାଇଙ୍କ ପରାମର୍ଶରେ କରାଟେରେ ପ୍ରବେଶ କରିଥିବା କୃଷ୍ଣଙ୍କର କ୍ରମେ ରାଜ୍ୟ ଏବଂ ପରେ ପୂର୍ବାଞ୍ଚଳ ଏବଂ ସର୍ବଭାରତୀୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ପାଇବାପରେ ଆଗ୍ରହ ବଢ଼ି ବଢ଼ି ଚାଲିଲା। ଗୁରୁ ହରିପ୍ରସାଦଙ୍କ ଦିଗ୍‌ଦର୍ଶକ ମଧ୍ୟ ତାଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ଫଳରେ ସେ ଏଥିରେ ଆଗକୁ ବଢ଼ିବେ ବୋଲି ଦୃଢ଼ ସଂକଳ୍ପ ହୋଇଥିଲେ।
ରାଜ୍ୟସ୍ତରରେ ରୌପ୍ୟ ପଦକରୁ କୃଷ୍ଣଙ୍କ ଅଭିଯାନ ଆରମ୍ଭ ହୋଇଥିଲା। କୁମିତେ (ଫାଇଟିଂ) ହେଉଛି ତାଙ୍କର ପ୍ରିୟ ଇଭେଣ୍ଟ। ଟିମ୍‌ ଫାଇଟ୍‌ରେ ସେ ସ୍ବର୍ଣ୍ଣପଦକ ମଧ୍ୟ ପାଇଥିଲେ। ଇତିମଧ୍ୟରେ ସେ ରାଜ୍ୟସ୍ତରରେ ୬ ସ୍ବର୍ଣ୍ଣ, ୨ ରୌପ୍ୟ, ସର୍ବଭାରତୀୟ ଓପନରେ ୫ ସ୍ବର୍ଣ୍ଣ ଓ ୨ ରୌପ୍ୟ, ପୂର୍ବାଞ୍ଚଳ ପ୍ରତିଯୋଗିତାରେ ୨ ସ୍ବର୍ଣ୍ଣ ଓ ୨ ରୌପ୍ୟ, ଦିଲ୍ଲୀରେ ଅନୁଷ୍ଠିତ ଚାମ୍ପିୟନ ଅଫ୍‌ ଚାମ୍ପିୟନ ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ (୨୦୨୨) ହାସଲକରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ତେବେ ଏ ସବୁ ସଫଳତା ତାଙ୍କୁ ଯେତେ ସନ୍ତୁଷ୍ଟ କରିପାରି ନ ଥିଲା ୨୦୨୩ରେ ଉତ୍ତରାଖଣ୍ଡର ଡେରାଡୁନ୍‌ରେ ଅନୁଷ୍ଠିତ ଜାତୀୟ ସିନିୟର କରାଟେ ପ୍ରତିଯୋଗିତା (ଫାଇଟିଂ)ରେ ବ୍ରୋଞ୍ଜ ପଦକ ତାଙ୍କୁ ଅଧିକ ସନ୍ତୋଷ ପ୍ରଦାନ କରିଥିଲା। ଜାତୀୟ ପ୍ରତିଯୋଗିତାରେ କୃଷ୍ଣ ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ଦିଲ୍ଲୀ ଓ ମଧ୍ୟପ୍ରଦେଶ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ଲଢ଼ିଥିଲେ। ପ୍ରଥମ ୩ଟି ଫାଇଟ୍‌କୁ ଯଥାକ୍ରମେ ୬-୧, ୭-୨ ଓ ୬-୧ରେ ଜିତିବା ପରେ ସେମିଫାଇନାଲରେ ୦-୩ରେ ହାରିଯାଇ ଥିଲେ। ତେବେ ଏହା ତାଙ୍କୁ ବ୍ରୋଞ୍ଜ ପଦକ ବିଜେତା ହେବା ପାଇଁ ପର୍ଯ୍ୟାପ୍ତ ହୋଇଥିଲା। ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ଏସିଆନ କରାଟେ ପାଇଁ ଯୋଗ୍ୟତା ମିଳିଥାଏ। ଆଗାମୀ ଜାତୀୟ ପ୍ରତିଯୋଗିତାରେ ସେ ଏହା ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି।
ଚଳିତ ମାସ ୨୯ ଓ ୩୦ରେ କୋଲକାତାରେ ସର୍ବଭାରତୀୟ ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ଅଗଷ୍ଟ ୧୧, ୧୨, ୧୩ରେ ଦିଲ୍ଲୀରେ ହେବାକୁ ଥିବା ଇଣ୍ଡିପେଣ୍ଡନ୍ସ କପ୍‌ ପାଇଁ କୃଷ୍ଣ ପ୍ରସ୍ତୁତି ଚଳାଇଛନ୍ତି। ୨୦୨୨ରେ କୋଲକାତାରେ ଅନୁଷ୍ଠିତ ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିବାରୁ ଏଥର ମଧ୍ୟ ଆଶାବାଦୀ ଅଛନ୍ତି।
କୃଷ୍ଣଙ୍କ କହିବା ଅନୁସାରେ ”କରାଟେ ଏପରି ଏକ କ୍ରୀଡ଼ା ଯାହାକି ମଣିଷକୁ ଶୃଙ୍ଖଳିତ କରିଥାଏ। ନିଜକୁ ନିଜେ ଚିହ୍ନିବା ପାଇଁ ସୁଯୋଗ ଦେଇଥାଏ। ଆତ୍ମରକ୍ଷା ଦେବା ସହିତ ଅନ୍ୟ ପ୍ରତି ସମ୍ମାନବୋଧ ଜାଗ୍ରତ କରିଥାଏ। ସ୍ମରଣଶକ୍ତି ମଧ୍ୟ ବଢ଼ାଇଥାଏ। ଉତ୍କଳ କରାଟେ ସ୍କୁଲ ଏପରି ଏକ ଅନୁଷ୍ଠାନ ଯାହାକି ଜଣେ ଖେଳାଳିକୁ ପ୍ରତିଷ୍ଠା ଅର୍ଜନ ପାଇଁ ସହାୟକ ହେବା ସହିତ ଭଲ ମଣିଷ ହେବାପାଇଁ ବାଟ ଦେଖାଇଥାଏ। ଏଠାକୁ ଆସିବାପରେ ମୁଁ ଅନେକ କିଛି ଜାଣିବାକୁ ପାଇଛି, ଯାହାକି ମୋତେ ଆଗାମୀ ଦିନରେ ବହୁ ଉପାଦେୟ ହୋଇପାରିବ।“
କୃଷ୍ଣଙ୍କ ବାପା ୨୦୨୧ରେ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି। ତେଣୁ ପରିବାର ପ୍ରତିପୋଷଣ ଏବେ ଭାଇ ଭଗବାନ ଏବଂ ତାଙ୍କ ଉପରେ। ବଡ଼ଭାଇ ଅଟୋ ଚଲାଇ ଯାହା କିଛି ରୋଜଗାର କରୁଥିବାବେଳେ କୃଷ୍ଣ ନିଜେ କରାଟେ ଶିଖିବା ସହ ପ୍ରଶିକ୍ଷଣ ମଧ୍ୟ ଦେଇ ଉପାର୍ଜନ କରୁଥିବା ଅର୍ଥରୁ ପରିବାର ଚଳାଉଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ କରାଟେ ହିଁ ତାଙ୍କୁ ବଞ୍ଚତ୍ବାର ବାଟ ଦେଖାଇଛି ବୋଲି କୃଷ୍ଣ ଭାବାବେଗର ସହ କହିଛନ୍ତି। ସେ ସମ୍ପ୍ରତି ଓଏମ୍‌ସି, ପାତ୍ରପଡ଼ାର ରଶ୍ମିବିହାର କମ୍ୟୁନିଟି ହଲ୍‌ ଏବଂ ଉତ୍କଳ କରାଟେ ସ୍କୁଲରେ ସାମୟିକ ପ୍ରଶିକ୍ଷଣ ଦେଉଛନ୍ତି। ସେଥିରୁ ଉପାର୍ଜିତ ଅର୍ଥ ଘର ଖର୍ଚ୍ଚରେ ନିୟୋଜିତ ହେଉଛି। ସବୁଠାରୁ ବଡ଼ କଥା ହେଲା କୃଷ୍ଣଙ୍କଠାରୁ ଟ୍ରେନିଂ ନେଇ ପିଲାମାନେ ରାଜ୍ୟ ଏବଂ ଜାତୀୟ ସ୍ତରରେ ସଫଳତା ପାଇବା ଆରମ୍ଭ କରିଛନ୍ତି। ସମୟ ବାହାରକରି ଟ୍ରେନିଂ ନେବା ସହିତ ପ୍ରଶିକ୍ଷଣ ଦେଉଛନ୍ତି। ଏହା ତାଙ୍କୁ ଖୁସି ଦେଉଛି ବୋଲି ସେ କହିଛନ୍ତି।
କୃଷ୍ଣଙ୍କ ଦୃଷ୍ଟିରେ କରାଟେକୁ କ୍ୟାରିୟର କରିବାକୁ ଚାହୁଁଥିବା ପିଲାମାନେ ପ୍ରଥମେ ଶୃଙ୍ଖଳା ଜ୍ଞାନ ଶିଖିବା ଆବଶ୍ୟକ। ଏହା ବ୍ୟତୀତ ଖେଳରେ ଇଚ୍ଛା ରଖିବା ନିହାତି ଆବଶ୍ୟକ। ଇଚ୍ଛା ନ ଥିଲେ ଜଣକୁ ଯେତେ ପ୍ରଶିକ୍ଷଣ ଦେଲେ ମଧ୍ୟ ସେ କେବେ ଆଗକୁ ବଢ଼ିପାରିବ ନାହିଁ। ନିଜର ସଫଳତାର ଶ୍ରେୟ କୃଷ୍ଣ ଉତ୍କଳ କରାଟେ ସ୍କୁଲ ଓ ପ୍ରଶିକ୍ଷକ ହରିପ୍ରସାଦ ପଟ୍ଟନାୟକଙ୍କୁ ଦେଇଛନ୍ତି। କରାଟେ ତାଙ୍କୁ ଜଣେ ଭଲ ମଣିଷଭାବେ ଗଢ଼ି ତୋଳିବା ସହ ଆଗାମୀ ଦିନରେ ସମ୍ମାନର ସହ ବଞ୍ଚତ୍ବା ପାଇଁ ବାଟ ଦେଖାଇଛି ବୋଲି ପ୍ରକାଶ କରିଛନ୍ତି।
-ପ୍ରସ୍ତୁତି: ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri