ଆଇଆଇଟି-ଜେଇଇ (ମେନ୍‌) ପ୍ରବେଶିକା ପରୀକ୍ଷା: କ୍ରୀଷ୍ଣା ବିକାଶ ଛାତ୍ରୀଛାତ୍ରଙ୍କ ବାଜିମାତ୍‌

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ): ଶନିବାର ପ୍ରକାଶିତ ଆଇଆଇଟି-ଜେଇଇ (ମେନ୍‌) ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ରାଜ୍ୟରୁ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବରଗଡ଼ କ୍ରୀଷ୍ଣା ବିକାଶର ପ୍ରତ୍ୟୁଷ କୁମାର ସାହୁ ୯୯.୩୯, ୪ଜଣ ୯୮, ୧୪ଜଣ ୯୭, ୨୧ଜଣ ୯୬, ୨୯ଜଣ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଛନ୍ତି ଏବଂ ୮୭ଛାତ୍ରୀଛାତ୍ର ୨୦୨୫ ଜେଇଇର ନିର୍ଦ୍ଧାରୀତ କଟ୍‌ଅଫ୍‌ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖି ସଫଳ ହୋଇଛନ୍ତି ବୋଲି କ୍ରୀଷ୍ଣା ବିକାଶ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବିବେକ ଦାଶରୀ ସୂଚନା ଦେଇଛନ୍ତି। ୮୭ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫୩ଛାତ୍ରୀଛାତ୍ର ରାଉରକେଲା ଏନ୍‌ଆଇଟିରେ ଆଡ଼ମିଶନ ପାଇବା ପାଇଁ ନିର୍ଦ୍ଧାରୀତ କଟ୍‌ଅଫ୍‌ ପ୍ରତିଶତ ରଖି ଫଳାଫଳ ତାଲିକାର ଶୀର୍ଷରେ ରହିଥିବା ସେ କହିଛନ୍ତି। ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ(ସିନିୟର ସେକେଣ୍ଡାରୀ) ଚିତ୍ତରଞ୍ଜନ ପତି ପରୀକ୍ଷାଫଳ ଉପରେ ସବିଶେଷ ବିବରଣୀ ସହିତ ସୂଚନା ଦେଇଛନ୍ତି, ପ୍ରତ୍ୟୁଷ ୯୯.୩୯, ହର୍ଷିତ ଚନ୍ଦ୍ରାକର ୯୮.୬୨, ପିୟୁଷ ସାହୁ ୯୮.୩୯, ନିର୍ଲିପ୍ତା ୯୮.୦୮ କୁରୁକୁରିଆ, ଜିୟା ୯୭.୮୩, ସୌମ୍ୟରଞ୍ଜନ ୯୭.୬୭, ରୋନକ ୯୭.୫୯, ମନୀଷ ୯୭.୪୬, ରୋହନ ୯୭.୩୮, ନମିତା ୯୭.୩୪, ଚିନ୍ମୟାନନ୍ଦ ୯୭.୩୪, ମୁକେଶ ୯୭.୨୭, ମଧୁସୂଦନ ୯୭.୧୩, ଅମରନାଥ ୯୭.୦୨ ପ୍ରତିଶତ ମାର୍କ ରଖିଛନ୍ତି। ସେହିପରି ରଜତ ୯୬.୮୩, ହେମନିଲ ୯୬.୫୧, ସ୍ବସ୍ତିକ ୯୬.୫୧, ଅଂଶୁମାନ ୯୬.୪୪, ଅଙ୍କିତ ୯୬.୪୦, ରିତିକା ୯୬.୨୭, ଲିପୁନ ୯୬.୧୦, କାହ୍ନାଜୀ ୯୫.୯୯, ରାକେଶ ୯୫.୮୮, ମୋହନ ୯୫.୮୦, ଶିବମ ୯୫.୫୦, ଅଙ୍କିତ ୯୫.୪୩, ଯଶୋବନ୍ତ ୯୫.୪୨, ଶୁଭମ ୯୫.୪୨, ପ୍ରଗତି ୯୫.୧୮ ପ୍ରତିଶତ ସହିତ ତାଲିକାର ଶୀର୍ଷରେ ରହିଛନ୍ତି।
ପଦାର୍ଥ ବିଜ୍ଞାନରେ ପ୍ରତ୍ୟୁଷ କୁମାର ସାହୁ ଏବଂ ପିୟୁଷ ସାହୁ ଶତ ପ୍ରତିଶତ ମାର୍କ ରଖିଥିବାବେଳେ ନମିତା ୯୯.୯୨, ଅଙ୍କିତ ୯୯.୭୬, ହର୍ଷିତ ୯୯.୭୩, ଚିନ୍ମୟାନନ୍ଦ ୯୯.୭୩, ନିର୍ଲିପ୍ତା ୯୯.୬୪, ଜିୟା ୯୯.୫୫, ସୌମ୍ୟରଞ୍ଜନ ୯୯.୪୨, ମୁକେଶ ୯୯.୨୯, ଅଂଶୁମାନ ୯୯.୨୧, ରୋନକ ୯୯.୦୯, ରିତିକା ୯୯.୦୩, ମଧୁସୂଦନ ୯୯.୦୨ ପ୍ରତିଶତ ରଖି ସଫଳ ହୋଇଛନ୍ତି। ରସାୟନ ବିଜ୍ଞାନରେ ପ୍ରତ୍ୟୁଷ ୯୯.୯୭, ହର୍ଷିତ ୯୯.୭୫, ରୋନକ ୯୯.୬୬, ପିୟୁଷ ୯୯.୬୧, ରୋହନ ୯୯.୬୦, ଅମରନାଥ ୯୯.୩୯, ତପସ୍ବିନୀ ୯୯.୩୬, ନିର୍ଲିପ୍ତା ୯୯.୩୪, ଓମ୍‌କାର୍‌ ୯୯.୨୮, ଜିୟା ୯୯.୧୦ ପ୍ରତିଶତ ରଖିଛନ୍ତି।
ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ୮୭ଛାତ୍ରୀଛାତ୍ର ଆଇଆଇଟି-ଜେଇଇ ଏଡଭାନ୍ସଡ୍‌ ପରୀକ୍ଷା ପାଇଁ କ୍ରୀଷ୍ଣା ବିକାଶର ଅନୁଭବୀ, ଦକ୍ଷ ଶିକ୍ଷକମାନଙ୍କର ମାର୍ଗଦର୍ଶନରେ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି। ଜେଇଇ ମେନ୍‌ ନିର୍ଣ୍ଣାୟକ ପ୍ରବେଶିକା ପରୀକ୍ଷାରେ ଛାତ୍ରୀଛାତ୍ରଙ୍କ ଉତ୍କୃଷ୍ଟ ସଫଳତା ପାଇଁ କ୍ରୀଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ମୂରଲୀ କ୍ରୀଷ୍ଣା ବିକାଶରେ ଚାଲିଥିବା ସେଣ୍ଟ୍ରାଲାଇଜଡ୍‌ ଏଣ୍ଟ୍ରାନ୍ସ ଏକାଡ଼େମୀର ପାଠ୍ୟକ୍ରମକୁ ପ୍ରଶଂସା କରିବା ସହିତ ବିଗତ ଏକ ଦଶନ୍ଧି ଧରି କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ଜେଇଇ ମେନ୍ସ ଏବଂ ଏଡଭାନ୍ସଡ୍‌ ପ୍ରବେଶିକା ପରୀକ୍ଷା ଗୁଡ଼ିକରେ ନିରନ୍ତର ସଫଳତା ପାଇଁ ଅଧ୍ୟକ୍ଷ(ସିନିୟର ସେକେଣ୍ଡାରୀ) ଚିତ୍ତରଞ୍ଜନ ପତି, ଛାତ୍ରୀଛାତ୍ର ଏବଂ ଅଧ୍ୟାପିକା, ଅଧ୍ୟାପକଙ୍କ ପରିଶ୍ରମକୁ ସଫଳତାର ଶ୍ରେୟ ଦେଇଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ଆଇଆଇଟି ଜେଇଇ ଏଡଭାନ୍ସଡ୍‌, ଏନ୍‌ଟିଏ-ନିଟ୍‌(ମେଡ଼ିକାଲ), ସିୟୁଇଟି, ସିଏ, କ୍ଲାଡ୍‌, ଏନଡ଼ିଏ ଏବଂ ଆଇପିମ୍ୟାଟ୍‌ ଆଦି ପରୀକ୍ଷା ଗୁଡ଼ିକରେ ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ଆଣିବା ସହିତ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ସେ ଆଶା ପୋଷଣ କରିଛନ୍ତି। ବିକାଶ ଗ୍ରୁପର ଡାଇରେକ୍ଟର ଡ. ସମରେନ୍ଦ୍ରନାଥ ପଣ୍ଡା, ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁ ସମସ୍ତ ସଫଳ ଛାତ୍ରୀଛାତ୍ର, ଅଧ୍ୟାପିକା, ଅଧ୍ୟାପକ ଏବଂ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri