Posted inଖେଳ

ପ୍ରସିଦ୍ଧ ହେଲେ କ୍ରିଷ୍ଣା

ପୁଣେ,୨୪।୩: କର୍ନାଟକ ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ପଦାର୍ପଣ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସେ ୮.୧ ଓଭର ବୋଲିଂ କରି ୫୪ ରନ ବ୍ୟୟ କରିବା ସହ ମୂଲ୍ୟବାନ ୪ ଉଇକେଟ ଅକ୍ତିଆର କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୨୫ ବର୍ଷୀୟ କ୍ରିଷ୍ଣା ଏଥିସହ ପ୍ରଥମ ଭାରତୀୟ ବୋଲର ଭାବେ ପଦାର୍ପଣରେ ୪ କିମ୍ବା ତାଠାରୁ ଅଧିକ ଉଇକେଟ ହାସଲ କରି ବିରଳ ସଫଳତା କରି ଓ ରାତାରାତି ପ୍ରସିଦ୍ଧ ହୋଇଛନ୍ତି। ତେବେ ପ୍ରଥମ ୩ ଓଭର ବୋଲିଂ କରି ସେ ୩୭ ରନ ଦେଇ ବୟବହୁଳ ସାବ୍ୟସ୍ତ ହୋଇଥିଲେ। ଦୁଇ ଓପନର ଜାସନ ରୟ ଓ ଓ ଜନି ବେୟାରଷ୍ଟୋ ଆରମ୍ଭରୁ ଆକ୍ରମଣ କରିଥିଲେ। ରୟଙ୍କୁ ଆଉଟ କରିବା ସହ ସେ ଭାରତକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ଓ ଓପନିଂ ପାର୍ଟନରଶିପ୍‌କୁ ଭାଙ୍ଗିଥିଲେ।
ଆରମ୍ଭରୁ ବ୍ୟୟ ବହୁଳ ସାବ୍ୟସ୍ତ ହେବା କଥାକୁ ସେ ସ୍ବୀକାର କରିଛନ୍ତି। ରୟଙ୍କୁ ଆଉଟ କରିବା ପରେ ନିୟମିତ ଭାବେ ଉଇକେଟ ଅକ୍ତିଆର କରିବାରେ ଆମେ ସଫଳ ହୋଇଥିଲୁ ବୋଲି କ୍ରିଷ୍ଣା କହିଛନ୍ତି। ନିଜର ପ୍ରଥମ ୩ ଓଭର ପରେ ଫୁଲ୍‌ ଲେନ୍ଥ ବୋଲିଂ ନ କରିବାକୁ ଚିନ୍ତା କରିଥିଲା। ଗୁଡ୍‌ ଲେନ୍ଥ ଏରିଆରେ ବଲ୍‌ ମାଡ କରିଥିଲି ଓ ଏହା କାମ ଦେଇଥିଲା। କିଛିଦିନ ତଳେ ଅନୁଷ୍ଠିତ ହୋଇଥିବା ଦେଶର ସର୍ବବୃହତ୍‌ ଦିନିକିଆ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ କ୍ରିଷ୍ଣା ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ୭ଟି ମ୍ୟାଚ୍‌ ଖେଳି ସେ ୨୪.୫ ରନ ହାରରେ ୧୪ଟି ଉଇକେଟ ହାସଲ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି କୋଲକାତା ନାଇଟ ରାଇଡର୍ସ (କେକେଆର) ତରଫରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳି ସଫଳ ହୋଇଛନ୍ତି। ଆଇପିଏଲ ମୋତେ ବହୁତ ସାହାଯ୍ୟ କରିଛି। ତେବେ ଦିନିକିଆରେ ପ୍ରଥମେ ବ୍ୟୟ ବହୁଳ ସାବ୍ୟସ୍ତ ହେବା ପରେ ପ୍ରତ୍ୟାବର୍ତ୍ତନ କରି ଉଇକେଟ ହାସଲ କରିବା ବଡ଼ କଥା ବୋଲି ସେ ମ୍ୟାଚ୍‌ ପରେ କହିଛନ୍ତି। ଗୁଡ୍‌ ଲେନ୍ଥ ଏରିଆରେ ବୋଲିଂ କରି ଟ୍ରାକ୍‌ରୁ ଅତିରିକ୍ତ ବାଉନ୍ସର ସୁବିଧା ମିଳିଥିଲା। ଆଗକୁ ବଡ଼ ବଡ଼ ପାର୍ଟନରଶିପ୍‌ ଭାଙ୍ଗିବାକୁ ସକ୍ଷମ ହୋଇପାରିବି ବୋଲି ଆଶା କରୁଛି। ଦଳ ମଧ୍ୟ ଏହା ଆବଶ୍ୟକ କରୁଛି ୬ ଫୁଟ ଉଚ୍ଚତା ବିଶିଷ୍ଟ କ୍ରିଷ୍ଣା କହିଛନ୍ତି। ସେ ପଦାର୍ପଣ କରିବା ପୂର୍ବରୁ ଅଧିନାୟକ ବିରାଟ କୋହଲିଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ। କ୍ରିଷ୍ଣାଙ୍କ ପାଖରେ ସ୍ବତନ୍ତ୍ର ପ୍ରତିଭା ରହିଛି ବୋଲି କୋହଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri