Posted inଖେଳ

ପ୍ରସିଦ୍ଧ ହେଲେ କ୍ରିଷ୍ଣା

ପୁଣେ,୨୪।୩: କର୍ନାଟକ ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ପଦାର୍ପଣ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସେ ୮.୧ ଓଭର ବୋଲିଂ କରି ୫୪ ରନ ବ୍ୟୟ କରିବା ସହ ମୂଲ୍ୟବାନ ୪ ଉଇକେଟ ଅକ୍ତିଆର କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୨୫ ବର୍ଷୀୟ କ୍ରିଷ୍ଣା ଏଥିସହ ପ୍ରଥମ ଭାରତୀୟ ବୋଲର ଭାବେ ପଦାର୍ପଣରେ ୪ କିମ୍ବା ତାଠାରୁ ଅଧିକ ଉଇକେଟ ହାସଲ କରି ବିରଳ ସଫଳତା କରି ଓ ରାତାରାତି ପ୍ରସିଦ୍ଧ ହୋଇଛନ୍ତି। ତେବେ ପ୍ରଥମ ୩ ଓଭର ବୋଲିଂ କରି ସେ ୩୭ ରନ ଦେଇ ବୟବହୁଳ ସାବ୍ୟସ୍ତ ହୋଇଥିଲେ। ଦୁଇ ଓପନର ଜାସନ ରୟ ଓ ଓ ଜନି ବେୟାରଷ୍ଟୋ ଆରମ୍ଭରୁ ଆକ୍ରମଣ କରିଥିଲେ। ରୟଙ୍କୁ ଆଉଟ କରିବା ସହ ସେ ଭାରତକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ଓ ଓପନିଂ ପାର୍ଟନରଶିପ୍‌କୁ ଭାଙ୍ଗିଥିଲେ।
ଆରମ୍ଭରୁ ବ୍ୟୟ ବହୁଳ ସାବ୍ୟସ୍ତ ହେବା କଥାକୁ ସେ ସ୍ବୀକାର କରିଛନ୍ତି। ରୟଙ୍କୁ ଆଉଟ କରିବା ପରେ ନିୟମିତ ଭାବେ ଉଇକେଟ ଅକ୍ତିଆର କରିବାରେ ଆମେ ସଫଳ ହୋଇଥିଲୁ ବୋଲି କ୍ରିଷ୍ଣା କହିଛନ୍ତି। ନିଜର ପ୍ରଥମ ୩ ଓଭର ପରେ ଫୁଲ୍‌ ଲେନ୍ଥ ବୋଲିଂ ନ କରିବାକୁ ଚିନ୍ତା କରିଥିଲା। ଗୁଡ୍‌ ଲେନ୍ଥ ଏରିଆରେ ବଲ୍‌ ମାଡ କରିଥିଲି ଓ ଏହା କାମ ଦେଇଥିଲା। କିଛିଦିନ ତଳେ ଅନୁଷ୍ଠିତ ହୋଇଥିବା ଦେଶର ସର୍ବବୃହତ୍‌ ଦିନିକିଆ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ କ୍ରିଷ୍ଣା ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ୭ଟି ମ୍ୟାଚ୍‌ ଖେଳି ସେ ୨୪.୫ ରନ ହାରରେ ୧୪ଟି ଉଇକେଟ ହାସଲ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି କୋଲକାତା ନାଇଟ ରାଇଡର୍ସ (କେକେଆର) ତରଫରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳି ସଫଳ ହୋଇଛନ୍ତି। ଆଇପିଏଲ ମୋତେ ବହୁତ ସାହାଯ୍ୟ କରିଛି। ତେବେ ଦିନିକିଆରେ ପ୍ରଥମେ ବ୍ୟୟ ବହୁଳ ସାବ୍ୟସ୍ତ ହେବା ପରେ ପ୍ରତ୍ୟାବର୍ତ୍ତନ କରି ଉଇକେଟ ହାସଲ କରିବା ବଡ଼ କଥା ବୋଲି ସେ ମ୍ୟାଚ୍‌ ପରେ କହିଛନ୍ତି। ଗୁଡ୍‌ ଲେନ୍ଥ ଏରିଆରେ ବୋଲିଂ କରି ଟ୍ରାକ୍‌ରୁ ଅତିରିକ୍ତ ବାଉନ୍ସର ସୁବିଧା ମିଳିଥିଲା। ଆଗକୁ ବଡ଼ ବଡ଼ ପାର୍ଟନରଶିପ୍‌ ଭାଙ୍ଗିବାକୁ ସକ୍ଷମ ହୋଇପାରିବି ବୋଲି ଆଶା କରୁଛି। ଦଳ ମଧ୍ୟ ଏହା ଆବଶ୍ୟକ କରୁଛି ୬ ଫୁଟ ଉଚ୍ଚତା ବିଶିଷ୍ଟ କ୍ରିଷ୍ଣା କହିଛନ୍ତି। ସେ ପଦାର୍ପଣ କରିବା ପୂର୍ବରୁ ଅଧିନାୟକ ବିରାଟ କୋହଲିଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ। କ୍ରିଷ୍ଣାଙ୍କ ପାଖରେ ସ୍ବତନ୍ତ୍ର ପ୍ରତିଭା ରହିଛି ବୋଲି କୋହଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠୁ ଖେଳ ଆରମ୍ଭ

ଭୁବନେଶ୍ୱର,୧୩।୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରର କଳିଙ୍ଗ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ। ଉଦ୍‌ଘାଟନୀ ସମାରୋହର ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଛି ହକିର...

ଓ୍ବର୍ନଙ୍କ ଉପରେ ମନ୍ତବ୍ୟ ଲାଗି କ୍ଷମାପ୍ରାର୍ଥନା କଲେ ଗାଭାସ୍କର

ନୂଆଦିଲ୍ଲୀ,୮।୩: ଅଷ୍ଟ୍ରେଲିଆନ କିମ୍ବଦନ୍ତୀ ଶେନ ଓ୍ବର୍ନଙ୍କୁ ସର୍ବକାଳୀନ ସ୍ପିନର କହିବାକୁ ମନା କରି ଦେଇଥିଲେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର। ଏଥିଯୋଗୁ ଲିଟ୍‌ ମାଷ୍ଟର...

ଭାରତ-ଓ୍ବେଷ୍ଟଇଣ୍ଡିଜ ଟି୨୦: ସୁରକ୍ଷା ଦେବାକୁ ମନା କଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୨।୧୧- ଆସନ୍ତା ୬ ତାରିଖରେ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି୨୦ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହି ମ୍ୟାଚ୍‌...

‘ଏସିଆ କପ୍‌ରେ ରୋହିତଙ୍କ ସହ ଓପନିଂ କରନ୍ତୁ କୋହଲି’

ନୂଆଦିଲ୍ଲୀ,୧୨।୮: ଆଗାମୀ ଏସିଆ କପ୍‌ରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଉପନିଂ କରିବା ଉଚିତ। କାରଣ ଯେତେବେଳେ ଜଣେ ଓପନିଂ କରେ ସ୍କୋର ୦/୦...

ଅଶୋକ ସାହୁ ଜିଏଫ୍‌ଆଇ ଚୟନ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର, ୩୦।୫(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଜିମ୍ନାଷ୍ଟିକ୍‌ ଆସୋସିଏଶନ(ଓଜିଏ) ସମ୍ପାଦକ ଅଶୋକ ସାହୁ ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ( ଜିଏଫଆଇ) ଚୟନ କମିଟି ଅଧ୍ୟକ୍ଷଭାବେ ନିଯୁକ୍ତ ହୋଇଛନ୍ତି।...

ମିଲର-ଡୁସେନ ଛଡ଼ାଇ ନେଲେ ମ୍ୟାଚ୍‌

ନୂଆଦିଲ୍ଲୀ,୯।୬: ୨୧୧ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିବା ସତ୍ତ୍ୱେ ଭାରତ ବିଜୟ ସ୍ବାଦ ଚାଖିପାରି ନାହିଁ। ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ଗୁରୁବାର ଦକ୍ଷିଣ...

ଦ୍ୱିତୀୟ ଦିନିକିଆ ପୂର୍ବରୁ ଇଂଲଣ୍ଡଙ୍କୁ ଲାଗିଲା ବଡ଼ ଝଟ୍‌କା

ପୁଣେ,୨୬।୩: ଭାରତ ଗସ୍ତରେ ଇଂଲଣ୍ଡ ସମସ୍ୟା ବଢିବାରେ ଲାଗିଛି। ଇଂଲଣ୍ଡ ପ୍ରଥମେ ଟେଷ୍ଟ ସିରିଜ ଏବଂ ତା’ପରେ ଟି -୨୦ ସିରିଜରେ ଭାରତଠାରୁ ପରାଜୟର ସାମ୍ନା...

ଆଇସିସି ଚେୟାରମ୍ୟାନ ନିର୍ବାଚନ: ସର୍ବସମ୍ମତ ପ୍ରାର୍ଥୀ ସପକ୍ଷରେ ବୋର୍ଡ

ନୂଆଦିଲ୍ଲୀ, ୧୧ା୮ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ଅଫ୍‌ ଡାଇରେକ୍ଟର ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାର ସଦସ୍ୟମାନେ ଶଶାଙ୍କ ମନୋହରଙ୍କ ସ୍ଥାନରେ...

Advertisement
Archives

Model This Week