Posted inTrending, ଖେଳ

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ ଭାରତୀୟ କ୍ରିକେଟର କ୍ରିସ ଶ୍ରୀକାନ୍ତ ମଧ୍ୟ ବଡ଼ ପ୍ରଶଂସା କରିଛନ୍ତି। ଶ୍ରୀକାନ୍ତଙ୍କ ମତରେ, ବୈଭବ ପୁଣି ଥରେ କ୍ରିକେଟକୁ ରୋମାଞ୍ଚକର କରି ତୋଳୁଛନ୍ତି।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ସଚିବ ଦେବଜିତ ସାଇକିଆ ମଧ୍ୟ ବୈଭବଙ୍କ ଉପରେ ନଜର ରଖାଯିବ ବୋଲି କହିସାରିଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକରଙ୍କ ଭଳି ଜଣେ ମହାନ ଖେଳାଳି ଭାବେ ଗଢ଼ି ତୋଳିବାକୁ ପ୍ରୟାସ କରାଯିବ ବୋଲି ମଧ୍ୟ ସାଇକିଆ କହିଥିଲେ।

ବୈଭବଙ୍କ ପାଇଁ ୨୦୨୬ ବର୍ଷ ଅତ୍ୟନ୍ତ ଦମଦାର ରହିଛି। IPL ୨୦୨୬ରେ ସେ ୭୭୬ ରନ କରି ଅରେଞ୍ଜ କ୍ୟାପ ହାସଲ କରିଥିଲେ। ଏହାପରେ ଜିମ୍ବାୱେ ବିପକ୍ଷ ସିରିଜ୍ରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ଦଲୀପ ଟ୍ରଫି ସେମିଫାଇନାଲରେ ମଧ୍ୟ ତାଙ୍କ ବ୍ୟାଟରୁ ୯୨ ଓ ୪୦ ରନର ଦମଦାର ଇନିଂସ ଦେଖିବାକୁ ମିଳିଥିଲା।

ନିଜ ୟୁଟ୍ୟୁବ ଚ୍ୟାନେଲରେ କ୍ରିସ ଶ୍ରୀକାନ୍ତ କହିଛନ୍ତି ଯେ ବୈଭବ ଅତ୍ୟନ୍ତ ଚମତ୍କାର ଖେଳୁଛନ୍ତି। ତାଙ୍କୁ ଉତ୍ସାହିତ କରାଯିବା ଦରକାର ଏବଂ କେବେ ବି ନିରୁତ୍ସାହିତ କରିବା ଉଚିତ୍‌ ନୁହେଁ। ଠିକ ଭାବେ ତାଙ୍କୁ ଗଢ଼ାଗଲେ ବୈଭବ ଜଣେ ବଡ଼ ସୁପରଷ୍ଟାର ହୋଇପାରିବେ। ଏପରିକି ସେ ଟେଷ୍ଟ କ୍ରିକେଟକୁ ତାହାର ଗୌରବ ଫେରାଇ ଆଣିପାରିବେ ବୋଲି ଶ୍ରୀକାନ୍ତ କହିଛନ୍ତି।

ବୈଭବଙ୍କ ଲୋକପ୍ରିୟତା କେତେ ବଢ଼ିଛି, ତାହା ଶ୍ରୀକାନ୍ତଙ୍କ ଏକ କଥାରୁ ମଧ୍ୟ ଜଣାପଡ଼ୁଛି। ସେ କହିଛନ୍ତି, ବୈଭବଙ୍କ ପାଇଁ ଲୋକମାନେ ଦୁଲୀପ ଟ୍ରଫି ଦେଖୁଥିଲେ ଏବଂ ତାଙ୍କ ପତ୍ନୀ ମଧ୍ୟ କେବଳ ବୈଭବଙ୍କୁ ଦେଖିବା ପାଇଁ ମ୍ୟାଚ ଦେଖୁଥିଲେ।

ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲରେ ବୈଭବ ମାତ୍ର ୮ ରନ କରିଥିଲେ। ହେଲେ ସେମିଫାଇନାଲରେ ସେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସେଣ୍ଟ୍ରାଲ ଜୋନ ବିପକ୍ଷରେ ପ୍ରଥମ ଇନିଂସ୍ରେ ୯୨ ରନର ଧମାକାଦାର ପାଳି ଖେଳିଥିଲେ। ଏହି ଇନିଂସ ସହ ସେ ଦୁଲୀପ ଟ୍ରଫି ଇତିହାସରେ ସବୁଠାରୁ କମ ବୟସରେ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟର ହୋଇଥିଲେ। ସେତେବେଳେ ତାଙ୍କ ବୟସ ଥିଲା ୧୫ ବର୍ଷ ୧୫୭ ଦିନ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?