କୋଶିୟାରୀଙ୍କ ଚିଠି

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଲେଖିଥିବା ଏକ ଚିଠିରେ ରାଜ୍ୟର ମନ୍ଦିରଗୁଡ଼ିକୁ ଖୋଲାଯାଉ ନ ଥିବାରୁ ସମାଲୋଚନା କରିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ଗୋଟେ ସମୟରେ ଉଦ୍ଧବ ‘ହିନ୍ଦୁତ୍ୱ’ର ଦୃଢ଼ ସମର୍ଥକ ଥିଲେ। ଏବେ ଧର୍ମନିରପେକ୍ଷ ହୋଇଯାଇଛନ୍ତି, ଯେଉଁ ଶବ୍ଦକୁ ସେ ଘୃଣା କରୁଥିଲେ। ମୁଖ୍ୟମନ୍ତ୍ରୀ ଠାକ୍‌ରେ ଏହାର ଜବାବ ଦେବାକୁ ଯାଇ କହିଥିଲେ ଯେ, ତାଙ୍କର କାହାଠାରୁ ହିନ୍ଦୁତ୍ୱ ସାର୍ଟିଫିକେଟ ଲୋଡ଼ା ନାହିଁ। ମୁମ୍ବାଇକୁ ପିଓକେ ସହ ତୁଳନା କରିଥିବା ଲୋକଙ୍କୁ ସ୍ବାଗତ କରିଥିବା ବ୍ୟକ୍ତିଙ୍କ ସହ ତାଙ୍କ ହିନ୍ଦୁତ୍ୱ ମେଳ ଖାଉନାହିଁ ବୋଲି ସେ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ପ୍ରସଙ୍ଗ ନେଇ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଓ ଶିବ ସେନା ନେତାଙ୍କ ମଧ୍ୟରେ ହୋଇଥିବା ବାକ୍‌ଯୁଦ୍ଧ ପରିପ୍ରେକ୍ଷୀରେ କଙ୍ଗନା ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ବୋଲି କହିଥିଲେ। ତେବେ କୋଭିଡ୍‌-୧୯ ଯୋଗୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉଦ୍ଧବ ତତ୍‌କ୍ଷଣାତ୍‌ ମନ୍ଦିରଗୁଡ଼ିକୁ ଖୋଲିବାକୁ ଅମଙ୍ଗ ହେଉଛନ୍ତି। ଅନ୍ୟପକ୍ଷରେ କୋଶିୟାରୀ ‘ହିନ୍ଦୁତ୍ୱ’ ଓ ‘ଧର୍ମନିରପେକ୍ଷତା’ ବିଷୟ ଉତ୍‌ଥାପନ କରି ତାଙ୍କ ସାମ୍ବିଧାନିକ ପଦମର୍ଯ୍ୟାଦାହାନି କରିଛନ୍ତି। ଭାରତୀୟ ସମ୍ବିଧାନରେ ‘ଧର୍ମନିରପେକ୍ଷତା’ର ଗୁରୁତ୍ୱ ଅନେକ ରହିଛି। ସେହି ଦୃଷ୍ଟିରୁ ଦେଖିଲେ ଠାକ୍‌ରେଙ୍କୁ କୋଶିୟାରୀ ଯେଭଳି କଟାକ୍ଷ କରିଛନ୍ତି, ତାହା ଦ୍ୱାରା ରାଜ୍ୟପାଳ ପଦମଣ୍ଡନ କରିବା ଲାଗି ସେ କେତେ ଯୋଗ୍ୟ ବିଚାର କରାଯିବା ଦରକାର। ଜଣେ ବ୍ୟକ୍ତି ଯେତେବେଳେ ସାମ୍ବିଧାନିକ ପଦବୀକୁ ଉନ୍ନୀତ ହୋଇଥାଆନ୍ତି, ସେତେବେଳେ ସେ ଯେଉଁ ଦଳରେ ଯେତେବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ନିରପେକ୍ଷତା ଅବଲମ୍ବନ କରିବା ବାଞ୍ଛନୀୟ। ଏଠାରେ କୋଶିୟାରୀ ତାଙ୍କ ଚିଠିରେ ଯେଉଁ ଭାଷା ବ୍ୟବହାର କରିଛନ୍ତି, ତାହା ଏକ ଦଳୀୟ ନିର୍ଦ୍ଦେଶ ଭଳି ପ୍ରତୀୟମାନ ହେଉଛି। ଏଥିରୁ ବୁଝିବାକୁ ହେବ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟପାଳ ଭାବେ କୋଶିୟାରୀଙ୍କ ଭଳି ଯେଉଁ ରାଜନେତାମାନଙ୍କୁ ଥଇଥାନ କରାଯାଇଛି, ସେମାନେ କେବେ ହେଲେ ସାମ୍ବିଧାନିକ ଗରିମା ଓ ମର୍ଯ୍ୟାଦା ରକ୍ଷା କରିପାରିବେ ନାହିଁ। ମହାମାରୀ ସମୟରେ ଧର୍ମ ଓ ରାଜନୀତିକୁ ନେଇ ବିଭ୍ରାଟ ସୃଷ୍ଟି କରୁଥିବା ବ୍ୟକ୍ତିମାନେ ଗଣତନ୍ତ୍ର ପାଇଁ ବିପଦ ଭାବେ ଉଭା ହୋଇଛନ୍ତି। ଏଥିରେ ତୁରନ୍ତ ପରିବର୍ତ୍ତନ ଲୋଡ଼ା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri