କୋରାପୁଟ ଡିଭିଜନ: ୬ ରେଞ୍ଜରେ ୫୪୧୩ ପକ୍ଷୀ ଚିହ୍ନଟ

କୋରାପୁଟ,୧୮ା୧(ଅମିତାଭ ବେହେରା)- କୋରାପୁଟ ବନଖଣ୍ଡ ଅଧିନରେ ଥିବା ୬ ରେଞ୍ଜରେ ବିଭାଗ ପକ୍ଷରୁ ଶନିବାର ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଥିବା ବେଳେ ମୋଟ ୫୪୧୩ ପକ୍ଷୀ ଚିହ୍ନଟ କରାଯାଇଛି। କୋରାପୁଟ ରେଞ୍ଜରେ ୧୮ ପ୍ରକାରର ୨୦୧୨ ପକ୍ଷୀ, ବାଲଡା ରେଞ୍ଜରେ ୨୬ ପ୍ରକାରର ୧୮୫୬ ପକ୍ଷୀ, ନାରାୟଣପାଟଣାରେ ୧୩ ପ୍ରକାରର ୬୧୧ ପକ୍ଷୀ, ଲମତାପୁଟ ରେଞ୍ଜରେ ୧୪ ପ୍ରକାରର ମୋଟ ୪୬୭ ପକ୍ଷୀ,ସେମିଳିଗୁଡ଼ା ରେଞ୍ଜରେ ୧୦ ପ୍ରକାରର ମୋଟ ୪୦୩ ପକ୍ଷୀ ଓ ଲକ୍ଷ୍ମୀପୁର ରେଞ୍ଜରେ ୩ ପ୍ରକାରର ମୋଟ ୬୪ ପକ୍ଷୀ ଚିହ୍ନଟ ହୋଇଛନ୍ତି। ଗଣନାରେ ୨୫ ଟିମ୍‌ ସାମିଲ ଥିଲେ। ସେଥିରୁ କୋରାପୁଟ ରେଞ୍ଜରେ ୫ ଟିମ୍‌, ସେମିଳିଗୁଡାରେ ୬ ଟିମ୍‌, ନାରାୟଣପାଟଣାରେ ୪ ଟିମ, ଲକ୍ଷ୍ମୀପୁରରେ ୨ ଟିମ୍‌, ଲମତାପୁଟରେ ୫ ଟିମ୍‌ ଓ ବାଲଡାରେ ୩ ଟିମ୍‌ ପକ୍ଷୀ ଗଣନାରେ ସାମିଲ ରହିଥିଲେ। ଟିମ୍‌ରେ ଜଣେ ଲେଖାଏ ଫରେଷ୍ଟର, ଫରେଷ୍ଠ ଗାର୍ଡ, ୩ ଜଣ ପାରାଫରେଷ୍ଟ କର୍ମଚାରୀ ଓ ଜଣେ ଗଣନାକାରୀଙ୍କ ସହ କ୍ୟାମେରା, ବାଇନାକୁଲର, ଜିପିଏସ କ୍ୟାମେରା ଏବଂ ଜରୁରୀକାଳୀନ ଖାଦ୍ୟ ନେଇ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଥିବା କୋରାପୁଟ ବନଖଣ୍ଡ ଅଧିକାରୀ କେ.ଭି. ଭାସ୍କର ରାଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?