ବିଦେଶରେ ବି ମିଳିବ ‘କୋରାପୁଟ କଫି’

ଭୁବନେଶ୍ୱର,୮।୮(ବ୍ୟୁରୋ): ଏଣିକି ଦେଶ ବିଦେଶରେ ମହକିବ କୋରାପୁଟର କଫି। ଜିଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶ ବିଦେଶର କୋଣ ଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ୍‌ କୋଅପରେଶନ ଅଫ୍‌ ଓଡ଼ିଶା ଲିମିଟେଡ୍‌(ଟିଡିସିସିଓଏଲ)ର ପ୍ରୟାସରେ କୋରାପୁଟ କଫିର ବିକ୍ରି ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି। ଏହାର ସ୍ବତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ ଟାଟା କଫି ପ୍ରଥମଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି।

କୋରାପୁଟରେ କଫି ଚାଷକୁ ବ୍ୟାପକ ତଥା ସମୃଦ୍ଧ କରିବାରେ କଫି ଚାଷୀଙ୍କ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କସମପଦର ଗାଁର ସୁଲୋଚନା ଖରଙ୍କୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଲୋଚନା ଟିଡିସିସିଓଏଲ୍‌କୁ ୨୦୦ କେଜିରୁ ଊର୍ଦ୍ଧ୍ୱ କଫି ଫଳ ବିକ୍ରି କରି ସଫଳ କଫି ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ‘କୋରାପୁଟ କଫି’ର ଚାହିଦା ପୂରଣରେ ତାଙ୍କପରି ଚାଷୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ। କଫି ଚାଷୀଙ୍କ ଆର୍ଥିକ-ସାମାଜିକ ଉନ୍ନତି ପାଇଁ ରାଜ୍ୟ ସରକାର କରୁଥିବା ପ୍ରୟାସରେ ‘ଟାଟା କଫି’ର ସହଯୋଗ ସେମାନଙ୍କ କଲ୍ୟାଣରେ ସହାୟକ ହେବ। କୋଭିଡ୍‌ ସଙ୍କଟ ସମୟରେ ଆଦିବାସୀଙ୍କ ଜୀବନ ଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯ ଜିଲାକୁ ବର୍ଷା, ବଜ୍ରପାତ ଆଲର୍ଟ

ଭୁବନେଶ୍ୱର,୮ା୩(ବ୍ୟୁରୋ): ରବିବାର ୯ ଜିଲାରେ ଝଡ଼ ତୋଫାନ, ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା...

ବାଲେଶ୍ୱରରେ ‘ଅମ୍ଫନ୍‌’ର ତାଣ୍ଡବ: ଅପରାହ୍ନରୁ ୧୧୦ କିମି ବେଗରେ ବହୁଛି ପବନ, ଭାଙ୍ଗିଲା କଚ୍ଚାଘର; ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ମହିଳା ମୃତ

ବାଲେଶ୍ୱର ଅଫିସ,୨୦।୫: ବାଲେଶ୍ୱର ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍‌’। ଫଳରେ ଜିଲାରେ ବୁଧବାର ଅପରାହ୍ନରୁ ପବନର ବେଗ ବଢ଼ିବାରେ ଲାଗିଛି। ଖବର ଲେଖାଯିବା ବେଳେ...

ଖେଳପଡ଼ିଆ ପାଇଁ ଅଣ୍ଟା ଭିଡ଼ିଲା ପରିଚାଳନା କମିଟି:ଜବରଦଖଲ ଉଚ୍ଛେଦ ଦାବି

ଭୁବନ ୧୭।୯(ଡି.ଏନ.ଏ.) ଭୁବନ ଏନ୍‌ଏସି ଅଧୀନ ୩ନଂ. ଓ୍ବାର୍ଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଖପାଖ ଅଞ୍ଚଳକୁ ଜବରଦଖଲ ମୁକ୍ତ କରିବାକୁ ଦାବି କରିଛି ପରିଚାଳନା...

ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଧିରେ ଧିରେ ସୁସ୍ଥ ହେଉଛନ୍ତି ଅଭିନେତା ବିଜୟ ମହାନ୍ତି। ଏବେ ଅପେକ୍ଷାକୃତ ଭାବେ ତାଙ୍କ ଅବସ୍ଥାରେ ସୁଧାର ଆସିଥିଲେ ହେଁ ଆଇସିୟୁରେ ଅଛନ୍ତି। ଅକ୍ସିଜେନ୍‌...

‘ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ’

ଭୁବନେଶ୍ୱର,୫ା୬(ବ୍ୟୁରୋ):ଜୀବନ ଓ ଜୀବିକା ଦୁଇଟି ଯାକ ଗୁରୁତ୍ୱପୂର୍ଣ୍ଣ। ସୁସ୍ଥରେ ରହିଲେ ଜୀବିକା ଆଗକୁ ବଢ଼ିବ। ଜୀବିକା ଗୁରୁତ୍ୱପୂର୍ଣ୍ଣ ବୋଲି ଲକ୍‌ଡାଉନ କୋହଳ କରାଯାଇଛି। ଜୀବନ ପ୍ରତି...

ମଧ୍ୟାହ୍ନ ଭୋଜନ ଚାଉଳ ଖାଇଗଲେ ପ୍ରଧାନ ଶିକ୍ଷୟିତ୍ରୀ

ଗୋପାଳପୁର,୭।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଧ୍ୟାହ୍ନ ଭୋଜନ ଚାଉଳ ହେର୍‌ଫେର୍‌ ଅଭିଯୋଗରେ ଶନିବାର ପ୍ରଧାନ ଶିକ୍ଷୟିତ୍ରୀ ନମିତା...

ଗଞ୍ଜାମରେ ଏକ ତୃତୀୟାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି

ଭୁବନେଶ୍ୱର ୧୪।୮(ବ୍ୟୁରୋ): ଗଞ୍ଜାମର ଏକ ତୃତୀୟାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି। ନିକଟରେ ଶେଷ ହୋଇଥିବା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭିଲାନ୍ସରୁ ଏହା ଜଣାପଡ଼ିଛି।...

ଦିବ୍ୟାଙ୍ଗ ଭାଇଭହେନ୍‌ ଘଟ୍‌ନା:ସାହାଯ୍‌ର ହାତ ବଢ଼ାଲା ପରଶାସନ

କୋକସରା, ୨୬ା୬ (ଡି.ଏନ୍‌.ଏ) : କୋକସରା ବ୍ଲକ କାଉଡ଼ୋଲା ପଁଚେତ୍‌ କାଉଡ଼ୋଲା ଗଁାର ନିଲାମ୍ବର ରାଉତକଁର ପୁଓ ମକରନ୍ଦ(୧୯) ଆର ଝି’ ଭୂମିସୂତା(୧୭) ଜନ୍‌ମୁ ଦିବ୍ୟାଙ୍ଗ।...

Advertisement


Archives

Model This Week