ବାତ୍ୟା ମୁକାବିଲା ପାଇଁ କୋରାପୁଟ ପ୍ରଶାସନର ଆଗୁଆ ପ୍ରସ୍ତୁତି, ୮୪ଟି ବୁଡ଼ି ଅଞ୍ଚଳ ଚିହ୍ନଟ

କୋରାପୁଟ,୧୮।୧୧(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଜିଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଘନଘନ ବୈଠକ ହେଉଥିବା ବେଳେ ବାତ୍ୟା ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌ ଟିମ ମଧ୍ୟ ପହଞ୍ଚିଛି। ବାତ୍ୟାରେ ଯେପରି ଜୀବନ ହାନି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲାର କୋଟପାଡ଼, ବୋରିଗୁମ୍ମା, ଜୟପୁର ଓ କୁନ୍ଦ୍ରା ଅଞ୍ଚଳର ୮୪ଟି ବୁଡ଼ି ଅଞ୍ଚଳ ଚିହ୍ନଟ ହୋଇଛି। ଏହି ଅଞ୍ଚଳର ପ୍ରାୟ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାର ୬୮୭ଜଣ ଗର୍ଭବତୀଙ୍କ ମଧ୍ୟରୁ ୧୩୦ ଜଣଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି। ଅନ୍ୟମାନଙ୍କୁ ମଧ୍ୟ ତୁରନ୍ତ ସ୍ଥାନାନ୍ତର କରିବାକୁ ଜିଲାପାଳ କହିଛନ୍ତି।

ବାତ୍ୟା ଆଶ୍ରୟସ୍ଥଳରେ ଔଷଧ, ଓଆର୍‌ଏସ୍‌, ଜେନେରେଟର ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଚୁଡ଼ା, ଗୁଡ଼, ଚିନି, ମହମବତୀ ଏବଂ ଦିଆସିଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ସହ ଅମଳ ଧାନ ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ସଚେତନ କରାଯାଉଛି।

ସେହିପରି ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ରାସ୍ତା ସଫା କରିବା ପାଇଁ ୧୬ଟି ଜେସିବି, ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଟିମ, ୩ଟି ଓଡ୍ରାଫ ଟିମ୍‌ ଏବଂ ପ୍ରତି ବ୍ଲକର ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି। ପ୍ରତି ବ୍ଲକରେ ତଦାରଖ ପାଇଁ ଜିଲାସ୍ତରୀୟ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ୨ ଦିନ ସମସ୍ତ ସ୍କୁଲ ଛୁଟି

ଖୋର୍ଦ୍ଧା,୧୮ା୧୧(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ରାଜ୍ୟରେ ୧୭ରୁ ୨୩ ନଭେମ୍ବର ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା…

IPL ୨୦୨୭ ଅକ୍ସନ୍‌ ପୂର୍ବରୁ ବଡ଼ ହଲଚଲ୍‌! ଧୋନୀଙ୍କ ସମେତ ୫ ଚାମ୍ପିଅନ୍‌ ଖେଳାଳି ବାଦ୍‌

ନୂଆଦିଲ୍ଲୀ, ୧୮।୧୧: IPL ୨୦୨୭ ମିନି ଅକ୍ସନ୍‌ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ରିଟେନ୍‌ ଓ ରିଲିଜ୍‌ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି ।…

ଏହି ଜିଲାରେ ୨ ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଛତ୍ରପୁର,୧୮ା୧୧(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

ଅଚାନକ ଡହ ଜଳଭଣ୍ଡାରରେ ପହଞ୍ଚିଲେ ଆର୍‌ଡିସି ବିଜୟ ଅମୃତା କୁଲାଙ୍ଗେ, ସ୍ଥିତି ସମୀକ୍ଷା କରି…

ଭଞ୍ଜନଗର,୧୮ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାବାସୀ ଗତବନ୍ୟାରୁ ମୁକୁଳି ନ ଥିବାବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତା ୧୯ ଓ ୨୦ ତାରିଖ…

ବଡ଼ ଖବର, ନଭେମ୍ବର ୧୯ରେ ବନ୍ଦ ରହିବ UPI ସେବା

ନୂଆଦିଲ୍ଲୀ, ୧୮।୧୧: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (SBI) ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ଆସନ୍ତା ନଭେମ୍ବର ୧୯ ତାରିଖରେ ପ୍ରାୟ ୪୫ ମିନିଟ୍‌ ପାଇଁ ବ୍ୟାଙ୍କର UPI…

ଚିଲିକାରେ ସମସ୍ତ ପ୍ରକାର ଡଙ୍ଗା ଚଳାଚଳ ବନ୍ଦ, ଜରୁରୀ ନିର୍ଦ୍ଦେଶନାମା ଜାରି କରି…

କୃଷ୍ଣପ୍ରସାଦ,୧୮।୧୧: ସମ୍ଭାବ୍ୟ ବାତ୍ୟା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଚିଲିକା ହ୍ରଦରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷା ନିମନ୍ତେ ସୋମବାରଠାରୁ…

ବିଶ୍ୱରେ ସବୁଠୁ ଅଧିକ ଖାଦ୍ୟ ନଷ୍ଟ କରେ ଏହି ଦେଶ, ଭାରତର ସ୍ଥାନ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୧୧: ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦୁଇ ଓଳି ଖାଇବାକୁ ପାଉନାହାନ୍ତି । ଭୋକିଲା ପେଟରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ପ୍ରତିବର୍ଷ…

SRCଙ୍କ ବଡ଼ ପଦକ୍ଷେପ: ୨୦ ତାରିଖ ଯାଏଁ ବନ୍ଦ ରହିବ ବେଳାଭୂମି

ଭୁବନେଶ୍ୱର,୧୮।୧୧: ସାମୁଦ୍ରିକ ଝଡ଼ ‘ଅକ୍ୱାନ’ ଭୀଷଣ ବାତ୍ୟାର ରୂପ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା। ବାତ୍ୟା ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?