କୋରାପୁଟ: ପ୍ରବଳ ବର୍ଷାରେ ୧୪ ଘର ଭାଙ୍ଗିଲା

କୋରାପୁଟ/ନନ୍ଦପୁର/ ଦଶମନ୍ତପୁର/ ଜୟପୁର, ୨୧ା୯(ଅମିତାଭ ବେହେରା/ ଶଙ୍କର ପୂଜାରୀ/ ଅରବିନ୍ଦ ନାୟକ/ ପବନ ପାଣିଗ୍ରାହୀ)
କୋରାପୁଟ ଜିଲାରେ ବୁଧବାର ୮୦୭.୪ ମି.ମି. ବର୍ଷା ହୋଇଥିବାବେଳେ ଜିଲାର କୋରାପୁଟ ବ୍ଲକରେ ସର୍ବାଧିକ ୧୬୮ ମି.ମି.ବର୍ଷା ହୋଇଥିବା ବେଳେ କୋଟପାଡ ବ୍ଲକରେ ସର୍ବନିମ୍ନ ୪ ମି.ମି. ବର୍ଷା ହୋଇଥିବା ଜିଲା ଜରୁରିକାଳୀନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ବର୍ଷା ଯୋଗୁ ବୁଧବାର ସନ୍ଧ୍ୟା ସୁଦ୍ଧା ବ୍ଲକର ବିଭିନ୍ନ ସ୍ଥାନରେ ୧୪ଟି ଘର ଭାଙ୍ଗିଥିବା ଜଣାଯାଇଛି। କୋରାପୁଟ ସହର ଓ ବ୍ଳକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ୫ଟି ଘର ଭାଙ୍ଗିଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ୯ଟି ଘର ଭାଙ୍ଗିଛି। ବିଭିନ୍ନ ସ୍ଥାନରେ ବର୍ଷାପାଣି ଜମି ରହିଛି। ବର୍ଷା ଯୋଗୁ କୋରାପୁଟ ସହର ଦେଇ ବିଶାଖାପାଟଣା ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ରେଲୱେ ଓଭର ବ୍ରିଜ୍‌ ନିକଟରେ ୪ ଫୁଟ ପାଣି ପ୍ରବାହିତ ହେଉଛି। ଫଳରେ ଗାଡ଼ିମୋଟର ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଖବର ଲେଖାହେବାଯାଏ ଜିଲାର ସବିଶେଷ କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ହୋଇ ନ ଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାପଡିଛି। ଜିଲାର ନନ୍ଦପୁର ବ୍ଲକରେ ୧୩୭ ମି.ମି.ବର୍ଷା ହୋଇଥିବାବେଳେ ସେମିଳିଗୁଡ଼ା ବ୍ଲକରେ ୧୦୩ ମି.ମି., ଜୟପୁର ବ୍ଳକ ୧୦୦.୮ ମି.ମି., ଲମତାପୁଟ ୭୫.୨ ମି.ମି., ଦଶମନ୍ତପୁର ୭୧ ମି.ମି., ବୈପାରିଗୁଡ଼ା ୪୯ ମି.ମି., ବୋରିଗୁମ୍ମା ୩୫.୪ ମି.ମି., ପଟ୍ଟାଙ୍ଗି ୩୫.୨ ମି.ମି., ବନ୍ଧୁଗାଁ ୬ ମି.ମି., ଲକ୍ଷ୍ମୀପୁର ୫.୨ ମି.ମି. , କୁନ୍ଦୁରା ୧୩.୪ ମି.ମି., ନାରାୟଣପାଟଣା ୪.୨ ମି.ମି. ଓ କୋଟପାଡ ବ୍ଲକରେ ସର୍ବନିମ୍ନ ୪ ମି.ମି. ବର୍ଷା ହୋଇଛି।

ବର୍ଷା ପ୍ରଭାବରେ ନନ୍ଦପୁର ବ୍ଲକ ଦେଇ ଯାଇଥିବା ଜୟପୁର-ବିଶାଖାପାଟଣା ରାଜ୍ୟ ରାଜପଥର କାଣ୍ଟି ଗ୍ରାମ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଥୁବା,ସଗର, ଚାଟୁଆ-କୋନା, ହିକିମପୁଟ-ବିଶପୁର ଆର୍‌ଡି ରାସ୍ତା ସମେତ ଗୋଲୁର, କୁଲାରସିଂ ଆଦି ପଞ୍ଚାୟତର ବିଭିନ୍ନ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହୋଇ ଯାତାୟାତ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ଧାନକ୍ଷେତରେ ବାଲି ଚରିଯିବା ଆଶଙ୍କା ପ୍ରକାଶ ପାଇଛି। ପାହାଡ ତଳ ଜମିରେ ଚାଷ ହୋଇଥିବା ମାଣ୍ଡିଆ, ଆଳୁ ଓ ଅଦା ଚାଷ କ୍ଷତିଗ୍ରସ୍ତ ହୋଇଛି। ଥୁବା, କୁଲାରସିଂ, ବାଇଲିଗୁଡା ଗ୍ରାମରେ ବର୍ଷାଜଳ କେତେଜଣ ଲୋକଙ୍କ ଘରେ ବର୍ଷାପାଣି ପଶିଥିବା ଜଣାପଡିଛି।

ଦଶମନ୍ତପୁର ବ୍ଲକରେ ଲଗାଣ ବର୍ଷା ଯୋଗୁ ଅନେକ ଲୋକଙ୍କ ଘର ଭିତରେ ପାଣି ପଶିଛି। ଫଳରେ ଗଚ୍ଛିତ ଥିବା ଖାଦ୍ୟଶସ୍ୟ ନଷ୍ଟ ହୋଇଛି। ଚଣାବାଡ଼ ପଞ୍ଚାୟତ ଏସ୍‌. ଡଣ୍ଡାବାଡ଼ ଗ୍ରାମର ଅରସି ଜାନି, କେଲୁ ମିଣିଆକା, କାଶୀ ମୁସକା, କଂସାରୀ ଦିଶାରି ଓ ଶିତ୍ରୁ ଦିଶାରିଙ୍କ ଘରେ ପାଣି ପଶି ଖାଦ୍ୟଶସ୍ୟ ନଷ୍ଟ କରିଥିବା ଜଣାପଡିଛି। ଦଶମନ୍ତପୁର ବ୍ଲକକୁ ସଂଯୋଗ କରୁଥିବା ପେଡିସିଲ ପୁରୁଣା ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି। ବର୍ଷାରେ ଯଦି ପୋଲି ଭୁଶୁଡି ପଡେ ତେବେ ଦଶମନ୍ତପୁର ବ୍ଲକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ପ୍ରବଳ ବର୍ଷା ହେତୁ କୋରାପୁଟ ଜିଲାର ଜୟପୁର ଘାଟିରୁ ବୁଧବାର ପଥର ଖସିଛି। ତେବେ ପଥର ଖସିବା ସମୟରେ ଘାଟି ରାସ୍ତାରେ ଲୋକଙ୍କ ଯାତାୟାତ ନ ଥିବାରୁ କାହାର କିଛି କ୍ଷତି ହୋଇନାହିଁ। ଘାଟିରେ ସର୍ତକ ହୋଇ ଗାଡ଼ି ଚଲାଇବାକୁ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି। ଜାତୀୟ ରାଜପଥ ବିଭାଗ ଓ ପ୍ରଶାସନ ପଦକ୍ଷେପ ନେଇ ପଥର ହଟାଇ ଘାଟିରେ ଯାତାୟାତ ସ୍ବାଭାବିକ କରିବାକୁ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?