କୋଣାର୍କ ଇନ୍‌ଫ୍ରାକୋର୍‌ର ୨ୟ ଉତ୍କର୍ଷ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର,୧୨।୧୨: କୋଣାର୍କ ଇନ୍‌ଫ୍ରାକୋରର ୨ୟ ଉତ୍କର୍ଷ କେନ୍ଦ୍ର ସମ୍ବଲପୁରରେ ଉଦଘାଟିତ ହୋଇଯାଇଛି। ଏପରିକି ଭୁବନେଶ୍ୱରର ଦ ଗ୍ରାଣ୍ଡ ଶିବା ହୋଟେଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ୨ୟ ‘ଏକ୍ସିଲେନ୍ସ ସେଣ୍ଟର ବା ଉତ୍କର୍ଷ କେନ୍ଦ୍ର’ର ଉଦ୍‌ଘାଟନ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏ ସମ୍ପର୍କରେ କୋଣାର୍କ ଇନ୍‌ଫ୍ରାକୋର୍‌ର ପରିଚାଳନା ନିର୍ଦ୍ଦେଶକ କୌଶିକ ଦାସ କହିଛନ୍ତି, ଏକ ସମ୍ମାନିତ ଡିଲର କମ୍ପାନୀ ଭାବେ କୋଣାର୍କ ଇନ୍‌ଫ୍ରାକୋର ସର୍ବଦା ନିଜ ଗ୍ରାହକଙ୍କୁ ସେମାନଙ୍କ ବ୍ୟବସାୟ ପାଇଁ ସର୍ବୋତ୍ତମ ଉପତ୍ାଦ ଯୋଗାଇବା ଦିଗରେ କାର୍ଯ୍ୟ କରୁଛି। ଏହି ଲକ୍ଷ୍ୟକୁ ଧ୍ୟାନରେ ରଖି ଆମର ଲିୟୁଗୋଙ୍ଗ ଇଣ୍ଡିଆ ଉପକରଣ ସହିତ ଆମେ ଆମର ଗ୍ରାହକଙ୍କୁ ସେବା ଯୋଗାଇବା ସମେତ ସ୍ଥାନୀୟ ଚାହିଦାକୁ ପୂରା କରିବା ଲାଗି ପ୍ରୟାସ ଜାରି ରଖିଛୁ। ବିଶେଷକରି ପଶ୍ଚିମ ଓଡ଼ିଶାର ଖଣି ଶିଳ୍ପ ପାଇଁ ଆମେ ଏହି ମଡେଲ କେନ୍ଦ୍ର ବିକଶିତ କରିଛୁ।

ସେହିଭଳି ଲିୟୁଗୋଙ୍ଗ ଇଣ୍ଡିଆର ସେଲ୍‌ସ ଏବଂ ମାର୍କେଟିଙ୍ଗ ବିଭାଗର ଉପାଧ୍ୟକ୍ଷ ନିଶ୍ଚଳ ମେହରୋତ୍ରା କହିଛନ୍ତି,ଏହି ନୂତନ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ଆମେ ଉକ୍ତ ବିଭାଗର ଉପକରଣ ବଜାରରେ ନିଜ ସ୍ଥିତିକୁ ଆହୁରି ମଜଭୁତ କରିବୁ। ଏପରିକି ଆସନ୍ତା ଜାନୁୟାରୀ ୩୧ରେ ‘ବୌମା କନ୍‌ ଏକ୍ସପୋ ଇଣ୍ଡିଆ ୨୦୨୩’ ରେ ଇଲେକ୍ଟ୍ରିକ ହୁଇଲ ଲୋଡ଼ରର ଶୁଭାରମ୍ଭ ସହ ଲିୟୁଗୋଙ୍ଗ ଇଣ୍ଡିଆ ପୁଣିଥରେ ଭାରତର ହୁଇଲ ଲୋଡର ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରସ୍ତୁତ ହୋଇଯାଇଛି ା ଏହି ପରିପ୍ରେକ୍ଷୀରେ ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ବରଗଡ଼ ଏବଂ ବଲାଙ୍ଗୀର ଜିଲାର ପ୍ରମୁଖ ବ୍ୟାଙ୍କଗୁଡ଼ିକର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କୋଣାର୍କ ଇନ୍‌ଫ୍ରାକୋରର ବିଦ୍ୟମାନ ଗ୍ରାହକମାନେ ମଧ୍ୟ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri