କୋଣାର୍କ ଇନ୍‌ଫ୍ରାକୋର୍‌ର ୨ୟ ଉତ୍କର୍ଷ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର,୧୨।୧୨: କୋଣାର୍କ ଇନ୍‌ଫ୍ରାକୋରର ୨ୟ ଉତ୍କର୍ଷ କେନ୍ଦ୍ର ସମ୍ବଲପୁରରେ ଉଦଘାଟିତ ହୋଇଯାଇଛି। ଏପରିକି ଭୁବନେଶ୍ୱରର ଦ ଗ୍ରାଣ୍ଡ ଶିବା ହୋଟେଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ୨ୟ ‘ଏକ୍ସିଲେନ୍ସ ସେଣ୍ଟର ବା ଉତ୍କର୍ଷ କେନ୍ଦ୍ର’ର ଉଦ୍‌ଘାଟନ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏ ସମ୍ପର୍କରେ କୋଣାର୍କ ଇନ୍‌ଫ୍ରାକୋର୍‌ର ପରିଚାଳନା ନିର୍ଦ୍ଦେଶକ କୌଶିକ ଦାସ କହିଛନ୍ତି, ଏକ ସମ୍ମାନିତ ଡିଲର କମ୍ପାନୀ ଭାବେ କୋଣାର୍କ ଇନ୍‌ଫ୍ରାକୋର ସର୍ବଦା ନିଜ ଗ୍ରାହକଙ୍କୁ ସେମାନଙ୍କ ବ୍ୟବସାୟ ପାଇଁ ସର୍ବୋତ୍ତମ ଉପତ୍ାଦ ଯୋଗାଇବା ଦିଗରେ କାର୍ଯ୍ୟ କରୁଛି। ଏହି ଲକ୍ଷ୍ୟକୁ ଧ୍ୟାନରେ ରଖି ଆମର ଲିୟୁଗୋଙ୍ଗ ଇଣ୍ଡିଆ ଉପକରଣ ସହିତ ଆମେ ଆମର ଗ୍ରାହକଙ୍କୁ ସେବା ଯୋଗାଇବା ସମେତ ସ୍ଥାନୀୟ ଚାହିଦାକୁ ପୂରା କରିବା ଲାଗି ପ୍ରୟାସ ଜାରି ରଖିଛୁ। ବିଶେଷକରି ପଶ୍ଚିମ ଓଡ଼ିଶାର ଖଣି ଶିଳ୍ପ ପାଇଁ ଆମେ ଏହି ମଡେଲ କେନ୍ଦ୍ର ବିକଶିତ କରିଛୁ।

ସେହିଭଳି ଲିୟୁଗୋଙ୍ଗ ଇଣ୍ଡିଆର ସେଲ୍‌ସ ଏବଂ ମାର୍କେଟିଙ୍ଗ ବିଭାଗର ଉପାଧ୍ୟକ୍ଷ ନିଶ୍ଚଳ ମେହରୋତ୍ରା କହିଛନ୍ତି,ଏହି ନୂତନ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ଆମେ ଉକ୍ତ ବିଭାଗର ଉପକରଣ ବଜାରରେ ନିଜ ସ୍ଥିତିକୁ ଆହୁରି ମଜଭୁତ କରିବୁ। ଏପରିକି ଆସନ୍ତା ଜାନୁୟାରୀ ୩୧ରେ ‘ବୌମା କନ୍‌ ଏକ୍ସପୋ ଇଣ୍ଡିଆ ୨୦୨୩’ ରେ ଇଲେକ୍ଟ୍ରିକ ହୁଇଲ ଲୋଡ଼ରର ଶୁଭାରମ୍ଭ ସହ ଲିୟୁଗୋଙ୍ଗ ଇଣ୍ଡିଆ ପୁଣିଥରେ ଭାରତର ହୁଇଲ ଲୋଡର ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରସ୍ତୁତ ହୋଇଯାଇଛି ା ଏହି ପରିପ୍ରେକ୍ଷୀରେ ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ବରଗଡ଼ ଏବଂ ବଲାଙ୍ଗୀର ଜିଲାର ପ୍ରମୁଖ ବ୍ୟାଙ୍କଗୁଡ଼ିକର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କୋଣାର୍କ ଇନ୍‌ଫ୍ରାକୋରର ବିଦ୍ୟମାନ ଗ୍ରାହକମାନେ ମଧ୍ୟ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା: ଗୋବିନ୍ଦ ବନଛୋରନ ସଭାପତି, ଉପସଭାପତି ହେଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂଆ କମିଟି ଆର୍‌ଏମ୍‌ସିର ସଭାଗୃହରେ ପୂର୍ବତନ ସଭାପତି ଚିତ୍ତରଞ୍ଜନ ଭୋଇଙ୍କ ସଭାପତିତ୍ୱରେ ସଭା…

ଡାକ୍ତର ଦିବସ; କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବା ଠପ୍, ରୋଗୀ ହନ୍ତସନ୍ତ

ଭବାନୀପାଟଣା,୧।୭(ଉତ୍ତମ କୁମାର ଦାଶ): ଜାତୀୟ ଡାକ୍ତର ଦିବସରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବୁଧବାର ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ…

ଚାଇନାର କୃତିମ ସୂର୍ଯ୍ୟ! ବିଶ୍ୱର ସବୁଠାରୁ ବଡ଼ ଚୁମ୍ୱକ ଦେଖି ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧।୭: ଚୀନ୍ ନିଜର ‘କମ୍ପ୍ରିହେନ୍‌ସିଭ୍ ରିସର୍ଚ୍ଚ ଫାସିଲିଟି ଫର୍ ଫ୍ୟୁଜନ୍ ଟେକ୍ନୋଲୋଜି’ (CRAFT) ପାଇଁ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ମ୍ୟାଗ୍ନେଟ୍ (ଚୁମ୍ବକ) ପ୍ରସ୍ତୁତ କରିଛି ଏବଂ ଏହାର…

WhatsAppର ନୂଆ ଫିଚର୍ସରୁ ବଢ଼ୁଛି ସାଇବର ଠକେଇ! ରୋକିବାକୁ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ,୧।୭:  ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ଘଟଣା ଉପରେ ରୋକ ​​ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର…

ମନ୍ତ୍ରୀଙ୍କ ହାଇ ଆଲର୍ଟ, ଜରୁରୀ ପରିସ୍ଥିତିରେ ସଜାଗ ରହିବାକୁ ୟୁଏଲ୍‌ବିକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୭: ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

ମୋଦି କ୍ୟାବିନେଟ୍‌ରେ ବଡ଼ ବୈଠକ: ରାସନ ସମେତ ୪ଟି ବଡ଼ ନିଷ୍ପତ୍ତି ସମ୍ଭବ, ସିଧାସଳଖ ପ୍ରଭାବିତ ହେବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବୁଧବାର ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦେଶହିତ, ଆର୍ଥିକ ସୁଧାର…

ବଙ୍ଗରେ ଟିଏମସି ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡାମାଡ଼, ଭାଜପା…

କୋଲକାତା,୧।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡା ମାଡ଼ ହୋଇଛି । ବୁଧବାର ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗର ଏକ ରେଷ୍ଟୁରାଣ୍ଟ ବାହାରେ…

ଅମିତ୍ ଶାହାଙ୍କ ଗସ୍ତ ପୂର୍ବରୁ ଘରୋଇ ବସ୍ ମାଲିକ ସଂଘର ଚରମ ନିଷ୍ପତ୍ତି: ଇ.ଭି ବସ୍ ଚଳାଚଳ ବନ୍ଦ ନ ହେଲେ ଆମେ…

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଘରୋଇ ବସ୍ ମାଲିକ ସଂଘ ଆହ୍ୱାନରେ ବୁଧବାର ବରଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ ୱେଷ୍ଟର୍ଣ୍ଣ ଆଣ୍ଡ୍ ସାଉଥ୍ ଇଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri