Posted inଫୁରସତ

କପେ ଚା’କୁ ୧୦୦୦ ଟଙ୍କା, ପିଇଲେ କହିବେ…

ବଜାରରେ ଉପଲବ୍ଧ ହୋଇଥାଏ ଭଳିକି ଭଳି ଚା’। ଅଦା ଚା’, ଲବଙ୍ଗ ଚା’ ଠାରୁ ଆରମ୍ଭ କରି ମସଲା ଚା’ ପର୍ଯ୍ୟନ୍ତ, ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ପରସି ଦିଅନ୍ତି ଦୋକାନୀ। ଏହାର ଗୋଟିଏ କପ୍‌ର ମୂଲ୍ୟ ବିଭିନ୍ନ ସ୍ଥାନରେ ଭିନ୍ନ ଥାଏ। କେଉଁଠି ୬ ଟଙ୍କା ଦେଇ ତ କେଉଁ ୧୦,୧୫ ନଚେତ ୨୦ ଟଙ୍କା ଦେଇ ଚା’ ପିଇଥାନ୍ତି ଲୋକେ। ହେଲେ ଯଦି ଆମେ କହୁ ୧ହଜାର ଟଙ୍କିଆ ଚା’ ପିଇବେ? ଆପଣ ଉତ୍ତର ଦେଇ ପାରନ୍ତି ଚା’ ପିଆଇବ ନା ସୁନା।

ପଶ୍ଚିମବଙ୍ଗର କୋଲକାତାରେ ଗୋଟିଏ କପ୍‌ ଚା’ ୧ହଜାର ଟଙ୍କାରେ ବିକ୍ରି ହେଉଛି। ଏହି ଚା’ର ନାମ ରହିଛି ‘ବୋ-ଲେ’। ଏହି ଖାସ୍‌ ଚା’ର ପତି ବି ସ୍ବତନ୍ତ୍ର। କାରଣ ଏକ କିଗ୍ରା ଚା’ ପତିର ଦାମ୍‌ ୩ ଲକ୍ଷ ଟଙ୍କା ।

୭ ବର୍ଷ ପୂର୍ବେ କୋଲକାତାରେ ରହୁଥିବା ପାର୍ଥ ପ୍ରତିମ୍‌ ଗାଙ୍ଗୁଲୀ ନିଜର ଚା’ ଷ୍ଟଲ(ନିର୍ଜାସ) ଆରମ୍ଭ କରିଥିଲେ। ଏଠାରେ ସେ ଭଳିକି ଭଳି ଚା’ ବିକ୍ରି କରିଥାନ୍ତି। ସେଥିରେ ରହିଛି ସିଲ୍‌ଭର ନିଡଲ ବାଇଟ୍‌ ଟି, ଲେଭେଣ୍ଡର ଟି, ହିବିସ୍‌କସ୍‌ ଟି, ଓ୍ବାଇନ୍‌ ଟି, ତୁଲସୀ ଜିଞ୍ଜର ଟି ଆଦି।

ଚା’ ଦୋକାନ କରିବା ପୂର୍ବରୁ ପ୍ରତିମ ଏକ କମ୍ପାନୀରେ କାମ କରୁଥିଲେ। ହେଲେ ସେ ନିଜର ବ୍ୟବସାୟ ଆରମ୍ଭ କରିବେ ବୋଲି ଯୋଜନା ପ୍ରସ୍ତୁତ କରିଥିଲେ। ସେତେବେଳେ ଚା’ର ଷ୍ଟଲ କରିବାକୁ ସେ ବିଚାର କରିଥିଲେ। ନିଜ ଟି’ ଷ୍ଟଲରେ ସେ ୧୦ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ଦାମ୍‌ର ଚା’ ଗ୍ରାହକଙ୍କୁ ପରସିଥାନ୍ତି। ତାଙ୍କ ଦୋକାନର ଚା’ ଏବେ ବେଶ ପ୍ରସିଦ୍ଧ ହୋଇଥିବା ବେଳେ କପେ ଚା’ ପାଇଁ ଗ୍ରାହକଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳେ।

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Asian Games 2026: ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଆପଣମାନେ ଦେଶକୁ…’

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏସୀୟ କ୍ରୀଡ଼ା ୨୦୨୬’ (Asian Games 2026) ରେ ଭାରତୀୟ ଦଳର ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୃଢ଼ ସଂକଳ୍ପ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?