Posted inଖେଳ

କ୍ରିକେଟ ଛାଡ଼ିଲେ କୋହଲିଙ୍କ ଜୁନିୟର

ମୁମ୍ବାଇ,୧୩।୮: ବିରାଟ କୋହଲିଙ୍କ ପରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ହାତେଇଥିଲା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ଆଶା କରାଯାଉଥିଲା କୋହଲିଙ୍କ ଭଳି କ୍ରିକେଟ ପଡ଼ିଆରେ ରାଜୁତି କରିବେ ଦିଲ୍ଲୀରେ ଜନ୍ମିତ ଏହି ବ୍ୟାଟ୍ସମ୍ୟାନ। କିନ୍ତୁ ଘରୋଇ କ୍ରିକେଟରେ ସେ ଭଳି ସଫଳତା ନ ମିଳିବାରୁ ୨୮ ବର୍ଷୀୟ ଉନ୍ମୁକ୍ତ ସମସ୍ତ ଫର୍ମାଟରୁ ଦୂରେଇ ଯାଇଛନ୍ତି।

କିଛି ଟୁଇଟ୍‌ ଓ ସ୍ମରଣୀୟ ଭିଡିଓ ଶେୟାର କରି ଉନ୍ମୁକ୍ତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସମ୍ଭବତଃ ଆମେରିକାରେ ହେବାକୁ ଥିବା ଟି୨୦ ଲିଗ୍‌ରେ ଖେଳିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଚାନ୍ଦ। ସେଠାରେ ଖେଳିବା ପାଇଁ ଭାରତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ନିହାତି ଜରୁରୀ। କାରଣ ଭାରତୀୟ ଖେଳାଳିଙ୍କୁ ବିଦେଶୀ ଟି୨୦ ଲିଗ୍‌ରେ ଖେଳିବାକୁ ବିସିସିଆଇ ଅନୁମତି ଦିଏ ନାହିଁ।

ଉଲ୍ଲେଖଯୋଗ୍ୟ, ଡାହାଣହାତୀ ବ୍ୟାଟ୍ସମ୍ୟାନ ଉନ୍ମୁକ୍ତ ଜଣେ କାମଚଳା ଅଫ୍‌ ସ୍ପିନର। ତାଙ୍କ ନେତୃତ୍ୱରେ ୨୦୧୨ରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତିଥିଲା ଭାରତ। ଫାଇନାଲରେ ୧୧୧ ରନ୍‌ର ଅପରାଜିତ ପାଳି ଖେଳି ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଏହାପରେ ସେ ଆସିଥିଲେ ଚର୍ଚ୍ଚାକୁ। ତାଙ୍କ ଖେଳ ଦେଖି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚାପେଲ ଓ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ୍‌ ପ୍ରଶଂସା କରିଥିଲେ। ୨୦୧୫ରେ ଚାନ୍ଦଙ୍କୁ ସିନିୟର ଭାରତୀୟ ଦଳ ସହ ଜିମ୍ବାଓ୍ବେ ପଠାଇବାକୁ ଇଚ୍ଛା ପ୍ରକାଶ କରିଥିଲେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ସନ୍ଦୀପ ପାଟିଲ। କୌଣସି କାରଣରୁ ଚାନ୍ଦଙ୍କୁ ଦଳରେ ସୁଯୋଗ ମିଳି ନ ଥିଲା।

ଦିଲ୍ଲୀ ପାଇଁ ଖେଳିଥିବା ଓ ଉତ୍ତରାଖଣ୍ଡର ନେତୃତ୍ୱ ନେଇଥିବା ଚାନ୍ଦ ଭାରତ ଏ’ରେ ମଧ୍ୟ ସୁଯୋଗ ପାଇଥିଲେ। କିନ୍ତୁ ଏହି ପର୍ଯ୍ୟାୟକୁ ଡେଇଁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି ପାରି ନ ଥିଲେ ଏହି ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ। କ୍ୟାରିୟରରେ ୬୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ସେ ୩,୩୭୯ ରନ୍‌ କରିଥିଲେ। ତାଙ୍କ ନାମରେ ୮ ଶତକ ଓ ୧୬ ଅର୍ଦ୍ଧଶତକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri