Posted inଖେଳ

ପ୍ରଥମ ଭାରତୀୟ ଭାବେ ଏହି ସଫଳତା ପାଇଲେ କୋହଲି

ନୂଆଦିଲ୍ଲୀ, ୨୭।୭: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ବର୍ତ୍ତମାନ ବିଶ୍ୱ କ୍ରିକେଟ୍‌ରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହେଉଥିବା କୋହଲିଙ୍କ ଇନ୍‌ଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୭୦ ମିଲିୟନ ଅତିକ୍ରମ କରିଛି। ପ୍ରଥମ ଭାରତୀୟ ଭାବେ ସୋସିଆଲ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମରେ କୋହଲି ଏହି ମ୍ୟାଜିକାଲ ସଂଖ୍ୟା ଛୁଇଁଛନ୍ତି। ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମରେ କୋହଲିଙ୍କୁ ୭୦.୧ ମିଲିୟନ ଲୋକ ଅନୁସରଣ କରୁଛନ୍ତି। ତେବେ କୋହଲି ମାତ୍ର ୧୭୧ ଜଣ ଲୋକଙ୍କୁ ଅନୁସରଣ କରୁଥିବା ଜଣାପଡ଼ିଛି। ଇନ୍‌ଷ୍ଟାଗ୍ରାମରେ ସର୍ବାଧିକ ଫଲୋଅର୍ସ ଥିବା ଭାରତୀୟ ସେଲିବ୍ରିଟି ତାଲିକାରେ କୋହଲି ଏକମାତ୍ର କ୍ରୀଡ଼ାବିତ୍‌ ରହିଛନ୍ତି। ଏହି ତାଲିକାରେ କୋହଲିଙ୍କ ପଛକୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୨ୟ ସ୍ଥାନରେ ରହିଛନ୍ତି। ଇନ୍‌ଷ୍ଟାଗ୍ରାମରେ ପ୍ରିୟଙ୍କାଙ୍କ ଫଲୋଅର୍ସ ସଂଖ୍ୟା ୫୫.୪ ମିଲିୟନ ରହିଛି। ଶ୍ରଦ୍ଧା କପୁର (୫୧.୪ ମିଲିୟନ), ଦୀପିକା ପାଦୁକୋନ (୫୧.୦), ଆଲିଆ ଭଟ୍ଟ (୪୮.୩), ନରେନ୍ଦ୍ର ମୋଦି (୪୫.୯), ଜ୍ୟାକଲିନ ଫର୍ନାଣ୍ଡିଜ (୪୩.୫), ଅକ୍ଷୟ କୁମାର (୪୨.୯), ନେହା କକର (୪୨.୪) ଓ କ୍ୟାଟ୍ରିନା କୈଫ୍‌ (୪୧.୧) ଏହି ତାଲିକାରେ ଯଥାକ୍ରମେ ୩ୟରୁ ୧୦ମ ସ୍ଥାନ ମଧ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି

ଇନ୍ଦୋର,୧୨।୧୧: ଆଜି ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ସାରା ଦେଶରେ ଧୂମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ବହୁ ନେତା...

ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳାଙ୍କୁ ନୋଟିସ୍‌

ମୁମ୍ବାଇ, ୧୪ା୧ -ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବନିର୍ବାଚିତ ଉପ ସଭାପତି ରାଜୀବ ଶୁକ୍ଳାଙ୍କ ବିରୋଧରେ ଆସିଛି ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନଫ୍ଲିକ୍ଟ ଅଫ୍‌...

ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌: ଭାରତୀୟ ମହିଳା ବକ୍ସର ଜିତିଲେ ୭ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ,୨୩ା୪ (ପି.ଟି.)-ପୋଲାଣ୍ଡର କିଲ୍‌ସିଠାରେ ଚାଲିଥିବା ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ବକ୍ସରମାନେ ପ୍ରଧାନ୍ୟ ବିସ୍ତାର କରି ଗୁରୁବାର ୭ ସ୍ବର୍ଣ୍ଣ ପଦକ ହାସଲ...

କୋଭିଡ-୧୯: ଜର୍ମାନୀ, ଫ୍ରାନ୍ସରେ ଗଲ୍ଫ ଟୁର୍ନାମେଣ୍ଟ ବାତିଲ

ଓ୍ବାଶିଂଟନ,୧୭।୪(ଏପି): କରୋନା ଭାଇରସ ସଂକ୍ରମଣ କାରଣରୁ ୟୁରୋପିୟ ଦେଶ ଫ୍ରାନ୍ସ ଓ ଜର୍ମାନୀରେ ଗଲ୍ଫ ଟୁର୍ନାମେଣ୍ଟଗୁଡିକ ବାତିଲ କରାଯାଇଛି। ଜର୍ମାନୀରେ ଆୟୋଜନ ହେବାକୁ ଥିବା ବିଏମ୍‌ଡବ୍ଲ୍ୟୁ...

ରାଜ୍ୟପାଳଙ୍କଠାରୁ ଆଶୀର୍ବାଦ ନେଲେ ଦୂତୀ

ଭୁବନେଶ୍ୱର, ୮।୭(କ୍ରୀଡ଼ା ପ୍ରତିନିଧି)- ଟୋକିଓ ଅଲିମ୍ପିକ୍ସର ୧୦୦ ଓ ୨୦୦ ମିଟର ରେସ୍‌ରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଥିବା ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦ...

ପାକିସ୍ତାନ ଖେଳାଳିଙ୍କ ପାଇଁ ଗୀତ ଗାଉଥିଲେ ଏହି ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ନିଜ ବ୍ୟାଟିଂ ଅନ୍ଦାଜ ପାଇଁ ବେଶ୍‌ ପ୍ରସିଦ୍ଧ। ସେ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ଏବେ ବି...

ଫିଦରଓ୍ବେଟ୍‌ ବେଲ୍ଟ ବଜାୟ ରଖିଲେ ଆମଣ୍ଡା ନନ୍ସ

ଲାସ ଭେଗାସ, ୮।୬: ବ୍ରାଜିଲର ମହିଳା ମିକ୍ସଡ ମାର୍ଶାଲ ଆଟର୍‌ସ ଫାଇଟର ଆମଣ୍ଡା ନନ୍ସ ପ୍ରଥମ ୟୁଏଫସି(ଅଲ୍‌ଟିମେଟ ଫାଇଟିଂ ଚାମ୍ପିୟନଶିପ୍‌) ଫାଇଟର ଭାବେ ଫିଦରଓ୍ବେଟ୍‌ ଚାମ୍ପିୟନଶିପ୍‌...

ଏହି କ୍ରିକେଟରଙ୍କ ନାମରେ ରହିଛି ଦିନିକିଆ ମ୍ୟାଚ୍‌ରେ ସବୁଠାରୁ ଲମ୍ବା ଓଭର୍‌ର ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୧୦।୧: ପାକିସ୍ତାନର କିଛି ବୋଲର୍‌ ବିଶ୍ୱ କ୍ରିକେଟ ଇତିହାସରେ ଚମକିଛନ୍ତି। ହେଲେ ଏଭଳି କେତେଜଣ ବୋଲର୍‌ ଅଛନ୍ତି ଯେଉଁମାନେ ଲଜ୍ଜାଜନକ ରେକର୍ଡ କରିଛନ୍ତି। ସେଭଳି ଜଣେ...

Advertisement


Archives

Model This Week