Posted inଖେଳ

ଉପହାର ପାଇ ଭାବପ୍ରବଣ ହେଲେ କୋହଲି

ୟୁଏଇ,୨୧।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଅତ୍ୟନ୍ତ ନିରାଶାଜନକ ଥିଲା। ଚଳିତ ସିଜିନର ୩୧ତମ ମ୍ୟାଚରେ ଆରସିବି କୋଲକାତା ନାଇଟ ରାଇଡର୍ସ (କେକେଆର୍‌)ଙ୍କ ହାତରେ ଲଜ୍ଜାଜନକ ୯ ଉଇକେଟରେ ପରାଜୟର ସମ୍ମୁଖୀନ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଆରସିବି କେବଳ ୯୨ ରନ ସ୍କୋର କରିପାରିଥିଲା। ବିରାଟ କୋହଲି, ଏବି ଡି ଭିଲିୟର୍ସଙ୍କ ଭଳି ଷ୍ଟାର ଖେଳାଳିମାନେ ଫ୍ଲପ ହୋଇଥିଲେ।
କୋହଲିଙ୍କ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା, କିନ୍ତୁ ସେ ତାଙ୍କର ବିଶେଷ ମ୍ୟାଚ ସ୍ମରଣୀୟ କରିପାରି ନ ଥିଲେ। ଆରସିବି ପାଇଁ ଏହା କୋହଲିଙ୍କ ୨୦୦ ତମ ମ୍ୟାଚ ଥିଲା। ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ଖେଳାଳି ହୋଇଥିଲେ। ଯଦିଓ, ଅନେକ ଖେଳାଳି ତାଙ୍କ ପୂର୍ବରୁ ମଧ୍ୟ ୨୦୦ ଆଇପିଏଲ ମ୍ୟାଚ ଖେଳିଛନ୍ତି, କିନ୍ତୁ ଗୋଟିଏ ଦଳ ସହିତ ଏତେ ମ୍ୟାଚ ଖେଳିବାକୁ କେହି ସକ୍ଷମ ହୋଇ ନାହାଁନ୍ତି। ଏହି ଅବସରରେ ଦଳର ଷ୍ଟାର ଖେଳାଳି ଏବି ଡି ଭିଲିୟର୍ସ କୋହଲିଙ୍କୁ ଏକ ସ୍ବତନ୍ତ୍ର ଜର୍ସି ଉପହାର ଦେଇଥିଲେ। ଡି ଭିଲିୟର୍ସ ଅଧିନାୟକଙ୍କୁ ଆରସିବିର ଏକ ଜର୍ସି ଉପହାର ଦେଇଥିଲେ। ଏଥିରେ ତାଙ୍କ ନାମ ଲେଖାଯାଇଥିଲା ଏବଂ ଜର୍ସି ସଂଖ୍ୟା ୨୦୦ ଥିଲା। ବିରାଟ ୨୦୦୮ରୁ ଆରସିବି ସହିତ ଅଛନ୍ତି। ଏହି ଜର୍ସି ଦେଖି ଭାବପ୍ରବଣ ହୋଇଯାଇଥିଲେ କୋହଲି।
ଅଧିନାୟକ ଭାବରେ ଏହା ବିରାଟ କୋହଲିଙ୍କ ୧୩୩ତମ ମ୍ୟାଚ ଥିଲା। ଏହି ସିଜନ ପରେ ଦଳର ଅଧିନାୟକତ୍ୱ ଛାଡିବାକୁ କୋହଲି ଘୋଷଣା କରିସାରିଛନ୍ତି। ଏହା କେକେଆରର ୨୦୦ ତମ ମ୍ୟାଚ ଥିଲା। ଦଳ ୧୦୦ଟି ମ୍ୟାଚ ଜିତିଥିବାବେଳେ ୯୫ଟି ମ୍ୟାଚରେ ହାରିଛି। ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୨୧୧ ମ୍ୟାଚ ଖେଳିଛି। ଏହି ସମୟରେ, ଏହା ଆରସିବିର ୨୦୪ତମ ମ୍ୟାଚ ଥିଲା। ଦଳ ୯୪ ଟି ମ୍ୟାଚ ଜିତିଛି। ୧୦୨ ମ୍ୟାଚରେ ହାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri