Posted inଖେଳ

ଧୂଳିଝଡକୁ ଧନ୍ୟବାଦ ଦେଲେ କୋହଲି: ଜାଣନ୍ତୁ କାହିଁକି

ମୁମ୍ବାଇ,୨୮।୪: ଆଇପିଏଲ୍‌ ୨୦୨୧ର ଏକ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧ ରନ୍‌ରେ ପରାସ୍ତ କରି ରୋମାଞ୍ଚକର ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଆରସିବି ନିର୍ଦ୍ଧାରିତ ଓଭରରେ ଏବି ଡି ଭିଲିୟର୍ସଙ୍କ ଅପରାଜିତ ୭୫ ସହାୟତାରେ ୧୭୧ ରନ ସ୍କୋର କରିଥିଲା। ଏହାର ଜବାବରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୧୭୦ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଏକ ରୋମାଞ୍ଚକର ବିଜୟ ପରେ କୋହଲି କହିଛନ୍ତି ଯେ ଦିଲ୍ଲୀର ଅଧିନାୟକ ରିଷଭ ପନ୍ତ ଏବଂ ଶିମରୋନ ହେଟମିୟରଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ଙ୍କୁ ଦେଖିବା ପରେ ପରାଜୟ ଭୋଗିବା ଭଳି ଲାଗୁଥିଲା। ଏକ ସମୟରେ ଲାଗୁଥିଲା ଯେ ମ୍ୟାଚ ଆମ ହାତରୁ ଯାଉଛି। କିନ୍ତୁ ଶେଷ ଓଭରରେ ମହମ୍ମଦ ସିରାଜ ଆତ୍ମବିଶ୍ୱାସ ଦେଖାଇଥିଲେ। ଫଳରେ ମ୍ୟାଚ୍‌ ଆମ ହାତରେ ରହିଥିଲା ବୋଲି ସେ କହିଛନ୍ତି। ଏଥିପାଇଁ ସିରାଜଙ୍କ ସହ ମ୍ୟାଚ ପୂର୍ବରୁ ଧୂଳିଝଡକୁ ଧନ୍ୟବାଦ ଦେଇଥିଲେ କୋହଲି। କାରଣ ଧୂଳିଝଡ କାରଣରୁ ରାତିରେ କାକର ନ ଥିବାରୁ ଶୁଖିଲା ବଲରେ ଆମେ ବୋଲିଂ କରଥିଲୁ, ଯାହା ମ୍ୟାଚରେ ପରିବର୍ତ୍ତନ ଆଣିଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ ପ୍ରସ୍ତୁତି: ମସାଲାଯୁକ୍ତ, ମିଠା ଖାଦ୍ୟ ମନା

ନୂଆଦିଲ୍ଲୀ,୨୪ା୭(ପି.ଟି.):ଭାରତୀୟ ମହିଳା ହକି ଦଳ ଟୋକିଓ ଅଲିମ୍ପିକ ୨୦୨୦ ପାଇଁ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଛି। ଏହି ପରିପ୍ରେକ୍ଷୀରେ ଖେଳାଳିମାନଙ୍କ ଖାଦ୍ୟରେ ପରିବର୍ତ୍ତନ କରାଯାଇଛି।...

ତେଲେଙ୍ଗନା, ଆନ୍ଧ୍ରକୁ ସିନ୍ଧୁଙ୍କ ଆର୍ଥିକ ସହାୟତା

ନୂଆଦିଲ୍ଲୀ,୨୬।୩(ପି.ଟି.)- କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ଅଲିମ୍ପିକ୍ସ ପଦକ ବଜୟିନୀ ତଥା ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ତେଲେଙ୍ଗାନା ଓ ଆନ୍ଧ୍ର ସରକାରଙ୍କୁ ୫...

ପୁଣିଥରେ ସ୍ମିଥ୍‌ଙ୍କୁ ମିଳିପାରେ ଅଷ୍ଟ୍ରେଲିଆ ଦାୟିତ୍ୱ: କୋଚ୍‌ ଲାଙ୍ଗର ଦେଲେ ଏଭଳି ସଙ୍କେତ

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର ଦଳର ଅଧିନାୟକ ପଦ ଷ୍ଟିଭ ସ୍ମିଥ୍‌କୁ ଦେବାକୁ ସଙ୍କେତ ଦେଇଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଆରୋନ...

ଏହି ଖେଳରେ ସବୁବେଳେ ଶୁଭମନ ଗିଲ୍‌ଙ୍କଠାରୁ ହାରନ୍ତି ବିରାଟ କୋହଲି: ଜାଣନ୍ତୁ ଖେଳଟି କ’ଣ

ଭାରତୀୟ କ୍ରିକେଟର ଭବିଷ୍ୟତ ଭାବରେ ଶୁଭମନ ଗିଲଙ୍କୁ ବିବେଚନା କରାଯାଏ। ଅଷ୍ଟ୍ରେଲିୟ ମାଟିରେ ଭଲ ପ୍ରଦର୍ଶନ କରିଥିବା ଶୁଭମନ ଗିଲ ଏବେ ଇଂଲଣ୍ଡ ଗସ୍ତ ପାଇଁ...

୧୦୦ ଭିନ୍ନକ୍ଷମ କ୍ରିକେଟର୍‌ଙ୍କୁ ୫ ହଜାର ଟଙ୍କା ସହାୟତା ଦେଲେ ଷ୍ଟିଭ ଓ୍ବ’ଙ୍କ ମ୍ୟାନେଜର

ନୂଆଦିଲ୍ଲୀ, ୧୩।୮: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍‌ ଷ୍ଟିଭ ଓ୍ବ’ଙ୍କ ମ୍ୟାନେଜର ହାର୍ଲି ମେଡ୍‌କାଫ୍‌ କରୋନା ମହାମାରୀ ଭଳି ଏକ ସଙ୍କଟଜନକ ସମୟରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍‌...

ବିଶ୍ୱ ହୁଇଲଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ : ଭାରତୀୟ ଦଳରେ ରାଖାଲ, ରମେଶ

ଭୁବନେଶ୍ୱର, ୧୦।୯(କ୍ରୀଡ଼ା ପ୍ରତିନିଧି)- ଦକ୍ଷିଣ କୋରିଆର ଇଞ୍ଚତ୍ଅନଠାରେ ଚଳିତମାସ ୧୭ରୁ ୨୨ ପର୍ଯ୍ୟନ୍ତ ବିଶ୍ୱ ହୁଇଲଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଭାରତରୁ ମୋଟ...

ଏଟିକେ ମୋହନବାଗାନ ବିଜୟୀ

ମାର୍ଗାଓ, ୨୨ା୧ (ପି.ଟି.)-ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ମ୍ୟାଚରେ ଏଟିକେ ମୋହନବାଗାନ ବିଜୟ ଲାଭ କରିଛି।...

ଟେଷ୍ଟ ମ୍ୟାଚ୍‌ରେ କାହିଁକି ଧଳା ଶର୍ଟ ପିନ୍ଧନ୍ତି କ୍ରିକେଟର

୧୯୦୦ ମସିହା ପୂର୍ବରୁ କ୍ରିକେଟରଙ୍କ ଡ୍ରେସ୍‌ କୋଡ୍‌ ନିର୍ଦ୍ଧାରଣ ନ ଥିଲା। ସାଧାରଣ ଡ୍ରେସ୍‌ ପିନ୍ଧି କ୍ରିକେଟରମାନେ ପଡିଆକୁ ଓହ୍ଲାଉଥିଲେ। ସେ ସମୟରେ କେବଳ ଟେଷ୍ଟ...

Advertisement


Archives

Model This Week