Posted inଖେଳ

୧୩୨ ବର୍ଷ ରେକର୍ଡ ପୁନରାବୃତ୍ତି କଲେ କୋହଲି

ମୁମ୍ବାଇ,୩।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୨ ମ୍ୟାଚ୍‌ ଟେଷ୍ଟ ସିରିଜ ଦ୍ୱିତୀୟ ମ୍ୟାଚ୍‌ରେ ଅନେକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ମୁମ୍ବାଇ ଟେଷ୍ଟରେ ବିରାଟ କୋହଲି ଅଧିନାୟକ ଭାବରେ ଦଳକୁ ଫେରିଥିଲେ ଏବଂ ଟସ ପାଇଁ ଓହ୍ଲାଇବା ମାତ୍ରେ ଟେଷ୍ଟ ଇତିହାସର ୧୩୨ ବର୍ଷ ପୁରୁଣା ରେକର୍ଡ ପୁନରାବୃତ୍ତି ହୋଇଥିଲା। ମୁମ୍ବାଇ ଟେଷ୍ଟରେ ଭାରତର ଅଧିନାୟକତା ବିରାଟ କୋହଲିଙ୍କ ହାତରେ ଏବଂ ନ୍ୟୁଜିଲାଣ୍ଡର ଅଧିନାୟିକତ୍ୱ ଟମ ଲାଥାମଙ୍କ ହାତରେ ଥିଲା। ଏହାପୂର୍ବରୁ କାନପୁରରେ ଅନୁଷ୍ଠିତ ସିରିଜର ପ୍ରଥମ ଟେଷ୍ଟରେ ଅଜିଙ୍କେ ରାହାନେ ଭାରତ ଏବଂ କେନ ୱିଲିୟମସନ କିୱି ଦଳର ଅଧିନାୟକ ହୋଇଥିଲେ। ଏହିପରି ୪ ଟି ଭିନ୍ନ ଭିନ୍ନ ସିରିଜ ଅଧିନାୟକ କରିଥିଲେ। ଟେଷ୍ଟ ଇତିହାସରେ ଏହା ଦ୍ୱିତୀୟ ଥର ଯେତେବେଳେ ୪ଟି ଖେଳାଳି ୨ଟି ଟେଷ୍ଟର ସିରିଜରେ ଦଳର ଅଧିନାୟକତ୍ୱ ଗ୍ରହଣ କରିଥିଲେ। ଏହାପୂର୍ବରୁ ୧୮୮୮-୮୯ ମସିହାରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ସିରିଜରେ ଏହା ଘଟିଥିଲା। ଏବେ ମୁମ୍ବାଇ ଟେଷ୍ଟ ଏହା ଘଟିଛି।
ଏହାପୂର୍ବରୁ, ୧୮୯୯ ମସିହାରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ରୁ ୨୬ ମାର୍ଚ୍ଚ ମଧ୍ୟରେ ଦୁଇଟି ଟେଷ୍ଟ ଖେଳାଯାଇଥିଲା। ସିରିଜର ପ୍ରଥମ ମ୍ୟାଚ ପୋର୍ଟ ଏଲିଜାବେଥରେ ଅନୁଷ୍ଠିତ ହୋଇଥିଲା। ଇଂଲଣ୍ଡ ଏହି ମ୍ୟାଚକୁ ୮ ଉଇକେଟରେ ଜିତି ଥିଲା। ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ ଆବରୀ ସ୍ମିଥ ଏବଂ ଦକ୍ଷିଣ ଆଫ୍ରିକାକୁ ଓଭେନ ଡନେଲ ଅଧିନାୟକତ୍ୱ କରିଥିଲେ। ଏହା ପରେ କେପଟାଉନରେ ଅନୁଷ୍ଠିତ ସିରିଜର ଦ୍ୱିତୀୟ ଟେଷ୍ଟରେ ଉଭୟ ଦଳର ଅଧିନାୟକଙ୍କୁ ପରିବର୍ତ୍ତନ କରାଯାଇଥିଲା। ମଣ୍ଟି ବୋଡେନ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକାଙ୍କୁ ୱିଲିୟମ ମିଲଟନ ଅଧିନାୟକତ୍ୱ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସର ଶିଶୁ କନ୍ୟାଙ୍କୁ ତେଲ ମାଲିସ୍‌ବେଳେ ହେଲା ହାକୁଡ଼ି…ପରେ ଘଟିଲା ଅସ୍ବାଭାବିକ ଘଟଣା

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅଞ୍ଚଳର ରୁକୁମା ଗ୍ରାମର ଜଣେ ୩ ମାସର ଶିଶୁ କନ୍ୟାଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୂଚନା…

୬ ଘଣ୍ଟାରେ ଜେଲକୁ ଫେରିଲେ ଇମ୍ରାନ, ହସ୍ପିଟାଲରେ ହେଲା….

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ କମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦର ଶିଫା…

ଯୁବତୀଙ୍କ ଉପରେ କାର ମାଡ଼ିଦେଲେ ସାଂସଦଙ୍କ ପୁଅ: ଆଉ ତା’ପରେ ଘଟିଲା…

ହାଇଦ୍ରାବାଦ,୨୧।୮:ହାଇଦ୍ରାବାଦରେ ଏକ ଆଷ୍ଟନ ମାର୍ଟିନ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାଜ୍ୟ ସଭା ସାଂସଦ ଲିଙ୍ଗାମନେନି ରମେଶଙ୍କ…

ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବାବେଳେ ଘରୁ ଶୁଭିଲା ଚିତ୍କାର: ଆଉ ତା’ପରେ ଘଟିଲା..

ଦେବଗଡ,୨୧୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାଞ୍ଚଳ ଗୁରୁସଙ୍ଗ ଗ୍ରାମରେ ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ଆର୍‌ଏସ୍‌ଏସ୍‌ ବିରୋଧରେ ପ୍ରତିବନ୍ଧକ ଲଗାଅ: ଆମେରିକୀୟ ସଂସ୍ଥା

ଓ୍ବାଶିଂଟନ,୨୧।୮(ପି.ଟି.): ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଇମ୍ରାନ ଖାନଙ୍କୁ ନେଇ ବଡ଼ ଖବର, ରାତିଅଧରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ତାଙ୍କୁ ଅଦିଆଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri