ଏହି କ୍ରିକେଟର୍‌ଙ୍କୁ ଅଷ୍ଟ୍ରେଲିଆରେ ଅଫର୍‌ ଦେଇଥିଲେ କୋହଲି

ଚେନ୍ନାଇ,୧୫।୪: ଆଇପିଏଲର ଗତ ସିଜନରେ ଫ୍ଲପ ହୋଇଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଚଳିତ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଖେଳୁଛନ୍ତି। ଆରସିବି ତାଙ୍କୁ ଏହି ସିଜିନ ପାଇଁ ନିଲାମରେ ବହୁ ପରିମାଣର ଅର୍ଥ ଦେଇ କିଣିଥିଲା ଏବଂ ଏବେ ମ୍ୟାକ୍ସୱେଲ ତାଙ୍କ ଚୟନ ନିଷ୍ପତ୍ତିର ଯଥାର୍ଥତା ପ୍ରମାଣିତ କରିଛନ୍ତି। ସେ ଏପର୍ଯ୍ୟନ୍ତ ଖେଳିଥିବା ଉଭୟ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ଆଇପିଏଲର ଷଷ୍ଠ ମ୍ୟାଚରେ ମ୍ୟାକ୍ସୱେଲ ୪୧ ବଲରୁ ୫୯ ରନ ସଂଗ୍ରହ କରିଥିଲେ। ପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଏହି ସିଜିନର ପ୍ରଥମ ମ୍ୟାଚରେ ୩୯ ରନ ସଂଗ୍ରହ କରିଥିଲେ। ମ୍ୟାକ୍ସୱେଲ ପ୍ରକାଶ କରିଛନ୍ତି ଯେ, ଆରସିବି ଅଧିନାୟକ ବିରାଟ କୋହଲି ତାଙ୍କୁ ଅଷ୍ଟ୍ରେଲିଆରେ ଫ୍ରାଞ୍ଚାଇଜରେ ଯୋଗଦେବାକୁ ପ୍ରସ୍ତାବ ଦେଇଥିଲେ।
ଆରସିବି ତରଫରୁ ଟୁଇଟ କରାଯାଇଥିବା ଏକ ଭିଡିଓରେ ମ୍ୟାକ୍ସୱେଲ କହିଛନ୍ତି ଯେ. ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବାବେଳେ ହିଁ କୋହଲି ପ୍ରଥମେ ତାଙ୍କୁ ଆରସିବିରେ ଯୋଗଦେବାକୁ କହିଥିଲେ। ତେବେ ନିଲାମ ପୂର୍ବରୁ ମ୍ୟାକ୍ସୱେଲ ଆରସିବିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆମ ମଧ୍ୟରେ ପୂର୍ବରୁ କଥାବାର୍ତ୍ତା ହୋଇଥିଲା ବୋଲି ଅଷ୍ଟ୍ରେଲୀୟ ଅଲରାଉଣ୍ଡର କହିଛନ୍ତି। ଏକଦିବସୀୟ ଏବଂ ଟି-୨୦ ସିରିଜ ପରେ, ଆମେ ଏହା ବିଷୟରେ ଆଲୋଚନା କଲୁ। କୋହଲି ତାଙ୍କୁ ଆରସିବି ଖେଳିବା ବିଷୟରେ ପଚାରିଥିଲେ। ସେ ତାଙ୍କୁ କହିଥିଲେ ଯେ ଯଦି ସେ ଦଳରେ ଯୋଗ ଦିଅନ୍ତି ତେବେ ଏହା ଭଲ ହେବ, କିନ୍ତୁ ଏଥିପାଇଁ ତାଙ୍କୁ ନିଲାମ ଦେଇ ଯିବାକୁ ପଡ଼ିବ। ଏହି ଦଳରେ ଯୋଗଦେବା ପାଇଁ କୋହଲି ହିଁ ତାଙ୍କୁ କହିଥିଲେ ବୋଲି ମାକ୍ସଓ୍ବେଲ କହିଛନ୍ତି। ମ୍ୟାକ୍ସୱେଲ ଅଧିନାୟକ କୋହଲିଙ୍କୁ ଆରସିବିରୁ ଖେଳିବାର ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମ୍ୟାକ୍ସୱେଲଙ୍କୁ ଆରସିବି ୧୪.୨୫ କୋଟିରେ କିଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri