ଏହି କ୍ରିକେଟର୍‌ଙ୍କୁ ଅଷ୍ଟ୍ରେଲିଆରେ ଅଫର୍‌ ଦେଇଥିଲେ କୋହଲି

ଚେନ୍ନାଇ,୧୫।୪: ଆଇପିଏଲର ଗତ ସିଜନରେ ଫ୍ଲପ ହୋଇଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଚଳିତ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଖେଳୁଛନ୍ତି। ଆରସିବି ତାଙ୍କୁ ଏହି ସିଜିନ ପାଇଁ ନିଲାମରେ ବହୁ ପରିମାଣର ଅର୍ଥ ଦେଇ କିଣିଥିଲା ଏବଂ ଏବେ ମ୍ୟାକ୍ସୱେଲ ତାଙ୍କ ଚୟନ ନିଷ୍ପତ୍ତିର ଯଥାର୍ଥତା ପ୍ରମାଣିତ କରିଛନ୍ତି। ସେ ଏପର୍ଯ୍ୟନ୍ତ ଖେଳିଥିବା ଉଭୟ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ଆଇପିଏଲର ଷଷ୍ଠ ମ୍ୟାଚରେ ମ୍ୟାକ୍ସୱେଲ ୪୧ ବଲରୁ ୫୯ ରନ ସଂଗ୍ରହ କରିଥିଲେ। ପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଏହି ସିଜିନର ପ୍ରଥମ ମ୍ୟାଚରେ ୩୯ ରନ ସଂଗ୍ରହ କରିଥିଲେ। ମ୍ୟାକ୍ସୱେଲ ପ୍ରକାଶ କରିଛନ୍ତି ଯେ, ଆରସିବି ଅଧିନାୟକ ବିରାଟ କୋହଲି ତାଙ୍କୁ ଅଷ୍ଟ୍ରେଲିଆରେ ଫ୍ରାଞ୍ଚାଇଜରେ ଯୋଗଦେବାକୁ ପ୍ରସ୍ତାବ ଦେଇଥିଲେ।
ଆରସିବି ତରଫରୁ ଟୁଇଟ କରାଯାଇଥିବା ଏକ ଭିଡିଓରେ ମ୍ୟାକ୍ସୱେଲ କହିଛନ୍ତି ଯେ. ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବାବେଳେ ହିଁ କୋହଲି ପ୍ରଥମେ ତାଙ୍କୁ ଆରସିବିରେ ଯୋଗଦେବାକୁ କହିଥିଲେ। ତେବେ ନିଲାମ ପୂର୍ବରୁ ମ୍ୟାକ୍ସୱେଲ ଆରସିବିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆମ ମଧ୍ୟରେ ପୂର୍ବରୁ କଥାବାର୍ତ୍ତା ହୋଇଥିଲା ବୋଲି ଅଷ୍ଟ୍ରେଲୀୟ ଅଲରାଉଣ୍ଡର କହିଛନ୍ତି। ଏକଦିବସୀୟ ଏବଂ ଟି-୨୦ ସିରିଜ ପରେ, ଆମେ ଏହା ବିଷୟରେ ଆଲୋଚନା କଲୁ। କୋହଲି ତାଙ୍କୁ ଆରସିବି ଖେଳିବା ବିଷୟରେ ପଚାରିଥିଲେ। ସେ ତାଙ୍କୁ କହିଥିଲେ ଯେ ଯଦି ସେ ଦଳରେ ଯୋଗ ଦିଅନ୍ତି ତେବେ ଏହା ଭଲ ହେବ, କିନ୍ତୁ ଏଥିପାଇଁ ତାଙ୍କୁ ନିଲାମ ଦେଇ ଯିବାକୁ ପଡ଼ିବ। ଏହି ଦଳରେ ଯୋଗଦେବା ପାଇଁ କୋହଲି ହିଁ ତାଙ୍କୁ କହିଥିଲେ ବୋଲି ମାକ୍ସଓ୍ବେଲ କହିଛନ୍ତି। ମ୍ୟାକ୍ସୱେଲ ଅଧିନାୟକ କୋହଲିଙ୍କୁ ଆରସିବିରୁ ଖେଳିବାର ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମ୍ୟାକ୍ସୱେଲଙ୍କୁ ଆରସିବି ୧୪.୨୫ କୋଟିରେ କିଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରୁ ଫେରି ବାପାଙ୍କ ସମାଧିସ୍ଥଳକୁ ଗଲେ ଏହି ଭାରତୀୟ କ୍ରିକେଟର, କୋରାନ ପଢ଼ି ଦେଲେ ଶ୍ରଦ୍ଧାଞ୍ଜଳି

ହାଇଦ୍ରାବାଦ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଜିତିବା ପରେ ସ୍ବଦେଶ ଫେରିଛି ଟିମ୍‌ ଇଣ୍ଡିଆ। ଏହି ସିରିଜ୍‌ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ଭାରତୀୟ ଯୁବ...

ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ନିରାଶ ହେଲା ଭାରତ

ଭୁବନେଶ୍ୱର,୫।୧୨: ଜୁନିୟର ହକି ବିଶ୍ୱକପରେ ଗତ ସଂସ୍କରଣର ଚାମ୍ପିୟନ ଭାରତ ଏଥର ୪ର୍ଥ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ...

ରୋହିତ ଶର୍ମାଙ୍କ ହସ ଦେଖି ଏମିତି କହିଲେ ଚହଲ

ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ଏବଂ ଲେଗ୍‌ ସ୍ପିନର୍‌ ୟୁଜବେନ୍ଦ୍ର ଚହଲ ଭଲ ସାଙ୍ଗ ବୋଲି ଧରାଯାଏ। ସୋସିଆଲ ମିଡିଆରେ ଉଭୟ ବେଶ୍‌ ମଜା...

‘ସନ୍ଦେହ କରିବାର କିଛି ନାହିଁ’

ମେଲବୋର୍ନ,୬।୧୦: ଷ୍ଟାର ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏବେ ଖରାପ ଫର୍ମ କାରଣରୁ ଆଇପିଏଲରେ ଖେଳିବାକୁ ସୁଯୋଗ ପାଉନାହାନ୍ତି। ବର୍ଷେରୁ ଅଧିକ ସମୟ ହେଲା ଅନ୍ତର୍ଜାତୀୟ...

ହାଇଦ୍ରାବାଦ ବିପକ୍ଷରେ ଧୋନୀଙ୍କୁ ବିଶ୍ରାମ

ହାଇଦ୍ରାବାଦ, ୧୭।୪ (ପି.ଟି.)- ୨୦୧୦ ପରଠାରୁ ପ୍ରଥମଥର ପାଇଁ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଇନାହାନ୍ତି।...

ଏହି କ୍ରିକେଟର୍‌ କରିଥିଲେ ଏମିତି ରେକର୍ଡ ଯାହା ଆଜିପର୍ଯ୍ୟନ୍ତ ଭାଙ୍ଗିପାରିନାହାନ୍ତି ୨୬୦୮ ଖେଳାଳି

ପାକିସ୍ତାନର ଅଲରାଉଣ୍ଡର ତଥା ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି ଆଜି ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ପାକିସ୍ତାନର ଜଣେ ପ୍ରସିଦ୍ଧ ଖେଳାଳି ଭାବେ...

ଆର୍ଜେଣ୍ଟିନାକୁ ୪-୨ରେ ହରାଇଲା ଭାରତ

ବୁଏନ୍ସ ଆରିଜ, ୧୫।୪(ପି.ଟି.)- ବିଜୟ ସହ ଭାରତୀୟ ହକି ଦଳ ଏହାର ଆର୍ଜେଣ୍ଟିନା ଗସ୍ତ ଶେଷ କରିଛି। ବୁଧବାର ଅନୁଷ୍ଠିତ ୪ର୍ଥ ତଥା ଅନ୍ତିମ ଅଭ୍ୟାସ...

ଜାତୀୟ ସିନିୟର ଭଲିବଲ :କେରଳ, ହରିୟାଣା ଚାମ୍ପିୟନ

ଭୁବନେଶ୍ୱର,୧୨।୩ (କ୍ରୀଡ଼ା ପ୍ରତିନିଧି)-କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ୬୯ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ ଗୁରୁବାର ଉଦ୍‌ଯାପିତ ହୋଇଛି। ଏହାର ମହିଳା ବିଭାଗରେ କେରଳ...

Advertisement
Archives

Model This Week