Posted inଖେଳ

ଇନ୍‌ଷ୍ଟାଗ୍ରାମ୍‌ରେ କୋହଲିଙ୍କ ଅନୁସରଣକାରୀ ସର୍ବାଧିକ

ନୂଆଦିଲ୍ଲୀ, ୩ା୩ (ପି.ଟି.)-ଭାରତୀୟ ଅଧିନାୟକ ବିରାଟ କୋହଲି ହେଉଛନ୍ତି ପ୍ରଥମ କ୍ରିକେଟର, ଯାହାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ୍‌ରେ ଅନୁସରଣକାରୀଙ୍କ ସଂଖ୍ୟା ପ୍ରାୟ ୧୦୦ ନିୟୁତ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏକ ଟୁଇଟ୍‌ରେ ଏ ବିଷୟ କୁହାଯାଇଛି। ଏସିଆ-ପ୍ୟାସିଫିକ୍‌ ଅଞ୍ଚଳରେ ଏହି ସଫଳତା ହାସଲ କରିବାରେ ୩୨ବର୍ଷୀୟ କୋହଲି ହେଉଛନ୍ତି ପ୍ରଥମ ବ୍ୟକ୍ତି। ପୁନଶ୍ଚ ଇନ୍‌ଷ୍ଟାଗ୍ରାମ୍‌ରେ ଅଧିକ ଅନୁସରଣକାରୀ ଥିବା କ୍ରୀଡ଼ାବିତ୍‌ ତାଲିକାରେ କୋହଲି ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ପର୍ତ୍ତୁଗାଲ ଫୁଟ୍‌ବଲ ଷ୍ଟାର ଖ୍ରିଷ୍ଟିଆନୋ ରୋନାଲ୍‌ଡୋ ୨୬୫ ନିୟୁତ ଅନୁସରଣକାରୀଙ୍କ ସହ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଆର୍ଜେଣ୍ଟିନା ଫୁଟ୍‌ବଲ ଅଧିନାୟକ ତଥା ଏଫ୍‌ସି ବାର୍ସିଲୋନା କିମ୍ବଦନ୍ତୀ ଲିଓନେଲ ମେସି ଏବଂ ବ୍ରାଜିଲର ନେମାରଙ୍କ ଅନୁସରଣକାରୀଙ୍କ ସଂଖ୍ୟା ଯଥାକ୍ରମେ ୧୮୬ ନିୟୁତ ଓ ୧୪୭ ନିୟୁତ ରହିଛି। ୧୦୦ ନିୟୁତ କ୍ଲବରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ହଲିଉଡ୍‌ ଅଭିନେତା ତଥା ପୂର୍ବତନ ପ୍ରଫେସନାଲ ରେସ୍‌ଲର ଡ୍ବେନ୍‌ (ଦି ରକ୍‌) ଜନସନ, ଆମେରିକୀୟ କଣ୍ଠଶିଳ୍ପୀ ଓ ଗୀତିକାର ବେୟନ୍ସ ଓ ଆରିଆନା ଗ୍ରେଣ୍ଡ୍‌। କୋହଲିଙ୍କୁ ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚନା କରାଯାଉଛି। ଇତିମଧ୍ୟରେ ଟେଷ୍ଟରେ ସେ ୨୭ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ୪୩ ଶତକ ହାସଲ କରିସାରିଛନ୍ତି। ଭାରତରେ ଇନ୍‌ଷ୍ଟାଗ୍ରାମ୍‌ରେ କ୍ରମାଗତ ୨ ବର୍ଷ ଧରି କୋହଲିଙ୍କ ଅନୁସରଣକାରୀଙ୍କ ସଂଖ୍ୟା ସର୍ବାଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri