Posted inଖେଳ

୧୧ ବର୍ଷ ହେବ ଏହି ରେକର୍ଡକୁ ଚାତକ ପରି ଚାହିଁ ରହିଛନ୍ତି କୋହଲି

ନୂଆଦିଲ୍ଲୀ,୧୮।୧୦: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ଟେଷ୍ଟ କ୍ରିକେଟ ଠାରୁ ଦିନିକିଆ ଏବଂ ପରେ ଟି -୨୦ରେ ସେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ୨୩ ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ବିରାଟଙ୍କ ନାମରେ ୭୦ ଶତକ ରହିଛି। ତାଙ୍କ ହାରାହାରି ୫୫ରୁ ଅଧିକ। ୧୩ ବର୍ଷର କ୍ୟାରିଅରରେ ବିରାଟ ଅନେକ ବଡ଼ ରେକର୍ଡ ହାସଲ କରିଛନ୍ତି। ବ୍ୟାଟିଂ ଫ୍ରଣ୍ଟରେ ସେ ମହାନ ସାର୍‌ ଡନ ବ୍ରାଡମ୍ୟାନ୍‌ ଏବଂ ସଚିନ ତେନ୍ଦୁଲକରଙ୍କ ଅନେକ ରେକର୍ଡ ଭାଙ୍ଗିଛନ୍ତି। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟର ଏକ ରେକର୍ଡ ମଧ୍ୟ ଅଛି ଯେଉଁଥି ପାଇଁ ବିରାଟ କୋହଲି ଗତ ୧୧ ବର୍ଷ ଧରି ଅପେକ୍ଷା କରି ରହିଆସିଛନ୍ତି। ଏହି ରେକର୍ଡଟି ହେଉଛି ଟି-୨୦ ଅନ୍ତର୍ଜାତୀୟ ସ୍ତରରେ ଏକ ଶତକ।
୨୦୧୦ ମସିହାରେ ଟି -୨୦ ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିଥିବା ବିରାଟ କୋହଲି ଏପର୍ଯ୍ୟନ୍ତ ମୋଟ ୯୦ଟି ମ୍ୟାଚ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୩୧୫୯ ରନ ସ୍କୋର କରିଛନ୍ତି। ଦୁନିଆର କୌଣସି ବ୍ୟାଟ୍ସମ୍ୟାନ ଟି -୨୦ ଇଣ୍ଟରନ୍ୟାସନାଲରେ ଏତେ ରନ ସଂଗ୍ରହ କରିନାହାଁନ୍ତି। ଏତେ ରନ ସ୍କୋର କରିବା ସତ୍ତ୍ୱେ ସେ ଏପର୍ଯ୍ୟନ୍ତ କୌଣସି ଶତକ ହାସଲ କରିନାହାଁନ୍ତି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଆଶା କରୁଛନ୍ତି ଯେ, ଏଥର ଟି -୨୦ ବିଶ୍ୱକପ ସମୟରେ ସେମାନଙ୍କର ଇଚ୍ଛା ନିଶ୍ଚିତ ରୂପେ ପୂରଣ ହେବ।
ଯଦିଓ ବିରାଟ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଏକ ଶତକ ହାସଲ କରିନାହାଁନ୍ତି, ତଥାପି ତାଙ୍କ ନାମରେ ଅର୍ଦ୍ଧ ଶତକର ରେକର୍ଡ ଅଛି । ସେ ଏପର୍ଯ୍ୟନ୍ତ ମୋଟ ୨୮ ଥର ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ତାଲିକାରେ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ମୋଟ ୨୨ ଅର୍ଦ୍ଧଶତକ ରହିଛି। ଅନ୍ତର୍ଜାତୀୟ ଟି-୨୦ରେ କୋହଲି ୩ଥର ଶତକର ନିକଟବର୍ତ୍ତୀ ହୋଇଥିଲେ। ଜାନୁଆରୀ ୨୦୧୬ ରେ, ସେ ଆଡିଲେଡ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ୯୦ ରେ ଅପରାଜିତ ରହିଥିଲେ। ସେହି ବର୍ଷ ଟି -୨୦ ବିଶ୍ୱକପ ସମୟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୮୯ ରନ ସ୍କୋର କରିବା ପରେ ସେ ଆଉଟ୍‌ ହୋଇଥିଲେ। ଏହା ପରେ, ଡିସେମ୍ବର ୨୦୧୯ରେ, ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପୁଣି ଏକ ଶତକ ସ୍କୋର କରିବାର ସୁଯୋଗ ପାଇଲେ। କିନ୍ତୁ ତାଙ୍କୁ ୯୪ ରନରେ ସନ୍ତୁଷ୍ଟ ହେବାକୁ ପଡିଥିଲା।
ସାମଗ୍ରିକ ଟି -୨୦ କ୍ୟାରିୟର୍‌ରେ ବିରାଟ କୋହଲି ଏପର୍ଯ୍ୟନ୍ତ ମୋଟ ୫ ଶତକ ହାସଲ କରିଛନ୍ତି। ୨୦୧୬ ଆଇପିଏଲରେ ସେ ଗୁଜୁରାଟ ଲାୟନ୍ସ ବିପକ୍ଷରେ ମାତ୍ର ୫୩ ବଲରେ ଶତକ ହାସଲ କରିଥିଲେ। ଏଭଳି ପରିସ୍ଥିତିରେ ବିରାଟ କୋହଲି ଏଥର ଟି -୨୦ବିଶ୍ୱକପରେ ଶତକ ହାସଲ କରି ଏହାକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri