Posted inଖେଳ

‘ବିରାଟ’ ରେକର୍ଡ ହାସଲ କଲେ କୋହଲି

ନୂଆଦିଲ୍ଲୀ,୧୫।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଡ୍ରରେ ଶେେ ହୋଇଥିଲା। ଟିମ ଇଣ୍ଡିଆ ଏହି ସିରିଜକୁ ୨-୧ରେ ଜିତିଥିଲା। ଅହମ୍ମଦାବାଦରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଥିଲେ। ସେ ୩୬୪ ବଲରେ ୧୮୬ ରନର ଚମତ୍କାର ଇନିଂସ ଖେଳିଥିଲେ। ଟେଷ୍ଟରେ କୋହଲି ୧୨୦୫ ଦିନ ପରେ ଏକ ଶତକ ହାସଲ କରିଥିଲେ। ଏହାପୂର୍ବରୁ ସେ ନଭେମ୍ବର ୨୦୧୯ରେ ଟେଷ୍ଟରେ ଏକ ଶତକ ହାସଲ କରିଥିଲେ। ଟେଷ୍ଟରେ ଏହା କୋହଲିଙ୍କ ୨୮ ତମ ଶତକଏବଂ ଅନ୍ତର୍ଜାତୀୟ କ୍ରିକେଟରେ ଏହା ତାଙ୍କର ୭୫ ତମ ଶତକ ଥିଲା। ଏହି ଇନିଂସ ପାଇଁ ତାଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ମଧ୍ୟ ଦିଆଯାଇଥିଲା। ଏହି ପୁରସ୍କାର ପାଇବା ସହିତ କୋହଲି ମଧ୍ୟ ତାଙ୍କ ନାମରେ ଏକ ବିଶେଷ ସଫଳତା ହାସଲ କରିଥିଲେ। ତିନୋଟି ଫର୍ମାଟରେ ୧୦ କିମ୍ବା ଅଧିକ ଥର ଏହି ପୁରସ୍କାର ଗ୍ରହଣ କରିଥିବା ସେ ହେଉଛନ୍ତି ଏକମାତ୍ର ଖେଳାଳି। ସମସ୍ତ ତିନୋଟି ଫର୍ମାଟରେ କୋହଲି ମୋଟ ୬୩ ଥର ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି। କୋହଲି ଟେଷ୍ଟରେ ୧୦ଥର ଏହି ସମ୍ମାନ ପାଇଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ କୋହଲି ପ୍ରଥମ ଥର ପାଇଁ ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି। ଏହା ବ୍ୟତୀତ ସେ ଏହି ଫର୍ମାଟରେ ଇଂଲଣ୍ଡ ବିପକ୍ଷରେ, ଦୁଇଥର ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ଏବଂ ଥରେ ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ବିପକ୍ଷରେ ଏହି ପୁରସ୍କାର ଜିତିଛନ୍ତି। କୋହଲି ଦିନିକିଆରେ ୩୮ଥର ଏବଂ ଟି-୨୦ରେ ସର୍ବାଧିକ ୧୫ଥର ଏହି ପୁରସ୍କାର ଜିତିଛନ୍ତି। ଦିନିକିଆରେ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୩ଥର ଏବଂ ଶ୍ରୀଲଙ୍କା ବିପକ୍ଷରେ ସାତଥର ଏହି ପୁରସ୍କାର ଜିତିଛନ୍ତି।
ଟି-୨୦ରେ ୧୫ ଥର ମଧ୍ୟରୁ ସେ ପାକିସ୍ତାନ ବିପକ୍ଷରେ ଚାରିଥର ଏହି ପୁରସ୍କାର ଜିତିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୩ ଥର ଏହି ସମ୍ମାନ ଜିତିଥିଲେ। କୋହଲି ମଧ୍ୟ ପାକିସ୍ତାନ ବିପକ୍ଷ ଦିନିକିଆରେ ଦୁଇଥର ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ଜିତିଛନ୍ତି। ଏହିପରି ଭାବେ ସେ ପାକିସ୍ତାନ ବିପକ୍ଷରେ ମୋଟ ୬ ଥର ଏହି ପୁରସ୍କାର ପାଇଛନ୍ତି। ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ପ୍ରଥମ ଥର ପାଇଁ ଏହି ସମ୍ମାନ ହାସଲ କରିଛନ୍ତି।
ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଜ୍ୟାକ କଲିସ ଟେଷ୍ଟରେ ସର୍ବାଧିକ ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ପାଇବାର ରେକର୍ଡ ରଖିଛନ୍ତି। ସେ ୨୩ ଥର ଏହି ପୁରସ୍କାର ଜିତିଥିଲେ। ଏହା ପରେ ଶ୍ରୀଲଙ୍କାର ମୁଥିୟା ମୁରଲୀଧରନ ୧୯ ଏବଂ ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ ଆକ୍ରମ ଏବଂ ଅଷ୍ଟ୍ରେଲିଆର ସେନ୍‌ ଓ୍ବାର୍ନ ୧୭-୧୭ ଥର ଏହି ପୁରସ୍କାର ଜିତିବା ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସଚିନ ତେନ୍ଦୁଲକର ଦିନିକିଆରେ ସର୍ବାଧିକ ଥର ପାଇଁ ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ଜିତିବାର ରେକର୍ଡ ରଖିଛନ୍ତି। ସଚିନ ୫୦ ଓଭର ଫର୍ମାଟରେ ୪୬୩ ଦିନିକିଆରେ ୬୨ ଥର ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ଜିତିଛନ୍ତି। ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୁରିଆ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୪୪୫ଟି ଦିନିକିଆରେ ୪୮ ଥର ଏହି ପୁରସ୍କାର ଜିତିଥିଲେ।
୨୭୧ ଦିନିକିଆରେ ୩୮ ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ସହିତ ବିରାଟ କୋହଲି ତୃତୀୟ ସ୍ଥାନରେ ଅଛନ୍ତି। ଜ୍ୟାକ କାଲିସ ଏବଂ ରିକି ପଣ୍ଟିଙ୍ଗ ପ୍ରତ୍ୟେକ ଥର୩୨ ଥର ଏହି ସମ୍ମାନ ହାସଲ କରିଛନ୍ତି ଏବଂ ମିଳିତ ଚତୁର୍ଥ ସ୍ଥାନରେ ଅଛନ୍ତି। ଟି-୨୦ କ୍ରିକେଟରେ କୋହଲି ୧୫ଥର ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ଜିତିଛନ୍ତି। ଏଥି ସହିତ ଆଫଗାନିସ୍ତାନର ମହମ୍ମଦ ନବୀ ଏହି ପୁରସ୍କାର ୧୩ ଥର ଜିତିବା ସହ ଦ୍ୱିତୀୟ ଏବଂ ରୋହିତ ଶର୍ମା ଏହି ପୁରସ୍କାର ୧୨ ଥର ଜିତିବା ସହ ତୃତୀୟ ସ୍ଥାନରେ ରହିଛନ୍ତି। ସୂର୍ଯ୍ୟକୁମାର ଯାଦବ ତାଙ୍କର ଦେଢ ଼ ବର୍ଷର ଟି-୨୦ କ୍ୟାରିୟରରେ ଏପର୍ଯ୍ୟନ୍ତ ୧୧ ଥର ଏହି ପୁରସ୍କାର ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?