କୋଚିଳା ନଦୀ ବନ୍ଧ ଧସିଲା, ଭୟରେ ଅଞ୍ଚଳବାସୀ

ଧାମନଗର,୪।୭(ସନ୍ତୋଷ କୁମାର ମହାପାତ୍ର): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦିଆଯାଇଛି।

ଏପରିକି ଦୁଇଦିନ ହେଲା ଲଗାଣ ବର୍ଷାରେ ବୈତରଣୀ ଏବଂ ଏହାର ଶାଖା ଗେଙ୍ଗୁଟି, କୋଚିଳା, କଣ୍ଡିଆ ଆଦି ନଦୀରେ ପ୍ରବଳ ବେଗରେ ପାଣି ବଢୁଛି। ଯଦି ଆଗାମୀ ଦୁଇତିନି ଧରି ବର୍ଷା ଲାଗି ରହେ ତେବେ ଏହିସବୁ ନଦୀରେ ବନ୍ୟା ସୃଷ୍ଟି ହେବା ନେଇ ସ୍ଥାନୀୟ ଲୋକେ ଆଶଙ୍କା ପ୍ରକଟ କରିଛନ୍ତି।

ଏହି ବନ୍ୟା ଆସିଲେ ନଦୀବନ୍ଧ ତଳିଆ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ଘରଦ୍ୱାର ଛାଡି ବିଭିନ୍ନ ଆଶ୍ରୟ ସ୍ଥଳୀ ଓ ଉଚ୍ଚ ସ୍ଥାନରେ ରହିଥାନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭଦ୍ରକ ଜିଲାଧାମନଗର ବ୍ଲକ ପଧାନି ପଞ୍ଚାୟତର କୋଚିଳା ନଦୀର ସଇଲୋ ଗ୍ରାମଠାରେ ଥିବା ନଦୀବନ୍ଧଟି ଅତ୍ୟନ୍ତ ସମ୍ବେଦନଶୀଳ ।ବନ୍ୟା ସମୟରେ ଏହି ସ୍ଥାନରେ ଘାଇ ସୃଷ୍ଟି କିମ୍ବା ବନ୍ଧ ଭାଙ୍ଗିଲେ ପ୍ରାୟ ୩ଟି ପଞ୍ଚାୟତ ଯଥା ପଧାନୀ, ଅର୍ଜୁନ ପୁର ଓ ହସନାବାଦ ସମ୍ପୂର୍ଣ ରୂପେ ଜଳମଗ୍ନ ହୋଇ ଧନଜୀବନ ନଷ୍ଟ ହେବାସହ ବିଭିନ୍ନ ପ୍ରକାର କ୍ଷୟକ୍ଷତି ହେବାର ଆଶଙ୍କା ରହିଥାଏ।

ଦୀର୍ଘବର୍ଷ ହେବ ଜଳସେଚନ ବିଭାଗ ପକ୍ଷରୁ ବନ୍ୟା ଆସିବା ପୂର୍ବ ଏବଂ ପରବର୍ତ୍ତୀ ସମୟରେ ଜଳ ସେଚନ ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମରାମତି ହୋଇଥାଏ। ଗତ ବର୍ଷ ମଧ୍ୟ ଉକ୍ତ ସ୍ଥାନରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଗତ ବର୍ଷ ଟେଣ୍ଡର ହୋଇ ପ୍ରାୟ ୨ଶହ ମିଟରରୁ ଊର୍ଦ୍ଧ୍ୱ ପଥର ପେକିଂ ଓ ମାଟି କାମ ହୋଇଥିଲା। ହେଲେ କାମ ସରିବା ପୂର୍ବରୁ ଉକ୍ତସ୍ଥାନରେ ଭୂସ୍ଖଳନ ହୋଇ ପଥର ପୋତି ହେବା ସହ ମାଟି ଅତଡା ଖସିଥିଲା। ପରେ ଠିକାଦାର ଦ୍ୱାରା ପ୍ରାୟ ୨ ଶହ ମିଟରରୁ ଊଦ୍ଦର୍‌ବ ନଦୀବନ୍ଧକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କାଠ ବାଲା, ବାଉଁଶ, ବାଲି ବସ୍ତା ଓ ମାଟି ଦେଇ ମରାମତି କରାଯାଇଥିଲା।

ପ୍ରତିବର୍ଷ ଆଖୁଆପଦା ଜଳ ସେଚନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ମରାମତି ଆଳରେ ସରକାରୀ ଅର୍ଥ ହରିଲୁଟ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୂର୍ବ ବର୍ଷ ପ୍ରାୟ ଚାରି ଥର ବନ୍ୟା ଆସିବା ଫଳରେ ବିଭାଗୀୟ ଉଚ୍ଚଅଧିକାରୀ ଆସି କ୍ଷେତ୍ର ପରିଦର୍ଶନ କରିବା ସହ କଂକ୍ରିଟ ସିଟ୍‌ ପାଇଲିଂ କରିବା ସହ ବଡ଼ ବଡ଼ ପଥର ପେକିଙ୍ଗ ହେବ ଏବଂ ବନ୍ଧର ଅପର ପାର୍ଶ୍ୱରେ ଥିବା ଖାଲକୁ ମାଟି ପକାଇ ଉଚ୍ଚତମ କରାଯିବ ବୋଲି ସ୍ଥାନୀୟ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସମ୍ବେଦନଶୀଳ ପୂର୍ଣ୍ଣ ବନ୍ଧକୁ କେବଳ କାଠ, ବାଲା ଓ ଆଲୁମିନିୟମ ସିଟ ଓ ପଲିଥିନ ଦିଆଯାଇ ମାଟି ପକାଇ ବନ୍ଧ ମରାମତି ହୋଇଥିଲା ଏବଂ ଏହାର ଅପର ପାର୍ଶ୍ୱ ଖାଲକୁ ଅଳ୍ପ କିଛି ମାଟି ପକାଯାଇ ଥିଲା।

ହେଲେ ଏକ ବର୍ଷ ବିତିଗଲା ହେଲେ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟକାରୀ କରାଗଲା ନାହିଁ। ବର୍ତ୍ତମାନ ଲଗାଣ ବର୍ଷାରେ ବନ୍ଧ ଅତଡା ପ୍ରାୟ ୫୦ ଫୁଟରୁ ଊର୍ଦ୍ଧ୍ୱ ନଦୀ ଗର୍ଭକୁ ଧଶି ଯାଇଛି। ଲଗାଣ ବର୍ଷାକୁ ନଦୀ ଜଳ ବଢିବା ଫଳରେ ସ୍ଥାନୀୟ ଲୋକେ ଭୟଭୀତରେ ଅବସ୍ଥାରେ ଅଛନ୍ତି। ବର୍ଷ ବର୍ଷ ବିତିଯାଉଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ନଦୀବନ୍ଧକୁ ସ୍ଥାୟୀ ସୁଦୃଢ ନ କରି ନିମ୍ନମାନର କାମ କରି ଯୋଜନାବଦ୍ଧ ଭାବେ ଲକ୍ଷାଧିକ ସରକାରୀ ଅର୍ଥ ହରିଲୁଟ ହେବା ସହ ବନ୍ୟା ସମୟରେ ଯେଉଁ ପ୍ରତିଶ୍ରୁତି ମିଳୁଛି ସେପରି ଭାବେ କାମ ନ କରି କେବଳ ସରକାରୀ ଅର୍ଥ ହଡ଼ପ କରିବା ନେଇ ଦୁର୍ବଳ କାମ କରାଯାଉଛି ବୋଲି ପୂର୍ଣ୍ଣଚନ୍ଦ୍ର ମହାନ୍ତି, ରାମଚନ୍ଦ୍ର ରାଉତ ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏହି ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ବିମଳ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଗତ ବର୍ଷ ଲେସ୍‌ ଟେଣ୍ଡର ହେବା ଫଳରେ ଠିକାଦାର କାମ କଲାନାହିଁ। ତେଣୁ ଆସନ୍ତା ବର୍ଷ ପୁନର୍ବାର ଟେଣ୍ଡର ହୋଇ କାର୍ଯ୍ୟ କରାଯିବ। ପୁରୁଣା କାଠ ବାଉଁଶ ଥିବାରୁ ବର୍ଷାରେ ମାଟି ଧସିଛି, ବର୍ଷା ଛାଡିଲେ ମରାମତି କାମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?