Posted inUncategorized

ଟିଏସ୍‌ଏମ୍‌ଏଲ୍‌ ପକ୍ଷରୁ ଜ୍ଞାନ ବିନିମୟ ଅଧିବେଶନ

ଭୁବନେଶ୍ୱର,୧।୯:ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ଗୁରୁବାର ଭାରତୀୟ ଖଣି ଇଞ୍ଜିନିୟର ସଂଘ (ଏମ୍‌ଇଏଆଇ)ର ଭୁବନେଶ୍ୱର ଚାପ୍ଟର ପାଇଁ ଏକ ବୈଷୟିକ ଅଧିବେଶନର ଆୟୋଜନ କରାଯାଇଥିଲା। ବିଶେଷକରି ଉକ୍ତ ଅଧିବେଶନରେ ‘ସମ୍ବଳ ଆକଳନର ଗୁଣବତ୍ତା: ଖଣି ମିଲ୍‌-ସମନ୍ବୟ ମାଧ୍ୟମରେ ଉପତ୍ାଦକତା ଆକଳନ ଉପରେ ପ୍ରଭାବ’ ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉକ୍ତ ଅଧିବେଶନରେ ଯୁକ୍ତରାଷ୍ଟ୍ର ଆମେରିକାର ୟୁଟାସ୍ଥିତ ଜିଓ ଗ୍ଲୋବାଲ୍‌ ଏଲ୍‌ଏଲ୍‌ସିର ଅଧ୍ୟକ୍ଷ ଡ. ଅବନୀ ଆର୍‌ ସାମଲ ମୁଖ୍ୟବକ୍ତା ଭାବେ ଯୋଗଦେଇ ଖଣି ମୂଲ୍ୟ ଶୃଙ୍ଖଳା, ଖଣିଜ ସମ୍ପଦ ଓ ସଂରକ୍ଷଣ, ଖଣିଜ ସମ୍ପଦ ଆକଳନ, ଇଣ୍ଟରପୋଲେସନ୍‌ ମାନଦଣ୍ଡ ଏବଂ ସମ୍ବଳ ଓ ସଂରକ୍ଷଣ ମଡେଲର ସଠିକତାର ଗୁରୁତ୍ୱ ଭଳି ଅନେକ ପ୍ରାସଙ୍ଗିକ ବିଷୟ ଉପରେ ବିସ୍ତୃତ ଆଲୋକପାତ କରିଥିଲେ।
ଏ ସମ୍ପର୍କରେ ଟିଏସ୍‌ଏମ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଓ ଏମ୍‌ଇଏଆଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ପଙ୍କଜ ସତିଜା କହିଛନ୍ତି, ଉକ୍ତ କାର୍ଯ୍ୟକ୍ରମ ଖଣି ପେସାଦାରମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ଏବଂ ଖଣି ଶିଳ୍ପର ଦାୟିତ୍ୱପୂର୍ଣ୍ଣ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ବିଶେଷ କରି ବିଶେଷଜ୍ଞ, ପେସାଦାର ଓ ଉତ୍ସାହୀ ଲୋକମାନଙ୍କୁ ଏକତ୍ରିତ କରି ଆମେ ନୂତନ ଚିନ୍ତାଧାରାକୁ ଜାଗ୍ରତ କରିବା ଏବଂ ଶିଳ୍ପର ପ୍ରଗତିକୁ ଆଗକୁ ବଢ଼ାଇ ନୈତିକତା ଓ ଦୀର୍ଘସ୍ଥାୟିତ୍ୱର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛୁ। ଉକ୍ତ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌, ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌, ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌, ଆଇଏମ୍‌ଏଫ୍‌ଏ, ଜେଏସ୍‌ଡବ୍ଲ୍ୟୁ, ଫେକର୍‌ ଏବଂ ଓଡ଼ିଶା ଖଣି ନିଗମ ଭଳି ବିଭିନ୍ନ କମ୍ପାନୀର ବିଶିଷ୍ଟ ଖଣି ଇଞ୍ଜିନିୟରମାନେ ସ୍ଥାୟୀ ଖଣି ଅଭ୍ୟାସ, ଖଣି ଉତ୍ତୋଳନରେ ପରିବେଶଗତ ଅଗ୍ରଗତି, ପରିବେଶ ସଂରକ୍ଷଣ, ନିରାପତ୍ତା ପ୍ରୋଟୋକଲ ଏବଂ ଗୋଷ୍ଠୀ ସଂପୃକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ। ଭାରତୀୟ ଖଣି ଇଞ୍ଜିନିୟର ସଂଘ-ଭୁବନେଶ୍ୱର ଚାପ୍ଟର ନିୟମିତ ଭାବେ ଏଭଳି ଜ୍ଞାନ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶକୁ କୁଆଡ଼େ ନେଉଛ

ଜଣେ ସ୍ବାସ୍ଥ୍ୟ ଖରାପ ଯୋଗୁ ଡାକ୍ତର ପାଖକୁ ଗଲେ। ଡାକ୍ତର ରୋଗୀକୁ ଦେଖି କହିଲେ- ଆପଣଙ୍କର ସବୁ ଠିକ୍‌ ଅଛି କିନ୍ତୁ କିଛି ହୃଦ୍‌ରୋଗଜନିତ ସମସ୍ୟା...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଡିଭିଜନ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ

କଟକ,୨୫ା୪(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ପ୍ରକାଶ କରି...

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ...

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri