Posted inUncategorized

ଟିଏସ୍‌ଏମ୍‌ଏଲ୍‌ ପକ୍ଷରୁ ଜ୍ଞାନ ବିନିମୟ ଅଧିବେଶନ

ଭୁବନେଶ୍ୱର,୧।୯:ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ଗୁରୁବାର ଭାରତୀୟ ଖଣି ଇଞ୍ଜିନିୟର ସଂଘ (ଏମ୍‌ଇଏଆଇ)ର ଭୁବନେଶ୍ୱର ଚାପ୍ଟର ପାଇଁ ଏକ ବୈଷୟିକ ଅଧିବେଶନର ଆୟୋଜନ କରାଯାଇଥିଲା। ବିଶେଷକରି ଉକ୍ତ ଅଧିବେଶନରେ ‘ସମ୍ବଳ ଆକଳନର ଗୁଣବତ୍ତା: ଖଣି ମିଲ୍‌-ସମନ୍ବୟ ମାଧ୍ୟମରେ ଉପତ୍ାଦକତା ଆକଳନ ଉପରେ ପ୍ରଭାବ’ ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉକ୍ତ ଅଧିବେଶନରେ ଯୁକ୍ତରାଷ୍ଟ୍ର ଆମେରିକାର ୟୁଟାସ୍ଥିତ ଜିଓ ଗ୍ଲୋବାଲ୍‌ ଏଲ୍‌ଏଲ୍‌ସିର ଅଧ୍ୟକ୍ଷ ଡ. ଅବନୀ ଆର୍‌ ସାମଲ ମୁଖ୍ୟବକ୍ତା ଭାବେ ଯୋଗଦେଇ ଖଣି ମୂଲ୍ୟ ଶୃଙ୍ଖଳା, ଖଣିଜ ସମ୍ପଦ ଓ ସଂରକ୍ଷଣ, ଖଣିଜ ସମ୍ପଦ ଆକଳନ, ଇଣ୍ଟରପୋଲେସନ୍‌ ମାନଦଣ୍ଡ ଏବଂ ସମ୍ବଳ ଓ ସଂରକ୍ଷଣ ମଡେଲର ସଠିକତାର ଗୁରୁତ୍ୱ ଭଳି ଅନେକ ପ୍ରାସଙ୍ଗିକ ବିଷୟ ଉପରେ ବିସ୍ତୃତ ଆଲୋକପାତ କରିଥିଲେ।
ଏ ସମ୍ପର୍କରେ ଟିଏସ୍‌ଏମ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଓ ଏମ୍‌ଇଏଆଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ପଙ୍କଜ ସତିଜା କହିଛନ୍ତି, ଉକ୍ତ କାର୍ଯ୍ୟକ୍ରମ ଖଣି ପେସାଦାରମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ଏବଂ ଖଣି ଶିଳ୍ପର ଦାୟିତ୍ୱପୂର୍ଣ୍ଣ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ବିଶେଷ କରି ବିଶେଷଜ୍ଞ, ପେସାଦାର ଓ ଉତ୍ସାହୀ ଲୋକମାନଙ୍କୁ ଏକତ୍ରିତ କରି ଆମେ ନୂତନ ଚିନ୍ତାଧାରାକୁ ଜାଗ୍ରତ କରିବା ଏବଂ ଶିଳ୍ପର ପ୍ରଗତିକୁ ଆଗକୁ ବଢ଼ାଇ ନୈତିକତା ଓ ଦୀର୍ଘସ୍ଥାୟିତ୍ୱର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛୁ। ଉକ୍ତ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌, ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌, ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌, ଆଇଏମ୍‌ଏଫ୍‌ଏ, ଜେଏସ୍‌ଡବ୍ଲ୍ୟୁ, ଫେକର୍‌ ଏବଂ ଓଡ଼ିଶା ଖଣି ନିଗମ ଭଳି ବିଭିନ୍ନ କମ୍ପାନୀର ବିଶିଷ୍ଟ ଖଣି ଇଞ୍ଜିନିୟରମାନେ ସ୍ଥାୟୀ ଖଣି ଅଭ୍ୟାସ, ଖଣି ଉତ୍ତୋଳନରେ ପରିବେଶଗତ ଅଗ୍ରଗତି, ପରିବେଶ ସଂରକ୍ଷଣ, ନିରାପତ୍ତା ପ୍ରୋଟୋକଲ ଏବଂ ଗୋଷ୍ଠୀ ସଂପୃକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ। ଭାରତୀୟ ଖଣି ଇଞ୍ଜିନିୟର ସଂଘ-ଭୁବନେଶ୍ୱର ଚାପ୍ଟର ନିୟମିତ ଭାବେ ଏଭଳି ଜ୍ଞାନ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ବନ୍ୟା କ୍ଷୟକ୍ଷତିର ରିପୋର୍ଟ ୩ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧।୮: ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri