ଦେଶର ନୂତନ ସଂସଦ ଭବନ ଗୋଲାକାର ନୁହେଁ ବରଂ ନିର୍ମାଣ ହେବ ତ୍ରିଭୁଜ ଆକାରର, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଆମ ଦେଶର ନୂତନ ସଂସଦ ଭବନର ପ୍ରାରମ୍ଭିକ ଫଟୋ ପ୍ରକାଶ ପାଇଛି। ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ନୂତନ କୋଠାର ଭିତ୍ତିପ୍ରସ୍ତର ଡିସେମ୍ବର ୧୦ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସ୍ଥାପନ କରାଯାଇଛି। ଏହି ନୂତନ ସଂସଦ ଭବନର ଶୈଳୀ ଗୋଲାକାର ନ ହୋଇ ତ୍ରିକୋଣୀୟ ହେବ। ଏହାର ଆକାର ହେତୁ ଏହି କୋଠା ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ଜାଣନ୍ତୁ କାହିଁକି ଏହି ନୂତନ ଗୃହର ଆକୃତି ତ୍ରିକୋଣୀୟ ହେବାକୁ ଯାଉଛି?

ବାସ୍ତୁ ବ୍ୟତୀତ ନୂତନ ସଂସଦ ଭବନକୁ ସବୁ କ୍ଷେତ୍ରରେ ସୁନ୍ଦର କରିବା ପାଇଁ ଚେଷ୍ଟା କରାଯାଇଛି। ଏହି ନୂତନ କୋଠା ନିର୍ମାଣ ପାଇଁ ଅନେକ ଦେଶର ସଂସଦ ଯାଞ୍ଚ କରି କାରିଗରମାନେ ସେମାନଙ୍କଠାରୁ ପ୍ରେରଣା ନେଇଥିଲେ। ଏହି ଭବନର ତ୍ରିକୋଣୀୟ ଆକୃତି ମଧ୍ୟ ବାସ୍ତୁ ଅନୁସାରେ ସ୍ଥିର ହୋଇଛି। ଭାରତର ସଂସ୍କୃତିରେ ତ୍ରିକୋଣର ମହତ୍ତ୍ୱ ରହିଛି। ଏହା ବୈଦିକ ସଂସ୍କୃତିରେ ମଧ୍ୟ ଦେଖିବାକୁ ମିଳେ। ଯାହାକୁ ଏକ ତ୍ରିଭୁଜ କୁହାଯାଏ। ଅନେକ ପ୍ରକାରର ତାନ୍ତ୍ରିକ ରୀତିନୀତି ସମୟରେ ମଧ୍ୟ ତ୍ରିକୋଣୀୟ ଅଙ୍କନ କରାଯାଏ। ବିଶ୍ୱାସ କରାଯାଏ ଯେ, କେବଳ ଏହି ଆକୃତି ଦ୍ୱାରା ରୀତିନୀତି ସମ୍ପନ୍ନ ହୋଇପାରିବ।

ମୋଟ ଉପରେ କହିବାକୁ ଗଲେ ଦେଶରେ ନୂତନ ସଂସଦ ଭବନର ନିର୍ମାଣ ବୈଦିକ ଢଙ୍ଗରେ କରାଯିବ। ଯାହା ଦ୍ୱାରା ଏହି କୋଠା ଦେଶର ପ୍ରଗତିରେ ସହାୟକ ହୋଇପାରିବ। ଆକଳନ କରାଯାଇଛି ଯେ, କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ଏହି ନୂତନ ସଂସଦ ଭବନ ଗୋଟିଏ ବର୍ଷ ମଧ୍ୟରେ ଶେଷ ହେବ। ଏହି ନୂତନ କୋଠା ନିର୍ମାଣରେ ପ୍ରାୟ ୨୦୦୦ ଲୋକ ସିଧାସଳଖ ଜଡ଼ିତ ଥିବାବେଳେ ୯୦୦୦ ଲୋକଙ୍କ ଅଂଶ ରହିଛି।

ପୁରୁଣା ସଂସଦ ଭବନ ସହିତ ସମାନ ଥିବା ନୂତନ କୋଠା ନିର୍ମାଣ ପାଇଁ ଗତ ମାସରେ ଟାଟା ପ୍ରୋଜେକ୍ଟ ଲିମିଟେଡ ୮୬୧.୯୦ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରିବ। ସଚିବାଳୟର ଅଧିକାରୀଙ୍କ ଅନୁଯାୟୀ, ନୂତନ ସଂସଦ ଭବନରେ ଏକ ଗ୍ରାଣ୍ଡ ସମ୍ବିଧାନ ହଲ୍‌ ମଧ୍ୟ ନିର୍ମାଣ ହେବ, ଯେଉଁଥିରେ ଭାରତୀୟ ସମ୍ବିଧାନର ମୂଳ କପି ବ୍ୟତୀତ ଅନ୍ୟ ଭାରତୀୟ ଗଣତାନ୍ତ୍ରିକ ଐତିହ୍ୟ ପ୍ରଦର୍ଶିତ ହେବ। ଏହା ବ୍ୟତୀତ ଏମ୍‌ପିମାନଙ୍କ ପାଇଁ ନୂତନ ସଂସଦ ଭବନର କମ୍ପ୍ଲେକ୍ସର ଲାଇବ୍ରେରୀ, ବିଭିନ୍ନ କମିଟିର କୋଠରୀ, କ୍ୟାଟ୍ରିଂ ରୁମ୍‌ ଏବଂ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ମଧ୍ୟ ରହିବ।

ତେବେ ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ବର୍ତ୍ତମାନର ସଂସଦ ଭବନରେ ସଂସଦୀୟ ଅଧିବେଶନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?