Posted inଫୁରସତ

ମୁଖା ଦେଇଛି ପୁରୁଷୋତ୍ତମଙ୍କୁ ପରିଚୟ

ତାଙ୍କ ପୂର୍ବପୁରୁଷ ତିଆରି କରିଛନ୍ତି ବିଭିନ୍ନ କାରୁକାର୍ଯ୍ୟମୟ ନାନା ପ୍ରକାରର କଳାକୃତି ଓ ଅନେକ ସ୍ମୃତି ସ୍ମାରକୀ । ପିଲାଟିଦିନରୁ ସେ ତାଙ୍କ ଜେଜେ ଓ ବାପାଙ୍କଠାରୁ ପଥର ଓ କାଠ ଖୋଦେଇ କାମ ଶିଖିଥିଲେ । ଏମିତି କି କାଗଜରେ ବିଭିନ୍ନ ଜୀବଜନ୍ତୁଙ୍କ ଚିତ୍ର ଅଙ୍କନ କରିବା ଜାରି ରଖିଥିଲେ। ତା’ପରେ ରଘୁରାଜପୁର ଯାଇ ସେଠାରୁ ପଟ୍ଟଚିତ୍ର ତିଆରି ତାଲିମ ପାଇଲେ। ଦୀର୍ଘ ୬ଦଶନ୍ଧି ଧରି ହସ୍ତକଳା କାରିଗରିକୁ ନେଇ ତାଙ୍କର ଶିଳ୍ପୀ ଜୀବନ । ସମୟକ୍ରମେ ତାଙ୍କ କଳାକୃତି ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ଶିଳ୍ପୀ ପୁରୁଷୋତ୍ତମ ମହାପାତ୍ର। ପିତା ଶଙ୍କର ମହାପାତ୍ର, ମା’ ତାରାମଣି ମହାପାତ୍ର । ଘର କଟକ ଜିଲାର ବାଙ୍କୀ ଡମପଡ଼ା ଗଡ଼ର ଚମ୍ପତିପୁର ଗାଁରେ। ସେ କୁହନ୍ତି- ଆମ ପରିବାରର ସମସ୍ତେ କଳାକାରିଗରିକୁ ନେଇ ଜୀବିକା ନିର୍ବାହ କରିଥାନ୍ତି। ପିଲାବେଳେ ଆମେ ପରିବାରର ବଡ଼ମାନଙ୍କଠାରୁ କାରିଗରି କାମ ଶିଖୁଥିଲୁ। ପିଲାଦିନେ ଅଳ୍ପଦିନ ଗାଁ ଚାଟଶାଳୀକୁ ଯାଇଥିଲି। ତା’ପରେ ନିକଟସ୍ଥ ଗାଁରେ ଥିବା ଏକ ସେବାଶ୍ରମ ସ୍କୁଲରେ ୫ମଶ୍ରେଣୀ ଯାଏ ପଢ଼ିଲି। ଆମ ପରିବାରରେ ଆମେ ୨ଭାଇ ଓ ମୋର ୨ଭଉଣୀ। ଘରେ ବାପା କାଗଜରେ ବିଭିନ୍ନ କଳାକୃତି ତିଆରି କରିଥାନ୍ତି। ପ୍ରତିଦିନ ଘରେ କାଠଖୋଦେଇ, ପଥର ଖୋଦେଇ ଓ କାଗଜର ହସ୍ତକଳା କାରିଗରି କାମ ଚାଲେ। ତେବେ ଏସବୁ ଭିତରେ କାଗଜରେ ବିଭିନ୍ନ ଜୀବଜନ୍ତୁଙ୍କମୁଖା ତିଆରି ପାଇଁ ମୁଁ ପସନ୍ଦ କରିଥିଲି। କିନ୍ତୁ ପ୍ରଥମେ ରଘୁରାଜପୁରକୁ ଯାଇ ସେଠାରୁ ପଟ୍ଟଚିତ୍ର କାମ ଶିଖିଲି। ୧୯୬୬ମସିହାର କଥା ରଘୁରାଜପୁରର ଶିଳ୍ପୀଗୁରୁ ଜଗନ୍ନାଥ ମହାପାତ୍ରଙ୍କଠାରୁ ପଟ୍ଟଚିତ୍ର ଶିକ୍ଷାଲାଭ କରିଥିଲି। ମାତ୍ର ଘରକୁ ଫେରିଲାପରେ ଅଧିକ ସମୟ କାଗଜମୁଖା ତିଆରିରେ ସମୟ ଦେଲି। ଖରାଦିନ ଓ ଶୀତଦିନେ ଏହି କାଗଜହସ୍ତକଳା କାଗଜମୁଖା କାମ ଅଧିକ ପରିମାଣରେ ହୋଇଥାଏ। ସମୟକ୍ରମେ ଭୁବନେଶ୍ୱର ଶାସନପଡ଼ିଆଠାରେ ନିଜର କଳା କାରିଗରି କାମ କରିଆସୁଛି। ହସ୍ତଶିଳ୍ପ କଳାକୃତି ପାଇଁ ଦିଲ୍ଲୀ, ଚେନ୍ନାଇ, ଉଟି, ବମ୍ବେ, ଉତ୍ତରପ୍ରଦେଶ,ବିହାର, ଆନ୍ଧ୍ର ପ୍ରଦେଶ, କର୍ନାଟକ ଆଦି ଅନେକ ରାଜ୍ୟକୁ ଯିବା ସହ ସାଉଦୀ ଆରବକୁ ବି ଯାଇଥିଲି। ଏଥିପାଇଁ ମତେ ଶତାଧିକ ପୁରସ୍କାର ଓ ସମ୍ମାନ ମିଳିଛି। ଯାହାମଧ୍ୟରେ ୧୯୮୮ରେ ରାଜ୍ୟସ୍ତରୀୟ ପୁରସ୍କାର, ନ୍ୟାଶନାଲ ମିଟ୍‌ ଆଓ୍ବାର୍ଡ-୨୦୧୧, ବାଙ୍କୀ ବିଭୂଷଣ ଆଓ୍ବାର୍ଡ ୨୦୧୯ ଅନ୍ୟତମ। ଅଦରକାରୀ କାଗଜ ଓ କାଠରୁ ସୁନ୍ଦର ସୁନ୍ଦର କଳାକୃତୀ ତିଆରି କରିବାର ଶ୍ରେୟ ନେଉଥିବା ଏହି ଶିଳ୍ପୀ ମୁଖ୍ୟତଃ ପୁରାଣ ବିଷୟ ଉପରେ ଆଧାରିତ- ଲିଳା, ସୁଆଙ୍ଗ ଓ ଗୀତିନାଟ୍ୟ ଆଦି ଚରିତ୍ରକୁ ନେଇ ମୁଖା ପ୍ରସ୍ତୁତ କରିଥାନ୍ତି।

କାଠମୁଖାଗୁଡ଼ିକ ଅଧିକ ଓଜନ ହେଉଥିବାରୁ ଏବେ କାଠ ପରିବର୍ତ୍ତେ କାଗଜକୁ ବ୍ୟବହାର କରି ସେହିପରି କାଗଜମୁଖା ତିଆରି କରାଯାଉଛି। ଏହି ମୁଖା ପ୍ରସ୍ତୁତି ସମ୍ପର୍କରେ ସେ କୁହନ୍ତି-ପ୍ରଥମେ ମାଟିର ମଡ଼େଲ ତିଆରି କରାଯାଏ। ତା’ ପରେ କାଗଜ ଓ ତେନ୍ତୁଳିମଞ୍ଜିର ଅଠାକୁ ସେହି ମଡ଼େଲ ଉପରେ ପରସ୍ତପରସ୍ତ ଲଗାଯାଇ ଛାଞ୍ଚ ବାହାର କରାଯାଏ। ଛାଞ୍ଚଟି ଖରାରେ ଶୁଖିଲା ପରେ ପୁଣି ତା’ ଉପରେ ତେନ୍ତୁଳିମଞ୍ଜି ଓ କରତଗୁଣ୍ଡରେ ପ୍ରସ୍ତୁତ ଏକପ୍ରକାର ପ୍ରଲେପ ଲଗାଯାଏ। ଏହାପରେ କରଣି ସାହାଯ୍ୟରେ ତାକୁ ଫିନିଶିଂ କରାଯାଇ ଖରାରେ ଶୁଖାଯାଏ। ପରେ ସେହି କଳାକୃତି ଉପରେ ବାଲିକାଗଜ ଦ୍ୱାରା ପଲିସ କରାଯାଇଥାଏ। ତା’ପରେ ପୁଣି ଏକ କାଗଜ ପରସ୍ତ ଦିଆଯାଇ ଖରାରେ ଶୁଖାଯାଇ ଖଡ଼ି ବୋଳାଯାଇଥାଏ। ଶେଷରେ ଏହା ଚିତ୍ର ଉପଯୋଗୀ ହୋଇଥାଏ। ଆଜିକାଲି କେହି କେହି ଏହାକୁ ଘର ସଜେଇବା ପାଇଁ ବ୍ୟବହାର କରୁଛନ୍ତି। କାଗଜମୁଖାର ବିଭିନ୍ନ ଆକୃତି ଓ ସାଇଜକୁ ନେଇ ଭିନ୍ନଭିନ୍ନ ମୂଲ୍ୟରେ ବିକ୍ରି କରାଯାଇଥାଏ। ସାଧାରଣତଃ ଗୋଟିଏ କାଗଜମୁଖାର ଦାମ୍‌ ପ୍ରାୟ ୧୦୦ଟଙ୍କାରୁ ଆରମ୍ଭକରି ୫ହଜାର ଟଙ୍କା ଯାଏ ବିକ୍ରି ହୁଏ। ଜଣେ କାରିଗର ନିଜର ଆଗ୍ରହ ସହକାରେ ଏହି କାଗଜମୁଖା ତିଆରି କରିପାରିଲେ ମାସକୁ ପ୍ରାୟ ୨୦ହଜାରରୁ ୩୫ହଜାର ଟଙ୍କା ରୋଜଗାର କରିପାରନ୍ତି। ଆମ ପରିବାରରେ ମୋର ଦୁଇପୁଅ ଓ ସାନଭାଇ ଏହି କାଗଜମୁଖା କାରିଗରୀକୁ ନେଇ ପରିବାର ପ୍ରତିପୋଷଣ କରିଥାନ୍ତି।
ତେବେ ସୌଖିନଭାବରେ ହେଉକି କୌଳିକବୃତ୍ତି ନ୍ୟାୟରେ ହେଉ ଅନେକେ ଏହି କଳାକୁ ପିଲାବେଳୁ ହିଁ ଶିଖିଥାନ୍ତି। ତେବେ ସୁଖର କଥା ଏହି କଳାକୃତି ଏବେ ଅନେକଙ୍କ ରୋଜଗାରର ମାଧ୍ୟମ ପାଲଟିବା ସହିତ ସେମାନଙ୍କୁ ଦେଉଛି ଭିନ୍ନ ପରିଚୟ।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri