ଏଇଠୁ ଆରମ୍ଭ କଲେଜ ଜୀବନ

ସରିଛି ସ୍କୁଲ୍‌ ପାଠପଢ଼ା। ଏକ ନୂଆ ଆଶା ଆଉ ଭବିଷ୍ୟତର ଲକ୍ଷ୍ୟ ନେଇ କଲେଜରେ ପାଦ ଥାପିବାକୁ ପ୍ରସ୍ତୁତ ଛାତ୍ରୀଛାତ୍ର। ଏହା ସଭିଙ୍କ ଜୀବନର ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟ, ଯେଉଁଠୁ ନିର୍ମାଣ ହୋଇଥାଏ ଉତ୍ତମ ଭବିଷ୍ୟତର ଭିତ୍ତିଭୂମି। ତେଣୁ ନିଜ ଭବିଷ୍ୟତକୁ ସୁଦୃଢ଼ କରିବାକୁ ହେଲେ କଲେଜ ସମୟରେ ବିଭିନ୍ନ ଦିଗ ପ୍ରତି ବିଶେଷ ସଜାଗ ରହିବା ଗୁରୁତ୍ୱପୂର୍ଣ୍ଣ…

ଆଉ ଦିନ କେଇଟା ପରେ ଆରମ୍ଭ ହେବ କଲେଜ ଲାଇଫ୍‌। କେହି କେହି ସ୍କୁଲ୍‌ର ଆବଦ୍ଧ ଜୀବନରୁ ବାହାରି କଲେଜରେ ମୁକ୍ତ ବିହଙ୍ଗ ଭଳି ନୂଆ ଅନୁଭବର ଆନନ୍ଦ ନେବାକୁ ଉତ୍କଣ୍ଠିତ ତ ଆଉ କେହି ଏହିଠାରୁ ଉତ୍ତମ ଭବିଷ୍ୟତର ଭିତ୍ତିଭୂମି ଗଢ଼ିବାର ସ୍ବପ୍ନକୁ ନେଇ ସଜାଗ। ତେବେ କଲେଜ ଯିବା ପରେ ବିଭିନ୍ନ କାରଣରୁ ଅନେକ ଶିକ୍ଷାର୍ଥୀ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ହେବା ଏବଂ ଲକ୍ଷ୍ୟ ହାସଲରୁ ବଞ୍ଚତ୍ତ ହେଉଥିବାର ନଜିର ରହିଛି। ତେଣୁ ପ୍ରଥମେ କଲେଜ ଯିବାକୁ ଥିବା ଛାତ୍ରୀଛାତ୍ର ନିଜ କଲେଜ ଜୀବନକୁ ସଫଳ କରିବା ଲାଗି କେତୋଟି ଦିଗ ପ୍ରତି ସଚେତନ ରହିବା ନିହାତି ଆବଶ୍ୟକ…
ମାଟ୍ରିକ୍‌ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷାରେ ଖରାପ କରିଥାଆନ୍ତି। ଏହାର ମୂଳ କାରଣ ହେଉଛି ସ୍କୁଲ୍‌ ଭଳି କଲେଜରେ ନା ଥାଏ ଅଧ୍ୟାପିକା ଅଧ୍ୟାପକଙ୍କ ଆକଟ, ଅନୁଶାସନ କିମ୍ବା ବିଭିନ୍ନ କଟକଣାର ଭୟ ନା ସମସ୍ତ କ୍ଲାସ୍‌ ଆଟେଣ୍ଡ କରିବା ବାଧ୍ୟତାମୂଳକ। ଏମିତିକି ଏଠାରେ ହୋମ୍‌ୱାର୍କ କରିବାର ବି ନ ଥାଏ ଚାପ। ଏଣୁ ଅନେକ ଛାତ୍ରୀଛାତ୍ର ରେଗୁଲାର କ୍ଲାସ୍‌ କରିବା, ପ୍ରତିଦିନ ପଢ଼ା ଯାଇଥିବା ପାଠକୁ ଘରେ ଯାଇ ପଢ଼ିବା କିମ୍ବା ଅଭ୍ୟାସ କରିବା ଆଦିରେ ଅବହେଳା କରିବସନ୍ତି। ତେଣୁ କଲେଜ ଜୀବନ ଆରମ୍ଭରୁ ହିଁ ନିଜ ଭବିଷ୍ୟତର ଲକ୍ଷ୍ୟ ପ୍ରତି ଯନତ୍ଶୀଳ ହେବା ସହ ପଢ଼ା ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ।
କଲେଜ ଆସିବା ପରେ ଅନେକ ଛାତ୍ରୀଛାତ୍ର କ୍ଲାସ୍‌ ଆରମ୍ଭ ହେବା ପୂର୍ବରୁ ସାଙ୍ଗସାଥୀଙ୍କ ସହ ଗପିବା, ଡେରିରେ କ୍ଲାସ୍‌ରେ ପହଞ୍ଚତ୍ବା ଅବା କ୍ଲାସ୍‌ ବନ୍ଦ କରି ବୁଲିବା ଆଦି କରୁଥିବା ଦେଖିବାକୁ ମିଳିଥାଏ। ଫଳରେ କ୍ଲାସରେ ପଢ଼ାଯାଇଥିବା ପାଠ ଭଲ ଭାବେ ବୁଝି ପାରନ୍ତି ନାହିଁ, ଯାହାର ପ୍ରଭାବ ସେମାନଙ୍କ ପରୀକ୍ଷାଫଳରେ ଦେଖିବାକୁ ମିଳିଥାଏ। ମନେରଖନ୍ତୁ, ସମୟାନୁବର୍ତ୍ତୀ ହେବା ବିଦ୍ୟାର୍ଥୀର ଏକ ଭଲ ଲକ୍ଷଣ। ତେଣୁ କ୍ଲାସ୍‌ରେ ଠିକ୍‌ ଟାଇମ୍‌ରେ ପହଞ୍ଚନ୍ତୁ ଏବଂ ଧ୍ୟାନର ସହିତ ପଢ଼ାଯାଉଥିବା ପାଠକୁ ବୁଝନ୍ତୁ।
କଲେଜ ଆସିବା ପରେ ଅନେକ ଛାତ୍ରୀଛାତ୍ର ଯେଉଁ କ୍ଲାସ୍‌ ତାଙ୍କୁ ବୋର୍‌ ଲାଗେ କିମ୍ବା ଇଚ୍ଛା ନ ହୁଏ ତାହାକୁ ଆଟେଣ୍ଡ ନ କରି ପରବର୍ତ୍ତୀ ସମୟରେ ସାଙ୍ଗଙ୍କଠାରୁ ନୋଟ୍‌ ଆଣି ପଢ଼ିନିଅନ୍ତି। ଏମିତିକି କେହି କେହି ନିଜ ପ୍ରାକ୍ଟିକାଲ୍‌ ରେକର୍ଡ ମଧ୍ୟ ସାଙ୍ଗମାନଙ୍କ ଦ୍ବାରା କରାଇଥାଆନ୍ତି। ହେଲେ ଧୀରେ ଧୀରେ ଅନ୍ୟ ଉପରେ ନିର୍ଭର କରିବାର ଏହି ଗୁଣ ଅଭ୍ୟାସରେ ପରିଣତ ହୋଇଯାଏ, ଯାହାକି ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ କରାଇଥାଏ। କେବଳ ଏତିକି ନୁହେଁ, ସେହିପରି କ୍ଲାସ୍‌ ଆଟେଣ୍ଡ କଲେ ସୁଦ୍ଧା ଲାଷ୍ଟ ବେଞ୍ଚରେ ବସି ପଢ଼ାଯାଉଥିବା ସମୟରେ ଗପିବା, ଅନ୍ୟମନସ୍କ ରହିବା, ମୋବାଇଲ୍‌ରେ ଖେଳିବା, ଚାଟ୍‌ କରିବା ଆଦି ଯୋଗୁ କେତେକ ଶିକ୍ଷାର୍ଥୀ ପାଠକୁ ଅବହେଳା କରୁଥିବାର ଦେଖିବାକୁ ମିଳିଥାଏ। କେହି କେହି ଟ୍ୟୁଶନ୍‌ରେ ସବୁ ପାଠ ପଢ଼ା ଯାଉଥିବାରୁ କଲେଜରେ କ୍ଲାସ୍‌ ଆଟେଣ୍ଡ କରିବା ସେତେଟା ଗୁରୁତ୍ବପୂର୍ଣ୍ଣ ନୁହେଁ ବୋଲି ମଧ୍ୟ ଭାବନ୍ତି। ହେଲେ ମନେରଖନ୍ତୁ, କ୍ଲାସ୍‌ରୁମ୍‌ ଟିଚିଂ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଏଠାରେ ପାଠକୁ ଭଲ ଭାବେ ବୁଝିବା ଏବଂ ଶୁଣିବା ଦ୍ବାରା ମନେରଖିବା ସୁବିଧା ହୋଇଥାଏ। ତା’ଛଡା ଅଧ୍ୟାପିକା ଅଧ୍ୟାପକଙ୍କୁ ପଚାରି ଡାଉଟ୍‌ କ୍ଲିଅର କରିବା ମଧ୍ୟ ସହଜ ହୋଇଥାଏ।
ସାଧାରଣତଃ କଲେଜଗୁଡ଼ିକ ଘରଠାରୁ ଦୂର ହୋଇଥିବାରୁ ଅନେକଙ୍କୁ ହଷ୍ଟେଲ କିମ୍ବା ମେସ୍‌ରେ ରହିବାକୁ ହୋଇଥାଏ। ଏମିତିରେ କେତେଜଣ ପରିବାରର ଆକଟ ନ ଥିବାରୁ ସାଙ୍ଗମାନଙ୍କ ସହିତ ବୁଲିବା, ମଜା ମସ୍ତି କରିବା, ଅଧିକ ରାତିଯାଏଁ ପାର୍ଟି କରିବା, ଲେଟ୍‌ ନାଇଟ୍‌ ଫିଲ୍ମ ଦେଖିବା, ଅନ୍ୟମାନଙ୍କୁ ହଇରାଣ କରିବା, ଅସାମାଜିକ ପିଲାଙ୍କ ସହିତ ମିଶିବା ଏବଂ ସର୍ବୋପରି ପାଠପଢ଼ା ଲାଗି ଘରୁ ମିଳୁଥିବା ଖର୍ଚ୍ଚକୁ ଅଯଥା ନଷ୍ଟ କରୁଥିବା ଦେଖିବାକୁ ମିଳେ। ଯେଉଁମାନେ କି ନିଜ ଅବହେଳା ଲାଗି ସଫଳତାର ସ୍ବାଦ ଚାଖିବାରୁ ବଞ୍ଚତ୍ତ ହୁଅନ୍ତି। ହେଲେ ଯେଉଁମାନେ ପାଠପଢ଼ା ପ୍ରତି ଅଧିକ ଯନତ୍ଶୀଳ ହେବା ସହ ପରିବାରଠାରୁ ଦୂରରେ ରହୁଥିବାରୁ ଏକାକୀ ଦୈନନ୍ଦିନ ଜୀବନରେ ଟାଇମ୍‌ ମ୍ୟାନେଜ୍‌ମେଣ୍ଟର କଳା ଭଲ ଭାବେ ଶିଖିଯାଆନ୍ତି, ସେମାନେ ସଫଳ ହୁଅନ୍ତି।
କଲେଜ ଆସିବା ପରେ ଅନେକ ଭଲ ଶିକ୍ଷାର୍ଥୀ ମଧ୍ୟ କୁସଙ୍ଗରେ ପଡ଼ି ଖରାପ ବାଟକୁ ଯାଉଥିବାର ନଜିର ରହିଛି। ସାଙ୍ଗମାନଙ୍କ ସହ ମିଶି ସେମାନେ କେବେକେବେ ମଜାମସ୍ତିରେ ମଦ, ସିଗାରେଟ୍‌, ଡ୍ରଗ୍ସ ଭଳି ବିଭିନ୍ନ ନିଶାଦ୍ରବ୍ୟ ସେବନ କରିବାକୁ ଷ୍ଟାଇଲ୍‌ ବୋଲି ଭାବିଥା’ନ୍ତି ତ ଆଉ କେହି ସାଙ୍ଗସାଥୀଙ୍କ ଚାପ (ପିଅର ପ୍ରେସର୍‌)ରେ ଏସବୁ ବଦଭ୍ୟାସକୁ ଆପଣାଇ ନିଅନ୍ତି। ହେଲେ ଏହି ବଦଭ୍ୟାସ ଯୋଗୁ ସେମାନେ କେବେକେବେ ବିଭିନ୍ନ ଅସାମାଜିକ କାର୍ଯ୍ୟ କରିବାକୁ ମଧ୍ୟ ପଛାନ୍ତି ନାହିଁ। ହେଲେ ଏହା କ୍ୟାରିଅର୍‌ ଉପରେ ନକାରାତ୍ମକ ପ୍ରଭାବ ପକାଏ। ତେଣୁ ଯଥାସମ୍ଭବ ଏଥିରୁ ଦୂରେଇ ରୁହନ୍ତୁ ଏବଂ କେବଳ ପାଠପଢ଼ାରେ ମନୋନିବେଶ କରନ୍ତୁ।
ନୂଆ ନୂଆ କଲେଜରେ ସିନିୟରମାନଙ୍କ ଡରରେ ଅନେକେ ନିଜ ଭିତରେ ଥିବା କଳାକୁ ଚାପିଦିଅନ୍ତି ଏବଂ କଲେଜରେ ହେଉଥିବା ବିଭିନ୍ନ ଫଙ୍କଶନ୍‌ରେ ଭାଗନେବାଠୁ ଦୂରେଇ ରୁହନ୍ତି ା କିନ୍ତୁ ଯଦି ଆପଣଙ୍କ କୌଣସିରେ ରୁଚି ଥାଏ, ତାହାକୁ ପ୍ରଦର୍ଶନ କରିବାର ଏହା ହେଉଛି ସବୁଠୁ ଭଲ ସୁଯୋଗ ା ତେଣୁ ଏ ମୌକା ହାତଛଡ଼ା କରନ୍ତୁ ନାହିଁ ା

 

ପୁନମ୍‌ ରାଉତରା(ଛାତ୍ରୀ, ପୁରୀ)- ସ୍କୁଲ୍‌ ସମୟ ସବୁବେଳେ ନିଆରା। ବହୁ ହସଖୁସିରେ ପିଲାବେଳ କଟିଛି। ମାଟ୍ରିକ୍‌ ପରୀକ୍ଷା ପରେ ଏବେ ସାଙ୍ଗମାନେ ଯିଏ ଯୁଆଡ଼େ ଅଲଗା ହୋଇଯିବେ। ସେଥିପାଇଁ ଦୁଃଖ ଲାଗୁଛି। ହେଲେ ବି ଆମକୁ ସମୟ ସହ ଆଗକୁ ବଢ଼ିବାର ଅଛି। କଲେଜର ନୂଆ ଅନୁଶାସନରେ ଏବେ ନିଜକୁ ଗଢ଼ିବାର ସମୟ। ନୂଆ ସାଙ୍ଗ ସହ ମିଶି ପାଠ ପଢ଼ିବି। ତେଣୁ କଲେଜ ଲାଇଫ୍‌ରେ ଭରପୂର ମସ୍ତି କରିବି। ସର୍ବୋପରି ଏସବୁ ଆଳରେ ପାଠ ପଢାକୁ ଆଦୌ ଅବହେଳା ନ କରି ନିଜର ବେଷ୍ଟ ରେଜଲ୍ଟ ପାଇଁ ଚେଷ୍ଟା କରିବି।

ବିଶ୍ୱଜିତ୍‌ ମହାପାତ୍ର (ଯୁକ୍ତ ୨ ବିଜ୍ଞାନ, ଡିପିଏସ୍‌ କଳିଙ୍ଗା, ଫୁଲନଖରା, କଟକ)- ମାଟ୍ରିକ୍‌ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ଯୁକ୍ତ ଦୁଇକୁ ନେଇ ଅଧିକ ଆଶାବାଦୀ ଅଛି। ତେଣୁ ପାଠ ପଢା ଉପରେ ବିଶେଷ ଧ୍ୟାନ ଦେବି। କଲେଜରେ ସ୍କୁଲ୍‌ ଭଳି କଡା ଅନୁଶାସନ କିମ୍ବା ଶିକ୍ଷକଙ୍କ ଆକଟ ନ ଥିବାରୁ ଅନେକ ପିଲା କ୍ଲାସ୍‌ କରିବା ବଦଳରେ ଏଣେତେଣେ ବୁଲନ୍ତି। ଯାହାଦ୍ୱାରା ଏହାର ନକାରାତ୍ମକ ପ୍ରଭାବ ରେଜଲ୍ଟ ଉପରେ ପଡିଥାଏ। ଏସବୁଠାରୁ ନିଜକୁ ନିବୃତ ରଖି ନିଜ ଲକ୍ଷ୍ୟ ପଥରେ ଆଗେଇ ଯିବି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?