ମହିଳାଙ୍କ ଶୃଙ୍ଗାର କାହିଁକି ହୋଇଥାଏ ସୌଭାଗ୍ୟର ପ୍ରତୀକ? କ’ଣ ଏହାର ମହତ୍ୱ, ଜାଣନ୍ତୁ..

ବିବାହିତ ମହିଳାମାନଙ୍କ ପାଇଁ ଶୃଙ୍ଗାର ବିଶେଷ ମହତ୍ୱ ରଖିଥାଏ।ଏହା ଯେ କେବଳ ସୁନ୍ଦରତା ବୃଦ୍ଧି କରେ ତାହା ନୁହେଁ ବରଂ ଏହା ସୌଭାଗ୍ୟର ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ। ମହିଳାମାନଙ୍କର ପ୍ରତ୍ୟେକ ଶୃଙ୍ଗାରର ନିଜସ୍ବ ବିଶେଷତା ଥାଏ। ଆସନ୍ତୁ ସେ ବିଷୟରେ ଜାଣିବା:

ସିନ୍ଦୁର ଏବଂ ଟିକିଲି:
ସିନ୍ଦୂରକୁ ବିବାହିତା ମହିଳାଙ୍କ ସର୍ବୋଚ୍ଚ ପ୍ରତୀକ ଭାବରେ ବିବେଚନା କରାଯାଏ। ସିନ୍ଦୁର ବିନା ବୈବାହିକ ଜୀବନ କଳ୍ପନା କରାଯାଇପାରିବ ନାହିଁ। ସିନ୍ଦୁର-ଟିକିଲି ବ୍ୟବହାର କରିବା ଦ୍ୱାରା ସୌଭାଗ୍ୟ ପାଖ ଛାଡେ ନାହିଁ।ଏହାଦ୍ୱାରା ସ୍ବାମୀ-ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇଥାଏ। ବୈଜ୍ଞାନିକ କାରଣ ଅନୁଯାୟୀ, ମଝି କପାଳରେ ଲଗାଇବା ଦ୍ୱାରା ଶରୀରର ବୈଦ୍ୟୁତିକ ଶକ୍ତି ନିୟନ୍ତ୍ରିତ ହୋଇଥାଏ। ଏହାଛଡ଼ା ମହିଳାମାନଙ୍କର ଧୌର୍ଯ୍ୟ ବଢ଼ିଥାଏ। ଯଦି ରାଶିରେ ମଙ୍ଗଳ ଦୁର୍ବଳ ତେବେ ସିନ୍ଦୁର ଏବଂ ଯଦି ସୂର୍ଯ୍ୟ ଦୁର୍ବଳ ତେବେ କୁଙ୍କୁମ ବ୍ୟବହାର କରିବା ଭଲ। ତେବେ ସର୍ବଦା ସ୍ନାନ ପରେ ସିନ୍ଦୁର ଏବଂ ଟିକିଲି ଲଗାଇବା ଉଚିତ ଏବଂ ପ୍ରଥମେ ମା’ ଗୌରୀଙ୍କୁ ଉତ୍ସର୍ଗ କରାଯିବା ଉଚିତ। ରସାୟନିକ ପଦାର୍ଥରେ ନିର୍ମିତ ନୁହେଁ ବରଂ ଶୁଦ୍ଧ ସିନ୍ଦୁର କିମ୍ବା ଟିକିଲି ବ୍ୟବହାର କରିବା ଉଚିତ।

ମଙ୍ଗଳସୂତ୍ର:
ଦାମ୍ପତ୍ୟ ଜୀବନର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ ହେଉଛି ମଙ୍ଗଳସୁତ୍ର। ଏହା କଳା ରଙ୍ଗର ମୋତିରେ ତିଆରି ହୋଇଥିବା ବେଳେ ହଳଦିଆ ସୂତାରେ ଗୁନ୍ଥା ଯାଇଥାଏ। ହଳଦିଆ ରଙ୍ଗ ବୃହସ୍ପତିର ପ୍ରତୀକ ଅଟେ, ଯାହା ଦାମ୍ପତ୍ୟ ଜୀବନକୁ ସୁଖୀ କରିଥାଏ ଏବଂ କଳା ମୋତି ବିବାହକୁ ନକାରାତ୍ମକ ଶକ୍ତିରୁ ରକ୍ଷା କରିଥାଏ। ଯଦି ମଙ୍ଗଳସୁତ୍ରରେ ସୁନା କିମ୍ବା ପିତ୍ତଳ ଲକେଟ ଥାଏ, ତେବେ ମହିଳାଙ୍କ ସ୍ବାସ୍ଥ୍ୟ ଭଲ ଏବଂ ସେମାନଙ୍କ ପାଖରେ କେବେବି ଟଙ୍କା ଅଭାବ ରହି ନ ଥାଏ। ମଙ୍ଗଳସୁତ୍ରରେ ଏକ ବର୍ଗାକାର ଲକେଟ ରହିବା ଦ୍ୱାରା ବୃହସ୍ପତି ଶକ୍ତିଶାଳୀ ହୁଏ। ଫଳରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଜଭୂତ ହୁଏ। ମଙ୍ଗଳସୁତ୍ରକୁ ବାରମ୍ବାର ଓହ୍ଲାଇବା ଉଚିତ ନୁହେଁ। କାରଣ ଏହା କରିବା ଦ୍ୱାରା ଏହାର ଶକ୍ତି ନଷ୍ଟ ହୋଇଯିବ ଏବଂ ଏହାର ଲାଭ ମିଳି ନ ଥାଏ।

ଚୁଡ଼ି:
ଶରୀରରେ କଫା, ବାତ ଏବଂ ପିତ୍ତକୁ ନିୟନ୍ତ୍ରଣ କରିବା ପାଇଁ ମହିଳାମାନେ ବିବାହର ଏହି ପ୍ରତୀକକୁ ବ୍ୟବହାର କରନ୍ତ। ଏଥିପାଇଁ କାଚ ଚୂଡ଼ି ସର୍ବୋତ୍ତମ। ଏହା ସହିତ ସୁନା କିମ୍ବା ରୂପା ଚୁଡ଼ି ମଧ୍ୟ ପିନ୍ଧାଯାଇପାରିବ। ମଙ୍ଗଳବାର କିମ୍ବା ଶନିବାର ଦିନ ଚୁଡ଼ି କିଣନ୍ତୁ ନାହିଁ, ଏବଂ ଏହାକୁ ପିନ୍ଧିବା ପୂର୍ବରୁ ମା ଗୌରୀଙ୍କୁ ଅର୍ପଣ କରନ୍ତୁ। କଳା ରଙ୍ଗର ଚୁଡ଼ି ପିନ୍ଧିବା ଉଚିତ ନୁହେଁ। ଯେଉଁ ବ୍ୟକ୍ତିଙ୍କ ସହିତ ତୁମର ପ୍ରେମ ସମ୍ପର୍କ ନାହିଁ, ତାଙ୍କୁ ଚୁଡ଼ିର ଉପହାର ଦିଅ ନାହିଁ।

ପାଉଁଜି:
ପାଉଁଜିକୁ ଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ ନାହିଁ। ତଥାପି ଏହା ମହିଳାମାନଙ୍କ ଅତି ପ୍ରିୟ ଅଳଙ୍କାର। ପାଦରେ ପାଉଁଜି ପିନ୍ଧିବା ଦ୍ୱାରା ଶରୀରରେ ଅଧିକ ଚର୍ବି ଜମିବ ନାହିଁ ଏବଂ ରକ୍ତ ପ୍ରବାହ ସଠିକ ଭାବରେ ହେବ। ପାଉଁଜିରେ ଘୁଙ୍ଗୁର ଥିବା ଉଚିତ। ଏହାଦ୍ୱାରା ଘୁଙ୍ଗୁରର ସ୍ବର ଘରକୁ ଆସିଥାଏ। ଏପରି କରିବା ଦ୍ୱାରା ବୁଧ ଶକ୍ତିଶାଳି ହୋଇଥାଏ। ଘରେ ଝଗଡ଼ା ହେବ ନାହିଁ। ତେବେ ସୁନାର ପାଉଁଜି ନ ପିନ୍ଧି ରୂପାର ପାଉଁଜି ପିନ୍ଧିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri