ସଲମାନଙ୍କ ମୋଟ୍‌ ସମ୍ପତ୍ତି କେତେ ଜାଣନ୍ତି…

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ର ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏକ ସମୟ ଥିଲା, ଯେତେବେଳେ ସଲମାନ ପ୍ରଥମ ଫିଲ୍ମରେ ମାତ୍ର ୧୧ ହଜାର ଫି’ ନେଇ କାମ କରିଥିଲେ। ଆଜି ସେ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ଚାର୍ଜ କରନ୍ତି।

ସଲମାନ ୧୯୮୮ରେ ‘ବିବି ହୋ ତୋ’ ଫିଲ୍ମରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ଫାରୁକ ଶେଖ୍‌ ଏବଂ ରେଖା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସଲମାନ ସହାୟକ ଭୂମିକାରେ ଥିଲେ। ଏହି ଫିଲ୍ମ ପାଇଁ ସଲମାନ ମାତ୍ର ୧୧ ହଜାର ଟଙ୍କା ପାରିଶ୍ରମିକ ନେଇଥିଲେ।

ବର୍ତ୍ତମାନ ସଲମାନ ବଲିଉଡ୍‌ର ସର୍ବାଧିକ ପାରିଶ୍ରମିକ ପାଉଥିବା ଜଣେ ସୁପରଷ୍ଟାର ହୋଇପାରିଛନ୍ତି। ସଲମାନ ତାଙ୍କର ଫିଲ୍ମ ‘ଟାଇଗର’ ପାଇଁ ୧୦୦ କୋଟି ଟଙ୍କା ଫି’ ନେଇଛନ୍ତି। ସେ ଗତ କିଛି ବର୍ଷ ଧରି ରିୟାଲିଟି ଶୋ’ ବିଗ୍‌ ବସ୍‌ର ହୋଷ୍ଟ କରୁଛନ୍ତି। ଗୋଟିଏ ଏପିସୋଡ୍‌ ପାଇଁ ୧୨ କୋଟି ଟଙ୍କା ନିଅନ୍ତି।

ସଲମାନଙ୍କ ବାର୍ଷିକ ରୋଜଗାର ହେଉଛି ୨୦୦ କୋଟି ଟଙ୍କା । ତାଙ୍କର ମୋଟ୍‌ ସମ୍ପତ୍ତି ମୂଲ୍ୟ ୨୮୫୦ କୋଟି ଟଙ୍କା ବୋଲି କୁହାଯାଉଛି। ଯଦି ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ବ୍ରାଣ୍ଡକୁ ସମର୍ଥନ କରନ୍ତି, ତେବେ ସେ କେବଳ ଗୋଟିଏ ପୋଷ୍ଟ ଶେୟାର କରିବା ପାଇଁ ୫୦ ଲକ୍ଷ ଟଙ୍କା ଶୁଳ୍କ ଆଦାୟ କରନ୍ତି।

 

ସଲମାନଙ୍କ ‘ଗାଲାକ୍ସି’ ଆପାର୍ଟମେଣ୍ଟର ମୂଲ୍ୟ ୧୧୪ କୋଟି ଟଙ୍କା। ପାନଭେଲରେ ତାଙ୍କର ଏକ ଫାର୍ମହାଉସ ଅଛି ଯାହାର ମୂଲ୍ୟ ୯୪ କୋଟି ଟଙ୍କା। ଏହା ବ୍ୟତୀତ ଚିମ୍ବାଇ ରୋଡ୍‌ରେ ତାଙ୍କର ଏକ ସମ୍ପତ୍ତି ଅଛି ଯାହାର ମୂଲ୍ୟ ୧୭ କୋଟି ଟଙ୍କା। ଗୋରାଇ ବେଳାଭୂମିରେ ୩୫ କୋଟି ମୂଲ୍ୟର ଏକ ଘର ଅଛି। ଏଥି ସହିତ ମୁମ୍ବାଇ ଏବଂ ଦୁବାଇରେ ତାଙ୍କର ଆଉ ତିନୋଟି ଜାଗା ରହିଛି।

ସଲମାନଙ୍କର ନିଜସ୍ବ ପ୍ରଡକ୍ସନ ହାଉସ ଅଛି, ଯାହାର ନାମ ‘ସଲମାନ ଖାନ ଫିଲ୍ମସ’। ସେ ‘ଦ ହ୍ୟୁମାନ ଫାଉଣ୍ଡେଶନ’ ନାମକ ଏକ ଚାରିଟି ଟ୍ରଷ୍ଟ ଚଳାଉଛନ୍ତି। ଏସ୍‌କେ-୨୭ ନାମକ ଏକ ଜିମ୍‌ ଫ୍ରାଞ୍ଚାଇଜ ଅଛି। ଏହା ବ୍ୟତୀତ ସଲମାନ ‘ବି ହ୍ୟୁମାନ’ ପୋଷାକ ବ୍ୟାଣ୍ଡର ମାଲିକ ଅଟନ୍ତି। ସେ ଅନେକ ଷ୍ଟାର୍ଟଅପରେ ମଧ୍ୟ ଟଙ୍କା ବିନିଯୋଗ କରିଛନ୍ତି।

‘କିସି କା ଭାଇ କିସି କି ଜାନ୍‌’ର ଅଭିନେତା ସଲମାନ ପ୍ରାୟତଃ ବିଳାସପୂର୍ଣ୍ଣ କାର୍‌ ଚଢୁଥିବା ଦେଖାଯାଏ। ତାଙ୍କର ମର୍ସିଡିଜ ଏସ୍‌ କ୍ଲାସ, ଏଏମ୍‌ଜି ଜିଏଲ୍‌ଇ ୪୩, ରେଞ୍ଜ ରୋଭର, ଏଲ୍‌ଏକ୍ସ ୪୭୦, ଅଡି ଆର୍‌ଏସ୍‌-୭, ଲ୍ୟାଣ୍ଡ କ୍ରୁଜର ଏବଂ ବିଏମ୍‌ଡବ୍ଲ୍ୟୁ୬ ପରି ବିଳାସପୂର୍ଣ୍ଣ ଗାଡ଼ି ରହିଛି। ଯେଉଁ ଗାଡ଼ିଗୁଡ଼ିକର ମୂଲ୍ୟ କୋଟି କୋଟି ଟଙ୍କା ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା ପାଇଁ ଆସି ହେଲେ ହଟହଟା:ଜିଲାପାଳଙ୍କ ମାନବିକତାକୁ ବ୍ଲକ୍‌ ପ୍ରଶାସନର ତାଚ୍ଛଲ୍ୟ

ପୁରୁଷୋତ୍ତମପୁର, ୧୫।୧୧ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବନ୍ୟାର କରାଳ ରୂପରେ ଲୋକେ ଜୀବନ ବଞ୍ଚାଇବାକୁ ତ୍ରାହି ତ୍ରାହି ଡାକୁଥିଲେ। ହେଲେ ବିପଦରେ ପଡ଼ିଥିବା ଲୋକଙ୍କୁ…

ମୁଁ ବହୁତ ନିରାଶ ଥିଲି… ବିଶ୍ୱକପ୍‌ ଜିତିବା ପରେ ଟିମ ଇଣ୍ଡିଆରୁ ବାହାର ହେବାକୁ ନେଇ କ୍ଷୋଭ ପ୍ରକାଶ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୧୫।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ୨୦୨୬ ଟି-୨୦ ବିଶ୍ୱକପ ଜିତିଥିଲା। ଏହି ଟୁର୍ନାମେଣ୍ଟ ପରେ ତାଙ୍କୁ ଭାରତୀୟ ଦଳରୁ ବାହାର କରିଦିଆଗଲା ଏବଂ ଶ୍ରେୟସ ଆୟରଙ୍କୁ…

ନିମନ୍ତ୍ରଣକୁ ନେଇ ଟଣାଓଟରା, ବ୍ଲକ୍‌ରେ ରାଜନୈତିକ ଝଡ଼: ଭତ୍ତା ବଣ୍ଟନରୁ ଦୂରେଇ ରହିଲେ ୩ ସରପଞ୍ଚ

କଟକ ସଦର, ୧୫।୧୧ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସଠାରେ ଶନିବାର ୨୯୨ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ…

ଅଣ୍ଡର୍‌-୧୯ ଏସିଆ କପ୍‌ ଜିତି ମାଲାମାଲ ଟିମ ଇଣ୍ଡିଆ; ବମ୍ପର ପ୍ରାଇଜ ମନି ସାଙ୍ଗକୁ ପାକିସ୍ତାନ ଭାଗରେ ବି ଏତେ ଟଙ୍କାବର୍ଷା

ନୂଆଦିଲ୍ଲୀ,୧୫।୧୧: ଭାରତ ନବମ ଥର ପାଇଁ ଅଣ୍ଡର୍‌-୧୯ ଏସିଆ କପ୍‌ରେ ଚାମ୍ପିୟନ ହୋଇଛି। ଶନିବାର ଦିନ ଫାଇନାଲରେ ଟିମ ଇଣ୍ଡିଆ ପାକିସ୍ତାନକୁ ୧ ଓ଼୍ବିକେଟରେ ପରାସ୍ତ କରିଛି।…

ପାକିସ୍ତାନକୁ ଧୂଳି ଚଟେଇବା ପରେ ଖୁସିରେ ଗଦ୍‌ଗଦ୍‌ ହେଲେ ବୈଭବ ସୂର୍ଯ୍ୟବଂଶୀ, ଆର୍ଯ୍ୟବୀରଙ୍କୁ ଦେଲେ ଖାସ୍‌ ମେସେଜ୍‌

ନୂଆଦିଲ୍‌ଲୀ,୧୫।୧୧: ଅଣ୍ଡର୍‌-୧୯ ଏସିଆ କପ ୨୦୨୬ ଫାଇନାଲରେ ଟିମ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ଏକ ଐତିହାସିକ ବିଜୟ ହାସଲ କରିଛି। ଏକ ସମୟରେ ଭାରତୀୟ ଜୁନିଅର୍‌ ଟିମ୍ର…

ପରିବର୍ତ୍ତନର ସଙ୍କେତ

ପ୍ରାୟ ସମସ୍ତ ଦେଶର ନେତୃତ୍ୱ ଏବେ ତ୍ରୁଟିପୂର୍ଣ୍ଣ ବା ସମସ୍ୟାବହୁଳ। ଯେତେବେଳେ କୌଣସି ଦେଶର ଶାସନଭାର ଏକଚ୍ଛତ୍ରବାଦୀ ନେତାଙ୍କ ହାତକୁ ଯାଏ ସେତେବେଳେ ଏହିସବୁ ସମସ୍ୟା ସ୍ପଷ୍ଟ…

ଧାନ, ଚାଉଳ ମହଜୁଦ ସୂଚନା ପାଇଁ ପୋର୍ଟାଲ ଆରମ୍ଭ

ନୂଆଦିଲ୍ଲୀ, ୧୫ା୧୧ (ପି.ଟି.): ଦେଶରେ ଧାନ ଏବଂ ଚାଉଳର କୃତ୍ରିମ ଅଭାବ, କଳାବଜାରୀ ଏବଂ ଦରବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ…

ବିଦେଶରୁ ଫେରିଥିଲେ ଜନଗଣନାରେ ସାମିଲ ହୋଇପାରିବେ

ଲକ୍ଷ୍ନୌ,୧୫ା୧୧: ଜନଗଣନା ସମୟରେ ଅସ୍ଥାୟୀ ଭାବେ ବିଦେଶ ଯାଇଥିବା ଭାରତୀୟ ଯଦି ୩୫ ଦିନ ମଧ୍ୟରେ ଫେରିଆସନ୍ତି ତେବେ ଗଣନା ନିୟମ ଅନୁଯାୟୀ, ତାଙ୍କୁ ତାଙ୍କ ସ୍ୱାଭାବିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?