ସୁନୀତାଙ୍କୁ ନାସା ପକ୍ଷରୁ ମିଳିବ କେତେ ଟଙ୍କା କ୍ଷତିପୂରଣ, ଅନ୍ୟସବୁ ସୁବିଧା ବିଷୟରେ ବି ଜାଣନ୍ତୁ…

ଓ୍ବାଶିଂଟନ୍‌,୧୮।୩: ଫେରୁଛନ୍ତି ସୁନୀତା ଓ୍ବିଲିୟମ୍ସ। ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ୮ ଦିନିଆ ମିଶନରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)କୁ ଯାଇଥିଲେ, କିନ୍ତୁ ବୈଷୟିକ ତ୍ରୁଟି ଯୋଗୁ ସେମାନଙ୍କୁ ସେଠାରେ ପ୍ରାୟ ୯ ମାସ ରହିବାକୁ ପଡିଲା। ନାସାର ଅବସରପ୍ରାପ୍ତ ମହାକାଶଚାରୀ କ୍ୟାଡି କୋଲେମାନଙ୍କ ଅନୁଯାୟୀ, ମହାକାଶଚାରୀମାନେ ଫେଡେରାଲ ବା ଆମେରିକାର ସରକାରୀ କର୍ମଚାରୀ। ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଦରମା ମିଳିଥାଏ।

ତେବେ ମହାକାଶ ଯାତ୍ରା ସେମାନାଙ୍କ ପାଇଁ ଅନ୍ୟ କୌଣସି ସରକାରୀ ଗସ୍ତ ଭଳି, ତେଣୁ ସେଥିପାଇଁ ସେମିତି ଅଲଗା ଆଲାଉନ୍ସ ବା ବେତନ ବ୍ୟବସ୍ଥା ନାହିଁ। ଏହି ସମୟ ମଧ୍ୟରେ, ସେମାନଙ୍କୁ ପ୍ରତି ମାସ ଭଳି ଦରମା ମିଳେ। ଏହାଛଡ଼ା ଏମାନଙ୍କୁ ଅନ୍ୟାନ୍ୟ ଆନୁସାଙ୍ଗିକ ସରକାରୀ ସୁବିଧା ମଧ୍ୟ ମିଳିଥାଏ। ଏହି ହିସାବରେ ଆନ୍ତର୍ଜାତିକ ସ୍ପେସ ଷ୍ଟେସନରରୁ ଫେରିବା ପରେ କ୍ଷତିପୂରଣ ଭାବରେ ସୁନୀତାଙ୍କୁ କୋଟିଏରୁ ଅଧିକ ଟଙ୍କା ପାଇବେ ବୋଲି ଅନୁମାନ କରାଯାଉଛି। Marca.com ଅନୁସାରେ ସୁନୀତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୩୭ କୋଟି ହେବ।

ମହାକାଶରେ ସେମାନଙ୍କ ସମସ୍ତ ଖର୍ଚ୍ଚ ନାସା ବହନ କରେ। ତେବେ ସେମାନେ ଦୈନିକ ଭତ୍ତା ବାଦରେ ମାତ୍ର ୪ ଡଲାର ମିଳିଥାଏ। ଏହି ହିସାବରେ ସୁନୀତା ୱିଲିୟମ୍ସ ଓ ବୁଚ ୱିଲମୋର ପ୍ରାୟ ୧୧୪୮ ଡଲାର୍‌ ବା ୧ ଲକ୍ଷ ଟଙ୍କା ଲେଖାଏ ଅତିରିକ୍ତ ରାଶି ପାଇବେ।
ସୁନୀତା ୱିଲିୟମ୍ସ ଓ ବୁଚ ୱିଲମୋର ଆମେରିକାର ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ସର୍ବୋଚ୍ଚ ଗ୍ରେଡ GS – 15ରେ ଅନ୍ତର୍ଭୁକ୍ତ। ଏହି ଗ୍ରେଡ୍ର କର୍ମଚାରୀଙ୍କ ବାର୍ଷିକ ଦରମା ୧ ଲକ୍ଷ ୪୬ ହଜାର ୭୫୭ ଡଲାର ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୧ କୋଟି ୨୭ ଲକ୍ଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri