ଜାଣନ୍ତୁ ୩ ବର୍ଷରେ ଜଗାକୁ ଶ୍ରଦ୍ଧାାଳୁ ଦେଇଛନ୍ତି କେତେ କୋଟି, ହୁଣ୍ଡିରେ…

ପୁରୀ,୭।୧୨: ଦାନ ସୂତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କୁ ୩ ବର୍ଷରେ ମିଳିଛି ୧୧୩ କୋଟି। ମହାପ୍ରଭୁ ଜଗନ୍ନାଥଙ୍କ ହୁଣ୍ଡିରୁ କେତେ ଟଙ୍କା ଆଦାୟ ହେଉଛି ଏ ନେଇ ବିଧାନସଭାରେ ବିସ୍ତୁତ ତଥ୍ୟ ସାମ୍ନାକୁ ଆସିଛି। ଗତ ତିନି ବର୍ଷରେ ଶହେ କୋଟିରୁ ଅଧିକ ଟଙ୍କା ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥଙ୍କ ପାଖକୁ ଆସିଛି । ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ଉତ୍ତର ରଖିଛନ୍ତି। ହୁଣ୍ଡି, ବ୍ୟାଙ୍କ ଆକାଉଣ୍ଟ, ଅନ୍ୟାନ୍ୟ ସୂତ୍ରରୁ ଦାନ ଆକାରରେ ମିଳିଛି।

୨୦୨୧ ରୁ ୨୦୨୪ ମଧ୍ୟରେ ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ ଆସିଛି ୧ ଶହ ୧୩ କୋଟି ୨ ଲକ୍ଷ ୫୫ ହଜାର ୮୮୯ ଟଙ୍କା ।

୨୦୨୧-୨୨ ରେ ଜଗନ୍ନାଥଙ୍କ ହୁଣ୍ଡିରୁ ୮ କୋଟି ୨୩ ଲକ୍ଷ ୧୩ ହଜାର ୧୨୭ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୧୫ କୋଟି ୪୬ ଲକ୍ଷ ୧୭ ହଜାର ୧୫୨ ଓ ୨୦୨୩-୨୪ ରେ ୧୬ କୋଟି ୯୨ ଲକ୍ଷ ୩୬ ହଜାର ୯୭୪ ଟଙ୍କା ମିଳିଛି ।

ସେହିପରି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଜଗନ୍ନାଥ ମନ୍ଦିରକୁ ୨୦୨୧-୨୨ ରେ ୬ କୋଟି ୮୩ ଲକ୍ଷ ୩୧ ହଜାର ୯୬୧ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୩୦ କୋଟି ୭୨ ଲକ୍ଷ ୨୭ ହଜାର ୨୧୬ ଟଙ୍କା ଓ ୨୦୨୩-୨୪ ରେ ୨୨ କୋଟି ୨୪ ଲକ୍ଷ ୩୯ ହଜାର ୯୧୮ ଟଙ୍କା ମିଳିଛି ।

ସେହିପରି ଅନ୍ୟାନ୍ୟ ସୂତ୍ରରୁ ଜଗନ୍ନାଥ ମନ୍ଦିର କୁ ୨୦୨୧-୨୨ ରେ ୨ କୋଟି ୨୫ ଲକ୍ଷ ୩୧ ହଜାର ୪୯୭ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୪ କୋଟି ୬୨ ଲକ୍ଷ ୩୪୩ ଟଙ୍କା ଓ ୨୦୨୩-୨୪ ରେ ୫ କୋଟି ୭୩ ଲକ୍ଷ ୫୭ ହଜାର ୭୦୧ ଟଙ୍କା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୀଘା ମୁହାଣରେ ବୁଡ଼ିଲା ମାଛଧରା ଟ୍ରଲର: ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ

ଭୋଗରାଇ, ୧୮।୧ ( ପ୍ରଦୀପ ଦାସ ): ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣ ନିକଟରେ ଏକ ମାଛଧରା ଟ୍ରଲର ବଡିଯାଇଛି। ମାଛ ମାରି କୂଳକୁ...

ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ପୀଡିତାଙ୍କୁ ଭେଟିଲେ କଂସ ଅଭିନେତା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡିତା ଏବେ ମଧ୍ୟ...

ମାଲକାନଗିରିରୁ ରୋଗୀ ନେଇଯାଉଥିବା ବସ୍‌ ବିଶାଖାପାଟଣାରେ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୨ ଜୀବନ

ମାଲକାନଗିରି,୧୮।୧(ଦୁର୍ଯ୍ୟୋଧନ ପାତ୍ର): ବିଶାଖାପାଟନମସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ବସ୍‌ର ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ବିଶାଖାପାଟନମ...

ବାଳସୁଧାର ଗୃହକୁ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୮।୧(ଅଶେଷ ନାଥ ମିଶ୍ର): ବାଇକ ସହ ଗଞ୍ଜେଇ ଜବତ ଘଟଣାରେ ଗଞ୍ଜାମ ଜିଲା ପାଟପୁର ଥାନା ଏସ୍‌ଆଇ ହିମାଂଶୁ ପାତ୍ର ଶୁକ୍ରବାର ଅଭିଯୁକ୍ତଙ୍କୁ ଥାନା ମାମଲା...

ପଟ୍ଟଚିତ୍ର ଗାଁ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର,୧୮।୧: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଆଜିକାଲି ଓଡ଼ିଶା ଗସ୍ତରେ ଅଛନ୍ତି। ଶନିବାର ସେ ପଟ୍ଟଚିତ୍ର ଗାଁ ଭାବେ ପରିଚିତ ରଘୁରାଜପୁରରେ ପହଞ୍ଚିଛନ୍ତି। ଥର୍ମନ ଗାଁ...

ବିଲରୁ ମିଳିଲା ହାତୀର ମୃତଦେହ: ତଦନ୍ତ ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ପରିଛଳ ପଞ୍ଚାୟତ ଅନ୍ତର୍ଗତ ଡାଳତୋଡା କଣିବାରି ଫସଲ କ୍ଷେତରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ...

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଜାନୁଆରୀ ଶେଷ ସୁଦ୍ଧା…

ଭୁବନେଶ୍ୱର, ୧୮ା୧(ସୁନିତ୍‌ ମିଶ୍ର):ଏ ମାସର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ମିଳିଯିବ। ହେଲେ ବଡ଼ମ୍ବନା ଏବେ ମଧ୍ୟ...

ପାଣ୍ଡିଆନ ସକ୍ରିୟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ବିଜେଡି ନେତା, ରାଜନୀତି ହଲଚଲ

ଭୁବନେଶ୍ୱର,୧୮।୧:ଏବେ ବିଜେଡିକୁ ରାଜ୍ୟ ରାଜନୀତି ଜୋର ଧରିଛି। କେତେବେଳେ କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ପୁଣି ସକ୍ରିୟ ହୋଇଥିବା ଶୁଣିବାକୁ ମିଳିଛି। ଏବେ ନବୀନ ନିବାସରେ ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri