Posted inଫୁରସତ

ମୁମ୍ବାଇ କମିଶନର ହେଉଛନ୍ତି ଏହି ଆଇପିଏସ୍‌ ଅଫିସର: ଯାହାଙ୍କ ନାଁ ଶୁଣିଲେ ଥରୁଥିଲା ଅଣ୍ଡରଓ୍ବାଲ୍ଡ; ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କୁ ବି କରିଛନ୍ତି ଗିରଫ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚାରେ ମୁମ୍ବାଇ ପୋଲିସ କମିଶନର। କିଛି ଲୋକ ତାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ କମିଶନର ଆଇପିଏସ୍‌ ପରମବୀର ସିଂହଙ୍କୁ ଟ୍ରୋଲ କରୁଛନ୍ତି। ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀ ଲାଇଭ ଶୋ’ରେ ତାଙ୍କ ଇସ୍ତଫା ଦାବି କରିଛନ୍ତି। ଏପରିକି କଙ୍ଗନା ରାଣାଓ୍ବତ ମଧ୍ୟ ତାଙ୍କ ସମାଲୋଚନା କରିଥିବା ଦେଖାଯାଇଛି। ହେଲେ ମହାରାଷ୍ଟ୍ରର ଶିବସେନା ଓ ସରକାର ଏହି ଅଫିସରଙ୍କ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା ତାଙ୍କ ସହ ଜଡ଼ିତ କିଛି କଥା..

୧୯୮୮ ବ୍ୟାଚ୍‌ର ମହାରାଷ୍ଟ୍ର କ୍ୟାଡର ଆଇପିଏସ୍‌ ହେଉଛନ୍ତି ପରମବୀର ସିଂହ। ସେ ୨୦୨୦ ଫେବୃୟାରୀରେ ମୁମ୍ବାଇର ପୋଲିସ କମିଶନର ଭାବେ ନିଯୁକ୍ତି ପାଇଥିଲେ। ଏହା ପୂର୍ବରୁ ସେ ଆଣ୍ଟି କରପ୍‌ଶନ ବ୍ୟୁରୋ(ଦୁର୍ନୀତି ନିବାରଣ ସଂସ୍ଥା)ର ଡିଜି ଏବଂ ଥାନେର ପୋଲିସ କମିଶନର ମଧ୍ୟ ରହିଥିଲେ।

ଥାନେର ପୋଲିସ କମିଶନର ଥିବା ବେଳେ ପରମବୀର ସିଂହ ଡ୍ରଗ୍ସ ସ୍ମଗଲିଂ ମାମଲାରେ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଏବଂ ତାଙ୍କ ସ୍ବାମୀ ବିକ୍କି ଗୋସ୍ବାମୀଙ୍କୁ ଅଭିଯୁକ୍ତ ବୋଲି କହିଥିଲେ।

୨୦୧୭ରେ ଥାନେ ପୋଲିସ କମିଶନର ପରମବୀରଙ୍କ ନେତୃତ୍ୱରେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ଦାଉଦ ଇବ୍ରାହିମଙ୍କ ଭାଇ ଇକବାଲ କାସକରଙ୍କୁ ଗିରଫ କରାଯାଇଥିଲା।

ଏହି ସମୟରେ ପରମବୀର ଜୁଆଖେଳର ବଡ଼ ର଼୍ୟାକେଟକୁ ଧରିବାରେ ସଫଳ ହୋଇଥିଲେ। ଏଥିରେ ସୋନୁ ଜାଲାନ ଗିରଫ ହୋଇଥିଲେ। ଏହି ଘଟଣାରେ ସଲମାନ ଖାନଙ୍କ ଭାଇ ଅରବାଜଙ୍କ ସମେତ ଅନେକ ବଲିଉଡ୍‌ କଳାକାରଙ୍କ ନାମ ସାମ୍ନାକୁ ଆସିଥିଲା।

ପରମବୀର ମୁମ୍ବାଇ ଅଣ୍ଡରଓ୍ବାଲ୍ଡର ନିଦ ହଜାଇଦେଇଥିଲେ। ସେ ୯୦ଦଶକରେ ସ୍ପେଶାଲ ଅପରେଶନ ସ୍କ୍ବାର୍ଡର ପ୍ରଥମ ଡିସିପି ଥିଲେ। ଏହି ସ୍କ୍ବାର୍ଡ ସେତେବେଳେ ସବୁଠାରୁ ଅଧିକ ଏନ୍‌କାଉଣ୍ଟର କରିବାର ରେକର୍ଡ ନିଜ ନାମରେ କରିଥିଲା।

୧୯୯୩ ମସିହାରେ ବମ୍ବେ ବୋମା ବିସ୍ଫୋରଣ ମାମଲାର ଜଣେ ଅଭିଯୁକ୍ତଙ୍କୁ ପରମବୀର ଧରିଥିଲେ। ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ପ୍ରଜ୍ଞା ସିଂହ ଠାକୁରଙ୍କୁ ଗିରଫ କରାଯାଇଥିଲା, ସେତେବେଳେ ଯାଞ୍ଚ ଦାୟିତ୍ୱରେ ଏହି ଅଫିସର ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri