Posted inଫୁରସତ

ମୁମ୍ବାଇ କମିଶନର ହେଉଛନ୍ତି ଏହି ଆଇପିଏସ୍‌ ଅଫିସର: ଯାହାଙ୍କ ନାଁ ଶୁଣିଲେ ଥରୁଥିଲା ଅଣ୍ଡରଓ୍ବାଲ୍ଡ; ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କୁ ବି କରିଛନ୍ତି ଗିରଫ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚାରେ ମୁମ୍ବାଇ ପୋଲିସ କମିଶନର। କିଛି ଲୋକ ତାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ କମିଶନର ଆଇପିଏସ୍‌ ପରମବୀର ସିଂହଙ୍କୁ ଟ୍ରୋଲ କରୁଛନ୍ତି। ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀ ଲାଇଭ ଶୋ’ରେ ତାଙ୍କ ଇସ୍ତଫା ଦାବି କରିଛନ୍ତି। ଏପରିକି କଙ୍ଗନା ରାଣାଓ୍ବତ ମଧ୍ୟ ତାଙ୍କ ସମାଲୋଚନା କରିଥିବା ଦେଖାଯାଇଛି। ହେଲେ ମହାରାଷ୍ଟ୍ରର ଶିବସେନା ଓ ସରକାର ଏହି ଅଫିସରଙ୍କ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା ତାଙ୍କ ସହ ଜଡ଼ିତ କିଛି କଥା..

୧୯୮୮ ବ୍ୟାଚ୍‌ର ମହାରାଷ୍ଟ୍ର କ୍ୟାଡର ଆଇପିଏସ୍‌ ହେଉଛନ୍ତି ପରମବୀର ସିଂହ। ସେ ୨୦୨୦ ଫେବୃୟାରୀରେ ମୁମ୍ବାଇର ପୋଲିସ କମିଶନର ଭାବେ ନିଯୁକ୍ତି ପାଇଥିଲେ। ଏହା ପୂର୍ବରୁ ସେ ଆଣ୍ଟି କରପ୍‌ଶନ ବ୍ୟୁରୋ(ଦୁର୍ନୀତି ନିବାରଣ ସଂସ୍ଥା)ର ଡିଜି ଏବଂ ଥାନେର ପୋଲିସ କମିଶନର ମଧ୍ୟ ରହିଥିଲେ।

ଥାନେର ପୋଲିସ କମିଶନର ଥିବା ବେଳେ ପରମବୀର ସିଂହ ଡ୍ରଗ୍ସ ସ୍ମଗଲିଂ ମାମଲାରେ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଏବଂ ତାଙ୍କ ସ୍ବାମୀ ବିକ୍କି ଗୋସ୍ବାମୀଙ୍କୁ ଅଭିଯୁକ୍ତ ବୋଲି କହିଥିଲେ।

୨୦୧୭ରେ ଥାନେ ପୋଲିସ କମିଶନର ପରମବୀରଙ୍କ ନେତୃତ୍ୱରେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ଦାଉଦ ଇବ୍ରାହିମଙ୍କ ଭାଇ ଇକବାଲ କାସକରଙ୍କୁ ଗିରଫ କରାଯାଇଥିଲା।

ଏହି ସମୟରେ ପରମବୀର ଜୁଆଖେଳର ବଡ଼ ର଼୍ୟାକେଟକୁ ଧରିବାରେ ସଫଳ ହୋଇଥିଲେ। ଏଥିରେ ସୋନୁ ଜାଲାନ ଗିରଫ ହୋଇଥିଲେ। ଏହି ଘଟଣାରେ ସଲମାନ ଖାନଙ୍କ ଭାଇ ଅରବାଜଙ୍କ ସମେତ ଅନେକ ବଲିଉଡ୍‌ କଳାକାରଙ୍କ ନାମ ସାମ୍ନାକୁ ଆସିଥିଲା।

ପରମବୀର ମୁମ୍ବାଇ ଅଣ୍ଡରଓ୍ବାଲ୍ଡର ନିଦ ହଜାଇଦେଇଥିଲେ। ସେ ୯୦ଦଶକରେ ସ୍ପେଶାଲ ଅପରେଶନ ସ୍କ୍ବାର୍ଡର ପ୍ରଥମ ଡିସିପି ଥିଲେ। ଏହି ସ୍କ୍ବାର୍ଡ ସେତେବେଳେ ସବୁଠାରୁ ଅଧିକ ଏନ୍‌କାଉଣ୍ଟର କରିବାର ରେକର୍ଡ ନିଜ ନାମରେ କରିଥିଲା।

୧୯୯୩ ମସିହାରେ ବମ୍ବେ ବୋମା ବିସ୍ଫୋରଣ ମାମଲାର ଜଣେ ଅଭିଯୁକ୍ତଙ୍କୁ ପରମବୀର ଧରିଥିଲେ। ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ପ୍ରଜ୍ଞା ସିଂହ ଠାକୁରଙ୍କୁ ଗିରଫ କରାଯାଇଥିଲା, ସେତେବେଳେ ଯାଞ୍ଚ ଦାୟିତ୍ୱରେ ଏହି ଅଫିସର ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CJP ଆନ୍ଦୋଳନ ବେଳେ ପିଏମ୍‌ ମୋଦି କରିଥିବା ଭିଡିଓକୁ ଫେସବୁକ୍‌ କଲା ବ୍ୟାନ! ବିବାଦ ପରେ…

ନୂଆଦିଲ୍ଲୀ, ୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆ କମ୍ପାନି ମେଟା ବିବାଦରେ ଫସିଛି। ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ…

ଲଗାଣ ବର୍ଷାରେ ରାସ୍ତା ବେହାଲ୍‌: ଭାଙ୍ଗିଲା ଝାଟିମାଟି ଘର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପଥ ର୍ଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାଲପଡାର ଜିତେନ ଚଣ୍ଡୀଙ୍କ ଏକ ଝାଟିମାଟି ଘର ଲଗାଣ ବର୍ଷାରେ ଗତକାଲି…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଅଗଷ୍ଟ ୧ରୁ ବଦଳିବ ତତ୍କାଳ ଟିକେଟ୍ ବୁକିଂ ନିୟମ

ନୂଆଦିଲ୍ଲୀ,୨୮ା୭: ଆସନ୍ତା ଅଗଷ୍ଟ ୧ତାରିଖରୁ ବଦଳିବ ତତକାଳ ଟିକେଟ ବୁକିଂ ନିୟମ । ଭାରତୀୟ ରେଳବାଇ କାଉଣ୍ଟରରେ ତତକାଳ ଟିକେଟ୍ ବୁକ୍ କରିବା ପାଇଁ ଏକ ନୂତନ…

OSSTET-୨୦୨୬ ପରୀକ୍ଷା ତାରିଖ ଘୋଷଣା: ଏହିଦିନଠୁ ଆବେଦନ ପ୍ରକ୍ରିୟା ଆରମ୍ଭ!

କଟକ,୨୮।୭: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)-୨୦୨୬ର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଏସଇ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର…

ଅଗଷ୍ଟ ୧୩ରେ ଚାମେଲୀଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ: ୨୨ ୱାର୍ଡସଭ୍ୟଙ୍କ ମଧ୍ୟରୁ ୨୧ ସଭ୍ୟାସଭ୍ୟ…

କେନ୍ଦ୍ରାପଡ଼ା/ମହାକାଳପଡ଼ା,୨୮ା୭ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଆସନ୍ତା ଅଗଷ୍ଟ ୧୩ରେ ଅନାସ୍ଥା ପ୍ରସ୍ତାବ ଆସିବ। ଗତ…

ଲଗାଣ ବର୍ଷା, କେନ୍ଦୁଝରରେ ଆଜି ସମସ୍ତ ସ୍କୁଲ ଛୁଟି

ବଞ୍ଚୋ/କେନ୍ଦୁଝର,୨୮।୭(ପ୍ରଦୋଷ ବିଶ୍ୱାଳ /ନରେଶ ପଟ୍ଟନାୟକ ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲାପାଳ…

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ହାଣିବା ଘଟଣା, ୨୪ଘଣ୍ଟାରେ ଧରିଲା ପୋଲିସ

ପୁରୁଷୋତ୍ତମପୁର,୨୮।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ବଷ୍ଚ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା ।ନିର୍ମମଭାବରେ ହାଣି ହତ୍ଯାଉଦ୍ଯମ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri