ବିଭିନ୍ନ ସ୍ଥାନରେ ରହିଛି ଜମି; ଲକ୍ଷାଧିକ ଟଙ୍କାର… ଗିରଫ ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ସମ୍ପତ୍ତି ବିଷୟରେ ଜାଣିଲେ

ଭୁବନେଶ୍ୱର,୪।୭: ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ କରାଯାଇଛି। ଗୁରୁବାର ସଂଧ୍ୟାରେ ସେ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଥିଲେ, ପରେ ତାଙ୍କୁ ଗିରଫ କରାଯାଇ ଝାରପଡ଼ା ଜେଲକୁ ପଠାଯାଇଛି। ଏହି ଘଟଣା ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି। ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସଂଘ ଏହାର ତୀବ୍ର ବିରୋଧ କରି ଆନ୍ଦୋଳନ କରିଥିଲା। ପ୍ରଧାନଙ୍କ ଗିରଫଦାରୀ ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଜାମିନ୍ ନାମଞ୍ଜୁର ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଭାଜପା ନେତା ଜଗନ୍ନାଥ ପ୍ରଧାନ । ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଆତ୍ମସମର୍ପଣ ପରେ ଗୁରୁବାର ରାତିରେ ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା।

ଜଗନ୍ନାଥ ପ୍ରଧାନ ଭୁବନେଶ୍ୱରରେ ଭାଜପାର ଜଣେ ପ୍ରମୁଖ ନେତା ଭାବେ ପରିଚିତ। ୨୦୨୪ ବିଧାନସଭା ର୍ନିବାଚନରେ ସେ ଭୁବନେଶ୍ୱର ମଧ୍ୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ମାତ୍ର ୩୭ ଭୋଟ ଅନ୍ତରରେ ପରାଜିତ ହୋଇଥିଲେ। ୨୦୧୪ ର୍ନିବାଚନରୁ ସେ ଏହି ଆସନରୁ ଚାରିଥର ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି, ଯେଉଁଥିରେ ଗୋଟିଏ ଥର ସ୍ବାଧୀନ ପ୍ରାର୍ଥୀ ଭାବେ ଏବଂ ତିନିଥର ଭାଜପା ପ୍ରାର୍ଥୀ ଭାବେ॥

ତାଙ୍କ ସମ୍ପତ୍ତି: ଜଗନ୍ନାଥ ପ୍ରଧାନଙ୍କ ନାମରେ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଜମି ଓ ଘର ରହିଛି। ତାଙ୍କ ନେଟ ଓ୍ବର୍ଥ ଲକ୍ଷାଧିକ ଟଙ୍କା ରହିଛି, ଯେଉଁଥିରେ ତାଙ୍କର ଅଚଳ ଓ ଚଳ ସମ୍ପତ୍ତି ଅନ୍ତର୍ଭୁକ୍ତ। ତେବେ, ଏହାର ସଠିକ ଆକଳନ ପାଇଁ ଅଧିକୃତ ର୍ନିବାଚନୀ ହଲଫନାମା ଉପରେ ର୍ନିଭର କରାଯାଇଛି। ର୍ନିବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ତାଙ୍କ ସମ୍ପତ୍ତିରେ ରିଅଲ ଇଷ୍ଟେଟ, ବ୍ୟାଙ୍କ ଜମା ଏବଂ ଅନ୍ୟାନ୍ୟ ବିନିଯୋଗ ଅନ୍ତର୍ଭୁକ୍ତ ରହିଛି।ତଥ୍ୟ ଅନୁସାରେ ଜଗନ୍ନାଥ ପ୍ରଧାନଙ୍କ ମୋଟ ସମ୍ପତ୍ତି ୧୭ କୋଟି। ୨୦୨୨-୨୦୨୩ରେ ତାଙ୍କ ରୋଜଗାର ୪,୭୩,୮୯୦ ଥିଲେ । ତାଙ୍କ ନାମରେ ନଗଦ ୮୦ ହଜାର ଟଙ୍କା ଥିବା ବେଳେ ପତ୍ନୀଙ୍କ ନାମରେ ୨୫ ହଜାର ଟଙ୍କା ଥିବା ନେଇ ଉଲ୍ଲେଖ ରହିଛି । ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ୨୦୨୪ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନମଣ୍ଡଳୀର ସବୁଠାରୁ ଧନୀ ପ୍ରାର୍ଥୀ ରୂପେ ବିବେଚିତ ହୋଇଥିଲେ ।

ଜଗନ୍ନାଥଙ୍କ ନାମରେ ଏସବିଆଇ ବ୍ୟାଙ୍କରେ ଏକଲକ୍ଷରୁ ଅଧିକ, କାନାରା ବ୍ୟାଙ୍କରେ ୧୦ ଲକ୍ଷ ଓ ଏକ୍ସିସ ବ୍ୟାଙ୍କରେ ୮୬ ହଜାର ଟଙ୍କା ରହିଛି । ବଣ୍ଡ, କମ୍ପାନୀ ସେୟାର ଭାବରେ ମୋଟ ୩ଟି ସେୟାରରେ ୩ ଲକ୍ଷ ଟଙ୍କା ରହିଛି । ଏହା ଛଡା ତାଙ୍କ ନାମରେ ଏଲଆଇସିର ଭିନ୍ନ ଭିନ୍ନ ପଲିସିରେ ୯ ଲକ୍ଷ ଓ ୮୮ ହଜାର, ରିଲାଏନ୍ସ ନିପ୍ପନରେ ୧୪ ଲକ୍ଷ,ଏକ୍ସସାଇଡ ଲାଇଫ ଇନ୍ୟୁରାନ୍ସ ପଲିସିରେ ୨ ଲକ୍ଷ ଜମା ଅଛି ।  ଜଗନ୍ନାଥ ପ୍ରଧାନଙ୍କ ନାମରେ କୌଣସି ଗାଡ଼ି ଓ ଋଣ ନାହିଁ। ଗହଣା ଭାବରେ ଜଗନ୍ନାଥ ପ୍ରଧାନଙ୍କ ୭ ଲକ୍ଷ ଟଙ୍କାର ସୁନା ମୁଦି ଓ ଚେନ ଅଛି। ତାଙ୍କ ନାମରେ ଥିବା କୃଷି ଜମିର ମୂଲ୍ୟ ୭ କୋଟି ଥିବା ବେଳେ ୬ କୋଟିର ଅଣ ଚାଷ ଜମି ରହିଛି । ୯୦ ଲକ୍ଷର କମର୍ସିଆଲ ବିଲିଂ ସହ ୮୫ ଲକ୍ଷର ବାସଭବନ ରହିଛି

ଜୁନ ୩୦ରେ ବିଏମ୍ସି ଅତିରିକ୍ତ ଆୟୁକ୍ତ ରତ୍ନାକର ସାହୁଙ୍କୁ କାର୍ଯ୍ୟାଳୟରୁ ଟାଣି ନେଇ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ଓଏଏସ ସଂଘ ଏହାକୁ ଏକ ଜଘନ୍ୟ କାର୍ଯ୍ୟ ଭାବେ ଅଭିହିତ କରି ପ୍ରଧାନଙ୍କ ଗିରଫଦାରୀ ଦାବି କରିଥିଲା। ଏହି ଘଟଣାରେ ଅନ୍ୟ ୫ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି, ଯେଉଁମାନେ ପ୍ରଧାନଙ୍କ ସମର୍ଥକ ବୋଲି ଅଭିଯୋଗ ହୋଇଛି।

ପ୍ରଧାନ ନିଜେ ଏହି ଆକ୍ରମଣରେ ସମ୍ପୃକ୍ତତା ଅସ୍ବୀକାର କରିଛନ୍ତି ଏବଂ ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ସେ କହିଛନ୍ତି, ମୁଁ ଏହି ଘଟଣାରେ ଜଡ଼ିତ ନାହିଁ। ମୋ ଓ ମୋ ଦଳର ନାମ ଖରାପ କରିବାକୁ ଏକ ଯୋଜନାବଦ୍ଧ ଚେଷ୍ଟା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

କଳିଙ୍ଗା ଘାଟିରେ ଭୂସ୍ଖଳନ: ଯାତାୟାତ ବନ୍ଦ, ଘଟଣାସ୍ଥଳରେ ପ୍ରଶାସନ

ଜି.ଉଦୟଗିରି, ୨୪।୯ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି।…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗମନାଗମନ ବନ୍ଦ ଆଶଙ୍କା

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପୁଣି ଭୂସ୍ଖଳନ ହୋଇଛି। ଏଥର ଅନ୍ଧାରୀକୋଟି ମନ୍ଦିର…

ତେନ୍ଦୁଲକର, ରୋହିତଙ୍କୁ ପଛରେ ପକାଇଲେ ବିରାଟ! ଟପ୍‌-୫ ବ୍ୟାଟରଙ୍କ ତାଲିକା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୯: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ ୩ ମ୍ୟାଚର ରୋମାଞ୍ଚକର ଦିନିକିଆ ସିରିଜ। କ୍ୟାରିବିୟାନ ଦଳ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଇଲେ ପ୍ରଶଂସକଙ୍କ ନଜର…

ଅଲୋଡା ରେକର୍ଡ କଲେ ଅଭିଷେକ ଶର୍ମା: ଟି-୨୦ରେ ଓପନର ଭାବେ…

ସାନୋ, ୨୩।୯: ଜାପାନ ବିପକ୍ଷ ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ପାଇଁ ନିରାଶାଜନକ ରହିଛି। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ…

କ୍ରିକେଟରେ ଖେଳିଗଲା ଚାଞ୍ଚଲ୍ୟ! ୨ ବଳାତ୍କାର ଅଭିଯୋଗରେ ଖେଳାଳି ନିଲମ୍ବିତ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଘରୋଇ କ୍ରିକେଟରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏସେକ୍ସ କାଉଣ୍ଟି କ୍ରିକେଟ କ୍ଲବର ୨୪ ବର୍ଷୀୟ ବ୍ୟାଟର ରବିନ ଦାସଙ୍କ ବିରୋଧରେ ଦୁଇଟି…

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

କେତୁଙ୍କ ନକ୍ଷତ୍ର ବଦଳିବା ମାତ୍ରେ ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ପଦୋନ୍ନତି! ସବୁ କ୍ଷେତ୍ରରେ ପାଇବେ ଲାଭ ହିଁ ଲାଭ

ବୈଦିକ ଜ୍ୟୋତିଷରେ କେତୁଙ୍କୁ ରହସ୍ୟ, ଆଧ୍ୟାତ୍ମିକତା, ଗବେଷଣା ଓ ବୈରାଗ୍ୟ ସହ ଜଡ଼ିତ ଗ୍ରହ ଭାବେ ମନାଯାଏ। ନଭେମ୍ବର ଶେଷରେ କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?