Posted inଖେଳ

ଟିମ୍‌ ଇଣ୍ଡିଆରୁ ବାଦ୍‌ ଦେବାକୁ ଆହତ ହୋଇଥିବାର ଗୁଜବ ଉଠାଇଥିଲେ, ମିଷ୍ଟ୍ରି ସ୍ପିନର କଲେ ବଡ଼ ଖୁଲାସା…

ନୂଆଦିଲ୍ଲୀ,୧୪।୨: କଥାରେ ଅଛି ଯିଏ ଯେତେ ଶୀଘ୍ର ଉପରକୁ ଉଠେ, ସେତେ ଶୀଘ୍ର ଭୂମିରେ ଲୋଟିଥାଏ। ଠିକ୍‌ ଏଭଳି ଏକ ଉଦାହରଣ ହେଲେ କେକେଆର୍‌ର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ। ସେ ଟିମ୍‌ ଇଣ୍ଡିଆ ପକ୍ଷରୁ କେବଳ ୩ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ୨୦୨୧ରେ ତାଙ୍କୁ ଟି୨୦ ବିଶ୍ୱକପ୍‌ ଲାଗି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ରେ ସାମିଲ କରାଯାଇଥିଲା। ହେଲେ ଟୁର୍ନାମେଣ୍ଟ ଶେଷ ହେବା ତୁରନ୍ତ ପରେ ତାଙ୍କୁ ବାଦ୍‌ କରିଦିଆଯାଇଥିଲା। ସେଦିନଠାରୁ ସେ ଜାତୀୟ ଦଳକୁ ଫେରିନାହାନ୍ତି। ଏବେ ବରୁଣ ଦଳରୁ ବାଦ୍‌ ପଡ଼ିବା ନେଇ ବଡ଼ ଖୁଲାସା କରିଛନ୍ତି। ତାଙ୍କୁ ଦଳରୁ ବାହାର କରିବା ଲାଗି ଆହତ ହେବାର ଗୁଜବ ସୃଷ୍ଟି କରାଯାଇଥିଲା ବୋଲି ସେ କହିଛନ୍ତି।

ଏକ ସାକ୍ଷାତକାରରେ ବରୁଣ କହିଛନ୍ତି, ବିଶ୍ୱକପ୍‌ ଶେଷ ହେବା ପରେ ମୋତେ ବଡ଼ ଧରଣର ଆଘାତ ଲାଗି ନ ଥିଲା। ତାହା ବହୁତ ସାମାନ୍ୟ ଥିଲା। ପୁଣିଥରେ ଖେଳିବା ଲାଗି ଫିଟ୍‌ ହେବାକୁ ମାତ୍ର ୨ ନଚେତ ୩ ସପ୍ତାହ ଲାଗିଥାନ୍ତା। ହେଲେ ତା ପରେ ମୋତେ ବାଦ୍‌ କରିଦିଆଯାଇଥିଲା। ଲୋକେ ବାହାନା କରିଥିଲେ ଯେ ମୁଁ ଆହତ ହୋଇଛି। ଏହା ଗୁଜବ ଥିଲା କି ଦଳରୁ ବାହାର କରିବାକୁ କେହି ମୋ ବିଷୟରେ ଏଭଳି ଅପପ୍ରଚାର କରୁଥିଲେ ଜଣାନାହିଁ ବୋଲି ସେ କହିଛନ୍ତି।

କହିରଖୁଛୁ, ଆଇପିଏଲ୍‌ ୨୦୨୦ ଏବଂ ୨୦୨୧ ସିଜନରେ ବରୁଣ କୋଲକାତା ପକ୍ଷରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ୨୦୨୦ରେ ସେ ୧୭ ଉଇକେଟ ନେଇଥିବା ବେଳେ ୨୦୨୧ରେ ୧୮ ଉଇକେଟ ନେଇଥିଲେ। କେବଳ ଏତିକି ନୁହେଁ ଆଇପିଏଲ୍‌ର ପୂର୍ବ ସିଜନରେ ସେ ୨୦ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri